ତହସିଲ ଅଫିସରୁ ଗାୟବ ହୋଇଗଲା ଇଭିଏମ୍ ମେସିନ

ପୁଣେ: ମହାରାଷ୍ଟ୍ରର ପୁଣେରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ପୁଣେର ଗ୍ରାମୀଣ ତହସିଲ କାର୍ଯ୍ୟାଳୟରେ ଏକ ଇଭିଏମ୍ ମେସିନ୍ ଚୋରି ଘଟଣା ସାମ୍ନାକୁ ଆସିଛି। ସୋମବାର ସକାଳେ ପୁଣେ ଜିଲ୍ଲାର ସାସୱାଡରେ ଥିବା ତହସିଲଦାରଙ୍କ କାର୍ଯ୍ୟାଳୟର ତାଲା ଭାଙ୍ଗି ଅଜଣା ବ୍ୟକ୍ତିମାନେ କୋଠରୀରେ ରଖାଯାଇଥିବା ଇଭିଏମ୍ ମେସିନର ଡେମୋ ମେସିନ୍ ଚୋରି କରି ନେଇଥିଲେ। ଏହି ଘଟଣା ସିସିଟିଭିରେ ମଧ୍ୟ କଏଦ ହୋଇଛି। ତହସିଲ କାର୍ଯ୍ୟାଳୟର ଅଧିକାରୀମାନେ ଷ୍ଟ୍ରଙ୍ଗରୁମର ତାଲା ଭାଙ୍ଗିଥିବା ଏବଂ କୋଠରୀରେ ରଖାଯାଇଥିବା ଗୋଟିଏ ଇଭିଏମ୍ ର କଣ୍ଟ୍ରୋଲ ୟୁନିଟ୍ ଚୋରି ହୋଇଥିବା ଜାଣିବାକୁ ପାଇଥିଲେ। ଏହା ପରେ ସେମାନେ ପୁଲିସକୁ ଖବର ଦେଇଥିଲେ।
ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସିସିଟିଭି ଫୁଟେଜ୍ ଯାଞ୍ଚ କରିଛି। ଫୁଟେଜରୁ ପୁଲିସ ଦେଖିବାକୁ ପାଇଛି ଯେ ଚୋରମାନେ ଇଭିଏମ୍ ମେସିନ୍ ଛଡ଼ାଇ ନେଉଛନ୍ତି। ଏହାପରେ ସାସୱାଡ ଥାନାରେ ଇଭିଏମ୍ ଚୋରି ମାମଲା ରୁଜୁ କରାଯାଇ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ପୁଣେ ଗ୍ରାମୀଣ ଆରକ୍ଷୀ ଅଧୀକ୍ଷକ ପଙ୍କଜ ଦେଶମୁଖ କହିଛନ୍ତି, ଏକ ଇଭିଏମ୍ ମେସିନ୍ ଏବଂ କିଛି ବଣ୍ଡଲ କାଗଜପତ୍ର ଚୋରି ହୋଇଛି। ଘଟଣାରେ ସମ୍ପୃକ୍ତ ୩ ଜଣଙ୍କୁ ଧରିବା ପାଇଁ ଟିମ୍ ମୁତୟନ କରାଯାଇଛି। ”

Share Now:

Kalinga News Beuro

Next Post

ରାଜ୍ୟରେ ୪୧ ବିଭାଗରେ ଖାଲି ପଡ଼ିଛି ୯୮ ହଜାର ୩୪୮ ପଦବି

Tue Feb 6 , 2024
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ଅଧିକାରୀଙ୍କ ମରୁଡ଼ି ପଡ଼ିଛି। ପଦବି ଖାଲି ଥାଇ ବି ସରକାର ଏହାକୁ ପୂରଣ କରୁନାହାନ୍ତି। ସରକାରୀ କାର୍ଯ୍ୟାଳୟରେ କେତେ ପଦବି ଖାଲି ପଡ଼ିଛି ସେନେଇ ବିଧାନସଭାର ବଜେଟ୍‌ ଅଧିବେଶନରେ ବିଜେପି ବିଧାୟକ ମୁକେଶ ମହାଲିଙ୍ଗଙ୍କ ଲିଖିତ ପ୍ରଶ୍ନ କରିଛନ୍ତି। ବିଧାୟକଙ୍କ ପ୍ରଶ୍ନରେ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ ମଙ୍ଗଳବାର କହିଛନ୍ତି, ରାଜ୍ୟ ସରକାରଙ୍କ ୪୧ ବିଭାଗରେ ୯୮ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial