ଅପ୍ରେଲରେ ନୁହେଁ ଅକ୍ଟୋବର ୧୦ରେ ରିଲିଜ ହେବ ‘ଦେବରା’

ମୁମ୍ବାଇ: ସାଉଥ ସୁପରଷ୍ଟାର ଜୁନିଅର ଏନଟିଆର ଏବେ ତାଙ୍କର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଦେବରା’ ପାଇଁ ଚର୍ଚ୍ଚାରେ ଅଛନ୍ତି। ନିକଟରେ ଏହି ଚଳଚ୍ଚିତ୍ରର ଟିଜର ରିଲିଜ ହୋଇଥିଲା, ଯାହା ପରେ ଚଳଚ୍ଚିତ୍ରର ରିଲିଜକୁ ନେଇ ପ୍ରଶଂସକମାନଙ୍କ ଉତ୍ସାହ ବଢ଼ିଥିଲା। ଦର୍ଶକଙ୍କ ଉତ୍ସାହ ବଢ଼ାଇ ଦେଇଥିବା ଟିଜରରେ ଉତ୍କୃଷ୍ଟ ଭିଏଫଏକ୍ସ ଦେଖିବାକୁ ମିଳିଥିବା ବେଳେ ଫିଲ୍ମର ରିଲିଜ୍ ତାରିଖ ଘୁଞ୍ଚାଇ ଦେଇଥିଲେ ନିର୍ମାତା। ପ୍ରଥମେ ଏହି ଫିଲ୍ମ ଅପ୍ରେଲ ୫ରେ ରିଲିଜ ହେବାର ଥିଲା। ହେଲେ ପରେ ନିର୍ମାତା ତାରିଖ ବଦଳାଇବାକୁ ନିଷ୍ପତ୍ତି ନେଇଥିଲେ।
ଏଇ ଫିଲ୍ମ ରିଲିଜର ନୂଆ ତାରିଖ ସାମ୍ନାକୁ ଆସିଛି। ଜୁନିଅର ଏନଟିଆର ଏବଂ ନିର୍ମାତା ସୋସିଆଲ ମିଡିଆ ମାଧ୍ୟମରେ ‘ଦେବରା ପାର୍ଟ -୧’ର ନୂତନ ରିଲିଜ୍ ତାରିଖ ଘୋଷଣା କରିଛନ୍ତି। ଅଭିନେତା ଫିଲ୍ମର ଏକ ସୁନ୍ଦର ପୋଷ୍ଟର ନିଜ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ଏହି ପୋଷ୍ଟରରେ ଫିଲ୍ମର ନୂଆ ରିଲିଜ୍ ତାରିଖ ଲେଖାଯାଇଛି। ଫିଲ୍ମର ପୋଷ୍ଟର ଅନୁଯାୟୀ, ଅକ୍ଟୋବର ୧୦ରେ ଜୁନିଅର ଏନଟିଆରଙ୍କ ଚଳଚ୍ଚିତ୍ର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ପୂର୍ବରୁ କୁହାଯାଉଥିଲା ଯେ, ନିର୍ମାତା ଏବଂ ଏନଟିଆର ଚଳଚ୍ଚିତ୍ରର ଭିଏଫଏକ୍ସରେ ଯଥାସମ୍ଭବ ଭଲ କାମ କରିବାକୁ ଚାହୁଁଛନ୍ତି। ସେ ଦର୍ଶକଙ୍କୁ ସର୍ବୋତ୍ତମ ଭିଏଫଏକ୍ସ ଏବଂ ସର୍ବୋତ୍ତମ ସିନେମାଟୋଗ୍ରାଫି ଦେବାକୁ ଚାହୁଁଛନ୍ତି। ଏଥିପାଇଁ ସେମାନଙ୍କୁ ଅଧିକ ସମୟ ଦରକାର। ତେଣୁ ନିର୍ମାତାମାନେ ଏହି ଚଳଚ୍ଚିତ୍ରକୁ ଏପ୍ରିଲରେ ରିଲିଜ ନକରି ଅଧିକ ସମୟ ନେବାକୁ ନିଷ୍ପତ୍ତି ନେଇଛନ୍ତି।

Share Now:

Kalinga News Beuro

Next Post

ଗଣମାଧ୍ୟମ ଆଗରେ ମୁହଁ ଖୋଲିଲେ ବିଧାୟକ ପ୍ରଫୁଲ୍ଲ ସାମଲ

Fri Feb 16 , 2024
ଭଦ୍ରକ: ଭଦ୍ରକ ଜିଲ୍ଲାର ବରପଦା ଇଞ୍ଜିନିୟରିଂ କଲେଜ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଚଢ଼ାଉ ପରେ ପୂର୍ବତନ ମନ୍ତ୍ରୀ ତଥା ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ ଗଣମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି। ଭଦ୍ରକ ସ୍ଥିତ ନିଜ ବାସଭବନରେ ଗୁରୁବାର ରାତିରେ ନିଜର ପ୍ରତିକ୍ରିୟା ଦେଇ ସାମ୍ବାଦିକଙ୍କୁ କହିଛନ୍ତି, ମୋ ବିରୁଦ୍ଧରେ ଏହା ଏକ ଷଡ଼ଯନ୍ତ୍ର। ଇଡିକୁ କିଏ ମୋ ଘରକୁ ପଠାଇଲା। ମୁଁ କ’ଣ ଚୋର? ନା ଚୋରି […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial