ଏଥର ଡବଲ ଇଞ୍ଜିନ୍ ସରକାର ନିଶ୍ଚିତ : ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର: ବିଜେପି ପକ୍ଷରୁ ସମ୍ବଲପୁର ଲୋକସଭା ପ୍ରାର୍ଥୀ ଭାବେ ନାଁ ଘୋଷଣା ହେବା ପରେ ଆଜି ସକାଳେ ପ୍ରଥମେ ଶ୍ରୀମନ୍ଦିର ଓ ପରେ ରାଜଧାନୀରେ ଲିଙ୍ଗରାଜ ମନ୍ଦିରକୁ ଯାଇ ମହାପ୍ରଭୁଙ୍କ ଆଶିଷ ଭିକ୍ଷା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ସହ ଗୁଣ୍ଡୁଚି ମୂଷା ପରି ସମ୍ବଲପୁରର ବିକାଶ ପାଇଁ କାମ କରିବି ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ସେ ଆହୁରି କହିଛନ୍ତି ଯେ ଓଡ଼ିଶାରେ ସରକାର ପରିବର୍ତ୍ତନ ନିଶ୍ଚିତ। ପରିଶ୍ରମର ବିକଳ୍ପ ନାହିଁ। ଏଥର ଡବଲ ଇଞ୍ଜିନ୍ ସରକାର ହେବ ବୋଲି ଦୃଢ଼ୋକ୍ତି କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ।
ଦୋଳ ପୂର୍ଣ୍ଣିମାରେ ଶ୍ରୀମନ୍ଦିରରକୁ ଯାଇ ଧର୍ମେନ୍ଦ୍ର ପ୍ରଧାନ ଓ ତାଙ୍କ ଧର୍ମପତ୍ନୀ ମୁର୍ଦୁଳା ଠାକୁର ଶ୍ରୀଜିଉଙ୍କ ଦର୍ଶନ କରିଛନ୍ତି। ଲୋକସଭା ସାଂସଦ ପ୍ରାର୍ଥୀ ଘୋଷଣା ପରେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ଏଥିସହ ପୁରୀ ସାଂସଦ ପ୍ରାର୍ଥୀ ଡାକ୍ତର ସମ୍ବିତ ପାତ୍ର ମଧ୍ୟ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି।

Share Now:

Kalinga News Beuro

Next Post

ହୋଲିରେ ଅଘଟଣ : ପାଣିରେ ବୁଡ଼ିଗଲା ୧୦ ବର୍ଷର ନାବାଳକ

Tue Mar 26 , 2024
ସୋର: ରଙ୍ଗ ଖେଳିସାରିବା ପରେ ପୋଖରୀକୁ ଗାଧୋଇବାକୁ ଯାଇ ଜଣେ ୧୦ ବର୍ଷୀୟ ନାବାଳକ ପୋଖରୀରେ ବୁଡିଯାଇଥିବା ଜଣାପଡିଛି। ସୂଚନା ଅନୁସାରେ ସୋର ପୌରାଞ୍ଚଳ ମଧୁସୂଦନପୁର ଗ୍ରାମର ମାନସ ପାତ୍ର ଦୀର୍ଘ ଦିନ ଧରି ପରିବାର ସହ ସୋର ଥାନା ଦହିସଡା ଗ୍ରାମରେ ରହୁଛନ୍ତି।ଆଜି ତାଙ୍କର ଏକମାତ୍ର ପୁଅ ଆୟୁଷ ପାତ୍ର (୧୦) ସାଙ୍ଗମାନଙ୍କ ସହ ରଙ୍ଗ ଖେଳି ସାରିବା ପରେ ନିକଟସ୍ଥ ପୋଖରୀକୁ ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ିଯାଇଥିଲେ। […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial