ଆଇଏଏସ୍‌ସ୍ତରରେ ଅଦଳବଦଳ

ଅରିନ୍ଦମ ଡାକୁଆଙ୍କୁ କଟକ, ଅନୁପମ ଶାହଙ୍କୁ ଜଗତସିଂହପୁରରେ ଜିଲ୍ଲାପାଳ ନିଯୁକ୍ତି

ଭୁବନେଶ୍ୱର ରାଜ୍ୟ ସରକାର ଶୁକ୍ରବାର ଆଇଏଏସ୍‌ସ୍ତରରେ ଛୋଟଧରଣର ଅଦଳବଦଳ କରିଛନ୍ତି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି ହୋଇଛି। ନିର୍ବାଚନ କମିସନ ରାଜ୍ୟର ୨ଜଣ ଆଇଏଏସ୍ ଓ ୬ଜଣ ଆଇପିଏସ ଅଫିସରଙ୍କୁ ନିର୍ବାଚନ କାର୍ଯ୍ୟରୁ ବାଦ୍ ଦେବା ପରେ ରାଜ୍ୟ ସରକାର କଟକ ଜିଲ୍ଲାପାଳ ଭିନିତ ଭରଦ୍ୱାଜଙ୍କୁ ପଂଚାୟତିରାଜ ବିଭାଗର ଅତିରିକ୍ତ ସଚିବ ତଥା ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରିଛନ୍ତି। ଜଗତସିଂହପୁର ଜିଲ୍ଲାପାଳ ପାରୁଲ ପଟ୍ଟୱାରୀଙ୍କୁ ରାଜ୍ୟ ସ୍କୁଲ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ(ଓସେପା) ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ବଦଳି ହୋଇଛି। ଭିନିତଙ୍କ ସ୍ଥାନରେ ଆଇଏଏସ୍ ଅରିନ୍ଦମ ଡାକୁଆ ଓ ପାରୁଲଙ୍କ ସ୍ଥାନରେ ଅନୁପମ ଶାହଙ୍କୁ ଯଥାକ୍ରମେ କଟକ ଓ ଜଗତସିଂହପୁର ଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଛି।
୨୦୧୧ ବ୍ୟାଚ୍ ଆଇଏଏସ୍ ସମର୍ଥ ବର୍ମାଙ୍କୁ ପୂର୍ତ୍ତ ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି ହୋଇଥିବା ବେଳେ ୨୦୧୮ ବ୍ୟାଚ୍ ଆଇଏଏସ୍ ଶୁଭଙ୍କର ମହାପାତ୍ରଙ୍କୁ ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ଦ୍ଦେଶକ ଭାବେ ବଦଳି ହୋଇଛି। ତାଙ୍କୁ ଏପ୍ରିଲ ୩ତାରିଖରେ ଯାଜପୁର ଜିଲ୍ଲାପାଳ ପଦବିରୁ ହଟାଇ ଦିଆଯାଇଥିଲା। ଗ୍ରାମ୍ୟ ଉନ୍ନୟନ ବିଭାଗରେ ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ୨୦୧୨ ବ୍ୟାଚ୍ ଆଇଏଏସ୍ ନିଖିଳ ପୱନ କଲ୍ୟାଣଙ୍କୁ ଯାଜପୁର ଜିଲ୍ଲାପାଳ ଭାବେ ବଦଳି କରାଯାଇଥିଲା।

Share Now:

Kalinga News Beuro

Next Post

ଭୁବନେଶ୍ୱରରେ ଚଳିତ ବର୍ଷର ସର୍ବାଧିକ ତାପମାତ୍ରା ୪୩. ୫ ଡି‌ଗ୍ରି ରେକର୍ଡ

Fri Apr 5 , 2024
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଚଳିତ ବର୍ଷର ସର୍ବାଧିକ ଦିନ ତାପମାତ୍ର ଶୁକ୍ରବାର ରେକର୍ଡ ହୋଇଛି। ଭୁବନେଶ୍ୱରରେ ଆଜି ତାପମାତ୍ରା ୪୩.୫ ଡିଗ୍ରି ଛୁଇଁଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି।ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଆଜି ରାଜ୍ୟର ୨୫ଟି ସହରରେ ଦିନର ସର୍ବାଧିକ ତାପମାତ୍ରା ୪୦ ଡିଗ୍ରି ଉପର ରହିଥିଲା। ପାରଳାଖେମୁଣ୍ଡିରେ ୪୨.୬, ତାଳଚେରରେ ୪୨.୧, ମାଲକାନଗିରି, ବୌଦ୍ଧରେ ୪୨.୨, ଅନୁଗୁଳରେ ୪୨.୧, ବଲାଙ୍ଗୀର, […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial