ଇରାନ କୌଣସି ଭାରତୀୟଙ୍କୁ ବନ୍ଧକ ରଖିନାହିଁ, ସେମାନେ ମୁକ୍ତ : ଇରାନୀ ରାଜଦୂତ

ଇରାନୀ ରାଜଦୂତ

ନୂଆଦିଲ୍ଲୀ: ଓମାନ ଉପସାଗରରୁ ଜବତ ଇସ୍ରାଏଲୀ କଣ୍ଟେନର ଜାହାଜରେ କୌଣସି ଭାରତୀୟଙ୍କୁ ବନ୍ଧକ ରଖାଯାଇଥିବା ଖବରକୁ ଇରାନ ଖଣ୍ଡନ କରିଛି। ଏନଡିଟିଭିକୁ ଦେଇଥିବା ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ଭାରତରେ ଅବସ୍ଥାପିତ ଇରାନର ରାଷ୍ଟ୍ରଦୂତ ଇରାଜ ଏଲାହି କହିଛନ୍ତି ଯେ ଇରାନରେ ଜବତ ଇସ୍ରାଏଲ ଜାହାଜରେ କୌଣସି ଭାରତୀୟଙ୍କୁ ବନ୍ଧକ କରାଯାଇନାହିଁ। କ୍ରୁ ମେମ୍ବରମାନେ ଯେକୌଣସି ସ୍ଥାନକୁ ଯିବା ପାଇଁ ସ୍ୱାଧୀନ। ଏଥିପାଇଁ ସେମାନଙ୍କୁ କେବଳ କମାଣ୍ଡରଙ୍କ ଠାରୁ ଅନୁମତି ନେବାକୁ ପଡ଼ିବ।
ଇରାନରେ ଜବତ ହୋଇଥିବା ଜାହାଜରୁ ଜଣେ ମହିଳା ଭାରତ ଫେରିଥିବା ବେଳେ ବାକି ୧୬ ଜଣ ଭାରତୀୟ ଏବେ ବି ଜାହାଜରେ ଅଛନ୍ତି। ସେମାନଙ୍କ ସ୍ଥିତି କ’ଣ? ଜବାବରେ ଭାରତରେ ଅବସ୍ଥାପିତ ଇରାନର ରାଷ୍ଟ୍ରଦୂତ ଡ. ଇରାଜ ଏଲାହି କହିଛନ୍ତି, ସମସ୍ତ ଲୋକ ଜାହାଜର କ୍ୟାପଟେନଙ୍କ ଅଧୀନରେ ଅଛନ୍ତି। ଯଦି ସେମାନେ ଯିବାକୁ ଚାହୁଁଛନ୍ତି ଏବଂ ଯଦି କ୍ୟାପଟେନ ଅନୁମତି ଦିଅନ୍ତି, ତେବେ ସେମାନେ ନିଜ ଦେଶକୁ ଫେରିପାରନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଭାରତୀୟ ଉଚ୍ଚାୟୁକ୍ତ ଜାହାଜରେ ଥିବା ଭାରତୀୟଙ୍କୁ ଭେଟିଥିଲେ। ଏହା ପୂର୍ବରୁ ମନେକରାଯାଉଥିଲା ଯେ ଇରାନ ପକ୍ଷରୁ ଉକ୍ତ ଭାରତୀୟଙ୍କୁ ବନ୍ଧକ ରଖାଯାଇଛି। ତେବେ ଇରାନ କୂଟନୀତିଜ୍ଞଙ୍କ ଏହି ବୟାନ ଫଳରେ ସେମାନେ ସେଠାରେ ଥିବା ଭାରତୀୟଙ୍କ ପ୍ରତ୍ୟାବର୍ତ୍ତନ ଆଶା ଉଜ୍ଜଳ ହୋଇଛି।

Share Now:

Kalinga News Beuro

Next Post

ଅଳତୀ ପଞ୍ଚାୟତରେ ଧୁମ୍ ଧାମରେ ପାଳନ ହେଲା ରାମନବମୀ

Thu Apr 18 , 2024
ଜେନାପଦା : ଜେନାପଦା ଶାସନରେ ଧୁମ୍ ଧାମରେ ରାମନବମୀ ମହୋତ୍ସବ ପାଳିତ ହୋଇଯାଇଛି। ପଣ୍ଡିତ ଉପେନ୍ଦ୍ର କୁମାର ତ୍ରିପାଠୀ ବ୍ରହ୍ମା ରୂପେ ପୂଜା ମନ୍ତ୍ରପାଠ ସହ ପୂଜା କରୁଥିବା ବେଳେ ପଣ୍ଡିତ ଉତ୍ତମ କୁମାର ତ୍ରିପାଠୀ, ପଣ୍ଡିତ ରଘୁନାଥ ଦାଶ, ପଣ୍ଡିତ କୁଳମଣି ମିଶ୍ର, ପଣ୍ଡିତ ଗିରିଶ ଚନ୍ଦ୍ର ତ୍ରିପାଠୀ ସମୁହ ପୂଜା ରେ ସାମିଲ ହୋଇଛନ୍ତି, ଗ୍ରାମର କିଛି ଯୁବକ କଳସ ଶୋଭା ଯାତ୍ରାରେ ସାମିଲ ହୋଇ ଗ୍ରାମ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial