ତାମିଲନାଡୁରେ ବର୍ଷା ବିତ୍ପାତ: ପାଞ୍ଚ ମୃତ, ସୋମବାର ଦିନ ସ୍କୁୁଲ, କଲେଜ ବନ୍ଦ

ଚେନ୍ନାଇ: ଆଗାମୀ ଦୁଇ ଦିନ ଯାଏଁ ତାମିଲନାଡୁର ଛଅଟି ଜିଲ୍ଲାରେ ଅତି ପ୍ରବଳ ବର୍ଷା ଢାଳିବ ବୋଲି ରବିବାର ଦିନ ଚେନ୍ନାଇସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି। ଗତ ଦୁଇ ଦିନ ଧରି ଅନର୍ଗଳ ବର୍ଷା ହେବାରୁ ଅନ୍ୟୂନ ପାଞ୍ଚଜଣଙ୍କର ପ୍ରାଣହାନି ଘଟିଥିବା ମଧ୍ୟ ଜଣାପଡ଼ିଛି। ଆଗାମୀ ୨୪ ଘଣ୍ଟା ମଧ୍ୟରେ ତିରୁବଲ୍ଲର, ଭେଲୋର, ତିରୁବନ୍ନମାଲାଇ, ତୂତୁକ୍କୁଡ଼ି, ରାମନାଥପୁରମ ଏବଂ ତିରୁନେଳବେଲି ଜିଲ୍ଲାରେ ୨୦ ସେମିରୁ ଅଧିକ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସତର୍କ କରାଇଦେଇଛି। ଏଥିପାଇଁ ମାଡ୍ରାସ ବିଶ୍ୱବିଦ୍ୟାଳୟ ଏବଂ ଅନ୍ନା ବିଶ୍ୱବିଦ୍ୟାଳୟରେ ସୋମବାର ଦିନ ହେବାକୁ ଥିବା ପରୀକ୍ଷା ସ୍ଥଗିତ ରଖାଯାଇଛି। ସୋମବାର ଦିନ ତାମିଲନାଡୁ ସହ ପୁଦ୍ଦୁଚେରୀରେ ମଧ୍ୟ ଏହି ବର୍ଷାର ପ୍ରଭାବ ଅନୁଭୂତ ହେବାକୁ ଥିବାରୁ ସେଠାରେ ମଧ୍ୟ ସମସ୍ତ ସ୍କୁଲ୍‌ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି।
ରବିବାର ଦିନ ତାମିଲନାଡୁର ମଣ୍ଡପମ ଉପକୂଳ ଅଞ୍ଚଳରେ କୂଳରେ ପିଟି ହୋଇଯିବାରୁ ଛଅଟି ମାଛଧରା ଡଙ୍ଗା କ୍ଷତିଗ୍ରସ୍ତ ହୋଇଛି। ଗତ ଦୁଇ ଦିନ ଧରି ବର୍ଷା ଯୋଗୁଁ ରବିବାର ଦିନ ରାମେଶ୍ୱରର ଅନେକ ଅଞ୍ଚଳ ଜଳାର୍ଣ୍ଣବ ହୋଇଯାଇଥିଲା

Share Now:

Kalinga News Beuro

Leave a Reply

Next Post

ଚନ୍ଦ୍ରପୃଷ୍ଠରେ ମିଳିଲା ‘ବିକ୍ରମ’ର ଭଗ୍ନାବଶେଷ: ନାସା ଜାରି କଲା ଫଟୋ

Tue Dec 3 , 2019
ନୂଆଦିଲ୍ଲୀ: ସେପ୍ଟେମ୍ବର ୭ରେ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର୍‌ ‘ବିକ୍ରମ’କୁ ଚନ୍ଦ୍ରର ଦକ୍ଷିଣ ମେରୁରେ ସୂକ୍ଷ୍ମ ଅବତରଣ କରାଇବାରେ ସଫଳତା ହୋଇ ପାରି ନଥିଲ। ଚନ୍ଦ୍ର ପୃଷ୍ଠରୁ ୨.୧ କିମି ଦୂରତାରେ ଲ୍ୟାଣ୍ଡର୍‌ ବିକ୍ରମ ସହିତ ଇସ୍ରୋ କମାଣ୍ଡ ସେଣ୍ଟରର ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା। ତେବେ ଗତକାଲି (ସୋମବାର) ନାସା ଚନ୍ଦ୍ରପୃଷ୍ଠରେ ‘ବିକ୍ରମ’ର ଇମ୍ପା ସାଇଟ ଫଟୋ ଟୁଇଟ କରି ଜାରି କରିଛି। ନାସାର ଲୁନାର […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial