ଅନ୍‌ଲକ୍‌-୧-ଖୋଲିଲା ଅନେକ ଧାର୍ମିକସ୍ଥଳୀ; ଅନେକ ପ୍ରସିଦ୍ଧ ମନ୍ଦିର ଏବେ ବି ବନ୍ଦ

ନୂଆଦିଲ୍ଲୀ: ଦେଶରେ ଦୀର୍ଘ ଦିନ ଧରି ଲକ୍‌ଡାଉନ୍‌ ଜାରି ହେବା ପ‌େରେ ଏବେ ଅନ୍‌ଲକ୍‌-୧ ଆରମ୍ଭ ହୋଇଛି। ଏହି ଅନ୍‌ଲକ୍‌-୧ ଲାଗୁ ହେବା ପରେ ଦେଶର ଅନେକ ସ୍ଥାନରେ ରେ‌ଷ୍ଟୁରାଣ୍ଟ୍‌, ମଲ୍‌ ଏବଂ ଧାର୍ମିକସ୍ଥଳୀଗୁଡ଼ିକ ଖୋଲିବା ଆରମ୍ଭ ହୋଇଛି। ମାତ୍ର ଏବେ ବି କିଛି ପ୍ରସିଦ୍ଧ ମନ୍ଦିର ବନ୍ଦ୍‌ ରହିଛି। ସେହି ମନ୍ଦିର ଭିତରେ ରହିିଛି ବହୁ ପ୍ରସିଦ୍ଧ କାଶୀ ବିଶ୍ୱନାଥ ମନ୍ଦିର, ଜମ୍ମୁ-କଶ୍ମୀରର ବୈଷ୍ନୋ ଦେବୀ ମନ୍ଦିର, ମଥୁରାର ବାଙ୍କେ ବିହାର ମନ୍ଦିର, ପଞ୍ଚକୁଲାର ମନଷା ଦେବୀ ମନ୍ଦିର ଇତ୍ୟାଦି। ସେହିପରି ଲକ୍ଷୌର ପ୍ରସିଦ୍ଧ ଅସିଫି ମସ୍‌ଜିଦ୍‌ ବି ଅନ୍‌ଲକ୍‌-୧ରେ ବନ୍ଦ ରହିଛି। ବାଙ୍କେ ବିହାରି ମନ୍ଦିର ଜୁନ୍‌ ୩୦ ପର୍ଯ୍ୟନ୍ତ ବନ୍ଦ୍‌ ରହିବ ବୋଲି ସୂଚନା ରହିଥିବା ବେଳେ କାଶୀ ବିଶ୍ୱନାଥ ଓ ମନ୍‌ଷା ଦେବୀ ମନ୍ଦିର ମଙ୍ଗଳବାରଠାରୁ ଖେ‌ାଲିବ ବୋଲି ସୂଚନା ରହିଛି। ଏହି ସବୁ ସ୍ଥ‌ାନରେ ପ୍ରବଳ ଲୋକ ଭିଡ଼ ହୋଇଥାଏ। ଏଠାରେ କରୋନା ସଂକ୍ରମଣର ଭୟ ଥିବା କାରଣରୁ ଏସବୁ ଧାର୍ମିକସ୍ଥଳୀକୁ ଟିକେ ବିଳମ୍ବରେ ଖୋଲିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ସୋମବାର ଦେଶର ବହୁ ଧାର୍ମିକସ୍ଥଳୀ ଖୋଲିଯିବା ପରେ ଭକ୍ତଙ୍କର ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ମାତ୍ର ସାମାଜିକ ଦୂରତ୍ୱ ସମେତ କରୋନା ମୁକାବିଲା ପାଇଁ ରହିଥିବା ଅନ୍ୟ ସମସ୍ତ ନିୟମକୁ ମାନିିବା ଏବେ ବି ବାଧ୍ୟତାମୂଳକ ରହିଛି। କେବଳ ଫେସ୍‌ମାସ୍କ ପିନ୍ଧିଥିବା ଭକ୍ତମାନଙ୍କୁ ମନ୍ଦିର ଭିତରକୁ ପ୍ରବେଶ ଅନୁମତି ମିଳୁଛି। ଫୁଲମାଳ ଚଢ଼ାଇବା ଓ ପ୍ରସାଦ ଲଗାଇବା ଆଦିର ଅନୁମତି ଏବେ ବି ମିଳିନାହିଁ।

Share Now:

Kalinga News Beuro

Next Post

ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ସାଇକ୍ଲୋନିକ ସର୍କୁଲେସନ ୯ ତାରିଖ ସୁଦ୍ଧା ଲଘୁଚାପରେ ପରିଣତ ହେବ:୧୦ରୁ ଓଡ଼ିଶାରେ ପ୍ରବଳ ବର୍ଷା

Mon Jun 8 , 2020
ଭୁବନେଶ୍ୱର:ଉତ୍ତର-ପୂର୍ବ ବଙ୍ଗୋପସାଗରରେ ଆସନ୍ତା କାଲି ସୃଷ୍ଟି ହେବାକୁ ଥିବା ସାଇକ୍ଲୋନିକ ସର୍କୁଲେସନ ଆସନ୍ତା ୯ ତାରିଖ ସୁଦ୍ଧା ଆହୁରି ଘନୀଭୂତ ହୋଇ ଲଘୁଚାପରେ ପରିଣତ ହେବ। ପରେ ଏହା ଭାରତର ପୂର୍ବତଟ ଆଡ଼କୁ ଗତି କରିବ ବୋଲି ପାଣିପାଗ ବିଶେଷଜ୍ଞମାନେ କହିଛନ୍ତି। ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟର ରିପୋର୍ଟ ଅନୁସାରେ ଏହି ଲଘୁଚାପ ଓଡ଼ିଶା ଓ ପଶ୍ଚିମବଙ୍ଗକୁ ମୌସୁମୀକୁ ଟାଣିବାରେ ସହାୟକ ହେବ। ଏଥିପାଇଁ ଏହି ପାଣିପାଗ ସିଷ୍ଟମକୁ ମନସୁନ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial