ବେଆଇନ ପଥର ଖାଦାନ ବନ୍ଦ କରିବା ପ୍ରତିବାଦରେ ସିନ୍ଦୁରପୁର ଗ୍ରାମବାସୀ

ସାନଖେମୁଣ୍ଡି :ବେଆଇନ ପଥର ଖାଦାନରେ ବେଆଇନ ପଥର ଫୁଟାକୁ ପ୍ରତିବାଦ କରି ରାଜରାସ୍ତାକୁ ଓଲ୍ହାଇଲେ ସିନ୍ଦୁରପୁର ଗ୍ରାମବାସୀ। ଦୀର୍ଘ ୩ ଘଣ୍ଟା ଧରି ଏନ ଏଚ ୩୨୬ର ପୋଡାମାରି-ପଟିଗୁଡା ଗାଁ ଛକଠାରେ ଗ୍ରାମବାସୀମାନେ ଆନ୍ଦୋଳନ କରିଥିଲେ।ପୋଲିସ ପ୍ରଶାସନର ହସ୍ତକ୍ଷେପ ପରେ ପରିସ୍ଥିତିରେ ସୁଧାର ଆସିଥିଲା।ସୂଚନା ଅନୁଯାୟୀ ଗଂଜାମ ଜିଲ୍ଲାର ସାନଖେମୁଣ୍ଡି ତହସିଲ ଅନ୍ତର୍ଗତ ପଟିଗୁଡା ସିନ୍ଦୁରପୁର ଗାଁ ନିକଟରେ ଏକ ବିରାଟ କ୍ରସର କମ୍ପାନୀ ରହିଛି।ଏହି କମ୍ପାନୀ କର୍ତ୍ତୃପକ୍ଷ ନିକଟସ୍ଥ ପାହାଡ଼ରୁ ବେଆଇନ ଭାବେ ପଥର ଫୁଟାଇବା ଦ୍ୱାରା ପ୍ରଚଣ୍ଡ କାନଫଟା ଶବ୍ଦ ବାହାରୁଛି। ସେହି ଶବ୍ଦ ଓ ପଥର ଫୁଟାଉଥିବା ଯୋଗୁଁ ଗାଁ ଲୋକମାନଙ୍କର ଘର କାନ୍ଥ ଫାଟି ଯାଉଛି ଓ ଅନେକ ଲୋକଙ୍କର ବଧିର ଜନିତ ରୋଗ ଦେଖା ଦେଉଛି। ଏହା ଛଡା କ୍ରସର କମ୍ପାନୀର ନିର୍ଗତ ବର୍ଜ୍ୟବସ୍ତୁ ଗାଁ ଲୋକଙ୍କର ଚାଷ ଜମିରେ ପଡି ଜମିକୁ ଅନୁର୍ବର କରିଦେଉଛି।ଗ୍ରାମର ପ୍ରାକୃତିକ ସୌଂଧର୍ଯ୍ୟକୁ ଏହି କ୍ରସର ନଷ୍ଟ କରୁଛି। ଏନେଇ ଗ୍ରାମବାସୀଙ୍କ ଦ୍ୱାରା ଅନେକ ଥର ତହସିଲରେ ଅଭିଯୋଗ କରାଯାଇଛି। ହେଲେ ତହସିଲ ପ୍ରଶାସନ ସେମାନଙ୍କ କଥା ପ୍ରତି କର୍ଣ୍ଣପାତ କରୁନଥିବାରୁ ଗ୍ରାମବାସୀ ନ୍ୟାୟ ପାଇବା ଆଶାରେ ଏଭଳି ଆନ୍ଦୋଳନ କରିବାକୁ ବାଧ୍ୟ ହୋଇଛନ୍ତି। ତହସିଲ ପ୍ରଶାସନ ଓ ଜିଲ୍ଲାପ୍ରଶାସନ ସେମାନଙ୍କୁ ଯଥାଶୀଘ୍ର ନ୍ୟାୟ ଦେବାକୁ ଗ୍ରାମବାସୀମାନେ ଅନୁରୋଧ କରିଛନ୍ତି। ଯଦି ସେମାନଙ୍କ ସମସ୍ୟାର ତୁରନ୍ତ ସମାଧାନ ନ ହୁଏ ତେବେ ସେମାନେ ଆନ୍ଦୋଳନକୁ ଆହୁରି ଜୋରଦାର କରିବେ ବୋଲି ଚେତାବନୀ ଦେଇଛନ୍ତି।

Share Now:

Kalinga News Beuro

Next Post

ବଢିବେ ବେକାରୀ : ୨ ବର୍ଷ ଯାଏ ଚାକିରି ନାହିଁ

Wed Jul 8 , 2020
କରୋନା ଯୋଗୁଁ ଆର୍ଥିକ ସଂକଟ ଦୃଷ୍ଟିରୁ ରାଜ୍ୟ ସରକାରଙ୍କ ବଡ ପଦକ୍ଷେପ ଭୁବନେଶ୍ୱର: କରୋନା ସଂକଟ ଦୃଷ୍ଟିରୁ ୨ ବର୍ଷ ଯାଏଁ ନୂଆ ଚାକିରି ସୃଷ୍ଟି ହେବ ନାହିଁ। କରୋନା ଯୋଗୁଁ ଆର୍ଥିକ ସଂକଟ ଦୃଷ୍ଟିରୁ ରାଜ୍ୟ ସରକାରଙ୍କ ପଦକ୍ଷେପ। ଏନେଇ ସବୁ ବିଭାଗକୁ ପ୍ରମୁଖ ସଚିବ ଅଶୋକ ମୀନା ଚିଠି ଲେଖିଛନ୍ତି। କରୋନା ସଂକଟ ଦୃଷ୍ଟିରୁ ୨ ବର୍ଷ ଯାଏଁ ନୂଆ ଚାକିରି ସୃଷ୍ଟି ହେବ ନାହିଁ। କେବଳ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial