ତିହିଡି ସଂଗୀତ ମହାବିଦ୍ୟାଳୟ ସଭାପତିଙ୍କ ଶ୍ରଦ୍ଧାଞ୍ଜଳି ସଭା

ତିହିଡି ସଂଗୀତ ମହାବିଦ୍ୟାଳୟ

ଭଦ୍ରକ/ତିହିଡି: ଭଦ୍ରକ ଜିଲ୍ଲା ତିହିଡି ସଂଗୀତ ମହାବିଦ୍ୟାଳୟର ସଭାପତି ,ଶିକ୍ଷାବିତ ,ନାଟ୍ୟ ନିର୍ଦ୍ଦେଶକ ନିତ୍ୟାନନ୍ଦ ପାଣିଗ୍ରାହୀଙ୍କ ଶ୍ରଦ୍ଧାଞ୍ଜଳି ସଭା ସଂଗୀତ ମହାବିଦ୍ୟାଳୟ ପରିସରରେ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସଂଗୀତ ମହାବିଦ୍ୟାଳୟର ସମ୍ପାଦକ ସଚ୍ଚିକାନ୍ତ ନାୟକଙ୍କ ସଭାପତିତ୍ୱରେ ସାମାଜିକ ସୁରକ୍ଷା ରକ୍ଷାକରି ଏକ ସଭା ଅନୁଷ୍ଠିତ ହୋଇଥିଲା।ଏହି ସଭାରେ ପୂର୍ବତନ ବିଧାୟକ ଗଙ୍ଗାଧର ଦାସ ,ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ବିଦ୍ୟୁତଳତା ନାୟକ , ସଂଗୀତ ମହାବିଦ୍ୟାଳୟ ଅଧ୍ୟକ୍ଷ ସୁଦର୍ଶନ ନାୟକ, ବିଜେଡି ବ୍ଲକ ସଭାପତି ରଘୁନାଥ ପଣ୍ଡା , ବିଜେଡି କାର୍ଯ୍ୟକାରୀ ସଭାପତି ବିଜୟ ନାୟକ , ପୂର୍ବତନ ସରପଞ୍ଚ ସୁରେନ୍ଦ୍ର ନାୟକ , ବିଜେପି ନେତା ରଘୁ ପାତ୍ର, ଯୁବମଞ୍ଚ ସଭାପତି କୈଳାସ ବେହେରା ଏବଂ ନିତ୍ୟାନନ୍ଦ ପ୍ରେମୀ ମହାବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଯୋଗଦେଇଥିଲେ।କଣ୍ଠଶିଳ୍ପୀ ମନୋଜ ସ୍ୱାଇଁ ସଭାର ଶେଷ ସ୍ପର୍ଶ ଦେଇଥିଲେ।

Share Now:

Kalinga News Beuro

Next Post

ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ମାମଲା: ଆଦିତ୍ୟ ଦାଶ ନିଜେ ଲେଖିଛନ୍ତି ସୁଇସାଇଡ୍ ନୋଟ୍

Thu Jul 23 , 2020
ଭୁବନେଶ୍ୱର: ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ମାମଲାର ପ୍ରାୟ ୧୫ ଦିନ ପରେ ସୁଇସାଇଡ୍ ନୋଟକୁ ନେଇ ବଡ଼ ଖୁଲାସା ହୋଇଛି। ସୁଇସାଇଡ୍ ନୋଟର ଫରେନସିକ୍ ରିପୋର୍ଟ ଆସିଛି। ଏନେଇ ରେଳବାଇ ଏଡିଜି ପ୍ରାଣବିନ୍ଦୁ ଆଚାର୍ଯ୍ୟ ସୂଚନା ଦେଇଛନ୍ତି। ତାଙ୍କର ସୂଚନା ଅନୁଯାୟୀ, ଆଦିତ୍ୟ ଦାଶ ହିଁ ନିଜେ ସୁଇସାଇଡ୍ ନୋଟ୍ ନିଜେ ଲେଖିଛନ୍ତି। କାରଣ ଆଦିତ୍ୟଙ୍କ ପୁରୁଣା ହାତ ଲେଖା ସହ ସୁଇସାଇଡ୍ ନୋଟର ଲେଖା ମେଳ ଖାଉଛି […]
ସୁଇସାଇଡ୍ ନୋଟର ଫରେନସିକ୍ ରିପୋର୍ଟ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial