ଘରେ ପଶି ଲୁଟ୍ ଉଦ୍ୟମ ବିଫଳ: ଧରା ପଡ଼ିଲା ଯୁବତୀ

ଘରୁ ଚୋରି ଉଦ୍ୟମ ବିଫଳ

ଭୁବନେଶ୍ୱର : ନୂଆପଲ୍ଲୀ ଆଇଆର୍‌ସି ଭିଲେଜ୍‌ ଅଞ୍ଚଳରେ ଘରେ ପଶି ଲୁଟ୍ କରିବାକୁ ଉଦ୍ୟମ କରୁଥିବାବେଳେ ଗତକାଲି ଜଣେ ଯୁବତୀ ସ୍ଥାନୀୟ ଲୋକଙ୍କ ହାତରେ ଧରା ପଡ଼ିଛି। ପୁଲିସ ଥାନାରେ ଅଟକ ରଖି ଯୁବତୀକୁ ପଚରାଉଚରା ଚଳାଇଛି। ତେବେ ସେ ନିଜର ବୟସ ୧୬ ବର୍ଷ ବୋଲି କହୁଥିଲେ ହେଁ ଏହା ସ୍ପଷ୍ଟ ହୋଇନଥିବାରୁ ସେ ନାବାଳିକା କି ଯୁବତୀ ଜଣାପଡ଼ିନାହିଁ। ସେହିଭଳି ପୁଲିସ ତା’ ବାବଦରେ ଅଧିକ ଛାନ୍‌ଭିନ୍ ଜାରି ରଖିଛି ଓ ସେ ପେସାଦାର ଚୋରଣୀ କି ନା, ପରେ ଜଣାପଡ଼ିବ ବୋଲି ପୁଲିସ ସୂଚନା ଦେଇଛି। ମିଳିଥିବା ସୂଚନା ମୁତାବକ ଗତକାଲି ଅପରାହ୍ନ ପ୍ରାୟ ସାଢ଼େ ୩ଟା ବେଳେ ଏହି ଯୁବତୀ ହରିହର ସାହୁଙ୍କ ଘରେ ପଶିଥିଲା। ସେ ଦୁଇଟି ମୋବାଇଲ୍‌ ଫୋନ୍ ଚୋରି କରି ଚମ୍ପଟ ମାରୁଥିବାବେଳେ ହରିହରଙ୍କ ପତ୍ନୀ ଦେଖି ପକାଇ ପା‌ଟି କରିବା ସହ ଗେଟ୍ ତାଲା ପକାଇ ଦେଇଥିଲେ। ପିସିଆର୍ ଭ୍ୟାନ୍ ସେଠାରେ ପହଞ୍ଚି ଯୁବତୀକୁ ଥାନାକୁ ନେଇଥିଲା। ତାଙ୍କ ଘର ବାଲେଶ୍ବର ବୋଲି ସେ କହିଛି। ବାଲେଶ୍ବରରୁ ଆସିବା ପରେ ସେ ଏବେ ଭୁବନେଶ୍ବର ରେଳ ଷ୍ଟେସନରେ ରହୁଛି ଓ ବୁଲି ବୁଲି ମାଗିଯାଚି ଖାଉଥିବା କହିଛି। ସେହି ଆଶାରେ ସେ ହରିହରଙ୍କ ଘରେ ପହଞ୍ଚିଥିଲା ଓ ଡାକି ଡାକି ଘରେ ପଶିଥିଲା। ମାତ୍ର କେହି ନଥିବା ଦେଖି ସେ ଲୋଭରେ ପଡ଼ି ଦୁଇଟିଯାକ ମୋବାଇଲ୍‌ ଫୋନ୍‌ ନେବାକୁ ମନ ବଳାଇଥିଲେ। ମାତ୍ର ଖସିଯିବା ପୂର୍ବରୁ ସେ ଧରା ପଡ଼ି ଯାଇଥିଲା।

Share Now:

Kalinga News Beuro

Next Post

ଏମ୍‌ଏସ୍‌ଏମ୍‌ଇ ଋଣ ପ୍ରଦାନରେ ଗଞ୍ଜାମ ଜିଲ୍ଲା ପ୍ରଥମ

Fri Aug 7 , 2020
ଭୁବନେଶ୍ୱର : ଜରୁରିକାଳୀନ କ୍ରେଡିଟ୍‌ ଲାଇନ୍ ଗ୍ୟାରେଣ୍ଟି ଯୋଜନା ମାଧ୍ୟମରେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧.୬୦ ଲକ୍ଷ ଆକାଉଣ୍ଟ୍‌କୁ ୨୫୦୦ କୋଟି ଟଙ୍କା ମଞ୍ଜୁର ହୋଇଛି। ଏହା ମଧ୍ୟରୁ ୧ ଲକ୍ଷ ଆକାଉଣ୍ଟକୁ ୧୭୦୦ କୋଟି ଟଙ୍କା ଆବଣ୍ଟନ କରାଯାଇଛି। ଏହି ଯୋଜନାରେ ଗଞ୍ଜାମ ଜିଲ୍ଲାରେ ଶତ ପ୍ରତିଶତ ମଞ୍ଜୁରିପ୍ରାପ୍ତ ଆକାଉଣ୍ଟ୍‌କୁ ଋଣ ଆବଣ୍ଟନ କରାଯାଇଛି। ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ପକ୍ଷରୁ ଏହି ସୂଚନା ଦିଆଯାଇଛି। ଗତକାଲି ଏମ୍‌ଏସ୍‌ଏମ୍‌ଇ ବିଭାଗର […]
ଏମ୍‌ଏସ୍‌ଏମ୍‌ଇ ଋଣ ପ୍ରଦାନରେ ଗଞ୍ଜାମ ଜିଲ୍ଲା ପ୍ରଥମ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial