ଏନସିବି ହାଜତରେ ରିୟା ଚକ୍ରବର୍ତ୍ତୀ

ରିୟା ଚକ୍ରବର୍ତ୍ତୀ ଗିରଫ

ଡ୍ରଗ୍ସ କାରବାର ଓ ସେବନ ଅଭିଯୋଗ

ମୁମ୍ବାଇ : ଡ୍ରଗ୍ସ କାରବାର ଓ ସେବନ ଅଭିଯୋଗରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ପକ୍ଷରୁ ଆଜି ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବତନ ପ୍ରେମିକା ରିୟା ଚକ୍ରବର୍ତ୍ତୀଙ୍କୁ ଗିରଫ କରିଛି। ପ୍ରାୟ ଦୁଇଦିନ ଧରି ଜେରା ପରେ ତାଙ୍କୁ ଏନସିବି ପକ୍ଷରୁ ଏନଡିପିଏପ୍ ଆଇନ ଅନୁସାରେ ଗିରଫ କରିଥିବା ଜଣାଯାଇଛି। ଗିରଫ ପରେ ତାଙ୍କୁ କୋର୍ଟରେ ହାଜର କରାଯିବ ଓ ଅଧିକ ତଦନ୍ତ ନିମନ୍ତେ ତାଙ୍କୁ ହାଜତକୁ ନେବା ପାଇଁ ଏନସିବି ପକ୍ଷରୁ ଆବେଦନ କରାଯିବ। ହାଜତକୁ ନିଆଯିବା ପରେ ତାଙ୍କୁ ପୂର୍ବରୁ ଗିରଫ ତାଙ୍କ ଭାଇ ସୌଭିକ, ସାମୁଏଲ ମିରାଣ୍ଡା ଓ ଦିବେଶ ସାଓ୍ଵନ୍ତଙ୍କ ସହ ଏକାଠି ବସାଇ ମୁହାଁମୁହିଁ ଜେରା କରାଯିବାର ସମ୍ଭାବନା ରହିଛି। କେତେକ ଜାତୀୟସ୍ତରର ଗଣମାଧ୍ୟମ ରିପୋର୍ଟ ଅନୁସାରେ ନିଶାକାରବାର ଓ ସେବନ ମାମଲାରେ ରିୟାଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ଏନସିବି ହାତରେ ଲାଗିଛି। ଗତ ଶୁକ୍ରବାରଦିନ ଏନଏବି ପକ୍ଷରୁ ରିୟା ଚକ୍ରବର୍ତ୍ତୀଙ୍କ ଭାଇ ସୌଭିକ ଓ ସୁଶାନ୍ତଙ୍କ ପୂର୍ବତନ ହାଉସ ମ୍ୟାନେଜର ସାମୁଏଲ ମିରାଣ୍ଡାଙ୍କୁ ଗିରଫ କରିଥିଲା। ସେହିଦିନ ରାତିରେ ଏନସିବି ପକ୍ଷରୁ ସୌଭିକ, ମିରାଣ୍ଡା ଓ ସାୱନ୍ତକୁ ମୁହାଁମୁହିଁ ବସାଇ ଜେରା କରିଥିଲା। ତାହାର ପରଦିନ ଅର୍ଥାତ ଶନିବାରଦିନ ସାଓ୍ଵନ୍ତକୁ ଗିରଫ କରାଯାଇଥିଲା। ଏହା ପୂର୍ବରୁ ସାମୁଏଲ ମିରାଣ୍ଡା ସ୍ୱୀକାର କରିଥିଲା ଯେ ସେ ସୁଶାନ୍ତଙ୍କ ପାଇଁ ସେପ୍ଟେମ୍ବର ୨୦୧୯ରୁ ମାର୍ଚ୍ଚ ୨୦୨୦ ପର୍ଯ୍ୟନ୍ତ ଗଞ୍ଜେଇ ସଂଗ୍ରହ କରୁଥିଲା।

Share Now:

Kalinga News Beuro

Next Post

ଇବ୍‌ ନଦୀର ରମ୍ପେଲା ସେତୁରୁ ଖସିପଡ଼ିଲା ହାଇୱା: ୨ ଯୁବକ ନିଖୋଜ, ଚାଳକ ଉଦ୍ଧାର

Tue Sep 8 , 2020
ଝାରସୁଗୁଡ଼ା: ଇବ୍‌ ନଦୀର ରମ୍ପେଲା ସେତୁରୁ ହାଇୱା ଖସିପଡ଼ିବାରୁ ୨ ଜଣ ଯୁବକ ନିଖୋଜ ହୋଇଥିବା ସୂଚନା ମିଳିଛି। ହାଇୱାର ଚାଳକଙ୍କୁ ଉଦ୍ଧାର କରାଯାଇ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ନିଖୋଜ ଯୁବକ ଦ୍ୱୟ ହେଲେ ଜିତେନ୍ଦ୍ର ପ୍ରଧାନ ଓ ଅରବିନ୍ଦ ସାହୁ। ଉଦ୍ଧାର ହୋଇଥିବା ହାଇୱା ଚାଳକଙ୍କ ନାମ ଆଦିତ୍ୟ ସାହୁ। ସୂଚନା ଅନୁସାରେ ଝାରସୁଗୁଡ଼ା ଜିଲ୍ଲା ବନହରପାଲି ଥାନା ଅନ୍ତର୍ଗତ ରମ୍ପେଲା ପଂଚାୟତର ବରକାନୀ ଗାଁର ତିନି ଜଣ […]
ଇବ୍‌ ନଦୀ ସେତୁରୁ ଖସିପଡ଼ିଲା ହାଇଓ୍ଵା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial