ପ୍ରେମର କରୁଣ ପରିଣତି : ଆତ୍ମହତ୍ୟା ପରେ ପାଖାପାଖି ଜୁଇରେ ଜଳିଲେ ପ୍ରେମୀ ଯୁଗଳ

ପାଖାପାଖି ଜୁଇରେ ଜଳିଲେ ପ୍ରେମୀ ଯୁଗଳ

କଟକ: ପରସ୍ପରର ହାତକୁ ବାନ୍ଧି ମହାନଦୀକୁ ଡେଇଁ ଆତ୍ମହତ୍ୟା କରିଥିବା ପ୍ରେମୀ ଯୁଗଳଙ୍କ ଶେଷକୃତ୍ୟ କାଳିଆବୁଦା ଶ୍ମଶାନରେ ଶେଷ ହୋଇଛି। ପାଖାପାଖି ଦୁଇଟି ଜୁଇରେ ଉଭୟଙ୍କ ଶବକୁ ଦାହ କରାଯିବା ସମୟରେ ସେଠାରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା। ସ୍ଥାନୀୟ ଅଞ୍ଚଳର ଲୋକେ ବି ସେଠାରେ ଜମା ହୋଇଯାଇଥିଲେ। ଶିଖରପୁର ଉପରସାହିରେ ରହୁଥିବା ତୁଷାର ଜେନା ଓ ଅଙ୍କିତା ସିଂହ ଗତ ୮ ତାରିଖରେ ଘରୁ ଲୁଚି ପଳାଇ ଯାଇଥିଲେ। ସେମାନେ ହାତକୁ ବାନ୍ଧି କାଳିଆବୁଦା ନିକଟରେ ପୋଲ ଉପରୁ ମହାନଦୀକୁ ଡେଇଁ ପଡିଥିବା ସନ୍ଦେହ କରାଯାଉଥିବା ବେଳେ ଗତକାଲି କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ଥାନା ଅନ୍ତର୍ଗତ ଲୁଣା ନଦୀରୁ ଉଦ୍ଧାର କରାଯାଇଥିଲା। ତୁଷାର ଗ୍ରାଜୁଏସନ ପାସ କରିବା ପରେ ଏକ ଘରୋଇ ସଂସ୍ଥାରେ ଚାକିରି କରିଥିବା ବେଳେ ଅଙ୍କିତା ଶିଖରପୁର ସ୍ଥିତ ଏକ ଇଂରାଜୀ ମାଧ୍ୟମ ସ୍କୁଲରେ ଅଷ୍ଟମ ଶ୍ରେଣୀରେ ପଢୁଥିଲେ।

Share Now:

Kalinga News Beuro

Next Post

ନୂଆପଲ୍ଲୀ ଥାନା ପୋଲିସ ଦ୍ୱାରା କୁଖ୍ୟାତ ଆବିଦ୍‌ ଗ୍ୟାଙ୍ଗ୍‌ର ୮ ଗିରଫ

Sun Sep 13 , 2020
୮ ଚେନ୍‌, ୨୬ ସ୍ମାର୍ଟ ଫୋନ୍‌, ୫ ବାଇକ୍‌ ଜବତ ଭୁବନେଶ୍ବର: କୁଖ୍ୟାତ ଲୁଟେରା ଆବିଦ୍‌ ଗ୍ୟାଙ୍ଗ୍‌କୁ ନୂଆପଲ୍ଲୀ ଥାନା ପୁଲିସ ଗିରଫ କରିଛି। ଏହି ଗ୍ୟାଙ୍ଗ୍‌ର ୮ଜଣଙ୍କୁ ପୁଲିସ୍‌ ଗିରଫ କରିବା ସହ ସେମାନଙ୍କଠାରୁ ବହୁ ଚୋରା ସାମଗ୍ରୀ ଜବତ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ, ଗଞ୍ଜାମ ଧଳପୁରର ରାଜା ଜିତେନ୍ଦ୍ର ପ୍ରଧାନ(୧୯), ଛତ୍ରପୁର ତରୁପୋଇର ରାବଣ ବିଶ୍ବଜିତ୍ ଦାସ(୨୦), ମୟୂରଭଞ୍ଜ ସିରକୋଲିର କାଶିଆ ଓରଫ୍ କାଶିନାଥ ପାତ୍ର(୨୦), […]
କୁଖ୍ୟାତ ଆବିଦ୍‌ ଗ୍ୟାଙ୍ଗ୍‌ର ୮ ଗିରଫ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial