କୁପ୍‌ୱାରାର ନିୟନ୍ତ୍ରଣ ରେଖା ଅଞ୍ଚଳରେ ପାକିସ୍ତାନୀ ‘ବର୍ଡର୍‌ ଆକ୍ସନ୍ ଟିମ୍‌’ର ସନ୍ଦିଗ୍ଧ କାର୍ଯ୍ୟ ବିଫଳ କଲା ଭାରତୀୟ ସେନା

ସନ୍ଦିଗ୍ଧ କାର୍ଯ୍ୟ ବିଫଳ କଲା ଭାରତୀୟ ସେନା

ନୂଆଦିଲ୍ଲୀ: ବୁଧବାର ଦିନ ଭାରତୀୟ ସେନା ଜମ୍ମୁ ଓ କଶ୍ମୀରର କୁପ୍‌ୱାରା ଜିଲ୍ଲା ଅନ୍ତର୍ଗତ ନିୟନ୍ତ୍ରଣ ରେଖା ଅଞ୍ଚଳରେ ପାକିସ୍ତାନ ସେନା ‘ବର୍ଡର୍‌ ଆକ୍ସନ୍ ଟିମ୍‌’ର (ବ୍ୟାଟ୍‌) ଅନୁପ୍ରବେଶ ଭଳି ସନ୍ଦିଗ୍ଧ କାର୍ଯ୍ୟକଳାପକୁ ବିଫଳ କରିଛି। ଭାରତୀୟ ସେନାର ଚିନାର୍ କର୍ପସ୍ କହିଛି ଯେ, ଆଜି ପ୍ରତ୍ୟୁଷରେ କୁପ୍‌ୱାରା ଜିଲ୍ଲା ଟଙ୍ଗଧର ଗାଁ’ରେ ଏକ ସନ୍ଦିଗ୍ଧ କାର୍ଯ୍ୟକଳାପ ଦୃଷ୍ଟିରେ ପଡ଼ିଥିଲା। ଏ ସଂକ୍ରାନ୍ତରେ ଚିନାର କର୍ପସ୍‌ ଟୁଇଟ୍ କରି ଲେଖିଛି, ନିୟନ୍ତ୍ରଣ ରେଖା ପାଖରେ ଥିବା ଫର୍‌ୱାର୍ଡ ପୋଷ୍ଟ୍‌ରେ ସଜାଗ ଥିବା ଯବାନମାନେ ତିନି ଚାରିଜଣ ଅନୁପ୍ରବେଶକାରୀ ଦେଖିଥିଲେ।

ଯବାନମାନଙ୍କ ସମୟୋଚିତ କାର୍ଯ୍ୟ ଯୋଗୁଁ ଏହି ଅନୁପ୍ରବେଶ ଉଦ୍ୟମ ବିଫଳ କରାଯାଇ ପାରିଲା। ସମ୍ପୃକ୍ତ ଅଞ୍ଚଳରେ ‘ସର୍ଚ୍‌ ଆଣ୍ଡ୍‌ ସର୍ଭିଲେନ୍ସ୍‌’ ଚାଲିଛି। ଏଠାରେ ଉଲ୍ଲେଖ କରାଯାଇପାରେ ଯେ, ପାକିସ୍ତାନର ସ୍ବତନ୍ତ୍ର ସୈନିକମାନଙ୍କୁ ନେଇ ‘ବ୍ୟାଟ୍‌’ ଗଠିତ ଏବଂ ସେମାନେ ପାକିସ୍ତାନୀ ସେନାର ଇଙ୍ଗିତରେ କାର୍ଯ୍ୟ କରନ୍ତି। ଅତୀତରେ କେତେ ଥର ‘ବ୍ୟାଟ୍‌’ ଆକ୍ରମଣ ଯୋଗୁଁ କେତେକ ଭାରତୀୟ ଯବାନ ସହିଦ ହୋଇଛନ୍ତି। ୨୦୧୩‌ ଜାନୁଆରିରେ ଲାନ୍‌ସ୍ ନାୟକ ହେମରାଜ ସହିଦ ହୋଇଥିଲେ ଏବଂ ପାକିସ୍ତାନୀ ‘ବ୍ୟାଟ୍‌’ ତାଙ୍କ ମୃତ ଦେହକୁ ଖଣ୍ଡବିଖଣ୍ଡ କରିଥିଲା। ୨୦୦୮ ଜୁନ୍‌ରେ କେଲ୍‌ ସେକ୍ଟର୍ରେ ବାଟବଣା ହୋଇଥିବା ୨/୮ ଗୋର୍ଖା ରାଇଫଲ୍‌ର ଜଣେ ଯବାନଙ୍କୁ ‘ବ୍ୟାଟ୍‌’ ଧରି ନେଇଥିଲେ। ଅଳ୍ପ କିଛି ଦିନ ପରେ ତାଙ୍କ ଶବ ମିଳିଥିଲା।

Share Now:

Kalinga News Beuro

Next Post

କଟକରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲାରେ ଜଣେ ଅଭିଯୁକ୍ତ ଗିରଫ

Wed Oct 14 , 2020
କଟକ: କଟକ ଅଞ୍ଚଳରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲାରେ ଜଣେ ଅଭିଯୁକ୍ତ ଗିରଫ। ପ୍ରାଥମିକ ତଦନ୍ତ ପରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା ସୂଚନା ଦେଇଛନ୍ତି କଟକ ଡିସିପି ପ୍ରତୀକ ସିଂହ। ଏହି ମାମଲାରେ ଅନ୍ୟତମ ଅଭିଯୁକ୍ତଙ୍କ ସନ୍ଧାନ ଏବେ ପୋଲିସ୍ କରୁଛି। ଏକ ସ୍ପେଶାଲ ଟିମ ଗଠନ କରି ମାମଲାର ଖୋଳତାଡ଼ ହେଉଥିବା ଡିସିପି ସୂଚନା ଦେଇଛନ୍ତି। ୧୬୧ ଧାରାରେ ଚାଉଳିଆଗଞ୍ଜ ଥାନା ପୋଲିସ ପୀଡିତାର ବୟାନ ରେକର୍ଡ କରିଛି। […]
କଟକରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial