ଶୋପିଆଁ: ୧୩ଜଣ ଛାତ୍ର ଆତଙ୍କବାଦୀ ସଙ୍ଗଠନରେ ଯୋଗ ଦେଇଥିବା କଥା ଜଣାପଡ଼ିବା ପରେ ଦକ୍ଷିଣ କଶ୍ମୀରର ଶୋପିଆଁ ଜିଲ୍ଲାରେ ଥିବା ଏକ ଧାର୍ମିକ ସ୍କୁଲ୍‌ ଉପରେ ତଦନ୍ତ ଏଜେନ୍‌ସିମାନଙ୍କ ନଜର ପଡ଼ିଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି। ୨୦୧୯ ଫେବୃଆରୀରେ ହୋଇଥିବା ପୁଲ୍‌ୱାମା ଆକ୍ରମଣର ଅନ୍ୟତମ ଅଭିଯୁକ୍ତ ସାଜାଦ ଭଟ ମଧ୍ୟ ସମ୍ପୃକ୍ତ ଶିକ୍ଷାନୁଷ୍ଠାନର ଛାତ୍ର। ସେ ସ୍କୁଲ୍‌ର ଛାତ୍ରମାନେ ବିଶେଷତଃ, ଦକ୍ଷିଣ କଶ୍ମୀରର କୁଲଗାମ୍, ପୁଲ୍‌ୱାମା ଏବଂ ଅନନ୍ତନାଗ […]

ଶ୍ରୀନଗର : ଭାରତୀୟ ସୀମା ମଧ୍ୟକୁ ଅସ୍ତ୍ରଶସ୍ତ୍ର ଚୋରାଚାଲାଣ ଲାଗି ପାକିସ୍ତାନୀ ଆତଙ୍କବାଦୀଙ୍କ ଉଦ୍ୟମକୁ ପଣ୍ଡ କରିଦେଇଛି ସଜାଗ ଭାରତୀୟ ସେନା। ମିଳିଥିବା ସୂଚନା ଅନୁସାରେ ନିୟନ୍ତ୍ରଣରେଖା ନିକଟରେ ଥିବା କୃଷ୍ଣଗଙ୍ଗା ନଦୀ ଦେଇ ଏହି ଚୋରାଚାଲାଣ ଉଦ୍ୟମ କରାଯାଉଥିଲା। ଏକ ଟ୍ୟୁବ ଭିତରେ ଅସ୍ତ୍ରଶସ୍ତ୍ର ଭର୍ତ୍ତିକରି ରସି ଦ୍ବାରା ଟାଣି ଟାଣି ଭାରତୀୟ ଅଞ୍ଚଳ ମଧ୍ୟକୁ ଅଣାଯାଉଥିଲା। ତେବେ ଆତଙ୍କବାଦୀଙ୍କ ଏପରି କୌଶଳକୁ ଭାରତୀୟ ସେନା ଠିକ ସମୟରେ […]

ରାଷ୍ଟ୍ରପତି,ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶୋକ ନୂଆଦିଲ୍ଲୀ : କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରୀ ତଥା ଏଲ୍‌ଜେପି (ଲୋକ ଜନଶକ୍ତି ପାର୍ଟି)ର ପ୍ରତିଷ୍ଠାତା ରାମ ବିଳାସ ପାଶ୍ବାନ(୭୪)ଙ୍କର ଆଜି ପରଲୋକ ଘଟିଛି। ସେ ଗୁରୁତର ଅସୁସ୍ଥ ଥିଲେ ଏବଂ ଗତ ଶନିବାର ସନ୍ଧ୍ୟାରେ ତାଙ୍କ ହୃତ୍‌ପିଣ୍ଡରେ ଅସ୍ତ୍ରୋପଚାର ହୋଇଥିଲା। ଗତକାଲି ସ୍ବାସ୍ଥ୍ୟାବସ୍ଥା ଅତି ଉଦ୍‌ବେଗଜନକ ଥିଲା। ଆଜି ନୂଆଦିଲ୍ଲୀସ୍ଥିତ ଫର୍ଟିସ ଏସ୍‌କର୍ଟ ହସ୍ପିଟାଲରେ ପାଶ୍ବାନ ଶେଷ ନିଶ୍ବାସ ତ୍ୟାଗ […]

ଭୁବନେଶ୍ୱର : ୧୯୭୦ରୁ ପ୍ରତି ବର୍ଷ ଅକ୍ଟୋବର ୯ରେ ପାଳିତ ହେଉଛି ‘ବିଶ୍ୱ ଡାକ ଦିବସ’। ୧୮୭୪ ଏହି ଦିନରେ ସ୍ୱିଜରଲାଣ୍ଡ‌ର ବର୍ଣ୍ଣରେ ‘ୟୁନିଭର୍ସାଲ୍‌ ପୋଷ୍ଟାଲ୍‌ ୟୁନିଅନ୍‌’ ସ୍ଥାପିତ ହୋଇଥିଲା ଏବଂ ସେଥି ସହ ବିଶ୍ବ ସ୍ତରରେ ଡାକ ମାଧ୍ୟମରେ ପତ୍ର ଯୋଗାଯୋଗ ବ୍ୟବସ୍ଥାରେ ବୈପ୍ଳବିକ ପରିବର୍ତ୍ତନ ଆସିଥିଲା। ସୀମା-ସରହଦ ଡେଇଁ ଚିଠି ଦୂର-ଦୂରାନ୍ତରକୁ ଯିବା ଆରମ୍ଭ ହୋଇଥିଲା। ୧୯୬୯ରେ ଟୋକିଓରେ ଅନୁଷ୍ଠିତ ‘ୟୁନିଭର୍ସାଲ୍‌ ପୋଷ୍ଟାଲ୍‌ ୟୁନିଅନ୍‌’ର ଅଧିବେଶନରେ, ଅକ୍ଟୋବର‌ […]

ଶ୍ରୀନଗର: ମଙ୍ଗଳବାର ଦିନ ଜମ୍ମୁ-କଶ୍ମୀରର ଶୋପିଆଁ ଜିଲ୍ଲାରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି। ଏ ନେଇ ଜମ୍ମୁ-କଶ୍ମୀର ପୁଲିସ ପକ୍ଷରୁ କୁହାଯାଇଛି। ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ପାଇବା ପରେ ସୁରକ୍ଷା ବାହିନୀ ଶୋପିଆଁ ଜିଲ୍ଲାର ଜୈନପୋରା ଅଞ୍ଚଳର ସୁଗାନ୍ ଗ୍ରାମରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା ବୋଲି ପୁଲିସ ମୁଖପାତ୍ର କହିଛନ୍ତି। ସୂଚନା ପାଇ ଘଟଣା ସ୍ଥଳରେ ପହଞ୍ଚିବା […]

ନୂଆଦିଲ୍ଲୀ: ବୋଇଙ୍ଗ ୭୪୭ ବିମାନ ଆକାରଠାରୁ ବଡ଼ ଏକ ଗ୍ରହାଣୁପୁଞ୍ଜ ପ୍ରତି ସେକେଣ୍ଡକୁ ୬.୬୮ କିଲୋମିଟର ବେଗରେ ପୃଥିବୀ ଆଡ଼କୁ ଗତି କରୁଛି। ଗ୍ରହାଣୁପୁଞ୍ଜ ୨୦୨୦ଆର୍‌କେ୨ ନାମକ ଏହି ସ୍ପେସ୍ ରକ୍ ବୁଧବାର (ଅକ୍ଟୋବର ୭) ଦିନ ରାତି ୧୦.୪୨ ସମୟରେ ପୃଥିବୀର କକ୍ଷପଥ ପାର ହେବା ପଥରେ ରହିଛି ବୋଲି ସୂଚନା ମିଳିଛି। ଆମେରିକୀୟ ଗବେଷଣା କେନ୍ଦ୍ର ନାସା ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ‘ପୃଥିବୀ ପୃଷ୍ଠରୁ ୩୮,୩୦,୨୩୮ […]

ନୂଆଦିଲ୍ଲୀ : ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ ଆପୋସ ଆଲୋଚନା ସକାଶେ ୨ ସପ୍ତାହ ଭିତରେ ବୈଠକ କରିବା ପାଇଁ ଓଡ଼ିଶା ଓ ଛତିଶଗଡ଼କୁ ନିର୍ଦ୍ଦେଶ ଦେଇଛନ୍ତି। ଗତକାଲି ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ ଅଧ୍ୟକ୍ଷ ବିଚାରପତି ଏଏମ୍‌ ଖାନୱିଲକରଙ୍କ ଅଧ୍ୟକ୍ଷତାରେ ଗଠିତ ତିନିଜଣିଆ ବେଞ୍ଚ୍‌ ଭିଡିଓ କନ୍ଫେରେନ୍ସିଂ ମାଧ୍ୟମରେ ମାମଲାର ୧୬ତମ ଶୁଣାଣି ସମୟରେ ଏହି ନିର୍ଦ୍ଦେଶ ଦେଇଛନ୍ତି। ପାଖାପାଖି ୩୦ ମିନିଟ୍ ଧରି ଶୁଣାଣି ଚାଲିଥିଲା। ଗତ ସେପ୍ଟେମ୍ବର ୨୦ […]

ବାଲେଶ୍ବର: ଆଜି ଅପରାହ୍ନରେ ଓଡ଼ିଶା ଉପକୂଳ ସମୁଦ୍ର ମଧ୍ୟରୁ ଭାରତ ପରମାଣୁ ଶକ୍ତିସମ୍ପନ୍ନ ‘ଶୌର୍ଯ୍ୟ’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷା କରିଛି। ଏହି ‌‌କ୍ଷେପଣାସ୍ତ୍ର ପ୍ରାୟ ୮୦୦ କି. ମି. ଦୂରରେ ଥିବା ଲକ୍ଷ୍ୟ ଭେଦ କରିପାରିବ। ଶୀର୍ଷସ୍ତରୀୟ ସୂତ୍ରରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି ଯେ, ଏହି କ୍ଷେପଣାସ୍ତ୍ରର ପରୀକ୍ଷା ସଫଳ ହୋଇଛି। ସେନାବାହିନୀରେ ଥିବା ଏହି ଶ୍ରେଣୀୟ ଅନ୍ୟ ଗୋଟିଏ କ୍ଷେପଣାସ୍ତ୍ରର ପରିପୂରକ ହେବା ଲାଗି ‘ଶୌର୍ଯ୍ୟ’କୁ ସାମିଲ କରାଯିବ। […]

ନୂଆଦିଲ୍ଲୀ/ଭୁବନେଶ୍ୱର: ଅକ୍ଟୋବର-୨ ଭାରତ ପାଇଁ ଏକ ପବିତ୍ର ଦିନ । ଏଇ ଦିନ ଦୁଇ ଦୁଇ ଜଣ ମହାତ୍ମା ଜନ୍ମ ନେଇ ଏଇ ମାଟିକୁ କରିଥିଲେ ମହାନ୍‌। ସେ ହେଉଛନ୍ତି ଜାତିର ଜନକ ମହାତ୍ମା ଗାନ୍ଧି ଏବଂ ସ୍ୱାଧୀନ ଭାରତର ୨ୟ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀ। ଆଜି ସାରା ଦେଶ ଏଇ ଦୁଇ ମହାନ୍‌ ଜନନାୟକଙ୍କ ଜନ୍ମଦିବସ ପାଳନ କରୁଛି। ମହାତ୍ମା ଗାନ୍ଧିଙ୍କ ୧୫୦ ତମ ଜୟନ୍ତୀ ଓ […]

ମସ୍‌ଜିଦ ଭାଙ୍ଗିବା ଲାଗି ଷଡ଼ଯନ୍ତ୍ର ହୋଇନଥିଲା: କୋର୍ଟ ନୂଆଦିଲ୍ଲୀ : ଅଯୋଧ୍ୟାରେ ବାବ୍ରି ମସଜିଦ ଭଙ୍ଗ ହେବାର ୨୮ ବର୍ଷ ପରେ ମାମଲାର ରାୟ ଆଜି ପ୍ରକାଶ ପାଇଛି। ସାକ୍ଷ୍ୟ ପ୍ରମାଣ ଅଭାବରୁ ବିଜେପି ନେତା ଆଡ଼ଭାନୀ ଓ ଯୋଶୀଙ୍କ ସମେତ ସମସ୍ତ ୩୨ ଜଣ ଅଭିଯୁକ୍ତଙ୍କୁ ଖଲାସ କରି ଦିଆଯାଇଛି। ରାୟ ପ୍ରକାଶ କରି ସିବିଆଇର ସ୍ବତନ୍ତ୍ର ଅଦାଲତ କହିଛନ୍ତି ସେ ମସଜିଦ ଭାଙ୍ଗିବା ଲାଗି ପୂର୍ବରୁ କୌଣସି […]

Social media & sharing icons powered by UltimatelySocial