ଚୀନ ସେନାର ଗତିବିଧି ଉପରେ ତୀକ୍ଷ୍ଣ ନଜର ନୂଆଦିଲ୍ଲୀ : ଲଦାଖ ସୀମାରେ ଚୀନ ସେନା ସହ ପୁଣି ଥରେ ମୁହାଁମୁହିଁ ସ୍ଥିତି ଜାରି ରହିଥିବା ବେଳେ ପୂର୍ବ ଲଦାଖର ପାଙ୍ଗଙ୍ଗ ସୋ’ ହ୍ରଦର ଦକ୍ଷିଣ ଉପକୂଳରେ ଅତି କମ୍‌ରେ ତିନିଟି ଗୁରୁତ୍ବପୂର୍ଣ୍ଣ ପର୍ବତ ଶିଖରରେ ଭାରତୀୟ ଯବାନମାନେ ଆସ୍ଥାନ ଜମାଇ ରହିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ, ହିମାଳୟର ଅତ୍ୟୁଚ୍ଚ ସ୍ଥାନରେ ଅବସ୍ଥିତ ଏହି ପାଙ୍ଗଙ୍ଗ ସୋ’ ହ୍ରଦ ଇଲାକା ଭାରତୀୟ […]

ଚୀନ, ନେପାଳ, ଭୁଟାନ ସୀମାରେ ସୁରକ୍ଷା ବଢ଼ିଲା ନୂଆଦିଲ୍ଲୀ : ପୂର୍ବ ଲଦାଖର ପାଙ୍ଗଙ୍ଗ ସୋ ହ୍ରଦ ନିକଟରେ ଚୀନ ସେନା ଦୁଇ ଦିନର ବ୍ୟବଧାନରେ ଦୁଇଥର ଅତିକ୍ରମଣ ଉଦ୍ୟମ କରିଛି। ଦୁଇଥରର ଉଦ୍ୟମକୁ ଭାରତର ବୀର ଯବାନମାନେ ପଣ୍ଡ କରିଦେଇଛନ୍ତି। କିନ୍ତୁ ଚୀନ ସେନାର ଏଭଳି ବଦମାସୀ ଯୋଗୁ ସୀମାରେ ଉତ୍ତେଜନା ଜାରି ରହିଛି। ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ଭାରତ ସୀମାରେ ଅଧିକ ସେନା ମୁତୟନ କରିବା […]

ଅଗଷ୍ଟ ୨୯ ରାତିରେ କ’ଣ ଘଟିଥିଲା ? ନୂଆଦିଲ୍ଲୀ: ପୂର୍ବ ଲଦାଖର ଗଲୱାନ୍‌ ଉପତ୍ୟକାରେ ଦୀର୍ଘ ଚାରିମାସ ତଳେ ଭାରତୀୟ ଯବାନ ଏବଂ ଚୀନ ସେନା ମଧ୍ୟରେ ସୃଷ୍ଟ ମୁହାଁମୁହିଁ ସ୍ଥିତିର କରା​ଳ ରୂପ ଅଢ଼େଇ ମାସ ତଳେ ଜୁନ୍‌ ୧୫ ତାରିଖ ରାତିରେ ରକ୍ତାକ୍ତ ସଂଘର୍ଷର ରୂପ ନେଇଥିଲା। ଏଥି ଯୋଗୁଁ ସୀମାରେ ଦେଖାଦେଇଥିବା ଉତ୍ତେଜନାର ହ୍ରାସ ପାଇଁ ଦୁଇ ଦେଶ ମଧ୍ୟରେ ବିଭିନ୍ନ ସ୍ତରୀୟ ଦ୍ବିପାକ୍ଷିକ ଆଲୋଚନା […]

ନୂଆଦିଲ୍ଲୀ: ଅଗଷ୍ଟ ୨୯-୩୦ ରାତିରେ ସୀମାନ୍ତରେ ପୁଣି ଥରେ ଭାରତ ଏବଂ ଚୀନ୍ ସୈନିକଙ୍କ ମଧ୍ୟରେ ସଂଘର୍ଷ ହୋଇଥିବା ବେଳେ ଚୀନ୍ ବାୟୁସେନା ଏହାର ଜେ-୨୦ପଞ୍ଚମ ପିଢ଼ିର ଯୁଦ୍ଧବିମାନକୁ ଭାରତୀୟ ସୀମା ନିକଟରେ ପୁନଃ ନିୟୋଜିତ କରିଛି। ଅଗଷ୍ଟ ୨୯-୩୦ ପୂର୍ବରୁ ଚୀନ ଜେ-୨୦ପଞ୍ଚମ ପିଢ଼ିର ଯୁଦ୍ଧବିମାନକୁ ପୁନଃ ନିୟୋଜିତ କରିଥିବା ଜଣା ପଡ଼ିଛି। ଜୁନ୍ ୧୫ରେ ଗଲୱାନରେ ହୋଇଥିବା ସଂଘର୍ଷ ପରେ ଏବେ ଚୀନ ପୁଣି ଯୁଦ୍ଧ କରିବାର […]

ନୂଆଦିଲ୍ଲୀ: ଆଜି ପୂର୍ବତନ ରାଷ୍ଟ୍ରପତି ତଥା ବର୍ଷିୟାନ୍ କଂଗ୍ରେସ ନେତା ପ୍ରଣବ ମୁଖାର୍ଜୀଙ୍କର ଦିଲ୍ଲୀସ୍ଥିତ ଏକ ଡାକ୍ତରଖାନାରେ ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ହୋଇଥିଲା। ତାଙ୍କର ପୁତ୍ର ଅଭିଜିତ୍ ମୁଖାର୍ଜ୍ଜୀ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି। ଦେଶର ୧୩ତମ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ୨୦୧୯ରେ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ‘ଭାରତ ରତ୍ନ’ରେ ଭୂଷିତ କରାଯାଇଥିଲା। ୨୦୧୨ରୁ ୨୦୧୭ ପର୍ଯ୍ୟନ୍ତ ଭାରତର ରାଷ୍ଟ୍ରପତି ରହିଥିବା […]

ପୁଲୱାମା: ଶନିବାର ଦିନ ଦକ୍ଷିଣ କଶ୍ମୀରର ପୁଲୱାମା ଜିଲ୍ଲାରେ ଥିବା ଜଦୁରା ଗ୍ରାମରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଏନକାଉଣ୍ଟର ହେବା ପରେ ତିନି ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ତେବେ ନିହତ ହୋଇଥିବା ଆତଙ୍କବାଦୀଙ୍କ ପରିଚୟ ମିଳିପାରି ନାହିଁ। ଏହା ସହ ଏନକାଉଣ୍ଟରରେ ଗୁରୁତର ଆହତ ହୋଇଥିବା ଜଣେ ଯବାନ ସହିଦ ହୋଇଛନ୍ତି। ଜମ୍ମୁ-କଶ୍ମୀରରେ ୨୪ଘଣ୍ଟା ମଧ୍ୟରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଏହା ହେଉଛି […]

ନୂଆଦିଲ୍ଲୀ: ଭାରତ ସହ ସୀମାରେ ବିବାଦ ଚାଲିଥିବା ବେଳେ ଚୀନକୁ ଝଟକା ଦେଇଛି ଶ୍ରୀଲଙ୍କା। ଭାରତ ହିଁ ଶ୍ରୀଲଙ୍କାର ପ୍ରଥମ ଗୁରୁତ୍ୱ ରହିବ ବୋଲି କହିଛନ୍ତି ଶ୍ରୀଲଙ୍କାର ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ। ସେ କହିଛନ୍ତି ଯେ, ଶ୍ରୀଲଙ୍କା “ପ୍ରଥମେ ଭାରତ’ ନୀତି ଆପଣେଇବ। ଭାରତ ପ୍ରତି ବିପଦକୁ ଶ୍ରୀଲଙ୍କା ଅଣଦେଖା କରିପାରିବ ନାହିଁ ଓ ଏଥିପ୍ରତି କଲମ୍ବୋକୁ ଧ୍ୟାନ ଦେବାକୁ ପଡ଼ିବ। ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କ ଏହି ମନ୍ତବ୍ୟ ପରୋକ୍ଷରେ ଚୀନ୍ […]

ଗଲୱାନ ଅଘଟଣ ଇତିହାସର ଏକ ସଂକ୍ଷିପ୍ତ ମୁହୂର୍ତ୍ତ: ଚୀନ୍‌ ନୁଆଦିଲ୍ଲୀ: ଆସନ୍ତା ମାସରେ ରୁଷିଆ ଦ୍ବାରା ଆୟୋଜିତ ହେବାକୁ ଥିବା ଏକ ବହୁଦେଶୀୟ ସମରାଭ୍ୟାସରେ ଚୀନୀ ଓ ପାକିସ୍ତାନୀ ସୈନିକଙ୍କ ସହ ଭାରତୀୟ ଯବାନମାନେ ଯୋଗଦେବେ ବୋଲି ଜଣାଯାଇଛି। ସମ୍ପ୍ରତି ଚୀନ୍‌ ସହ ସୀମାରେ ଉତ୍ତେଜନା ଲାଗିରହିବା ସାଙ୍ଗକୁ ପାକିସ୍ତାନ ସହ ବହୁ ପୁରୁଣା ସୀମା ବିବାଦ ରହି ଆସିଥିବା ବେଳେ ଏ ପ୍ରକାର ସମ୍ମିଳିତ ସମରାଭ୍ୟାସ ଚର୍ଚ୍ଚାର ବିଷୟ […]

ନୂଆଦିଲ୍ଲୀ: ଲଦାଖରେ ଚୀନ ସେନାର ସୀମା ଲଂଘନର ଜବାବ ଦେବାକୁ ଆମ ପାଖରେ ସାମରିକ କାର୍ଯ୍ୟାନୁଷ୍ଠାନ ପ୍ରସ୍ତୁତ ହୋଇ ରହିଛି। ତେବେ ସୀମାରେ ଉତ୍ତେଜନା ହ୍ରାସ ସକାଶେ ପ୍ରକୃତ ନିୟନ୍ତ୍ରଣା ରେଖା ନିକଟରୁ ସୈନ୍ୟ ପ୍ରତ୍ୟାହାର ପାଇଁ ଉଭୟ ଦେଶର ଜାରି ରହିଥିବା ବିଭିନ୍ନ ପର୍ଯ୍ୟାୟ ସାମରିକ ଓ କୂଟନୈତିକ ଆଲୋଚନା ବିଫଳ ହେଲା ପରେ ହିଁ ସେପରି ସାମରିକ ପଦକ୍ଷେପ ଆପଣାଇବାକୁ ହେବ ବୋଲି ଭାରତର ସିଡିଏସ୍‌ ଜେନେରାଲ […]

ମୁମ୍ବାଇ: ଗତକାଲି ମହାରାଷ୍ଟ୍ରର ରାଇଗଡ଼ ଜିଲ୍ଲାର ମହଦଠା‌ରେ ଏକ ପାଞ୍ଚ ମହଲା କୋଠା ଭୁଶୁଡ଼ି ୧୫ ଜଣ ଗୁରୁତର ଆହତ ହୋଇଛନ୍ତି। କୋଠାର ଧ୍ବଂସସ୍ତୁପ ତଳେ ୯୦ ଜଣ ଫସି ରହିଥିବା ଜଣାପଡ଼ିଛି। ଏନ୍‌ଡିଆର୍‌ଏଫ୍‌ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏହି ବହୁତଳ କୋଠାରେ ମୋଟ ୪୫ଟି ଫ୍ଲାଟ୍‌ ଥିଲା। ଗତକାଲି ସନ୍ଧ୍ୟା ସାଢେ ୬ଟାରେ ଏହି ଦୁର୍ଘଟଣା ଘଟିଛି। ପାଞ୍ଚ ମହଲା କୋଠା ଭୁଶୁଡ଼ି ପଡ଼ିବା ଫଳରେ […]

Social media & sharing icons powered by UltimatelySocial