ଝିଅମାନଙ୍କ ବିବାହ ବୟସ ବଦଳିବ,ସମସ୍ତ ଗାଁକୁ ଅପ୍‌ଟିକାଲ୍‌ ଫାଇବର ନେଟୱର୍କ ନୂଆଦିଲ୍ଲୀ : କରୋନା ପାଇଁ ବ୍ୟାପକ କଟକଣା ମଧ୍ୟରେ ୭୪ତମ ସ୍ବାଧୀନତା ଦିବସ ଗତକାଲି ପାଳିତ ହୋଇଯାଇଛି। ଐତିହାସିକ ଲାଲକିଲ୍ଲାରେ ଆୟୋଜିତ ‌ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ଅନେକ ଗୁରୁତ୍ବପୂର୍ଣ୍ଣ ଯୋଜନାର ଘୋଷଣା କରିଛନ୍ତି। ଦେଶରେ ପ୍ରଥମ ଥର ପାଇଁ ‘ଜାତୀୟ ଡିଜିଟାଲ୍‌ ସ୍ବାସ୍ଥ୍ୟ ମିସନ’ କାର୍ଯ୍ୟ କରିବ। ଏହି […]

ନୂଆଦିଲ୍ଲୀ: ୭୪ତମ ସ୍ବାଧୀନତା ଦିବସ ଅବସରରେ ଜାତୀୟ ରାଜଧାନୀ ନୂଆଦିଲ୍ଲୀର ଲାଲକିଲ୍ଲାରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ଏହି ଉତ୍ସବରେ କେନ୍ଦ୍ର ମନ୍ତ୍ରିମଣ୍ଡଳର ବହୁ ସଦସ୍ୟ ଯୋଗ ଦେଇଛନ୍ତି। ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାଲକିଲ୍ଲାରୁ ଦେଶବାସୀଙ୍କୁ ସମ୍ବୋଧିତ କରୁଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ‘ଆଜି ହେଉଛି ସେହି ଦିନ ଯେତେବେଳେ ଆମେ ଦେଶର ସେବା କରୁଥିବା ପ୍ରତିରକ୍ଷା ବାହିନୀ, ପୁଲିସ୍ ଫୋର୍ସ, […]

ମୁମ୍ବାଇ: ବଲିଉଡର ବହୁ କଳାକାର ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ରହସ୍ୟ ଉନ୍ମୋଚନ ଲାଗି ସିବିଆଇ ତଦନ୍ତ ସପକ୍ଷରେ ମତ ରଖିଛନ୍ତି। ଏହିକ୍ରମରେ ବରୁଣ ଧୱନ, ଅଙ୍କିତା ଲୋଖଣ୍ଡେ, କ୍ରିତି ସାନନ୍, ମୁକେଶ ଖାନ୍ନାଙ୍କ ନାମ ରହିଛି। ଏବେ ଏଥିରେ ଆଉ ଏକ ନାମ ଯୋଡ଼ା ହୋଇଛି। ହଁ, ସେ ହେଲେ ବଲିଉଡର ଲୋକପ୍ରିୟ ଅଭିନେତା ଅନୁପମ୍ ଖେର୍। ସେ ବି ସିବିଆଇ ତଦନ୍ତ ସପକ୍ଷରେ ମତ ରଖିଛନ୍ତି।ଅନୁପମ୍ ଖେର୍ […]

ନୂଆଦିଲ୍ଲୀ : ଆଜି ଦେଶ ପାଳନ କରୁଛି ସ୍ବାଧୀନତା ଦିବସ । ଆମର ପୂର୍ବସୂରୀ ବହୁମୂଲ୍ୟ ଦେଇ ଅର୍ଜନ କରିଥିବା ସ୍ବାଧୀନତାକୁ ଉପଭୋଗ କରିବା ସହ ଏହାକୁ ବଜାୟ ରଖିବା ପ୍ରତିଟି ଭାରତୀୟର ଦାୟିତ୍ବ ଓ କର୍ତ୍ତବ୍ୟ। ସ୍ବାଧୀନତା ସହ ଦେଶର ସାର୍ବଭୌମତ୍ବର ସୁରକ୍ଷା ଅଙ୍ଗାଅଙ୍ଗୀ ଭାବେ ଜଡ଼ିତ। ସୀମାର ଅଖଣ୍ଡତା ଏବଂ ରାଷ୍ଟ୍ରର ସାର୍ବଭୌମତ୍ବ ବଜାୟ ରଖିବା ଲାଗି ଏକ ଶକ୍ତିଶାଳୀ ତଥା ଶୃଙ୍ଖଳିତ ସେନାବାହିନୀ ଅପରିହାର୍ଯ୍ୟ। ଉଭୟ […]

ନୂଆଦିଲ୍ଲୀ : ୭୪ତମ ସ୍ବାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ରା‌ଷ୍ଟ୍ରପତି ରାମନାଥ କୋବିନ୍ଦ ଗତକାଲି ସନ୍ଧ୍ୟାରେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହି ଅବସରରେ ସେ ଟିଭିରେ ଉଦବୋଧନ ଦେଇଛନ୍ତି। କରୋନା ମହାମାରୀ ସମୟରେ ଜୀବନକୁ ବିପଦରେ ପକାଇ ଦେଶବାସୀଙ୍କୁ ସେବା ଯୋଗାଉଥିବା କରୋନା ଯୋଦ୍ଧାମାନଙ୍କୁ ରାଷ୍ଟ୍ରପତି ଏହି ଅବସରରେ ପ୍ରଶଂସା କରିଛନ୍ତି। କରୋନା ଲଢ଼େଇର ସମୁଖ ଭାଗରେ ରହି ନିରନ୍ତର ଲଢ଼େଇ ଜାରି ରଖିଥିବା ଡାକ୍ତର, ନର୍ସ ଓ ଅନ୍ୟ […]

ନୂଆଦିଲ୍ଲୀ : କରୋନା ପ୍ରକୋପ ଯୋଗୁଁ ସାରାଦେଶରେ ସ୍କୁଲଗୁଡ଼ିକ ବନ୍ଦ ରହିଛି। ମାର୍ଚ୍ଚ ମାସରୁ ବନ୍ଦ ରହିଥିବା ସ୍କୁଲଗୁଡ଼ିକ କେବେ ଖୋଲାଯିବ,ସେ ନେଇ ଏବେ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ବିଚାରବିମର୍ଶ ଜାରି ରଖିଛି। ଛାତ୍ରଛାତ୍ରୀମାନଙ୍କ ଶିକ୍ଷା ଯଥେଷ୍ଟ ମାତ୍ରାରେ ପ୍ରଭାବିତ ହୋଇଥିବା ଯୋଗୁଁ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟର ପ୍ରାଥମିକତା ବର୍ତ୍ତମାନ ରହିଛି କିଭଳି ଭାବେ ୨୦୨୦-୨୧ ଶିକ୍ଷାବର୍ଷ ଅନ୍ତର୍ଗତ ଓ ଦ୍ୱାଦଶ ଛାତ୍ରଛାତ୍ରୀମାନଙ୍କର ପାଠ୍ୟକ୍ରମକୁ ଆରମ୍ଭ କରାଯାଇ ବୋର୍ଡ ପରୀକ୍ଷାକୁ […]

ନୂଆଦିଲ୍ଲୀ: ମସ୍ତିଷ୍କରେ ଅସ୍ତ୍ରୋପଚାର ହେବା ପରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥାବସ୍ଥା ଗୁରୁତର ରହିଥିବା ନେଇ ଖବର ପ୍ରକାଶ ପାଇଥିବା ବେଳେ ଏବେ ସେ କୋମାକୁ ଚାଲିଯାଇଥିବା ସୂଚନା ମିଳିଛି । ଏ ନେଇ ଦିଲ୍ଲୀର ଆର୍ମି ରିସର୍ଚ୍ଚ ଏବଂ ରେଫରାଲ୍‌ ହସ୍ପିଟାଲ୍ ପକ୍ଷରୁ ଏକ ବୁଲେଟିନ୍ ଜାରି କରାଯାଇଛି।ତାଙ୍କୁ ଏବେ ଭେଣ୍ଟିଲେଟର ସହାୟତାରେ ରଖାଯାଇଥିବା ବେଳେ ତାଙ୍କର ଶରୀରର ତାପମାତ୍ରା, ରକ୍ତଚାପ, ହୃଦସ୍ପନ୍ଦନ ଏବଂ ଶ୍ୱାସକ୍ରିୟା ସ୍ଥିର […]

ନୂଆଦିଲ୍ଲୀ : ତାମିଲନାଡ଼ୁରେ ଜଣେ ଓଡ଼ିଆ ମହିଳାଙ୍କ ଶବକୁ ଆବର୍ଜନା ଉଠାଉଥିବା ଗାଡ଼ିରେ ବୋହିବା ମାମଲାରେ ରିପୋର୍ଟ ଦାଖଲ କରିବା ପାଇଁ ଜାତୀୟ ମାନବ ଅଧିକାର ଆୟୋଗ (ଏନଏଚଆରସି) ତାମିଲନାଡୁର ମୁଖ୍ୟ ଶାସନ ସଚିବ , ରାମନାଥପୁରମ୍ର ଜିଲ୍ଲାପାଳଙ୍କୁ ରିପୋର୍ଟ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ମୃତକଙ୍କ ପରିବାରଙ୍କୁ କ୍ଷତିପୂରଣ ବାବଦରେ ଏକ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ସମ୍ପର୍କୀୟ ଅନୁପାଳନ ରିପୋର୍ଟ ଦାଖଲ କରିବା ପାଇଁ କୁହାଯାଇଛି। […]

Social media & sharing icons powered by UltimatelySocial