ଅଯୋଧ୍ୟା: ଅଯୋଧ୍ୟା ରାମ ମନ୍ଦିରର ପୂଜାରୀ ପଦ ପାଇଁ ଗାଜିଆବାଦସ୍ଥିତ ଶ୍ରୀ ଦୁଧେଶ୍ୱରନାଥ ମଠର ପୂର୍ବତନ ଛାତ୍ର ମୋହିତ ପାଣ୍ଡେଙ୍କୁ ବଛାଯାଇଛି। ୩୦୦୦ ପ୍ରାର୍ଥୀଙ୍କର ସାକ୍ଷାତ୍‌କାର ନିଆଯାଇ ସେମାନଙ୍କ ମଧ୍ୟରୁ ପ୍ରଥମେ ୫୦ ଜଣଙ୍କୁ ବଛାଯାଇଥିଲା। ସେହି ୫୦ ଜଣଙ୍କ ମଧ୍ୟରୁ ପାଣ୍ଡେଙ୍କୁ ଚୟନ କରାଯାଇଛି। ମୋହିତଙ୍କ ବ୍ୟକ୍ତିଗତ ଜୀବନ କଥା କହିଲେ ତାଙ୍କର ଜନ୍ମ ୨୦୦୨ ମସିହା ନଭେମ୍ବର ୧୦ ତାରିଖରେ ସୀତାପୁର ବେଲହାଉରାରେ ହୋଇଥିଲା। ଧର୍ମ ରାସ୍ତାରେ […]

ନୂଆଦିଲ୍ଲୀ: ଆଦମପୁରର ବିଜେପି ବିଧାୟକ ଓ ଆଇଏଏସଙ୍କ ବିବାହ ଚର୍ଚ୍ଚାରେ ରହିଛି। ଭାଜପା ବିଧାୟକ ଭବ୍ୟ ବିଶ୍ନୋଇ ଓ ଆଇଏଏସ ପରୀ ବିଶ୍ନୋଇଙ୍କ ଡିସେମ୍ବର ୨୨ ତାରିଖରେ ବିବାହ ହେବାକୁ ଯାଉଛି। ଏହି ବିବାହକୁ ୩ଲକ୍ଷ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଛି। ନୂଆଦିଲ୍ଲୀ, ହରିୟାଣା ଏବଂ ରାଜସ୍ଥାନରେ ରିସେପ୍ସନ ହେବାର ଯୋଜନା ରହିଛି। ବିବାହ ପରେ ଭବ୍ୟ ବିଶ୍ନୋଇ ଓ ଆଇଏଏସ ପରୀଙ୍କୁ ନେଇ ନୂଆଦିଲ୍ଲୀରେ ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଏବଂ […]

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଛତିଶଗଡ଼ରେ ବିଜେପି ବିପୁଳ ବିଜୟ ହାସଲ କରିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ମୁଖ୍ୟମନ୍ତ୍ରୀ କିଏ ହେବେ ତାହା ସ୍ପଷ୍ଟ ହୋଇନାହିଁ। ତେବେ ଏହାରି ଭିତରେ ମୁଖ୍ୟମନ୍ତ୍ରୀ ନାମ ଘୋଷଣା କରିବା ପୂର୍ବରୁ ଭାରତୀୟ ଜନତା ପାର୍ଟି (ବିଜେପି) ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଛତିଶଗଡରେ ପର୍ଯ୍ୟବେକ୍ଷକଙ୍କ ନାମ ଘୋଷଣା କରିଛି। ରାଜସ୍ଥାନର ପର୍ଯ୍ୟବେକ୍ଷକ ଭାବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଦାୟିତ୍ୱ ଦିଆଯାଇଥିବାବେଳେ ମଧ୍ୟପ୍ରଦେଶର ପର୍ଯ୍ୟବେକ୍ଷକ […]

ନୂଆଦିଲ୍ଲୀ: କତରରେ ମୃତ୍ୟୁଦଣ୍ଡାଦେଶ ପାଇଥିବା ୮ ଜଣ ପୂର୍ବତନ ଭାରତୀୟ ନୌସେନା ଅଧିକାରୀଙ୍କୁ ଭାରତୀୟ ରାଷ୍ଟ୍ରଦୂତ ଓ ଦୂତାବାସ ଅଧିକାରୀମାନେ ଭେଟିଥିବା ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଭାରତୀୟ ରାଷ୍ଟ୍ରଦୂତ ସମସ୍ତ ୮ ଜଣଙ୍କୁ ଭେଟିଛନ୍ତି। ଆବେଦନ ପରେ ଏହି ମାମଲାରେ କୋର୍ଟରେ ଏପର୍ଯ୍ୟନ୍ତ ଦୁଇଟି ଶୁଣାଣି ହୋଇଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚୀ କହିଛନ୍ତି, କତାରରେ ୮ ଜଣ ପୂର୍ବତନ ନୌସେନା କର୍ମଚାରୀଙ୍କ […]

୧୧ ବିଧାୟକ କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ଶପଥ ନେଲେ ହାଇଦ୍ରାବାଦ: ବିଧାନସଭା ନିର୍ବାଚନରେ ଦଳର ବିଜୟ ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିବା ତେଲେଙ୍ଗାନା କଂଗ୍ରେସ ମୁଖ୍ୟ ଅନୁମୁଲା ରେବନ୍ତ ରେଡ୍ଡୀ ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ହାଇଦ୍ରାବାଦସ୍ଥିତ ‘ଲାଲ୍‌ ବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ୍‌’ରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ ରାଜ୍ୟପାଳ ତାମିଲିସାଇ ସୌନ୍ଦର୍ଯ୍ୟାରାଜନ ରେବନ୍ତ ରେଡ୍ଡୀଙ୍କୁ ତେଲେଙ୍ଗାନା ରାଜ୍ୟର ଦ୍ଵିତୀୟ ମୁଖ୍ୟମନ୍ତ୍ରୀ ଭାବେ ପଦ ଓ […]

ନୂଆଦିଲ୍ଲୀ: ଭାରତର ବ୍ୟାଙ୍କିଙ୍ଗ୍‌ କ୍ଷେତ୍ର ସମସ୍ତ ଶନିବାରକୁ ସରକାରୀ ଛୁଟି ଘୋଷଣା କରିବାକୁ ଆନୁଷ୍ଠାନିକ ଭାବେ ପ୍ରସ୍ତାବ ଦେଇଛି ବୋଲି ଆଜି ସଂସଦରେ କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ୫ ଦିନିଆ କାର୍ଯ୍ୟ ସପ୍ତାହ କାର୍ଯ୍ୟକାରୀ କରିବାକୁ ଭାରତୀୟ ବ୍ୟାଙ୍କ ସଂଘ (ଆଇବିଏ) ଦାବି କରିଥିବା ପ୍ରଶ୍ନର ଉତ୍ତରରେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଭାଗବତ କରାଡ଼ କହିଛନ୍ତି ଯେ ଆଇବିଏ ପ୍ରକୃତରେ ଏ ନେଇ ଏକ ପ୍ରସ୍ତାବ ଦେଇଛି। […]

ହାଇଦ୍ରାବାଦ : କଂଗ୍ରେସ ନେତା ରେବନ୍ତ ରେଡ୍ଡୀ ତେଲେଙ୍ଗାନାର ନୂଆ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ଡିସେମ୍ବର ୭ରେ ସେ ରାଜ୍ୟର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାର ସମ୍ଭାବନା ରହିଛି ଏବଂ ତାଙ୍କ ସହ କିଛି ମନ୍ତ୍ରୀ ମଧ୍ୟ ଶପଥ ନେବେ। ହାଇଦ୍ରାବାଦରେ ଅନୁଷ୍ଠିତ ସିଏଲପି ବୈଠକରେ ସର୍ବସମ୍ମତିକ୍ରମେ ଏହି ନିଷ୍ପତ୍ତି ନିଆଯାଇଥିଲା ଏବଂ ମୁଖ୍ୟମନ୍ତ୍ରୀ ନିଯୁକ୍ତ କରିବାର ଚୂଡ଼ାନ୍ତ ନିଷ୍ପତ୍ତି ଦଳୀୟ ହାଇକମାଣ୍ଡଙ୍କ ଉପରେ ଛାଡ଼ି ଦିଆଯାଇଥିଲା। କଂଗ୍ରେସ […]

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ରାଜପୁତ କର୍ଣ୍ଣିସେନାର ରାଷ୍ଟ୍ରୀୟ ଅଧ୍ୟକ୍ଷ ସୁଖଦେବ ସିଂ ଗୋଗାମେଡ଼ିଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଏହାକୁ ନେଇ ରାଜସ୍ଥାନରେ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ିବାର ଆଶଙ୍କା ସୃଷ୍ଟି ହୋଇଛି। ଜୟପୁର ପୁଲିସ କମିସନର ବିଜୁ ଜର୍ଜ ଜୋସେଫଙ୍କ ସୂଚନା ଅନୁସାରେ ସୁଖଦେବ ସିଂ ଗୋଗାମେଡ଼ି ଓ ତାଙ୍କ ବନ୍ଧୁକଧାରୀ ସୁରକ୍ଷାକର୍ମୀ ନରେନ୍ଦ୍ରଙ୍କୁ ଦୁର୍ବୃତ୍ତମାନେ ଗୁଳି କରି ହତ୍ୟା କରିଛନ୍ତି। ଏହି ଘଟଣାରେ ୨ ଜଣ ଆହତ ମଧ୍ୟ ହୋଇଛନ୍ତି। […]

ଇମ୍ଫାଲ୍ : ଆଜି ମଣିପୁରର ଟେଙ୍ଗନୌପାଲ ଜିଲ୍ଲାର ଦୁଇ ଗୋଷ୍ଠୀର ସନ୍ତ୍ରାସବାଦୀଙ୍କ ମଧ୍ୟରେ ଗୁଳି ବିନିମୟରେ ଅତି କମରେ ୧୩ ଜଣଙ୍କର ମୃତ୍ୟୁ ଘଟିଛି ବୋଲି ଜଣାପଡ଼ିଛି। ସୋମବାର ଅପରାହ୍ନରେ ଲିଥୁ ଗ୍ରାମରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି। ଜଣେ ସରକାରୀ ଅଧିକାରୀ କହିଛନ୍ତି ଯେ ମିଆଁମାର ଅଭିମୁଖେ ଯାଉଥିବା ଏକ ସଶସ୍ତ୍ର ଗୋଷ୍ଠୀର ବିଦ୍ରୋହୀଙ୍କୁ ସେ ଅଞ୍ଚଳର ଆଉ ଏକ ପ୍ରଭାବଶାଳୀ ସଶସ୍ତ୍ର ଗୋଷ୍ଠୀ ପକ୍ଷରୁ ଅଚାନକ […]

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ ନିର୍ବାଚନରେ ବିଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ୍ କରି ଜନସାଧାରଣଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି। ଭୋଟରମାନେ ବିଜେପି ଉପରେ ବିଶ୍ବାସ ଓ ଆଶୀର୍ବାଦ ଦେଇଛନ୍ତି। ଲୋକମାନଙ୍କ କଲ୍ୟାଣ ପାଇଁ ପରିଶ୍ରମ ଜାରି ରହିବ ବୋଲି ସେ କହିଛନ୍ତି। ସୋସିଆଲ ମିଡିଆ ସାଇଟ୍ ଏକ୍ସରେ ସେ ଲେଖିଛନ୍ତି, “ଜନତା ଜନାର୍ଦ୍ଦନଙ୍କୁ ପ୍ରଣାମ।” ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ ନିର୍ବାଚନ ଫଳାଫଳ ଦର୍ଶାଉଛି ଯେ […]

Social media & sharing icons powered by UltimatelySocial