ନୂଆଦିଲ୍ଲୀ: ଶନିବାର ଦିନ କଂଗ୍ରେସ ନେତା ରାହୁଳ ଗାନ୍ଧୀ କହିଛନ୍ତି ଯେ ସରକାର ୨୦ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ୍‌ର ପୁନର୍ବିଚାର କରି ଲକ୍‌ଡାଉନ୍ ଯୋଗୁଁ ଦୁର୍ଦ୍ଦଶାଗ୍ରସ୍ତ ହେଉଥିବା ଲୋକଙ୍କ ପାଖକୁ ସିଧାସଳଖ ଟଙ୍କା ପଠାଇବା କଥା ଚିନ୍ତା କରିବା ଆବଶ୍ୟକ। ଆଜି ମଧ୍ୟାହ୍ନରେ ରାହୁଳ ଇଲେକ୍ଟ୍ରୋନିକ୍ ରିଜିଓନାଲ୍ ନିଉଜ୍ ମି‌ଡିଆମାନଙ୍କର ପ୍ରଶ୍ନର ଉତ୍ତର ଦେବା ବେଳେ ଏ କଥା କହିଛନ୍ତି। ରାହୁଳ ଗାନ୍ଧୀ କହିଲେ, ଉପବାସରେ ଚାଲି […]

୧୮ରୁ ୨୦ ଯାଏ ଉପକୂଳରେ ବଡ଼ ବର୍ଷା, ୮୦ କିମି ବେଗରେ ବହିପାରେ ପବନ ଭୁବନେଶ୍ୱର: ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବଳୟ ଶନିବାର ସନ୍ଧ୍ୟାରେ ବାତ୍ୟା ରୂପ ନେବ। ତେବେ ସମ୍ଭାବ୍ୟ ବାତ୍ୟା ‘ଅମ୍ଫାନ୍’ର ଓଡ଼ିଶା ଉପରେ କି ପ୍ରଭାବ ରହିବ, ସର୍ବୋପରି ଏହା କେଉଁଠାରେ ସ୍ଥଳଭାଗ ଛୁଇଁବ, ସେ ନେଇ ଠୋସ୍ ଭାବେ ଭାରତର ପାଣିପାଗ ବିଜ୍ଞାନ କେନ୍ଦ୍ର କିଛି ପୂର୍ବାନୁମାନ କରିନାହିଁ। ଭାରତୀୟ […]

ଉହାନ: ତାହା ଅନ୍ତଃନଳୀରେ ମଧ୍ୟ ଦେଖିବାକୁ ମିଳୁଛି। ଅଧିକାଂଶ ଶିଶୁଙ୍କଠାରେ କୋଭିଡ୍‌-୧୯ର ସାମାନ୍ୟ ଲକ୍ଷଣ ଦେଖାଯାଉଥିବା ବେଳେ ଅଳ୍ପ କେତେକ ଶିଶୁଙ୍କ ଦେହରେ ଗୁରୁତର ଲକ୍ଷଣ ଦେଖାଯାଉଛି। ଏପରିକି ଶିଶୁମାନଙ୍କଠାରେ ଶ୍ଵାସକ୍ରିୟା ଜନିତ କୌଣସି ଲକ୍ଷଣ ଦେଖାଯାଉ ନ ଥିବାରୁ ପ୍ରାରମ୍ଭିକ ପର୍ଯ୍ୟାୟରେ ଏହାର ଚିହ୍ନଟ କଷ୍ଟକର ବୋଲି ଚୀନ୍‌ର ଉହାନର ଟଙ୍ଗଜୀ ହସ୍ପିଟାଲ ଗବେଷଣାରୁ ଜଣାପଡ଼ିଛି। ସଂପୃକ୍ତ ହସ୍ପିଟାଲରେ ଶ୍ଵାସକ୍ରିୟାଜନିତ ଲକ୍ଷଣ ନ ଥିବା ଶିଶୁମାନଙ୍କ ଉପରେ ଏକ […]

ଚାମୋଲି: ପ୍ରଥମେ ଶୀତିଦିନିଆ ତୁଷାରପାତ ଓ ତା’ପରେ କରୋନା ମହାମାରୀ ପାଇଁ ଦୀର୍ଘଦିନ ହେବ ବନ୍ଦ ଥିବା ଭଗବାନ ବଦ୍ରିନାଥଙ୍କ ମନ୍ଦିର ଶୁକ୍ରବାର ପ୍ରତ୍ୟୁଷରୁ ଖୋଲା ଯାଇଛି। ଏଥିପାଇଁ ପୂରା ମନ୍ଦିରକୁ ଫୁଲରେ ସଜା ଯାଇଥିଲା। ସକାଳ ୪.୩୦ରେ ବୈଦିକ ମନ୍ତ୍ର ଉଚ୍ଚାରଣ କରିବା ପରେ ମନ୍ଦିର ଖୋଲା ଯାଇଥିଲେ ହେଁ ମନ୍ଦିର ଭିତରକୁ କୌଣସି ଭକ୍ତଙ୍କୁ ଯିବାକୁ ଅନୁମତି ଦିଆ ଯାଇ ନ ଥିଲା। ସାମାଜିକ ଦୂରତାକୁ ପାଳନ […]

ଭୁବନେଶ୍ୱର: ସୋସିଆଲ ମିଡିଆ ବ୍ୟବହାର ବଢ଼ିଛି। ଲୋକମାନଙ୍କର ପସନ୍ଦ ହେଉଛି ଫେସ୍‌ବୁକ୍‌। ଏହି ଫେସ୍‌ବୁକ୍‌କୁ ଏବେ ଟାର୍ଗେଟ କରିଛନ୍ତି ଲୁଟେରା। ଆକାଉଣ୍ଟ ହ୍ୟାକ କରି ଲୁଟି ନେଉଛି ଟଙ୍କା। କିଛି କରିପାରୁନି ସାଇବର ଥାନା, ଲୁଟେରାଙ୍କ ଗନ୍ଧ ବି ପାଉନି କ୍ରାଇମ୍‌ବ୍ରାଞ୍ଚ। ସେଥିପାଇଁ ପ୍ରୋତ୍ସାହିତ ହେଉଛନ୍ତି ଠକ। ସମସ୍ତ ଡାଟା ଚୋରି କରି ଅପବ୍ୟବହାର କରୁଛି। ତାଲାବନ୍ଦ ଯୋଗୁଁ ଟଙ୍କା ଆବଶ୍ୟକତା ଥିବା ଦର୍ଶାଇ ବନ୍ଧୁମାନଙ୍କ ଠାରୁ ଲକ୍ଷ ଲକ୍ଷ […]

ଭୁବନେଶ୍ୱର: ବାତ୍ୟା ମୁକାବିଲାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ରିଲିଫ କମିସନ୍‌ର ପ୍ରଦୀପ ଜେନା ଆଜି ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏହି ସମ୍ମିଳନୀରେ ଲଘୁଚାପ ଆଜି ସଂଧ୍ୟାରେ ଅବପାତର ରୂପ ନେବ ବୋଲି ସୂଚନା ଦେବା ସହିତ ଆସନ୍ତାକାଲି ସଂଧ୍ୟା ବେଳକୁ ତାହା ବାତ୍ୟା ରୂପ ନେବାର ସମ୍ଭାବନା ରହିଛି। କେଉଁଠ ଲ୍ୟାଣ୍ଡ ଫଲ୍‌ କରିବ ତାହା ଜଣାପଡ଼ିନାହିଁ। ଏତଦ ଦ୍ୱାରା ଉତ୍ତର ଓଡ଼ିଶା ପ୍ରଭାବିତ ହୋଇପାରେ। ବାତ୍ୟା ୧୭ ତାରିଖ […]

ଭୁବନେଶ୍ୱର: ବିଶିଷ୍ଟ ସ୍ୱାଧୀନତା ସଂଗାମୀ ଭବାନୀ ଚରଣ ପଟ୍ଟନାୟକ ଆଉ ନାହାନ୍ତି। ଆଜି ସନ୍ଧ୍ୟାରେ କ୍ୟାପିଟାଲ ହସ୍ପିଟାଲରେ ଭବାନୀ ଚରଣ ପଟ୍ଟନାୟକଙ୍କର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୮ ବର୍ଷ ବୟସ ହୋଇଥିଲା। ଶ୍ରୀ ପଟ୍ଟନାୟକ ଜଣେ ଆଗଧାଡ଼ିର ସ୍ୱାଧୀନତା ସଂଗ୍ରାମୀ ଥିବା ବେଳେ ସାଂସଦ ଭାବେ ୩ ଥର ରାଜ୍ୟସଭାକୁ ମନୋନୀତ ହୋଇଥିଲେ। ସେ ୧୯୬୧, ୧୯୬୬ ଓ ୧୯୭୮ରେ ରାଜ୍ୟସଭାକୁ ସାଂସଦ ଭାବେ ମନୋନୀତ ହୋଇଥିଲେ। […]

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଳାରେ କରୋନା ମହାମାରୀ ରୂପ ନେବା ଭଳି ପରିସ୍ଥିତି ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି। ଦ୍ରୁତଗତିରେ ପଜିଟିଭ୍‌ ସଂଖ୍ୟା ବଢ଼ିବାରେ ଲାଗିଛି। ଆଜି ସକାଳୁ ସର୍ବାଧିକ ୫୨ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଦିନ ଯେତେକି ଗଡ଼ୁଛି ବିପଦ ସେତିକି ଘନଉଛି। ପ୍ରବାସୀ ଓଡ଼ିଆଙ୍କ ଆଗମନ ସାଙ୍ଗକୁ କରୋନା ପଜିଟିଭ୍‌ ସଂଖ୍ୟା ବଢି ଚାଲିଛି। ମାତ୍ର ୧୨ ଦିନରେ କରୋନା ପଜିଟିଭ୍‌ ୨୦୦ ପାର୍‌ […]

ନୂଆଦିଲ୍ଲୀ : ଦେଶର ବିଭିନ୍ନ ବର୍ଗଙ୍କ ପାଇଁ କେନ୍ଦ୍ର ସରକାର ଘୋଷଣା କରିଥିବା ପ୍ୟାକେଜକୁ କଂଗ୍ରେସ ସମାଲୋଚନା କରିଛି। ଏହା ମୋଦୀ ସରକାରଙ୍କ ଏକ ଜୁମଲା (ଫମ୍ପା) ପ୍ୟାକେଜ ବୋଲି କହିଛି କଂଗ୍ରେସ। ବରିଷ୍ଠ କଂଗ୍ରେସ ନେତା ଆନନ୍ଦ ଶର୍ମା କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯେତେବେଳେ ଦେଶର ଡିଜିପିର ୧୦ ପ୍ରତିଶତ ପ୍ୟାକେଜ ଆକାରରେ ପ୍ରଦାନ ପାଇଁ ଘୋଷଣା କଲେ ସେତେବେଳେ ଲାଗୁଥିଲା ଯେ ଏହାକୁ ନେଇ […]

୧୮ ଓ ୧୯ରେ ରାଜ୍ୟର ଦକ୍ଷିଣ ଓ ଉତ୍ତର ଉପକୂଳରେ ପ୍ରବଳ ବର୍ଷା ସମ୍ଭାବନା ନୂଆଦିଲ୍ଲୀ/ ଭୁବନେଶ୍ୱର: ଦକ୍ଷିଣ- ପୂର୍ବ ବଙ୍ଗୋପସାଗର ଓ ଏହାର ପାଶ୍ୱବର୍ତ୍ତୀ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବଳୟ ଆଜି ପୂର୍ବାହ୍ନରେ ‘ୱେଲ- ମାର୍କଡ୍‌ ଲୋ- ପ୍ରେସର’ରେ ରୂପାନ୍ତରିତ ହୋଇଛି। ଏହାକ୍ରମେ ଅଧିକ ଘନୀଭୂତ ହୋଇ ଏକ ଘୂର୍ଣ୍ଣିବଳୟ ଓ ପରେ ଏକ ସାମୁଦ୍ରିକ ଝଡ଼ର ରୂପ ନେବାର ଆଶଙ୍କା ରହିଛି ବୋଲି […]

Social media & sharing icons powered by UltimatelySocial