ଦୁବାଇ: କୋଭିଡ୍‌ ସଂକ୍ରମଣ ପାଇଁ ଅଧାରୁ ଅଟକିଯାଇଥିବା ଆଇପିଏଲ୍‌ ଚତୁର୍ଦ୍ଦଶ ସଂସ୍କରଣର ଦ୍ବିତୀୟ ଚରଣ ଆଜି ପୁନଃଆରମ୍ଭ ହେଉଛି। ଦୁବାଇରେ ରାତି ୭.୩୦ ମିନିଟ୍‌ରେ ଆଇପିଏଲ୍‌ ଇତିହାସର ଦୁଇ ସଫଳ ଦଳ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଚେନ୍ନାଇ ସୁପର୍‌ କିଙ୍ଗ୍ସ ମୁକାବିଲାରୁ ଏହି ଲୋକପ୍ରିୟ ତଥା ଲୋଭନୀୟ ଲିଗ୍‌ ପ୍ରତ୍ୟାବର୍ତ୍ତନ କରୁଛି। ଏଥି ପାଇଁ ଟସ୍‌ ପଡ଼ିଛି। ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଟସ୍‌ ଜିଣି ବ୍ୟାଟିଂ ନିଷ୍ପତ୍ତି ନେଇଛି। […]

ନୂଆଦିଲ୍ଲୀ: ବିଦେଶରେ ଭାରତର ଟେକ ରଖିଥିବା ପାରାଲିମ୍ପିକ୍ସ ଖେଳାଳିଙ୍କୁ ଆଜି ଭେଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପୂର୍ବରୁ ପାରାଲିମ୍ପିକ୍ସରେ ଭାରତ ପାଇଁ ପଦକ ଆଣିଥିବା ଖେଳାଳିଙ୍କ ସହ ପ୍ରଧାନମନ୍ତ୍ରୀ ଟେଲିଫୋନ ମାଧ୍ୟରେ କଥା ହୋଇଥିବା ବେଳେ ଆଜି ସେମାନଙ୍କୁ ଭେଟି ସିଧାସଳଖ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ। ପାରାଲିମ୍ପିକ୍ସ ଖେଳାଳିମାନେ ଆଜି ଦିଲ୍ଲୀସ୍ଥିତ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ପହଞ୍ଚିଥିଲେ। ସେଠାରେ କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର ମଧ୍ୟ ଉପସ୍ଥିତ ଥିଲେ। ଟୋକିଓ ପାରାଲିମ୍ପିକ୍ସରେ ପଦକ […]

ଭୁବନେଶ୍ବର : ଟୋକିଓ ପାରା ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତି ରାଜ୍ୟ ଓ ଦେଶ ପାଇଁ ଗୌରବ ଆଣିଥିବା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପାରାବ୍ୟାଡମିଣ୍ଟନ ରେ ଦେଶର ପ୍ରଥମ ଅଲିମ୍ପିକ୍ସ ସ୍ବର୍ଣ୍ଣ ଆଣିଥିବା ପ୍ରମୋଦ ଭଗତ ଦେଶର କ୍ରୀଡ଼ା ଇତିହାସରେ ନିଜର ଛାପ ଛାଡ଼ିଛନ୍ତି। ତାଙ୍କ ସଫଳତା ଅନ୍ୟ କ୍ରୀଡ଼ାବିତମାନଙ୍କୁ ଅନୁପ୍ରାଣିତ କରିବ। ସମ୍ବର୍ଦ୍ଧନା […]

ନୂଆଦିଲ୍ଲୀ; ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କ ବାସଭବନରେ ଟୋକିଓ ୨୦୨୦ ପାରାଲିମ୍ପିକ୍ କ୍ରୀଡାର ଭାରତୀୟ ଦଳ ପାଇଁ ଅଭ୍ୟର୍ଥନା ସମାରୋହର ଆୟୋଜନ କରିଛନ୍ତି। ଏହି ଦଳରେ ପାରା-ଆଥଲେଟ୍ସ ଏବଂ ସେମାନଙ୍କ କୋଚ୍ ମଧ୍ୟ ସାମିଲ ହୋଇଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ସମଗ୍ର ଦଳ ସହିତ ଏକ ଖୋଲା ଏବଂ ଅନୌପଚାରିକ କଥାବାର୍ତ୍ତା କରିଥିଲେ। ପାରାଲିମ୍ପିକ୍ସରେ ଐତିହାସିକ ପ୍ରଦର୍ଶନ ସହିତ ରେକର୍ଡ ଭାଙ୍ଗିବା ପାଇଁ ସେ ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। […]

ମୁମ୍ବାଇ : ଆସନ୍ତା ଅକ୍ଟୋବର ୧୭ରୁ ନଭେମ୍ବର ୧୪ ପର୍ଯ୍ୟନ୍ତ ଓମାନ ଓ ୟୁଏଇରେ ହେବାକୁ ଥିବା ଟି-୨୦ ବିଶ୍ବକପ କ୍ରିକେଟ୍ ପାଇଁ ୧୫ ସଦସ୍ୟ ବିଶିଷ୍ଟ ଭାରତୀୟ ଦଳ ଘୋଷଣା କରିଛି ବିସିସିଆଇ। ପୂର୍ବତନ ଦ୍ରୁତ ବୋଲର ଚେତନ ଶର୍ମାଙ୍କ ଅଧ୍ୟକ୍ଷତାରେ ବସିଥିବା ଚୟନ କମିଟି ବୈଠକରେ ବିଶ୍ବକପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ବିରାଟ କୋହଲି ଭାରତୀୟ ଦଳର ଅଧିନାୟକ ଓ ରୋହିତ ଶର୍ମାଙ୍କୁ ଉପ-ଅଧିନାୟକ […]

୫୦ ବର୍ଷରେ ଓଭାଲରେ ଭାରତର ପ୍ରଥମ ଟେଷ୍ଟ ବିଜୟ ଲଣ୍ଡନ : ଓଭାଲ ଟେଷ୍ଟରେ ଐତିହାସିକ ବିଜୟ ସହ ଭାରତ ଲର୍ଡ୍ସ ଟେଷ୍ଟରେ ଭୋଗିଥିବା ଲଜ୍ଜାଜନକ ପରାଜୟର ପ୍ରତିଶୋଧ ନେଇଛି। ଏହା ସହିତ ଭାରତ ସିରିଜରେ ୨-୧ରେ ଆଗୁଆ ହୋଇଯାଇଛି। ବିଜୟ ପାଇଁ ଇଂଲଣ୍ଡ ଆଗରେ ୩୬୮ ରନର ଲକ୍ଷ୍ୟ ଥିବାବେଳେ ଦଳ ୨୧୦ ରନ କରି ଅଲଆଉଟ ହୋଇଯାଇଥିଲା। ଇଂଲଣ୍ଡ ପକ୍ଷରୁ ଦୁଇ ଓପନର ରୋରି ବର୍ନସ ଓ […]

ନୂଆଦିଲ୍ଲୀ: ଜାପାନର ରାଜଧାନୀ ଟୋକିଓରେ ଚାଲିଥିବା ପାରାଲିମ୍ପିକ୍ସ୍‌ର ଟେୁବୁଲ୍‌ ଟେନିସ୍ ପ୍ରତିଯୋଗିତାରେ ଆଜି ରୌପ୍ୟ ପଦକ ଜିଣି ଭାରତର ଭାବିନା ପଟେଲ୍‌ ଇତିହାସ ସୃଷ୍ଟି କରିଛନ୍ତି। ପାରାଲିମ୍ପିକ୍ସ୍ ପଦକ ଜିଣିବାରେ ସେ ହେଉଛନ୍ତି ଦ୍ବିତୀୟ ଭାରତୀୟ ମହିଳା। ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାବିନାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସ୍ବର୍ଣ୍ଣ ପଦକ ପ୍ରତିଯୋଗିତାରେ ବିଶ୍ବର ୧ ନମ୍ବର କ୍ରୀଡ଼ିକା ଜୋଉ ୟିଙ୍ଗ୍‌ଙ୍କ ଠାରୁ ପରାସ୍ତ […]

ହକି କେବଳ ଏକ ଖେଳ ନୁହେଁ,ଏହା ଜାତୀୟ ସଂହତି, ଏକତା ଓ ଅଖଣ୍ଡତାର ସୂତ୍ରଧର: ମୁଖ୍ୟମନ୍ତ୍ରୀ ଭୁବନେଶ୍ବର: ‘‘ଓଡ଼ିଶା ଆଉ ୧୦ ବର୍ଷ ପାଇଁ ଭାରତୀୟ ହକିର ପ୍ରାୟୋଜକ ରହିବ’’। ଟୋକିଓ ଅଲିମ୍ପିକ୍ସରେ ଐତିହାସିକ ପ୍ରଦର୍ଶନ କରି ଉଚ୍ଚ ପ୍ରଶଂସିତ ହୋଇଥିବା ଭାରତୀୟ ପୁରୁଷ ଓ ମହିଳା ହକି ଖେଳାଳିଙ୍କ ପାଇଁ ମଙ୍ଗଳବାର ସଂଧ୍ୟାରେ ଆୟୋଜିତ ସ୍ବତନ୍ତ୍ର ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ […]

ଟୋକିଓ : ‘ମୁଁ ଘୋଷଣା କରୁଛି ୩୨ତମ ଅଲିମ୍ପିକ୍ ଉଦ୍‌ଯାପିତ ହେଲା। ପରମ୍ପରାକୁ ଆଗକୁ ନେଇ ୩ ବର୍ଷ ପରେ ଫ୍ରାନ୍ସ ରାଜଧାନୀ ପ୍ୟାରିସ୍‌ରେ ୩୩ତମ ଅଲିମ୍ପିକରେ ଏକାଠି ହେବାକୁ ବିଶ୍ବର ସମସ୍ତ ଯୁବ ସମ୍ପ୍ରଦାୟକୁ ନିମନ୍ତ୍ରଣ କରୁଛି’। ଏଭଳି ଦୁଇଟି ବାକ୍ୟ କହି ଅନ୍ତର୍ଜାତୀୟ ଅଲିମ୍ପିକ୍ ସମିତି (ଆଇଓସି)ର ସଭାପତି ତଥା ୧୯୭୬ ଅଲିମ୍ପିକ୍ସର ଅସିଚାଳନା ବିଜେତା ଥମାସ୍ ବାକ୍‌ ଟୋକିଓ ୨୦୨୦କୁ ଉଦ୍‌ଯାପିତ କରିଛନ୍ତି। କୋଭିଡ୍‌ ମହାମାରୀର […]

ଟୋକିଓ: ଭାରତକୁ ମିଳିଲା ପ୍ରଥମ ସ୍ୱର୍ଣ୍ଣ। ଟୋକିଓରେ ଇତିହାସ ରଚିଲା ଭାରତ। ଟୋକିଓ ଅଲିମ୍ପିକ୍ସରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣ ପଦକ ଉପହାର ଦେଲେ ନୀରଜ ଚୋପ୍ରା। ଭାରତକୁ ଜାଭେଲିନ୍‌ ଥ୍ରୋ ପ୍ରତିଯୋଗିତାରେ ନୀରଜ ଚୋପ୍ରା ଦେଲେ ସ୍ୱର୍ଣ୍ଣ ପଦକ। ସାରା ବିଶ୍ୱରେ ଭାରତ ଗର୍ବ ଆଉ ଗୌରବ ସାଜିଲେ ନିରଜ। ପ୍ରଥମ ରାଉଣ୍ଡରେ ନିଜର ୮୭.୦୩ ମିଟର ଥ୍ରୋ କରି ନିରଜ ଆଗରେ ରହିଥିବା ବେଳେ ଦ୍ୱିତୀୟ ରାଉଣ୍ଡରେ ସେ […]

Social media & sharing icons powered by UltimatelySocial