ଭୁବନେଶ୍ୱର: ଭୁବନେଶ୍ୱରରେ ୱାସିମ ଜାଫର। ଓଡ଼ିଶା କ୍ରିକେଟ ଦଳର କୋଚ୍ ଭାବେ ନୂଆ ଦାୟିତ୍ୱ ପାଇଥିବା ୱାସିମ ଓଡ଼ିଶାରେ ପହଞ୍ଚିଛନ୍ତି। ଏହି ପୂର୍ବତନ ଭାରତୀୟ ଖେଳାଳି ଓଡ଼ିଶାରେ ପହଞ୍ଚିବା ପରେ କହିଛନ୍ତି, ଏହି ଦାୟିତ୍ୱ ମୋ ପାଇଁ ସୌଭାଗ୍ୟ। ଓଡ଼ିଶାରେ ଭଲ ପ୍ରତିଭା ଅଛନ୍ତି, ସଠିକ ଦିଗରେ ଯିବାକୁ ଚେଷ୍ଟା କରିବୁ। ଫଳାଫଳ ଭଲ ମିଳିବ ବୋଲି ଆଶା ବାନ୍ଧିଛନ୍ତି ୱାସିମ।ଏହାଛଡା ନିଜେ ଯେହେତୁ ବ୍ୟାଟ୍ସମ୍ୟାନ ଥିଲେ ତେଣୁ ଓଡ଼ିଶାର […]

ଶିଖର ଧୱନ, ଈଷନ କିଷନଙ୍କ ଅର୍ଦ୍ଧଶତକ କଲମ୍ବୋ: ଶ୍ରୀଲଙ୍କା ବିପକ୍ଷ ଦିନିକିଆ ଶୃଙ୍ଖଳାରେ ଭାରତ ସଫଳତାର ସହିତ ନିଜର ବିଜୟ ଅଭିଯାନ ଆରମ୍ଭ କରିଛି। ଶ୍ରୀଲଙ୍କା ଗସ୍ତରେ ଅଧିନାୟକ ଶିଖର ଧୱନ୍ (ଅପରାଜିତ ୮୬ ରନ୍, ୯୫ ବଲ, ୬ ଚୌକା ଓ ୧ ଛକା), ଯୁବ କ୍ରିକେଟର ଈଷନ କିଷନ (୫୯ ରନ୍) ଓ ପୃଥ୍ୱୀ ସ(୪୩ ରନ୍)’ଙ୍କ ଦମଦାର ବ୍ୟାଟିଂ ବଳରେ ଭାରତ ୩ଟି ମ୍ୟାଚ୍ ବିଶିଷ୍ଟ […]

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସ ପାଇଁ ପୁଣି ବିପଦ ବଢେଇଲାଣି କରୋନା ସଂକ୍ରମଣ। ରବିବାର ସୁଦ୍ଧା ଜଣେ ସାମ୍ବାଦିକଙ୍କୁ ମିଶାଇ ଟୋକିଓ ଅଲିମ୍ପିକ୍ସରେ କୋଭିଡ ଆକ୍ରାନ୍ତ ସଂଖ୍ୟା ୧୦କୁ ବୃଦ୍ଧି ପାଇଥିବା ଜଣାପଡିଛି। କେବଳ କ୍ରିଡାଗ୍ରାମର ୩ଜଣ ଖେଳାଳି ପଜିଟିଭ୍ ଚିହ୍ନଟ ହେବା ପରେ ଚିନ୍ତା ବଢି ଯାଇଛି। ସୂଚନାଯୋଗ୍ୟ, ଟୋକିଓରେ ଗତ ୭ ଦିନ ଧରି ଦୈନିକ ସଂକ୍ରମଣ ସଂଖ୍ୟା ୧୦୦୦ ଉପରେ ରହୁଛି। ଏହାରି ଭିତରେ ସୂଚନା ମିଳିଛି […]

ଭୁବନେଶ୍ବର: ଅଲିମ୍ପିକ୍ସ ଟିକେଟ୍ ପାଇବା ପରେ ଓଡ଼ିଶା ଫେରିଛନ୍ତି ଓଡ଼ିଆ ଦୌଡ଼ ରାଣୀ ଦୂତୀ ଚାନ୍ଦ। ଆଜି କିଟ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଏଥିରେ କିଟ୍‌ ଓ କିସର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, ରାଜ୍ୟ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତୀ ବେହେରା ସାମିଲ ହୋଇ ଦୂତୀଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ୧୦୦ ଓ ୨୦୦ ମିଟର ମହିଳା ବର୍ଗ ଦୌଡ଼ରେ ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନ କରିଛନ୍ତି ଦୂତୀ। ଅଲିମ୍ପିକ୍ସ ଯୋଗ୍ୟତାର […]

ଭୁବନେଶ୍ୱର: ବର୍ଷ ୨୦୨୧ ପାଇଁ ଦିଆଯିବାକୁ ଥିବା ଜାତୀୟ ସ୍ତରୀୟ କ୍ରୀଡ଼ା ପୁରସ୍କାର ପାଇଁ ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବ୍ୟାପର ବିଭାଗ ପକ୍ଷରୁ ୪ ଜଣ ପ୍ରତିଭାଙ୍କ ନାମକୁ ସୁପାରିସ କରାଯାଇଛି। କ୍ରୀଡ଼ା ବିଭାଗ ଓଡ଼ିଆ ଆଥଲେଟ ତଥା ଧାବିକା ଦୂତୀ ଚାନ୍ଦ, ଅନ୍ତର୍ଜାତୀ ହକି ଖେଳାଳି ବୀରେନ୍ଦ୍ର ଲାକ୍ରା, ହକିକୋଚ୍ କାଳୁ ଚୌଧୁରୀ ଓ ପୂର୍ବତନ ଆଥଲେଟ୍ ଅନୁରାଧା ବିଶ୍ୱାଳଙ୍କ ନାମ ପୁରସ୍କାର ପାଇଁ ରାଜ୍ୟ […]

ମୁମ୍ବାଇ : ୟୁଏଇ ଓ ଓମାନରେ ଆସନ୍ତା ଅକ୍ଟୋବର ୧୭ରୁ ନଭେମ୍ବର ୧୪ ପର୍ଯ୍ୟନ୍ତ ଟି୨୦ ବିଶ୍ବକପ କ୍ରିକେଟ ଖେଳାଯିବ ବୋଲି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଘୋଷଣା କରିଛି। ଏଥିପାଇଁ ପୂର୍ବରୁ ବିସିସିଆଇ ଦେଇଥିବା ପ୍ରସ୍ତାବରେ ଆଇସିସି ମୋହର ମାରିଛି। ଏହି ଟୁର୍ଣ୍ଣାମେଣ୍ଟ ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମ, ଆବୁ ଧାବିର ଶେଖ ଜାୟେଦ୍ ଷ୍ଟାଡିୟମ, ଶାରଜା ଷ୍ଟାଡିୟମ ଓ ଓମାନ କ୍ରିକେଟ ଏକାଡେମୀ ଗ୍ରାଉଣ୍ଡରେ ଖେଳାଯିବ। ବିସିସିଆଇ ଏହି […]

ରାଷ୍ଟ୍ରୀୟ ମର୍ଯ୍ୟାଦାରେ ସମ୍ପନ୍ନ ହେବ ମିଲ୍‌ଖା ସିଂହଙ୍କ ଅନ୍ତିମ ସଂସ୍କାର ନୂଆଦିଲ୍ଲୀ: ପଞ୍ଜାବ ସରକାରଙ୍କ ପକ୍ଷରୁ ରାଷ୍ଟ୍ରୀୟ ମର୍ଯ୍ୟାଦା ଜ୍ଞାପନ ପୂର୍ବକ କିମ୍ବଦନ୍ତୀ ଧାବକ ମିଲ୍‌ଖା ସିଂହଙ୍କର ଅନ୍ତିମ ସଂସ୍କାର କରିବା ସହ ଗୋଟିଏ ଦିନ ରାଷ୍ଟ୍ରୀୟ ଶୋକ ପାଳନ କରାଯିବ ବୋଲି ଆଜି ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ କହିଛନ୍ତି। ଟୁଇଟ୍‌ କରି ଅମରିନ୍ଦର ସିଂହ ଲେଖିଛନ୍ତି, ଆମ ସରକାରଙ୍କ ତରଫରୁ ରାଷ୍ଟ୍ରୀୟ ମର୍ଯ୍ୟାଦା ଦିଆଯାଇ ସ୍ବର୍ଗତ ମିଲ୍‌ଖା ସିଂହଜୀଙ୍କ […]

ନୂଆଦିଲ୍ଲୀ: ୟୁଏଇରେ ହେବ ଆଇପିଏଲ ୨୦୨୧ର ଅବଶିଷ୍ଟ ମ୍ୟାଚ୍। ଏନେଇ ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି। ବିସିସିଆଇର ଏସଜିଏମ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି। ଆସନ୍ତା ସେପ୍ଟେମ୍ବର-ଅକ୍ଟୋବର ମାସରେ ୟୁଏଇରେ ଆଇପିଏଲ ହୋଇପାରେ। ତେବେ କୌଣସି ନିର୍ଦ୍ଦିଷ୍ଟ ତାରିଖ ଏଯାଏଁ ବିସିସିଆଇ ପକ୍ଷରୁ ଘୋଷଣା କରାଯାଇନଥିବା ବେଳେ ଆଇପିଏଲର ବଳକା ୩୧ଟି ମ୍ୟାଚ୍ ୟୁଏଇରେ ହେବ ବୋଲି ସ୍ପଷ୍ଟ ହୋଇଛି। ଉଲ୍ଲେଖଯୋଗ୍ୟ, କରୋନା ପାଇଁ ଆଇପିଏଲ ୨୦୨୧କୁ ଅଧାରୁ ସ୍ଥଗିତ […]

ଅହମଦାବାଦ: ସ୍ଥାନୀୟ ନରେନ୍ଦ୍ର ମୋଦୀ ଷ୍ଟାଡିୟମଠାରେ ଖେଳାଯାଇଥିବା ଭାରତ-ଇଂଲଣ୍ଡ ୨ୟ ଟି-୨୦ରେ ଭାରତ ଇଂଲଣ୍ଡକୁ ୭ ଓ୍ବିକେଟରେ ପରାସ୍ତ କରିଛି। ଏହା ସହିତ ସିରିଜ ୧-୧ରେ ପହଞ୍ଚିଛି। ଏହି ମ୍ୟାଚର ମୁଖ୍ୟ ଆକର୍ଷଣ ଥିଲା ନିଜର ପ୍ରଥମ ଅନ୍ତର୍ଜାତୀୟ ଟି-୨୦ ଖେଳିଥିବା ଇଶାନ କିଷନଙ୍କ ଲଢୁଆ ଅର୍ଦ୍ଧଶତକ। ସେ ୫୬ ରନ (୩୨ ବଲ, ୫ ଚୌକା, ୪ ଛକା) କରି ଆଦିଲ ରସିଦଙ୍କ ଦ୍ବାରା ଏଲବିଡବ୍ଲୁ ଆଉଟ୍ ହୋଇଥିଲେ। […]

ଭୁବନେଶ୍ୱର : ଟେନିସ କ୍ରିକେଟ ଆସୋସିଏସନ ଅଫ ଇଣ୍ଡିଆ ଦ୍ୱାରା ପରିଚାଳିତ ୫ମ ସିନିୟର ନ୍ୟାସନାଲ କ୍ରିକେଟ ଚମ୍ପିଅନସିପ ଚଣ୍ଡିଗଡ଼ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଦେଶର ୧୬ଟି ରାଜ୍ୟ ଅଂଶଗ୍ରହଣ କରିଥିଲେ। ୪ଟି ଗୃପରେ ଭାଗହୋଇଥିବା ଏହି ପ୍ରତିଯୋଗିତାରେ ଓଡିଶା ‘ଏ’ ଗୃପରେ ସ୍ଥାନ ପାଇଥିଲା। ଓଡିଶା ସହିତ ଏହି ଗୃପରେ ଆନ୍ଧ୍ରପ୍ରଦେଶ , ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶ ସାମିଲ ଥିଲେ। ଓଡିଶା ନିଜର ପ୍ରଥମ ମ୍ୟାଚରେ ଆନ୍ଧ୍ରପ୍ରଦେଶ ଠାରୁ […]

Social media & sharing icons powered by UltimatelySocial