କରୋନା ସଂକ୍ରମଣ ହେତୁ ବିପଦରେ ଟୋକିଓ ଅଲମ୍ପିକ

ଟୋକିଓ ଅଲମ୍ପିକ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସ ପାଇଁ ପୁଣି ବିପଦ ବଢେଇଲାଣି କରୋନା ସଂକ୍ରମଣ। ରବିବାର ସୁଦ୍ଧା ଜଣେ ସାମ୍ବାଦିକଙ୍କୁ ମିଶାଇ ଟୋକିଓ ଅଲିମ୍ପିକ୍ସରେ କୋଭିଡ ଆକ୍ରାନ୍ତ ସଂଖ୍ୟା ୧୦କୁ ବୃଦ୍ଧି ପାଇଥିବା ଜଣାପଡିଛି। କେବଳ କ୍ରିଡାଗ୍ରାମର ୩ଜଣ ଖେଳାଳି ପଜିଟିଭ୍ ଚିହ୍ନଟ ହେବା ପରେ ଚିନ୍ତା ବଢି ଯାଇଛି। ସୂଚନାଯୋଗ୍ୟ, ଟୋକିଓରେ ଗତ ୭ ଦିନ ଧରି ଦୈନିକ ସଂକ୍ରମଣ ସଂଖ୍ୟା ୧୦୦୦ ଉପରେ ରହୁଛି। ଏହାରି ଭିତରେ ସୂଚନା ମିଳିଛି କି ଜାପାନ ଟୋକିଓ କ୍ରିଡାଗ୍ରାମରେ ୧୮ ହଜାର ପ୍ରତିଯୋଗୀ ପହଁଞ୍ଚି ସାରିଲେଣି। ତେବେ ଭାରତର ୧୧୯ ଜଣିଆ ଖେଳାଳି ଦଳ ବି ରହିଛନ୍ତି। ଆସନ୍ତା ୨୩ ତାରିଖରେ ଟୋକିଓରେ ଅଲିମ୍ପିକ୍ସ ଆରମ୍ଭ ହେବାକୁ ଯାଉଛି। ଏହାପୂର୍ବରୁ ଏପରି ଦୈନିକ କ୍ରିଡାଗ୍ରାମରୁ ପଜିଟିଭ୍ ଆସିବା ଅଲିମ୍ପିକ୍ସ ପ୍ରତି ବଡ଼ ବିପଦ ସୃଷ୍ଟି କରିଛି ବୋଲି କୁହାଯାଉଛି।

Share Now:

Kalinga News Beuro

Next Post

ଲାଲଗଡରେ ପୁଲିସ ଡିଜି : ୨ ହାର୍ଡକୋର ମାଓବାଦୀ ଡିଜିପିଙ୍କ ନିକଟରେ କଲେ ଆତ୍ମସମର୍ପଣ

Sun Jul 18 , 2021
ମାଲକାନଗିରି: ଲାଲଗଡରେ ପୁଲିସ ଡିଜି ଅଭୟ। ଆଜି ମାଲକାନଗିରି ଜିଲ୍ଲାର ମାଥିଲି ବ୍ଲକ ଅନ୍ତର୍ଗତ ଟେମରୁପାଲ୍ଲୀ ବିଏସଏଫ କ୍ୟାମ୍ପ ପରିଦର୍ଶନ କରିଥିଲେ। ସେଠାରେ ବିଏସଏଫଙ୍କ ମାଓ ଦମନ ନେଇ ରଣନୀତି ପ୍ରସ୍ତୁତ କରିଥିଲେ। ଛତିଶଗଡ ନକ୍ସଲଙ୍କ ପାର୍ଦୁର୍ଭାବ ଏହି ଅଞ୍ଚଳରେ ବଢୁଥିବାରୁ ଡିଜି ଅଭୟ ବିଏସଏଫର ଭୁମିକା କଣ ହେବା ଦରକାର ସେନେଇ ବୁଝାଇଥିଲେ। ପରେ ମାଲକାନଗିରି ପହଞ୍ଚି ଜିଲ୍ଲା ପୁଲିସ ସହ ରୁଦ୍ଧଦ୍ବାର ବୈଠକରେ ଯୋଗ ଦେଇଥିଲେ। ମାଓ […]
ଲାଲଗଡରେ ପୁଲିସ ଡିଜି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial