ନୂଆଦିଲ୍ଲୀ: କର୍ଣ୍ଣାଟକ ବିଧାନସଭା ପାଇଁ ଆସନ୍ତା ମେ’ ୧୨ ତାରିଖରେ ନିର୍ବାଚନ ହେବ। ୨୨୪ ଆସନ ବିଶିଷ୍ଟ ବିଧାନସଭା ପାଇଁ ମେ’ ୧୫ ତାରିଖରେ ଭୋଟ ଗଣତି ହେବ। ଆଜି ମୁଖ୍ୟ ନିର୍ବାଚନ କମିସନର ଓ ପି ରାଓ୍ଵତ୍‌ ଏହି ଘୋଷଣା କରିଛନ୍ତି। ନିର୍ବାଚନରେ ଇଲେକ୍ଟ୍ରୋନିକ ଭୋଟିଂ ମେସିନ୍‌(ଇଭିଏମ୍‌) ସହିତ ଭୋଟର ଭେରିଫାଏଡ୍‌ ପେପର ଅଡ଼ିଟ୍‌ ଟ୍ରେଲ୍‌(ଭିଭିପିଏଟି) ମେସିନ୍‌ ମଧ୍ୟ ବ୍ୟବହୃତ ହେବ ବୋଲି ରାଓ୍ଵତ୍‌ ସ୍ପଷ୍ଟ କରିଛନ୍ତି। ରାଜ୍ୟର […]

ନୂଆଦିଲ୍ଲୀ: ଦେଢ ବର୍ଷ ତଳେ ଜିଓ ଟେଲିକମ୍‌ ଇଣ୍ଡଷ୍ଟ୍ରିରେ ଏଣ୍ଟ୍ରି କରିଥିଲା। ଜିଓର ଏଣ୍ଟ୍ରି ପରେ ୬ ମାସ ପର୍ଯ୍ୟନ୍ତ ସବୁ ସେବା ମାଗଣାରେ ଗ୍ରାହକମାନଙ୍କୁ ଜିଓ ଯୋଗାଇ ଦେଇଥିଲା। ଏହାପରେ ୯୯ଟଙ୍କାର ପ୍ରାଇମ୍‌ ମେମ୍ବରସିପ୍‌ ଅଫର ଲଞ୍ଚ ହୋଇଥିଲା। ଏହା ଜରିଆରେ ଗ୍ରାହକଙ୍କୁ କମ୍‌ ରିହାତିରେ ଅଧିକ ଫାଇଦା ଯୋଗାଇ ଦିଆଯାଇଥିଲା। କିନ୍ତୁ ବର୍ତ୍ତମାନ ଏହି ପ୍ରାଇମ୍‌ ମେମ୍ବରସିପ୍‌ ଅଫରର ଭ୍ୟାଲିଡିଟି ଶେଷ ହେବାକୁ ଯାଉଛି। ୩୧ ମାର୍ଚ୍ଚରେ […]

ନୂଆଦିଲ୍ଲୀ: ଆସନ୍ତା ଅପ୍ରେଲ ମାସରେ କାର୍ଯ୍ୟକାଳ ଶେଷ ହେଉଥିବା ଦେଶର ୧୬ଟି ରାଜ୍ୟର ୫୮ ଜଣ ରାଜ୍ୟସଭା ସାଂସଦଙ୍କ ସ୍ଥାନରେ ନୂତନ ସାଂସଦଙ୍କୁ ନିର୍ବାଚିତ କରିବା ପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଲିଥିବା ସୂଚନା ଅନୁଯାୟୀ ଆସନ୍ତା ମାର୍ଚ୍ଚ ୨୩ ତାରିଖ ଦିନ ରାଜ୍ୟସଭାର ଏହି ୫୮ଟି ସାଂସଦ ପଦବି ପାଇଁ ଭୋଟ ଗ୍ରହଣ କରାଯିବ ଏବଂ ସେହିଦିନ ସନ୍ଧ୍ୟାରେ […]

ନୂଆଦିଲ୍ଲୀ: ଦୀର୍ଘ କୂଟନୈତିକ କସରତ ପରେ ପାକିସ୍ତାନ ସରକାର ଶେଷରେ କୁଲଭୂଷଣ ଯାଦବଙ୍କୁ ଯେଉଁ ଢ଼ଙ୍ଗରେ ତାଙ୍କ ମା’ ଓ ପତ୍ନୀଙ୍କ ସହ ଭେଟ କରାଇଲେ, ତାକୁ ନେଇ ଭାରତୀୟ ବୈଦେଶିକ ମନ୍ତ୍ରାଳୟ ଆଜି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। କୁଲଭୂଷଣଙ୍କୁ ଭେଟିବାକୁ ପାକିସ୍ତାନ ଯାଇଥିବା ମା’ ଅଭନ୍ତୀ ଓ ପତ୍ନୀ ଚେତନ୍‌କୁଲଙ୍କ ପ୍ରତି ସୁରକ୍ଷାର ଆଳ ଦେଖାଇ ପାକିସ୍ତାନୀ ଅଧିକାରୀମାନେ ଯେଉଁ ପ୍ରକାରର ଆଚରଣ ଓ ବ୍ୟବହାର ପ୍ରଦର୍ଶନ […]

ରାଞ୍ଚି: ଗୋଖାଦ୍ୟ ଦୁର୍ନୀତି ମାମଲାରେ ସ୍ୱତନ୍ତ୍ର ସିବିଆଇ କୋର୍ଟରେ ଦୋଷୀ ସାବ୍ୟସ୍ତ ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି) ସୁପ୍ରିମୋ ତଥା ବିହାର ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ଜେଲରେ ଥାଇ ସୋସିଆଲ ମିଡିଆରେ ସକ୍ରିୟ ଅଛନ୍ତି। ତାଙ୍କର ଅନୁଗାମୀଙ୍କ ସହିତ କେମିତି ସମ୍ପର୍କରେ ରହିବେ ସେଥିପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଯେ, ଜେଲର ଚାରି କାନ୍ଥ ଭିତରେ ଦିନ ବିତାଉଥିବା ଲାଲୁ ଟୁଇଟର ମାଧ୍ୟମରେ ଲୋକଙ୍କ […]

ନୂଆଦିଲ୍ଲୀ: କୁଳଭୂଷଣ ଯାଦବଙ୍କ ପରିବାର ତାଙ୍କୁ ଇସଲାମାବାଦରେ ଭେଟି ଫେରିବା ପରେ ଗତକାଲି ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ଭେଟିଛନ୍ତି। ବିଦେଶ ସଚିବ ଏସ୍‌ ଜୟଶଙ୍କର ଏବଂ ବିଦେଶମନ୍ତ୍ରାଳୟ ପ୍ରବକ୍ତା ରବିଶ କୁମାର ମଧ୍ୟ କୁଳଭୂଷଣଙ୍କ ପରିବାର ସହିତ ଉପସ୍ଥିତ ଥିଲେ। ପାକିସ୍ତାନ ସରକାର ଯୋଜନାବଦ୍ଧ ଭାବେ କୁଳଭୂଷଣଙ୍କ ପରିବାରକୁ ଅପମାନିତ କରିଥିବାରୁ ଭାରତ ପାକିସ୍ତାନର ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠାଇଛି । ମାନବିକତା ଆଧାରରେ ସାକ୍ଷାତ ସୁଯୋଗ ଦେଇଥିବା […]

ଅହମ୍ମଦାବାଦ: ଷଷ୍ଠ ଥର ପାଇଁ ଗୁଜରାଟରେ ସରକାର ଗଠନ କରିଛି ବିଜେପି। ଆଜି ବିଜୟ ରୂପାନୀ ଦ୍ୱିତୀୟ ଥର ପାଇଁ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ରାଜ୍ୟପାଳ ଓ. ପି. କୋହଲି ରୂପାନୀଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଗାନ୍ଧିନଗରରେ ଆୟୋଜିତ ଭବ୍ୟ ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଅମିତ ଶାହା, ନୀତିଶ କୁମାରଙ୍କ ସମେତ ୧୮ ଏନ୍‌ଡିଏ ଶାସିତ ରାଜ୍ୟର […]

ନୂଆଦିଲ୍ଲୀ: ଦୀର୍ଘ ପ୍ରତୀକ୍ଷା ଓ ଅନେକ ବିବାଦର ଅନ୍ତ ଘଟାଇ ଆଜି ପୂର୍ବାହ୍ନରେ ପାକିସ୍ତାନ ଜେଲରେ ବନ୍ଦୀ ଥିବା କୁଲଭୂଷଣ ଯାଦବଙ୍କୁ ଭେଟିବା ପାଇଁ ତାଙ୍କ ମା’ ଓ ପତ୍ନୀଙ୍କୁ ସୁଯୋଗ ପ୍ରଦାନ କରିବା ପରେ, ନିଜ ସ୍ଥିତିକୁ ସୁଧାରିବା ପାଇଁ ପାକିସ୍ତାନ ଯେଉଁ ପ୍ରକାରର ହୀନ ଉଦ୍ୟମ ଆରମ୍ଭ କରିଛି, ତା’କୁ ନେଇ ବିଶ୍ୱ ବ୍ୟାପି ଚର୍ଚ୍ଚା ଓ ଆଲୋଚନା ଆରମ୍ଭ ହୋଇ ଯାଇଛି। କାରଣ, ପାକିସ୍ତାନ ବୈଦେଶିକ […]

ଚେନ୍ନାଇ: ତାମିଲନାଡ଼ୁର ବହୁ ଗୁରୁତ୍ୱପୂର୍ଣ୍ଣ ଆର୍‌କେ ନଗର ଉପନିର୍ବାଚନରେ ଶୋଚନୀୟ ଭାବେ ପରାଜିତ ହେବା ପରେ ଏଆଇଏଡିଏମ୍‌କେ ପ୍ରତିଶୋଧ ପରାୟଣ ହୋଇଛି। ବିଜୟୀ ସ୍ୱାଧୀନି ପ୍ରର୍ଥୀ ତଥା ଦଳର ବଦ୍ରୋହୀ ନେତା ଦିନାକରନ୍‌ଙ୍କୁ ସମର୍ଥନ କରିଥିବା ଅଭିଯୋଗରେ ଆଜି ୯ କର୍ମକର୍ତ୍ତାଙ୍କୁ ଦଳରୁ ବହିଷ୍କୃତ କରାଯାଇଛି। ସେମାନଙ୍କ ମଧ୍ୟରେ ୪ ଜଣ ଜିଲ୍ଲା ସମ୍ପାଦ ପି ଭର୍ଟିବେଲ୍‌, ଏନଜି ପାର୍ଥିବନ୍‌, ଏମ୍‌ ରେଙ୍ଗାସ୍ୱାମୀ ଏବଂ ଥାଙ୍ଗାତାମିଲସେଲଭନ୍‌ ରହିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ […]

ଜୟପୁର : ପୂର୍ବତନ ପ୍ରଧାନମନ୍ତ୍ରୀ ‘ଭାରତ ରତ୍ନ’ ଅଟଳ ବିହାରୀ ବାଜପେୟୀଙ୍କୁ ଆଜି ୯୩ ବର୍ଷ ପୂରିଛି। ଦେଶବ୍ୟାପୀ ତାଙ୍କ ଜନ୍ମଦିନ ପାଳିତ ହୋଇଯାଇଥିବା ବେଳେ ଏହାକୁ ସ୍ମରଣୀୟ କରିବା ଲାଗି ଉତ୍ତରପ୍ରଦେଶ ସରକାର ୯୩ ଜଣ ବନ୍ଦୀଙ୍କୁ ମୁକ୍ତ କରିଛନ୍ତି। ସୂଚନା ଥାଉ କି, ୧୯୨୪ ଡିସେମ୍ବର ୨୫ରେ ଗ୍ଵାଲିଅରରେ ଜନ୍ମ ହୋଇଥିବା ବାଜପେୟୀଙ୍କ ଜନ୍ମଦିନକୁ ୨୦୧୪ ମସିହାରୁ ‘ଗୁଡ୍‌ ଗଭର୍ଣ୍ଣାନ୍ସ ଡେ’ ବା ସୁପ୍ରଶାସନ ଦିବସ ଭାବେ […]

Social media & sharing icons powered by UltimatelySocial