ଭୁବନେଶ୍ୱର: ଶୁକ୍ରବାର ଅପରାହ୍‌ଣରେ ସଟ୍‌ଡାଉନ୍‌ ଘୋଷଣା ଖବର ପ୍ରଚାରିତ ହେବା ପରେ ରାଜଧାନୀର ପରିବା ବଜାରରେ ଦୁଇଟି ଭିନ୍ନ ଚିତ୍ର ଦେଖିବାକୁ ମିଳିଥିଲା। ହାଟରେ ବେପାରୀମାନେ ସଜ ପରିବା ସବୁକୁ କିଲୋ ପିଛା ମାତ୍ର ୧୦ ଟଙ୍କାରେ ବିକ୍ରି କରିଥିବା ବେଳେ ସହରର ଗଳିକନ୍ଦି ଓ ଉପକଣ୍ଠ ଗାଁମାନଙ୍କରେ ପଚା ପରିବା କେଜି ୫୦ ଟଙ୍କା ହୋଇଗଲା। ସକାଳେ ଗାଁ ଦୋକାନରେ କିଲୋକୁ ୧୬ଟଙ୍କାରେ ବିକ୍ରି ହେଉଥିବା ଆଳୁ କିଲୋ […]

ନୂଆଦିଲ୍ଲୀ: ଆସନ୍ତାକାଲି ବା ଏପ୍ରିଲ୍ ୧ ରୁ ଦଶଟି ବ୍ୟାଙ୍କ ମିଶ୍ରଣ ପରେ ଏଗୁଡିକ ଚାରୋଟି ବ୍ୟାଙ୍କରେ ପରିଣତ ହେବ। ଏହା ସହିତ ଭାରତରେ ସାର୍ବଜନୀନ କ୍ଷେତ୍ରର ବ୍ୟାଙ୍କ ସଂଖ୍ୟା ୨୦୧୭ରେ ୨୭ ରୁ ୧୨କୁ ହ୍ରାସ ପାଇବ। ଏହି ବ୍ୟାଙ୍କଗୁଡ଼ିକୁ ୫୫୨୫୦ କୋଟି ଟଙ୍କା ଦିଆଯିବ। ଏଥିମଧ୍ୟରୁ କେବଳ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ୧୬୦୦୦ କୋଟି ଟଙ୍କା ପାଇବ। କେଉଁ ବ୍ୟାଙ୍କଗୁଡିକ ମିଶ୍ରିତ ହେବ ଏବଂ ଆପଣଙ୍କ ଉପରେ […]

ନୂଆଦିଲ୍ଲୀ: ଦେଶର ସବୁ ରାଜ୍ୟ ସହ ଜିଲ୍ଲାର ସୀମା ସିଲ କରିବାକୁ କଡା ନିର୍ଦ୍ଦେଶ ଦେବା ପରେ ପ୍ରବାସୀ ଶ୍ରମିକମାନେ ରହୁଥିବା ସ୍ଥାନରେ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେବାକୁ ରାଜ୍ୟ ସରକାରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର । ଏଥିସହ ଶ୍ରମିକମାନଙ୍କୁ ସମୟ ଅନୁସାରେ ସେମାନଙ୍କ ମଜୁରି ଦେବାକୁ କେନ୍ଦ୍ର ନିର୍ଦ୍ଦେଶ ଦେଇଛି । ଏହି ସମୟରେ ଯଦି କୌଣସି ଛାତ୍ର ବା ଶ୍ରମିକଙ୍କୁ ଘର ଖାଲି […]

ଆମିଷ ବଜାରରେ ଲୋକେ ମାନୁ ନାହାନ୍ତି ସଂଘରୋଦ୍ଧ ଭୁବନେଶ୍ୱର: କରୋନା ଏମିତି ଆତଙ୍କ ଖେଳାଇଲା ଯେ ଲୋକେ ଏକରକମ ଚିକେନ ଖାଇବା ଛାଡ଼ି ଦେଇଥିଲେ। ଅଣ୍ଡା ବି ଛୁଇଁଲେ ନ‌ାହିଁ। ମାତ୍ର, ସରକାର ଲକ୍‌ଡାଉନ୍‌ ସହ ଯେବେ ଘୋଷଣା କଲେ ଯେ ଚିକେନ୍‌ ଓ ଅଣ୍ଡା ଦୋକାନ ଖୋଲା ରହିବ, ସେବେଠୁ ଯେମିତି ଆମିଷ ଦରରେ ନିଆଁ ଲାଗିଛି। ଆମିଷାଷୀମାନଙ୍କ ଆମିଷ ପ୍ରୀତି ଦେଖି ବ୍ୟବସାୟୀମାନେ ବି କିଛି ଦିନ […]

ପାଇକାରୀ ଦର କଥା ବୁଝୁଛି କିଏ? ଘଡ଼ି ଘଡ଼ି‌କେ ବଦଳୁଛି ଦର ଖଣ୍ଡଗିରି : ତାଲା ବନ୍ଦ ଯୋଗୁଁ ଖୁଚୁରା ପରିବା ବେପାରୀଙ୍କୁ ମଉକା ମିଳିଛି। ମନଇଚ୍ଛା ଦର କରୁଛନ୍ତି। ଘଡ଼ି ଘଡ଼ିକେ ଦର ନିର୍ଦ୍ଧାରଣ ହେଉଛି। କହିବାକୁ କେହି ନାହିଁ। ଯେମିତି ପାରିଲେ ସେମିତି ଖାଉଟିଙ୍କୁ ଶୋଷିଲେ। ପାଇକାରୀ ଦର ଓ ଖୁଚୁରା ଦର ମଧ୍ୟରେ ଆକାଶପାତାଳ ଫରକ୍‌। ପାଇକାରୀ ଦର ‌କିଏ କେଉଁଠି ନିର୍ଦ୍ଧାରଣ କରୁଛି, ତାହା […]

ନୂଆଦିଲ୍ଲୀ: ସଂପ୍ରତି ସମଗ୍ର ବିଶ୍ୱ ପାଇଁ ଅଦୃଶ୍ୟ କରୋନା ଭାଇରସ୍‌ ଆତଙ୍କର କାରଣ ପାଲଟିବା ସହ ମହାମାରୀର ରୂପ ଧାରଣ କରିଛି। ଏଥିରୁ ବର୍ତ୍ତିବା ପାଇଁ କୌଣସି ପ୍ରକାରର ପ୍ରତିଷେଧକ ଟୀକା ବା ଏଥିରୁ ଆରୋଗ୍ୟ ଲାଭ ପାଇଁ କୌଣସି ପ୍ରକାରର ନିର୍ଦ୍ଦିଷ୍ଟ ଔଷଧ ଏଯାବତ୍‌ ବାହାରିପାରି ନାହିଁ। ଏଥିରୁ ବର୍ତ୍ତିବା ପାଇଁ କେବଳ ମାତ୍ର ସଚେତନତା ଓ ସତର୍କତା ହିଁ ଏକମାତ୍ର ଉପାୟ ବୋଲି କହିଛି ବିଶ୍ୱ ସ୍ୱାସ୍ଥ୍ୟ […]

ନୂଆଦିଲ୍ଲୀ: ସଂପ୍ରତି କରୋନା ଭାଇରସ୍‌କୁ କେନ୍ଦ୍ରକରି ସମଗ୍ର ଦେଶରେ ଏକ ଅଦ୍ଭୂତପୂର୍ବ ପରିସ୍ଥିତି ସୃଷ୍ଟି ହୋଇଛି। କରୋନା ଭାଇରସ୍‌ର ମୁକାବିଲା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରମାନେ ଲକ୍‌ ଆଉଟ୍‌ ଠାରୁ ଆରମ୍ଭ କରି କର୍ଫ୍ୟୁ ପର୍ଯ୍ୟନ୍ତ ଘୋଷଣା କରିଥିବା ବେଳେ ସମଗ୍ର ଦେଶରେ ଜୀବନ ଯାତ୍ରା ଏକରକମ ଠପ୍‌ ହୋଇପଡ଼ିଛି। ସାଂପ୍ରତିକ ସ୍ଥିତି ଓ ପରିସ୍ଥିତିକୁ ଦୃଷ୍ଟିରେ ରଖି ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ଆୟକର ରିଟର୍ଣ୍ଣ […]

ଭୁବନେଶ୍ୱର : ରାଜଧାନୀ‌ରେ ଆଉ ଜଣେ କରୋନା ପଜିଟିଭ ଆକ୍ରାନ୍ତ ଚିହ୍ନଟ ହେବା ପରେ ବିଏମ୍‌ସି ପକ୍ଷରୁ ପୁଣି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ବିଏମସି ଅଧୀନରେ ଆସୁଥିବା ଅଞ୍ଚଳରେ କେବଳ ଖାଦ୍ୟ ସାମଗ୍ରୀ ଓ ନିତ୍ୟ ବ୍ୟବହାର୍ଯ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ବ୍ୟତୀତ ଅନ୍ୟ ସମସ୍ତ ‌ଷ୍ଟୋର୍‌ ବନ୍ଦ କରିବାକୁ ନିର୍ଦେଶ ଜାରି ହୋଇଛି। ବିଶେଷକରି ବହୁ ସଂଖ୍ୟାରେ ଲୋକଙ୍କ ସମାଗମ ହେଉଥିବା ରେସ୍ତୋରାଁ, ବାର୍‌, କଫି ସପ୍‌, […]

ଯେକୌଣସି ସମୟରେ ଚଢ଼ଉ କରିବ ପୁଲିସ ଭୁବନେଶ୍ୱର: ରାଜଧାନୀରେ ଜଣେ ବିଦେଶ ଫେରନ୍ତା ଯୁବକ କରୋନା ଆକ୍ରାନ୍ତ ବୋଲି ଜଣାପଡ଼ିବା ପରେ ଆତଙ୍କ ସୃଷ୍ଟି ହୋଇଛି। କିଭଳି ଏହି ମହାମାରୀ ଉପରେ କାବୁ ପାଇ ହେବ, ସେ ନେଇ ସରକାରୀସ୍ତରରେ ମାନସମନ୍ଥନ ଚାଲିଛି। ଏହି ପରିପ୍ରେକ୍ଷୀରେ ଆଜି କମିସନରେଟ୍‌ ପୁଲିସ ଆହୁରି କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ଲୋକଙ୍କ ମଧ୍ୟରେ ସର୍ବନିମ୍ନ ଦୂରତା ରକ୍ଷା କରିବା ପାଇଁ କୁହାଯାଇଛି। ଆଜି […]

ବର୍ଲିନ :ଏହି ଭାଇରସ ସଂକ୍ରମଣ ବଢିଚାଲିଥିବାରୁ ସରକାର ଆଜି ଆଉ କେତେକ କଟକଣା ଜାରି କରିଛନ୍ତି। ୟୁରୋପୀୟ ସଂଘ ଅଧିନରେ ଆସୁଥିବା ରାଷ୍ଟ୍ର, ବ୍ରିଟେନ ଓ ତୁର୍କୀରୁ ଆସୁଥିବା ଯାତ୍ରୀମାନଙ୍କୁ ଭାରତ ଆସିବା ମନା କରାଯାଇଛି। ଏସବୁ ଦେଶରୁ ଆସୁଥିବା ଯାତ୍ରୀମାନଙ୍କୁ କୌଣସି ଏୟାରଲାଇନ୍ସ ଯାତ୍ରା କରାଇବେ ନାହିଁ। ମାର୍ଚ୍ଚ ୧୮ରୁ ୩୧ ତାରିଖ ପର୍ଯ୍ୟନ୍ତ ଏହି ନିଷେଧାଜ୍ଞା ଜାରି ରହିବ। ୩୧ ପରେ ସ୍ଥିତିକୁ ଦୃଷ୍ଟିରେ ରଖି ସମୟସୀମା […]

Social media & sharing icons powered by UltimatelySocial