ଭୁବନେଶ୍ୱର: ଆଜି ସାରା ରାଜ୍ୟରେ ପ୍ରଚଣ୍ଡ ରୌଦ୍ର ପ୍ରବାହ ଜାରି ରହିଛି। ଏହାକୁ ଆଖି ଆଗରେ ରଖି ଦ୍ୱୈତ ନଗରୀ କଟକ, ଭୁବନେଶ୍ୱର ପାଇଁ ରେଡ୍ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ଆଜି ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ସମ୍ଭାବନା ନେଇ ରେଡ୍ ଆଲର୍ଟ ଜାରି ହୋଇଥିବା ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଆଗାମୀ ୩୦ ତାରିଖ ଯାଏ ତାତିରୁ ନିସ୍ତାର ନାହିଁ। […]

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୩୬ ମସିହାରେ ଓଡ଼ିଶାକୁ ଦେଶର ୧ ନମ୍ବର ବିକଶିତ ରାଜ୍ୟ ଭାବେ ଗଢ଼ିବାକୁ ସ୍ୱପ୍ନ ଦେଖୁଥିବା ବେଳେ ବାଲେଶ୍ୱର ଜିଲ୍ଲା ସୋରରୁ ଆସିଛି ଜନନୀ ଯନ୍ତ୍ରଣାର ଚିତ୍ର। ଗାଁକୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଆସିପାରି ନାହିଁ। ଫଳରେ ଜଣେ ଗର୍ଭବତୀ ମହିଳାଙ୍କୁ ୨ କିଲୋମିଟର ପର୍ଯ୍ୟନ୍ତ ଖଟିଆରେ ବୋହି କି ନେବାକୁ ପଡ଼ିଛି। ସ୍ୱାଧୀନତାର ସାତ ଦଶନ୍ଧି ପରେ ବି ଗାଁକୁ ରାସ୍ତା ନଥିବାରୁ […]

ଭୁବନେଶ୍ୱର : ବିଜେଡିର ଭୁବନେଶ୍ୱର ମଧ୍ୟ ବିଧାୟକ ପ୍ରାର୍ଥୀ ଅନନ୍ତ ନାରାୟଣ ଜେନା ଆଜି ୱାର୍ଡ-୪୦ରେ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ମାଧ୍ୟମରେ ନିର୍ବାଚନୀ ପ୍ରଚାର କରିଛନ୍ତି। ସ୍ଥାନୀୟ କର୍ପୋରେଟର ଆସୀୟା ବେଗମ୍‌ଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯକ୍ରମରେ ଶ୍ରୀ ଜେନା ୟୁନିଟ୍‌-୧ ସ୍ଥିତ ତାଟି ବିଜୁ ଆଦର୍ଶ କଲୋନିରୁ ନିର୍ବାଚନ ପ୍ରଚାର ଆରମ୍ଭ କରି ସମଗ୍ର ୟୁନିଟ୍-୧ ଅଞ୍ଚଳ ପରିକ୍ରମା କରିଥିଲେ। ବିଧାୟକ ପ୍ରାର୍ଥୀଙ୍କ ସହ ସାଂସଦ ପ୍ରାର୍ଥୀ […]

ମେଣ୍ଢାଶାଳ: ଚନ୍ଦକା ଡିଭିଜନର ଚାରିଟିଯାକ ରେଞ୍ଜ୍‌ରେ ପାଣି ଅଭାବ ଦେଖାଦେଇଛି। ଡମପଡା ରେଞ୍ଜ୍‌ର ନାଗେଶ୍ୱର, ଯାରିଆ ଓ ଶଉରା ବିଲ; ଚନ୍ଦକା ରେଞ୍ଜ୍‌ର କୋଚିଲା ବାରଣା, ଝୁମୁକା, କୁମାରଖୁଣ୍ଟି, ବୁଆରିଗଡ଼; ହଳଦିଆ ରେଞ୍ଜ୍‌ର ଡେରାସ, ଗୁପ୍ତପଡ଼ା, ଅମ୍ବିଲ ଓ ମାଡ଼ୁଆ; ଭରତପୁର ରେଞ୍ଜ୍‌ର ଚୂନକୋଳି ପୋଖରୀ, କୂଅସଉରା ଓ ଭୀମଖାଲରେ ପାଣିର ପରିମାଣ କମିଥିବାବେଳେ ଜଙ୍ଗଲର ଅନେକ ସ୍ଥାନରେ ଥିବା ଖାଲଗୁଡ଼ିକ ଶୁଖିଲା ପଡ଼ିଛି। ଏହା ସହିତ ଦିନକୁ ଦିନ […]

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନର ଦ୍ଵିତୀୟ ପର୍ଯ୍ୟାୟରେ ଅପରାହ୍ନ ୩ଟା ସୁଦ୍ଧା ୫୦ ପ୍ରତିଶତ ମତଦାନ ହୋଇଛି। ଏହି ସମୟ ସୁଦ୍ଧା ତ୍ରିପୁରାରେ ସର୍ବାଧିକ ୬୮.୯ ପ୍ରତିଶତ ମତଦାନ ହୋଇଛି। ଏହା ପରେ ମଣିପୁର ୬୮.୫ ପ୍ରତିଶତ ଭୋଟ ପାଇ ଦ୍ଵିତୀୟ ସ୍ଥାନରେ ରହିଛି। ଏହାପରେ ଛତିଶଗଡ଼ ୩ୟ ସ୍ଥାନରେ ରହିଛି, ଯେଉଁଠି ଅପରାହ୍ନ ୩ଟା ସୁଦ୍ଧା ୬୩.୯ ପ୍ରତିଶତ ମତଦାନ ହୋଇଛି। ଅପରାହ୍ନ ୩ଟା ସୁଦ୍ଧା ପଶ୍ଚିମବଙ୍ଗ ଓ […]

ଚେନ୍ନାଇ: ଚେନ୍ନାଇର ଏକ ଘରୋଇ ଡାକ୍ତରଖାନାରେ ଓଜନ ହ୍ରାସ ପାଇଁ ଅସ୍ତ୍ରୋପଚାର କରିବା ସମୟରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକଙ୍କ ନାମ ଏସ୍ ହେମଚନ୍ଦ୍ରନ୍, ବୟସ ୨୬ବର୍ଷ ଥିବା ବେଳେ ସେ ପୁଡୁଚେରୀର ଏକ ଆଇଟି ପ୍ରଫେସନାଲ ଥିବା ଜଣାପଡ଼ିଛି। ଏହି ଆନାସ୍ଥେସିଆ ଦିଆଯିବାପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ି ଯାଇଥିଲା। ଅନେକ ଚେଷ୍ଟା ପରେ ବି ଶେଷରେ ହେମଚନ୍ଦ୍ରନଙ୍କ ମୃତ୍ୟୁ ହୋଇଯାଇଥିବା ଚିକିତ୍ସା କରୁଥିବା ଡାକ୍ତରଙ୍କ ପକ୍ଷରୁ […]

ଭୁବନେଶ୍ୱର: ସାରା ପୃଥିବୀର ପ୍ରକୃତି ଓ ଜୀବପ୍ରେମୀ ଏପ୍ରିଲ ୨୫ ତାରିଖକୁ ‘ବିଶ୍ୱ ପେଙ୍ଗୁଇନ୍‌ ଦିବସ’ ଭାବେ ପାଳନ କରନ୍ତି। ବିଶ୍ୱର ଅନ୍ୟତମ ଆକର୍ଷଣୀୟ ଓ ବିରଳ ପକ୍ଷୀ ହେଉଛି ପେଙ୍ଗୁଇନ୍। ଯୁଦ୍ଧାସ୍ତ୍ର ବ୍ୟବହାର ଓ ମାନବକୃତ ବିଭିନ୍ନ ରାସାୟନିକ କାର୍ଯ୍ୟକଳାପର କୁପ୍ରଭାବ ସମୁଦ୍ର ଓ ଜଳବାୟୁ ଉପରେ ପଡୁଛି। ଫଳରେ ଆଟ୍‌ଲାଣ୍ଟିକର ଗ୍ଲେସିୟର ତରଳିବାରେ ଲାଗିଛି। ଏହାର କୁପ୍ରଭାବରେ ସମୁଦ୍ରିକ ପରିବେଶ ବିଗିଡ଼ିବାରେ ଲାଗିଛି। ତେଣୁ ବିଲୁପ୍ତପ୍ରାୟ ହୋଇ […]

ତାତିରେ ତ୍ରାହିତ୍ରାହି ଡାକିଲେ ଭୁବନେଶ୍ୱରବାସୀ ଭୁବନେଶ୍ୱର: ଆଜି ଦିନ ତମାମ ରାଜ୍ୟବାସୀ ତତଲା ଖରା ଓ ଝାଞ୍ଜିରେ ଭାଜି ହୋଇଛନ୍ତି। ଅପରାହ୍‌ଣ ୨ଟା ୩୦ରେ ସୁଦ୍ଧା ରେକର୍ଡ ତାପମାତ୍ରା ଅନୁଭୂତ ହୋଇଛି। ଏଥିରେ ଝାରସୁଗୁଡ଼ା ସର୍ବାଧିକ ରହିଛି। ଝାରସୁଗୁଡ଼ାବାସୀ ଦିନ ୨ଟା ୩୦ରେ ୪୩.୬ ଡିଗ୍ରିରେ ସିଝିଛନ୍ତି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି।ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଝାରସୁଗୁଡ଼ା ପରେ ଭୁବନେଶ୍ୱର, ସମ୍ବଲପୁର […]

ଭୁବନେଶ୍ୱର: ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ କାରଣରୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ହିଟ୍‌ ଷ୍ଟ୍ରୋକ୍ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍‌ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍ ଷ୍ଟ୍ରୋକ୍ ୟୁନିଟ୍‌ କାର୍ଯ୍ୟକାରୀ ହୋଇଛି। ଅସହ୍ୟ ଗ୍ରୀଷ୍ମ କାରଣରୁ ଦେଖାଯାଉଥିବା ସନ୍‌ ଷ୍ଟ୍ରୋକ୍‌ ତଥା ଅନ୍ୟାନ୍ୟ ପରିସ୍ଥିତିର ସଫଳ ମୁକାବିଲା ନିମନ୍ତେ ଏମ୍‌ସରେ ଏହି ଉତ୍ସର୍ଗୀକୃତ ୟୁନିଟ୍‌ କାର୍ଯ୍ୟ କରିବ। ପ୍ରବଳ ଗ୍ରୀଷ୍ମ ପ୍ରବାହ ତଥା ଏନେଇ ସୃଷ୍ଟି ହେଉଥିବା ସମ୍ଭାବ୍ୟ ଆପତକାଳୀନ […]

ଝାରସୁଗୁଡ଼ା/ସୋନପୁର: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶା ଗସ୍ତରେ ଆସିଛନ୍ତି। ଶ୍ରୀ ଶାହ ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିଲା ପରେ ସେଠାରେ ସାଂସଦ ଜୁଏଲ ଓରାକ, ସୁରେଶ ପୂଜାରୀ ସ୍ୱାଗତ କରିଛନ୍ତି। ଝାରସୁଗୁଡ଼ାରୁ ଏକ ସ୍ୱତନ୍ତ୍ର ହେଲିକପ୍ଟରରେ ସୋନପୁର ଅଭିମୁଖେ ବାହାରିବେ। ସୋନପୁରରେ ସେ ବିଜୟ ସଂକଳ୍ପ ସମାବେଶରେ ଯୋଗଦେଇ ସମ୍ବୋଧିତ କରିବେ। ଶ୍ରୀ ଶାହ ସୋନପୁରରେ ନିର୍ବାଚନ ବିଗୁଲ୍‌ ଫୁଙ୍କିବେ। ବଲାଙ୍ଗୀର ଲୋକସଭା କ୍ଷେତ୍ର ପାଇଁ ପ୍ରାର୍ଥୀ ସଂଗୀତା କୁମାରୀ […]

Social media & sharing icons powered by UltimatelySocial