ସେବାୟତଙ୍କ ସମସ୍ୟା ବୁଝିଲା ପ୍ରଶାସନ ପୁରୁଣା ଭୁବନେଶ୍ୱର: ଏକାମ୍ର କ୍ଷେତ୍ର ଶ୍ରୀଲିଙ୍ଗରାଜ ମନ୍ଦିର ରାସ୍ତା କଡ଼ସ୍ଥିତ ଦୋକାନଗୁଡ଼ିକରେ ଏଣିକି ଏକା ରଙ୍ଗର ସାଇନ୍‌ବୋର୍ଡ ଦେଖିବାକୁ ମିଳିବ। ସବୁ ଦୋକାନୀ ତଥା ବ୍ୟବସାୟିକ ପ୍ରତିଷ୍ଠାନ ଧଳା ଓ ଖଇରିଆ ରଙ୍ଗର ସାଇନ୍‌ବୋର୍ଡ ଲଗାଇବେ। ସେହିଭଳି ରାସ୍ତା କଡ଼ରେ ଲଗାଯାଉଥିବା ବିଜ୍ଞାପନ ଫଳକ ମଧ୍ୟ ଧଳା ଖଇରିଆ ରଙ୍ଗର ହେବ। କେହି ଏହି ନିୟମ ନ ମାନିଲେ ଜରିମାନା ଦେବାକୁ ବାଧ୍ୟ ହେବ। […]

ପୁରୀ:‌ କ‌ରୋନା ମହାମାରୀକୁ ଦୃଷ୍ଟିରେ ରଖି ଚଳିତବର୍ଷ ପ୍ରସିଦ୍ଧ ଚନ୍ଦ୍ରଭାଗା ମାଘମେଳା ବୁଡ଼ ବନ୍ଦ କରିଦିଆଯାଇଛି। ପୁରୀ ଜିଲ୍ଲା ପ୍ରଶାସନ ଫେବୃଆରୀ ୧୮ରୁ ଚନ୍ଦ୍ରଭାଗାରେ ୧୪୪ ଧାରା ଜାରି କରିଛି। କେବଳ ମାଘସପ୍ତମୀ ନୀତିକାନ୍ତି ସ୍ବାଭାବିକ ଚାଲିଛି। ବାକି ସବୁକିଛି ବନ୍ଦ ରଖାଯାଇଛି। ଉପଜିଲ୍ଲାପାଳ ଭବତାରଣ ସାହୁ କହିଛନ୍ତି, ଚନ୍ଦ୍ରଭାଗାରେ ମାଘ ମେଳା ବୁଡ଼ ପକାଇବା ପ୍ରତିବର୍ଷ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଜମେ। ୧୯ ତାରିଖ ଭୋରରୁ ଶ୍ରଦ୍ଧାଳୁ ବୁଡ଼ […]

ପୁରୀ :‌ ରଥଯାତ୍ରାର ଆଦ୍ୟପର୍ବ ରଥକାଠ ଅନୁକୂଳ ନୀତି ପରମ୍ପରା ମୁତାବକ ଆଜି (ମଙ୍ଗଳବାର) ପବିତ୍ର ବସନ୍ତ ପଞ୍ଚମୀ‌ରେ ଅନୁଷ୍ଠିତ ହେବ। ଏହି ଉପଲକ୍ଷେ ଶ୍ରୀମନ୍ଦିର ସମୁଖସ୍ଥ ରଥଖଳା ପ୍ରସ୍ତୁତ ହୋଇଛି। ପରମ୍ପରା ଅନୁଯାୟୀ, ଶ୍ରୀମନ୍ଦିର କାର୍ଯ୍ୟାଳୟ ସମୁଖ ରଥଖଳାରେ ତିନି ରଥ ପାଇଁ ତିନୋଟି କାଠକୁ ପୂଜାର୍ଚ୍ଚନା ହେବ। ଶ୍ରୀମନ୍ଦିର କାର୍ଯ୍ୟାଳୟ ସମୁଖରେ ବାରିକେଡ୍ ପକାଇ ତିନି ରଥକାଠକୁ ଅଲଗା ରଖାଯାଇଛି। ପୂଜାର୍ଚ୍ଚନା ପାଇଁ ଆବଶ୍ୟକ ଜାଗା ବି […]

ଶ୍ରୀଲିଙ୍ଗରାଜଙ୍କ ନିକଟରେ ହଜାର ହଜାର ଲୋକଙ୍କ ଦୀପଦାନ ଭୁବନେଶ୍ବର : ଶ୍ରୀଅନନ୍ତ ବାସୁଦେବ ମନ୍ଦିର ଓ ଶ୍ରୀ ବ୍ରହ୍ମେଶ୍ବର ମନ୍ଦିର ପାଇଁ କେନ୍ଦ୍ର ସରକାରଙ୍କ ଜାତୀୟ ସ୍ମାରକୀ ପ୍ରାଧିକରଣ(ଏନ୍‌ଏମ୍ଏ)ଙ୍କ ପ୍ରସ୍ତାବିତ ଐତିହ୍ୟ ଅଧିନିୟମ (ବାଇ-ଲ’)କୁ ନେଇ ଭୁବନେଶ୍ବରରେ ଅସନ୍ତୋଷ କ୍ରମଶଃ ବିସ୍ଫୋରକ ହେବାକୁ ଲାଗିଲାଣି। ଶୁକ୍ରବାର ହଜାର ହଜାର ସଂଖ୍ୟାରେ ଭକ୍ତ ରାସ୍ତାକୁ ଓହ୍ଲାଇଛନ୍ତି। ଏକାଠି ହୋଇ କେନ୍ଦ୍ର ସରକାରଙ୍କ ବିରୋଧରେ ବିଷୋଦ୍‌ଗାର କରିଛନ୍ତି ଓ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ […]

ପୁରୁଣା ଭୁବନେଶ୍ୱର: ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ଓ ରାଜ୍ୟ ସରକାର ମିଶି ଶିଶୁପାଳଗଡ଼ର ହୃତ ଗୌରବ ଫେରାଇବା ଉଦ୍ୟମ କରିଥିଲେ। ଏଥିପାଇଁ ସ୍ଥାନୀୟ ପ୍ରଶାସନ ଓ ଏଏସ୍‌ଆଇ ଅଧିକାରୀଙ୍କ ମଧ୍ୟରେ ଠିକ୍‌ ବର୍ଷକ ପୂର୍ବରୁ ଆଲୋଚନା ହୋଇଥିଲା। ଏମିତିକି ସର୍ଭେ କାମ ମଧ୍ୟ ସରିଥିଲା। ମାତ୍ର ପୁନରୁଦ୍ଧାର ସେମିତି ଫାଇଲ୍‌ରେ ବନ୍ଦ ହୋଇ ରହିଲା। ଏନେଇ ମାମଲା ହାଇକୋର୍ଟରେ ପହଞ୍ଚିବା ପରେ ଶିଶୁପାଳଗଡ଼ର ବର୍ତ୍ତମାନ ସ୍ଥିତି ଜାଣିବାକୁ କୋର୍ଟ ସରକାରଙ୍କୁ […]

ଓଡ଼ଗାଁ: ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ କୋମଣ୍ଡ ଗ୍ରାମରେ ଥିବା ଡଙ୍ଗନାଥ ମନ୍ଦିରରେ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି। ଏଠାରେ ଏକ ବଡ଼ ଧରଣର ଅଘଟଣ ଘଟିଛି। ଡଙ୍ଗନାଥ ଠାକୁର ଆଜି ନିଜେ ନିଆଁରେ ଜଳିଯାଇଥିବା ଦେଖିବାକୁ ମିଳିଛି। ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳ ୬ ଟା ସମୟରେ ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ କୋମଣ୍ଡ ଗ୍ରାମରେ ଥିବା ଶ୍ରୀଜଗନ୍ନାଥଙ୍କ ମନ୍ଦିରରେ ଏକ ବଡ଼ ଧରଣର ଅଘଟଣ ଘଟିଥିବା ଦେଖିବାକୁ […]

୭ ଦେଶର ୩୯ ଚିତ୍ରଶିଳ୍ପୀଙ୍କ ଚିତ୍ରକଳା ପ୍ରଦର୍ଶିତ ହେବ ଭୁବନେଶ୍ବର: ରାଜ୍ୟ ସଂଗ୍ରହାଳୟ ପରିସରରେ ଆଜିଠାରୁ ଆରମ୍ଭ ହେବ ଅନ୍ତର୍ଜାତୀୟ ଲୋକକଳା ଓ ଜନଜାତି ଚିତ୍ରକଳା ପ୍ରଦର୍ଶନୀ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସହଯୋଗରେ ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ଓ ପୂର୍ବାସା ଲୋକକଳା ଓ ଜନଜାତି ସଂଗ୍ରହାଳୟ ପକ୍ଷରୁ ଅନୁଷ୍ଠିତ ଏହି ପ୍ରଦର୍ଶନୀ ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ। ପୂର୍ବାହ୍ନ ୧୦ଟାରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ଖୋଲିବାକୁ […]

ପୁରୀ: ଦିଅଁ, ସେବାୟତ ଏବଂ ଭକ୍ତମାନଙ୍କର ସ୍ୱାର୍ଥ ସୁରକ୍ଷା ପ୍ରତି ଦୃଷ୍ଟି ଦେଇ ଜାତୀୟ କୀର୍ତ୍ତିରାଜି କର୍ତ୍ତୃପକ୍ଷ (ଏନ୍‌ଏମ୍‌ଏ) ଜାରି କରିଥିବା ଡ୍ରାଫ୍ଟ୍‌ ବାଇ-ଲ’ ସଂକ୍ରାନ୍ତ ବିଜ୍ଞପ୍ତି ପ୍ରତ୍ୟାହାର କରିନେବା ଲାଗି ଅନୁରୋଧ ଶ୍ରୀଜଗନ୍ନାଥ ମନ୍ଦିରର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ୍‌ କୁମାର ପତ୍ର ଲେଖିଛନ୍ତି। ଅନାଦି କାଳରୁ ଶ୍ରୀଜଗନ୍ନାଥ ଓଡ଼ିଆ ଏବଂ ଭାରତ ତଥା ସମଗ୍ର ବିଶ୍ୱର କୋଟି କୋଟି ହିନ୍ଦୁମାନଙ୍କର ଆରାଧ୍ୟ ଦେବତା ହୋଇଥିବାରୁ ସେମାନଙ୍କର ବିଶ୍ୱାସ, […]

ପୁରୁଣା ଭୁବନେଶ୍ବର : ଏକାମ୍ର ପ୍ରକଳ୍ପ ଯୋଜନା କାର୍ଯ୍ୟକ୍ରମ ଜୋର୍‌ଦାର୍‌ ଚାଲିଛି। ମନ୍ଦିର ଚତୁଃପାର୍ଶ୍ବକୁ ସୁନ୍ଦର କରିବା ପାଇଁ ଉଚ୍ଛେଦ କାମ ପୁଣି ଆରମ୍ଭ ହୋଇଛି। କିନ୍ତୁ ମନ୍ଦିରର ସମସ୍ୟା ସମାଧାନ ହୋଇପାରୁନାହିଁ। ପୂର୍ବରୁ ମୁଖ୍ୟ ମନ୍ଦିରରୁ ପାଣି ଗଳିବା ଓ ଆର୍ଥିଂ ନ ଥିବା ସମସ୍ୟା ଥିଲା। ଏବେ ଆଉ ଏକ ସମସ୍ୟା ଦେଖା ଦେଇଛି। ସିଂହଦ୍ବାର ମୁଖ୍ୟ ଦୁଇ କବାଟରେ ସୃଷ୍ଟି ହୋଇଥିବା ବଡ଼ ବଡ଼ ଫାଟ […]

ପର୍ଯ୍ୟଟନ ବିଭାଗ ଅର୍ଥରେ ହେଲା ଆଲୋକୀକରଣ ଭୁବନେଶ୍ବର: ଦୀର୍ଘ ଦିନର ପ୍ରତୀକ୍ଷାର ଅନ୍ତ ଘଟିବ। ପୁରୀ ବାଇପାସ୍‌ରେ ଷ୍ଟ୍ରିଟ୍‌ ଲାଇଟ୍ ଜଳିବ। ହାଇଟେକ୍‌ ଛକରୁ ଦୟା ବ୍ରିଜ୍‌ ପର୍ଯ୍ୟନ୍ତ ଏହି ୧୨କିମିର ରାସ୍ତାରୁ ଅନ୍ଧକାର ହଟିବ। ବିଏମ୍‌ସି ପକ୍ଷରୁ ପୁରୀ ବାଇପାସ୍‌ର ଆଲୋକୀକରଣ କାମ ହୋଇଥିବା ବେଳେ ଆସନ୍ତା ୩ ତାରିଖରେ (ବୁଧବାର) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପର ଉଦ୍‌ଘାଟନ କରିବେ। ଏଥିପାଇଁ ଆଜି ବିଏମ୍‌ସି କମିସନର ପ୍ରେମଚନ୍ଦ୍ର […]

Social media & sharing icons powered by UltimatelySocial