ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ବାପା ଓ ଜେଜବାପା ଘରେ ଅଚଳ ଆଳି: ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଘରେ ଅଚଳ ହୋଇ ବସିରହିଥିବା ବାପା ଓ ଜେଜବାପାଙ୍କ ସହିତ ୪ ପ୍ରାଣୀ କୁଟୁମ୍ବଙ୍କ ପେଟ ପୋଷିବା ପାଇଁ ଗାଁ, ବଜାର,ହାଟ ବୁଲିବୁଲି ପନିପରିବା ବିକି ପରିବାର ଚଳାଉଛନ୍ତି ମା’ଛେଉଣ୍ଡ ନାବାଳକ ଛୋଟ,ଛୋଟ ଦୁଇଭାଇ। କେନ୍ଦ୍ରାପଡ଼ା ଜିଲ୍ଲା ଆଳିବ୍ଲକ ସିଙ୍ଗିରି ଗ୍ରାମର ପ୍ରମୋଦ ମଲିକ। ଗାଁ, ଗାଁ ବୁଲି […]

ଲଘୁଚାପ ପାଇଁ ଜିଲ୍ଲାପାଳଙ୍କୁ ସତର୍କ କରାଇଲେ ଏସ୍‌ଆର୍‌ସି: ସମୁଦ୍ର ଭିତରକୁ ନ ଯିବାକୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଭୁବନେଶ୍ୱର : ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଓଡ଼ିଶା, ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟି ହୋଇଥିବା ୱେଲମାର୍କ ଲୋ-ପ୍ରେସର ପ୍ରଭାବରେ ସାରା ଓଡ଼ିଶାରେ ବର୍ଷା ଜାରି ରହିଛି। ଉପକୂଳରୁ ପଶ୍ଚିମ ଓଡ଼ିଶା ହେଉ ଅଥବା ଉତ୍ତରରୁ ଦକ୍ଷିଣ, ଗତ ୩୬ ଘଣ୍ଟା ମଧ୍ୟରେ ସବୁ ଜିଲ୍ଲାରେ ସ୍ବଳ୍ପରୁ ମଧ୍ୟମ ଧରଣର ଏବଂ ସ୍ଥାନେ […]

ତିହିଡି : ଭଦ୍ରକ ଜିଲ୍ଲା ତିହିଡି ବ୍ଲକରେ ଥିବା ଚାଷ ଜମିକୁ ଜଳ ସେଚନ କରିବା ପାଇଁ ସାଳନ୍ଦୀ କେନାଲ ଖନନ କରାଯାଇଥିଲା। ଏବେ ଏହି କେନାଲ ସାଧାରଣ ଲୋକଙ୍କ ପାଇଁ ବିପଦ ସୃଷ୍ଟି କରୁଛି। ଜନସାଧାରଣଙ୍କ ଜୀବନ ଯାତ୍ରା ଓ ବସବାସରେ ସମସ୍ୟା ସୃଷ୍ଟି କରୁଛି। କେନାଲରେ ଠିକ ସମୟରେ ଜଳ ନିଷ୍କାସନ ହୋଇ ନ ପାରୁଥିବାରୁ ଗ୍ରାମ ଭିତରେ ଥିବା ବିଭିନ୍ନ ସାହିରେ ପାଣି ପଶି ଯାଇ […]

ଅଗଷ୍ଟରୁ ଛତିଶଗଡ଼ ନିଜ ଜଳଭଣ୍ଡାର ନ ଭରିବାକୁ ଅନୁରୋଧ କଲା ଓଡ଼ିଶା ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରର ଉପର ମୁଣ୍ଡରେ ଥିବା ଜଳଭଣ୍ଡାର ଗୁଡ଼ିକର ରୁଲ କର୍ଭ ଓ ଜରୁରୀ ଆକ୍ସନ ପ୍ଲାନ୍‌ର ବିସ୍ତୃତ ସୂଚନା ଡିସେମ୍ବର ସୁଦ୍ଧା ଦେବ ଛତିଶଗଡ଼। ହୀରାକୁଦ ଜଳଭଣ୍ଡାର ଜଳ ପରିଚାଳନାରେ ସମନ୍ବୟ ରକ୍ଷା ପାଇଁ ଆୟୋଜିତ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଜଳଭଣ୍ଡାରର ସୁରକ୍ଷା ପାଇଁ ଛତିଶଗଡ଼ ପକ୍ଷରୁ କେତେ ଗଛ ଲଗାଯାଇଛି ସେ […]

ଭୁବନେଶ୍ବର: ରାଜଧାନୀ ଉପକଣ୍ଠ ପାଣ୍ଡରାରେ ହେବାକୁ ଥିବା କିମ୍ଭୀରା ନାଳ ବ୍ରିଜ୍‌ ନିର୍ମାଣ ପାଇଁ ବାଟ ଫିଟିଛି। ଏହି ବ୍ରିଜ୍‌ ନିର୍ମାଣ ପାଇଁ ବର୍ଷେ ହେଲା ବାଧକ ସାଜିଥିବା ଜବରଦଖଲକୁ ଆଜି ଉଚ୍ଛେଦ କରାଯାଇଛି। ପ୍ରାୟ ୪ ହଜାର ବର୍ଗଫୁଟ ଜମିରେ ଥିବା ୧୨ଟି ଦୋକାନକୁ ଭାଙ୍ଗି ଦିଆଯାଇଛି। କମିସନରେଟ୍‌ ପୁଲିସର ସହଯୋଗରେ ବିଡିଏ ଏହି ଜବରଦଖଲ ଉଚ୍ଛେଦ କରିଛି।ପାଣ୍ଡରା ମୌଜା ରାସ୍ତା ପାଖ ୩୮୬୧ ନମ୍ବର ପ୍ଲଟରେ ଜବରଦଖଲ […]

ଆୟୁଷ ନିର୍ଦ୍ଦେଶକଙ୍କ ମତାମତ ସତ୍ତ୍ୱେ ନିଷ୍ପତ୍ତି ନିଆଯାଉନାହିଁ, ମୁଖ୍ୟମନ୍ତ୍ରୀ, ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କଲା ସଂଘ ଭୁବନେଶ୍ୱର: ରାଜ୍ୟର ହୋମିଓପାଥି ଓ ଆୟୁର୍ବେଦ ଡାକ୍ତରଙ୍କୁ କନିଷ୍ଠ ପ୍ରଥମ ଶ୍ରେଣୀ ମାନ୍ୟତା ପାଇଁ ସରକାର ଏପର୍ଯ୍ୟନ୍ତ ସୁଦ୍ଧା କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି। ଆୟୁଷ ନିର୍ଦ୍ଦେଶକ ସରକାରଙ୍କୁ ଏ ନେଇ ସୁପାରିଶ କରିସାରିଛନ୍ତି। ତଥାପି, ଏଥିପ୍ରତି ସମ୍ବେଦନଶୀଳ ହୋଇନାହାନ୍ତି ବୋଲି ରାଜ୍ୟ ହୋମିଓପାଥି ସରକାରୀ ସେବାସଂଘ ପକ୍ଷରୁ ଅଭିଯୋଗ କରାଯାଇଛି। ଓଡ଼ିଶା […]

ଭୁବନେଶ୍ବର: ରାଜ୍ୟରେ ପ୍ରଶାସନିକ ସ୍ତରରେ କେତେକ ଅଦଳ ବଦଳ ହୋ୍ଇଥିବା ଜଣାଯାଇଛି। ଓଡ଼ିଶା ସରକାର ଆଜି ଉଭୟ ଆଇଏଏସ୍ ଏବଂ ଓଏଏସ୍ ସ୍ତରରେ ଏକ ଅଦଳ ବଦଳ କରିଛନ୍ତି। ଏଥିରେ ଛଅଜଣ ଆଇଏଏସ୍ ଏବଂ ଓଏଏସ୍ ଅଧିକାରୀଙ୍କ ବଦଳି କରାଯାଇଛି। ଏମାନଙ୍କ ମଧ୍ୟରେ ଦୁଇଜଣଙ୍କୁ ଉପଜିଲ୍ଲାପାଳ ଭାବରେ ନିଯୁକ୍ତ କରାଯାଇଛି। ଖୋର୍ଦ୍ଧା ଜିଲ୍ଲାପାଳ ସୀତାଂଶୁ କୁମାର ରାଉତଙ୍କୁ ବଦଳି କରାଯାଇଛି। ତାଙ୍କୁ ବ୍ରହ୍ମପୁର ଚକବନ୍ଦୀ ଅତିରିକ୍ତ କମିସନର ଭାବେ ନିଯୁକ୍ତି […]

ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବହୁ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଆଜି ଅପରାହ୍ନରେ ଜାରି ଏକ ସତର୍କ ସୂଚନାରେ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ ମଙ୍ଗଳବାର ଅପରାହ୍ନ ସୁଦ୍ଧା ରାଜ୍ୟର ଗଞ୍ଜାମ, ବଲାଙ୍ଗୀର, ବୌଦ୍ଧ, କନ୍ଧମାଳ, ମୟୂରଭଞ୍ଜ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି […]

ବାଲିଅନ୍ତା: ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷାରେ ପୁଅ ୫୫୪ ନମ୍ବର(୯୨.୩ ପ୍ରତିଶତ) ରଖି ଗ୍ରେଡ୍‌ ଏ-୧ ପାଇବା ସହ ବିଦ୍ୟାଳୟ ଟପର୍‌‌ ହୋଇଛି। ତେଣୁ ଗାଁରୁ ଆରମ୍ଭ କରି ବିଦ୍ୟାଳୟ ଓ ସ୍ଥାନୀୟ ଅଞ୍ଚଳରୁ ପୁଅ ପାଖକୁ ଛୁଟୁଛି ପ୍ରଶଂସାର ସୁଅ। କିନ୍ତୁ ମନେ ମନେ ଗୁମୁରିବାରେ ଲାଗିଛନ୍ତି ବାପା। ଉପରକୁ ହସୁଥିଲେ ବି ପୁଅର ଭବିଷ୍ୟତ ଚିନ୍ତାରେ ସେ ଭିତ‌ରେ ଭିତରେ କୁହୁଳୁଛନ୍ତି। ଭଲ କ‌ଲେଜରେ ଦାମୀ ପାଠ […]

ଭୁବନେଶ୍ୱର : ଭୁବନେଶ୍ୱର-ରାଉରକେଲା-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ୍‌ (୦୨୮୬୧/୦୨୮୬୨) ସେବାକୁ ଅଗଷ୍ଟ ୧୨ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ଟ୍ରେନ୍‌ ଅଗଷ୍ଟ ୩ରୁ ୧୨ତାରିଖ ମଧ୍ୟରେ ଶନିବାର ଓ ରବିବାର ବ୍ୟତୀତ ରାଉରକେଲାଠାରୁ ପ୍ରତିଦିନ ସକାଳ ୫ଟା ୧୦ରେ ଛାଡ଼ିବାକୁ ଥିବା ବେଳେ ଭୁବନେଶ୍ୱରଠାରୁ ଅପରାହ୍‌ଣ ୨ଟା ୧୦ରେ ଛାଡ଼ିବ। ଉକ୍ତ ଟ୍ରେନ୍ ରାଉରକେଲା ଓ ଭୁବନେଶ୍ୱର ମଧ୍ୟରେ ଉଭୟ ଦିଗରୁ ରାଜଗାଙ୍ଗପୁର, ବାମରା, ଝାରସୁଗୁଡା, ରେଙ୍ଗାଲି, ସମ୍ବଲପୁର […]

Social media & sharing icons powered by UltimatelySocial