ଭୁବନେଶ୍ୱର: ସ୍ଲମ୍‌ କ୍ୱାଟର୍ସ ପ୍ରସଙ୍ଗରେ ବିଏମ୍‌ସିକୁ ଆଉ ଥରେ ଝଟ୍‌କା ଲାଗିଛି। କ୍ୱାଟର୍ସରେ ରହୁଥିବା ଜଣେ ଅବସରପ୍ରାପ୍ତ କର୍ମଚାରୀଙ୍କ ବିରୋଧରେ ହାଇକୋର୍ଟ ଯାଇଥିବା ବିଏମ୍‌ସିର ଆବେଦନ ଖାରଜ ହୋଇଛି। ୨୦୧୯ ମସିହାରେ ରିଟ୍‌ ପିଟିସନ ଦାଖଲ ପାଇଁ କୋର୍ଟ କହିଥିଲେ ମଧ୍ୟ ୪ ବର୍ଷ ପରେ ବା ୨୦୨୩ରେ କୋର୍ଟରେ ରିଟ୍‌ ଆବେଦନ କରିବାରୁ ବିଏମ୍‌ସିକୁ ଭୋଗିବାକୁ ପଡ଼ିଛି। ବିଏମ୍‌ସିର ରିଟ୍‌ ନାକଚ ହେବା ଫଳରେ ନିଜ ନାମରେ କ୍ୱାଟର୍ସ […]

ପାଇପ୍‌ ଉଠାଇବା ପାଇଁ ଚିଠି ଲେଖିଲା ୱାଟ୍‌କୋ ଭୁବନେଶ୍ୱର: ମଞ୍ଚେଶ୍ୱର ଲେଭଲ କ୍ରସିଂ ଠାରେ ଆରମ୍ଭ ହେବାକୁ ଯାଉଛି ଆର୍‌ଓବି (ରେଳ ଓଭରବ୍ରିଜ୍‌)। ଏଥିପାଇଁ ପୂର୍ତ୍ତ ବିଭାଗ ପ୍ରକ୍ରିୟା ଆରମ୍ଭ କରିଛି। ଏହି ଆର୍‌ଓବି ନିର୍ମାଣ ପାଇଁ ଏକ ବଡ଼ ପାନୀୟ ଜଳ ପାଇପ୍‌ ଲାଇନ୍‌ ମାଟିତଳୁ ସ୍ଥାନାନ୍ତର କରିବାର ଅଛି। ଏଣୁ ୱାଟ୍‌କୋକୁ ପୂର୍ତ୍ତ ବିଭାଗ ଚିଠି ଲେଖିଛି। ପାଇପ୍‌ ସ୍ଥାନାନ୍ତର ବ୍ରିଜ୍‌ ନିର୍ମାଣ ଆରମ୍ଭ ହେବ। ତେବେ […]

କଳିଙ୍ଗାଘାଟିରେ ଭିଡ଼ ଲଗାଉଛନ୍ତି ପରିବେଶପ୍ରେମୀ ଓ ପର୍ଯ୍ୟଟକ ଘୁ.ଉଦୟଗିରି: ଥରୁଛି କନ୍ଧମାଳ ଜିଲ୍ଲାର ସାରା ଘୁ.ଉଦୟଗିରି ଅଞ୍ଚଳ। ଅସ୍ତବ୍ୟସ୍ତ ଜନତା, ତ୍ରାହିତ୍ରାହି ଡାକୁଛନ୍ତି ଗ୍ରାମାଞ୍ଚଳ ଲୋକେ। ପାଣିପାଗ ବିଭାଗ ଅନୁସାରେ ଘୁମୁସର ଉଦୟଗିରି ସହରର ଆଜିର ତାପମାତ୍ରା ୪.୦ ଡିଗ୍ରି ଥିବା ବେଳେ ଥଣ୍ଡା ଜାଡ଼ରେ ଲୋକେ ଅସ୍ତବ୍ୟସ୍ତ ହେଉଥିବା ଦେଖିବାକୁ ମିଳିଛି। ଫୁଲବାଣୀରେ ୬.୫ ଓ ଦାରିଙ୍ଗବାଡ଼ିରେ ୮.୦ ତାପମାତ୍ରା ରହିଥିବା ସୂଚନା ରହିଛି। ତେବେ ସନ୍ଧ୍ୟା ୭ […]

ଭୁବନେଶ୍ୱର: ଏକ ବିଂଶ ଶତାବ୍ଦୀରେ ଏକ ନୂଆ ଓଡ଼ିଶା, ସଶକ୍ତ ଓଡ଼ିଶା ଗଠନରେ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିବ। ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମରେ ବୁଧବାର ଦିନ ରାଜ୍ୟ ସରକାରଙ୍କ ବିଭିନ୍ନ ବିଦ୍ୟାଳୟଗୁଡିକରେ ୪୧୬୬ ଜଣ ଟିଜିଟି ଓ ପିଜିଟି ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତି ପର୍ବ ବାଣ୍ଟିବା କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ସନ୍ଧ୍ୟାରେ ଏହା କହିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପିଲାମାନଙ୍କ ମଧ୍ୟରେ ଗଭୀର […]

ଭୁବନେଶ୍ୱର: କଲଭର୍ଟ ନିର୍ମାଣ ପାଇଁ କେଦାରଗୌରୀ ମନ୍ଦିର ନିକଟ ରବିଟକିଜ୍‌-ସାମନ୍ତରାପୁର ରାସ୍ତାକୁ ପୂର୍ତ୍ତ ବିଭାଗ ଖୋଳି ଦେଇଛି। ଯାହା ଫଳରେ ଯାତାୟାତରେ ସମସ୍ୟା ସୃଷ୍ଟି ହୋଇଛି। ମୁଖ୍ୟତଃ ଅଫିସ୍‌ ସମୟ ଓ ସଂଧ୍ୟାରେ ପ୍ରବଳ ଜାମ୍‌ ଦେଖିବାକୁ ମିଳୁଛି। ତୁରନ୍ତ ଏହି କାମ ସାରିବାକୁ ପ୍ରତିକ୍ରିୟା ପ୍ରକାଶ ପାଇଛି। କେଦାରଗୌରୀ ମନ୍ଦିର ପରିସରରେ ଥିବା କେଦାରଗୌରୀ, ଦାନ୍ତଘ‌ଷା ଓ ଦୁଗ୍ଧ ପୋଖରୀ ଜଳ ନିଷ୍କାସନ ହୋଇପାରୁନାହିଁ। ପାଣି ବାହାରିବା ବାଟ […]

ଭୁବନେଶ୍ୱର: ପୁରୀ-ଭୁବନେଶ୍ୱର ମୁଖ୍ୟ ରାସ୍ତା ଅବରୋଧ କରି ରାସ୍ତା ଉପରେ ଧାରଣାରେ ବସିଲେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ଓ ଶହ ଶହ କର୍ମୀ। ଗଙ୍ଗୁଆ ନାଳରୁ କପିଳେଶ୍ଵର ମନ୍ଦିର ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ଦାବିରେ କଂଗ୍ରେସ ନେତା ଓ କର୍ମୀଙ୍କ ସାମନ୍ତରାୟ ଛକରେ ରାସ୍ତାରୋକ କରିଥିଲେ।୨୦୧୪ ଜୁନରୁ ଏହି ରାସ୍ତା ପାଇଁ ଶୁଭ ଦିଆସାରିଥିବା ବେଳେ କାହିଁକି କାମ ଆରମ୍ଭ ହୋଇନି ବୋଲି ପ୍ରଶ୍ନ କରିଛି କଂଗ୍ରେସ। ସେପଟେ […]

ପୁରୁଣା ଭୁବନେଶ୍ୱର: ଆଜି ଶ୍ରୀଲିଙ୍ଗରାଜ ମନ୍ଦିରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ସଅଳ ନୀତି ପାଇଁ ପ୍ରସ୍ତୁତ ଅବଢ଼ା ଭୋଗ ଲାଗି ହେବା ବେଳେ ଗର୍ଭଗୃହରେ ଖଟା ହାଣ୍ଡି ଭାଙ୍ଗି ମହାପ୍ରଭୁଙ୍କ ଶକ୍ତିକୁ ଛୁଇଁବାରୁ ଠାକୁରଙ୍କ ବେଶ ଓ ଅବଢ଼ା ମାରା ହୋଇଯାଇଥିଲା। ତେଣୁ ବିଧି ଅନୁସାରେ ମାରା ଅବଢ଼ା ସବୁକୁ ଅମୁଣିଆ କୂଅରେ ବିସର୍ଜନ କରାଯାଇଥିଲା। ମହାପ୍ରଭୁଙ୍କ ମହାସ୍ନାନ ନୀତି ପରେ କୋଠ ଥାଳି ପ୍ରସ୍ତୁତ କରାଯାଇ […]

ସୁନ୍ଦରଗଡ଼: ଆଜି ରବିବାର ଛୁଟି ଥିବାରୁ ପୂର୍ବାହ୍ନରେ ସାଙ୍ଗ ହୋଇ ହସଖୁସିରେ ବଣଭୋଜି କରିବାକୁ ଯାଇଥିଲେ। ସମସ୍ତେ ଖାଇପିଇ ସାରି ଅଟୋରେ ଘରକୁ ଫେରୁଥିଲେ। କିନ୍ତୁ ବାଟରେ ଛକି ବସିଥିବା ଯମ ୫ ଜଣଙ୍କୁ ଘରକୁ ପହଞ୍ଚାଇ ଦେଇନାହିଁ। ଗ୍ରାମାଞ୍ଚଳର ରାସ୍ତାରେ ଯାଉଥିବା ଅଟୋକୁ ଏକ ହାଇୱା ଚାପିଦେଇଛି। ଫଳରେ ୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ ଜଣଙ୍କୁ ଗୁରୁତର ଭାବେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୁନ୍ଦରଗଡ଼ […]

ଭୁବନେଶ୍ୱର: ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ପଶ୍ଚିମ ଓଡ଼ିଶା ପାଇଁ ବିଜେଡି ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛି। ଦୁଇଦିନ ଧରି ପଶ୍ଚିମ ଓଡ଼ିଶାକୁ ନେଇ ମାରାଥନ ବୈଠକ ହୋଇଛି। ଗତକାଲି ନବୀନ ନିବାସରେ ପଶ୍ଚିମ ଓଡ଼ିଶାର ବରିଷ୍ଠ ନେତା ଏକାଠି ହୋଇଥିଲେ। ଆଜି ମଧ୍ୟ ଶଙ୍ଖଭଵନରେ ପଶ୍ଚିମ ଓଡ଼ିଶା ନେତାଙ୍କ ବୈଠକ ଅନୁ‌ଷ୍ଠିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁବ ଶୀଘ୍ର ପଶ୍ଚିମ ଓଡ଼ିଶା ଗସ୍ତରେ ଯିବେ ବୋଲି ବୈଠକରେ […]

ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକର ରହିଛି ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଅନେକ ପର୍ଯ୍ୟଟନସ୍ଥଳୀ। ବ୍ଲକରେ ରହିଥିବା ଅନେକ ଶୈବପୀଠ ଓ ଜଳପ୍ରପାତ ପର୍ଯ୍ୟଟକଙ୍କୁ ବେଶ୍‌ ଆକୃଷ୍ଟ କରିଥାଏ। ଏଥି ମଧ୍ୟରୁ ଅନ୍ୟତମ ଜଳପ୍ରପାତ ହେଉଛି ଗୋସେଇଁଧାରା। ଏହି ପର୍ଯ୍ୟଟନସ୍ଥଳୀର ଉପର ଭାଗରେ ରହିଛି ଶିବ ମନ୍ଦିର। ଶିବ ମନ୍ଦିର ନିକଟରେ ଏକ ପଥର କରଡ଼ରେ ରହିଛି ମା’ ପାର୍ବତୀଙ୍କ ଆସ୍ଥାନ। ଏହି ଦୁଇଟି ଆସ୍ଥାନ ମଧ୍ୟରେ ବୋହି ଯାଉଛି ଝରଣା। […]

Social media & sharing icons powered by UltimatelySocial