ଅହମ୍ମଦାବାଦ: ଦେଶର ଦ୍ୱାଦଶ ଜ୍ୟୋତିର୍ଲିଙ୍ଗଙ୍କ ମଧ୍ୟରୁ ସୋମନାଥ ମନ୍ଦିର ଅନ୍ୟତମ। ଇତିହାସରେ ଅନେକ ଥର ଏହି ମନ୍ଦିର ଭାଙ୍ଗି ପୁନର୍ବାର ନିର୍ମାଣ କରାଯାଇଥିଲା। ବର୍ତ୍ତମାନ ସୋମନାଥ ମନ୍ଦିର ଟ୍ରଷ୍ଟ ମନ୍ଦିରରେ ଲାଗିଥିବା ୧୪୦୦ କଳସକୁ ସୁନାର ପ୍ରଲେପ ଦେବାକୁ ନିଷ୍ପତ୍ତି ନେଇଛି। ୨୦୨୧ ବର୍ଷ ଶେଷ ସୁଦ୍ଧା, ମନ୍ଦିରର ସମସ୍ତ କଳସକୁ ସୁନା ଛାଉଣୀରେ ପରିଣତ କରିବାର କାର୍ଯ୍ୟ ସମାପ୍ତ ହେବ। ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୫୦୦ ଜଣ ଲୋକ […]

ବାଲିଅନ୍ତା: ହୀରାପୁରସ୍ଥିତ ଚଉଷଠୀ ଯୋଗିନୀ ଚତୁର୍ଦ୍ଦଶ ମହୋତ୍ସବକୁ ଆଉ ମାତ୍ର ଦୁଇ ଦିନ ବାକିଥିବା ବେଳେ ଆୟୋଜକ ଓ ବିରୋଧୀଙ୍କ ମଧ୍ୟରେ ଉପୁଜିଥିବା ଗୋଷ୍ଠୀ ବିବାଦର ସମାଧାନ ହୋଇପାରିନାହିଁ। ତେଣୁ ଖୋର୍ଦ୍ଧା ଜିଲ୍ଲାପାଳ ମହୋତ୍ସବ ଆୟୋଜନ ଲାଗି ଅନୁମତି ପ୍ରଦାନ କରି ନଥିବା ଜଣାପଡ଼ିଛି। ତେବେ ବିଧାୟକଙ୍କ ସମର୍ଥିତ କୁହାଯାଉଥିବା ଏକ ଗୋଷ୍ଠୀ ଜିଲ୍ଲାପାଳଙ୍କ ବିନା ସ୍ବୀକୃତିରେ ମହୋତ୍ସବ ନେଇ ପ୍ରସ୍ତୁତି ଚଳାଇଥିଲା। କିନ୍ତୁ ଗତକାଲି ପୁଲିସ୍‌ ସେମାନଙ୍କ ନିକଟରେ […]

ଦର୍ଶନ ଲାଗି ଜରୁରୀ କୋଭିଡ୍ ନେଗେଟିଭ ରିପୋର୍ଟ ଭୁବନେଶ୍ୱର: କରୋନା ଭାଇରସ୍‌ ମହାମାରୀ ସଂକ୍ରମଣ ପାଇଁ ଗତ ମାର୍ଚ୍ଚ ମାସ ଠାରୁ ବନ୍ଦ ଥିବା ଭୁବନେଶ୍ବରର ଶ୍ରୀଲିଙ୍ଗରାଜ ମନ୍ଦିର ଆସନ୍ତା ୨୭ ତାରିଖରୁ ଖୋଲିବ। ପ୍ରଥମ ପର୍ଯ୍ୟାୟରେ ସେବାୟତ ପରିବାର ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ କରିପାରିବେ। ଦ୍ୱିତୀୟ ପର୍ଯ୍ୟାୟରେ ଭୁବନେଶ୍ୱର ବାସିନ୍ଦା ଓ ଏହାପରେ ରାଜ୍ୟବାସୀ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ କରିପାରିବେ। ଆଜି ଅନୁଷ୍ଠିତ ଏକ ସ୍ୱତନ୍ତ୍ର ବୈଠକରେ ଲିଙ୍ଗରାଜ ମନ୍ଦିର ଖୋଲିବା […]

ପେଶାୱାର : ପାକିସ୍ତାନରୁ ୧୩୦୦ ବର୍ଷ ତଳର ଏକ ପୁରୁଣା ହିନ୍ଦୁ ମନ୍ଦିର ଠାବ ହୋଇଛି। ଉତ୍ତର-ପଶ୍ଚିମ ପାକିସ୍ତାନର ସ୍ବାତ୍‌ ଜିଲ୍ଲାର ବାରିକୋଟଠାରେ ଥିବା ଏକ ପାହାଡ଼ରୁ ଇଟାଲୀୟ ଏବଂ ପାକିସ୍ତାନୀ ପ୍ରତ୍ନତତ୍ତ୍ବବୀତ୍‌ ଏହି ପ୍ରାଚୀନ ହିନ୍ଦୁ ମନ୍ଦିର ଠାବ କରିଛନ୍ତି। ଏଠାରେ ପ୍ରତ୍ନତାତ୍ତ୍ବିକ ଖନନ ଚାଲିଥିବାବେଳେ ଏହି ହିନ୍ଦୁ ମନ୍ଦିରର ସନ୍ଧାନ ମିଳିଥିବା ଜଣାପଡ଼ିଛି। ପାକିସ୍ତାନର ବରିଷ୍ଠ ପ୍ରତ୍ନତତ୍ତ୍ବ ଅଧିକାରୀ ଫାଜଲ ଖଲିକ୍‌ଙ୍କ କହିବା ଅନୁସାରେ, ଏହା ଏକ […]

କୋଣାର୍କ ଉତ୍ସବକୁ ଅନୁମତି, ଅନ୍ୟ କାର୍ଯ୍ୟକ୍ରମ ପାଇଁ ସଂସ୍କୃତି ବିଭାଗ ସ୍ଥାଣୁ ଭୁବନେଶ୍ୱର : କୋଣ‌ାର୍କରେ ମୁକ୍ତାକାଶ ରଙ୍ଗମଞ୍ଚରେ କୋଣାର୍କ ଉତ୍ସବ ହେବ। ମଞ୍ଚରେ ନୃତ୍ୟ ପରିବେଷଣ କରାଯିବ। ଦର୍ଶକ ବି ଦେଖିବେ। ସେଠି କରୋନା ବ୍ୟାପିବନି। କିନ୍ତୁ ଭୁବନେଶ୍ବରର ଉତ୍କଳ ମଣ୍ଡପ ପରି ଖୋଲା ମଞ୍ଚରେ ସାଂସ୍କୃତିକ କାର୍ଯ୍ୟକ୍ରମ କଲେ କରୋନା ମାଡ଼ିଯିବ। ଗୁରୁବାର ରବୀନ୍ଦ୍ର ମଣ୍ଡପରେ ଶତାଧିକ ଲୋକ ବସି‌‌ଲେ। ଉଚ୍ଚଶିକ୍ଷା ବିଭାଗର ଏକ କାର୍ଯ୍ୟକ୍ରମ ହେଲା। […]

ଭୁବନେଶ୍ବର: ରାଜଧାନୀରେ ଭସାଯିବନି ଡଙ୍ଗା। କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଭୁବନେଶ୍ବର ମହାନଗର ମଧ୍ୟରେ ଆସୁଥିବା କୌଣସି ଜଳାଶୟରେ ଡଙ୍ଗା ଭସାଇବାରେ ରୋକ୍‌ ଲଗାଇଛି ବିଏମ୍‌ସି। ବିନ୍ଦୁସାଗର ଓ ନଦୀଘାଟ ସମେତ ବିଏମ୍‌ସି ଅଞ୍ଚଳ ପରିସରରେ ଆସୁଥିବା କୌଣସି ଜଳାଶୟରେ ଡଙ୍ଗା ଭସାଇବାକୁ ଦିଆଯିବ ନାହିଁ। ଏନେଇ ଆଜି ବିଏମ୍‌ସି ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। କାର୍ତ୍ତିକ ପୂର୍ଣ୍ଣିମାରେ ନଦୀ ଘାଟ ଓ ପୋଖରୀମାନଙ୍କରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହୁଏ। […]

ପୁରୀ: ନାଗାର୍ଜୁନ ବେଶ ଓଲାଗି ପାଇଁ ପୁରୀରେ ୧୪୪ ଧାରା ଜାରି କରାଯିବ। ୨୬ ବର୍ଷ ପରେ ଶ୍ରୀମନ୍ଦିରରେ ନାଗାର୍ଜୁନ ବେଶ ଅନୁଷ୍ଠିତ ହେଉଥିବା ବେଳେ ଏହି ବେଶ ଦର୍ଶନରୁ ବଞ୍ଚିତ ହେବେ ଭକ୍ତ। ତେଣେ ମହାପ୍ରଭୁ ଜଗନ୍ନାଥଙ୍କ ପାଇଁ ନାଗାର୍ଜୁନ ବେଶ ପାଇଁ ପୁଲିସ୍ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ବୋଲି ପୁଲିସ୍ ଆରକ୍ଷୀ ଅଧୀକ୍ଷକ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ସମସ୍ତ ତଥା ବିଶେଷ କରି […]

ଡିସେମ୍ବର ତୃତୀୟ ସପ୍ତାହରୁ ମହାପ୍ରଭୁଙ୍କ ଦର୍ଶନ ପୁରୀ: ଚଳିତବର୍ଷ କରୋନା ମହାମାରୀ ପାଇଁ ଭକ୍ତମାନେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାଗାର୍ଜୁନ ବେଶ ଦର୍ଶନରୁ ବଞ୍ଚିତ ହୋଇଛନ୍ତି। ସଂପୂର୍ଣ୍ଣ କଟକଣା ଭିତରେ ଶ୍ରୀମନ୍ଦିର ପ୍ରଶାସନ ଏହି ବେଶ କରିବାକୁ ନିଷ୍ପତ୍ତି ନେଇଛି। ମହାପ୍ରଭୁଙ୍କୁ ନ ହେଲେ ନାହିଁ, ପତିତପାବନଙ୍କୁ ଦର୍ଶନ କରି ଭକ୍ତ ମନ ଭରିନେବେ ବୋଲି ଆଶା ରଖିଥିଲେ। ତେଣୁ ପତିତପାବନଙ୍କୁ ନାଗାର୍ଜୁନ ବେଶ କରି ଭକ୍ତଙ୍କୁ ବେଶ ଦର୍ଶନ ପାଇଁ […]

ଭୁବନେଶ୍ବର: ପଥପ୍ରାନ୍ତକୁ ଓହ୍ଲାଇ ଆସିଥିଲେ ଯମ ଓ ଚିତ୍ରଗୁପ୍ତ। କରୋନାରେ ହାହାକାର ସ୍ଥିତି ଦେଖି ଭାବ ବିହ୍ବଳ ହୋଇପଡ଼ୁଥିଲେ ମହାରାଜ। ରବୀନ୍ଦ୍ର ମଣ୍ଡପଠାରୁ ଉତ୍କଳ ସଂଗୀତ ମହାବିଦ୍ୟାଳୟ ପର୍ଯ୍ୟନ୍ତ ଦେଖିବାକୁ ମିଳିଥିଲା ଏପରି କିଛି ନିଆରା ଚିତ୍ର ଓ ଚରିତ୍ର। ସତ ସତିକା ନୁହେଁ, ବରଂ ପଥପ୍ରାନ୍ତରେ ନାଟକୀୟ ଚରିତ୍ର ମାଧ୍ୟମରେ ପଥଚାରୀଙ୍କ ଦୃଷ୍ଟି ଆକର୍ଷଣ ସହ ଦୁଃଖ ବଖାଣିଥିଲେ ପଥପ୍ରାନ୍ତ ନାଟୁଆମାନେ। ପଥପ୍ରାନ୍ତରେ ସାଧାରଣ ଲୋକଙ୍କୁ ସଚେତନ କରାଉଥିବା […]

ନଦୀ ଘାଟରେ ପୂଜା ଓ ସ୍ନାନକୁ ବାରଣ ଭୁବନେଶ୍ବର : କରୋନା ମହାମାରୀକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଛଟ ପୂଜା ଉପରେ କଟକଣା ଲଗାଇଛନ୍ତି। ଏହି କଟକଣା ଅନୁଯାୟୀ ଆସନ୍ତା ୨୦ ଓ ୨୧ ତାରିଖରେ ନଦୀ ଘାଟରେ ଛଟପୂଜା ଓ ସାମୁହିକ ସ୍ନାନ ଉପରେ କଟକଣା ଲଗାଯାଇଛି। ରାଜ୍ୟ ସ୍ବତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ଜାରି ଏକ ଆଦେଶ ଅନୁସାରେ ଛଟ ପୂଜା ବେଳେ ବହୁସଂଖ୍ୟାରେ ଲୋକମାନେ […]

Social media & sharing icons powered by UltimatelySocial