ଭୁବନେଶ୍ୱର: ଓଡ଼ିଶାରେ ପୁଣି ଜଣେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଗୁରୁବାର ସନ୍ଧ୍ୟାରେ ସ୍ୱାସ୍ଥ୍ୟ ବିଭାଗ ଏହି ସୂଚନା ଦେଇଛି। କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ବ୍ୟକ୍ତି ଜଣକ ଭୁବନେଶ୍ୱରର ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ୍‌ ଯୋଗେ ସୂଚନା ଦେଇଛି। ସୂଚନାଯୋଗ୍ୟ, ଓଡ଼ିଶାରେ ପୂର୍ବରୁ ୨ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ଏଥି ସହିତ ଏପର୍ଯ୍ୟନ୍ତ ୩ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। […]

ନୂଆଦିଲ୍ଲୀ: କରୋନା ଭାଇରସର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶରେ ୨୧ ଦିନିଆ ତାଲା ପକାଇବାକୁ ଘୋଷଣା କରିଛନ୍ତି। ଏହା ଅଧୀନରେ ଲୋକଙ୍କୁ ଆସନ୍ତା ତିନି ସପ୍ତାହ ପର୍ଯ୍ୟନ୍ତ ନିଜ ଘରେ ରହିବାକୁ ପଡିବ। ଏହା ବ୍ୟତୀତ ସାଧାରଣ ଲୋକଙ୍କ ନିକଟରେ କରୋନା ଭୂତାଣୁ ବିଷୟରେ ସୂଚନା ବିସ୍ତାର କରିବାକୁ ସରକାର ଅନେକ ପଦକ୍ଷେପ ନେଉଛନ୍ତି। ବୁଧବାର କେନ୍ଦ୍ର ସରକାର ଏକ ୱେବସାଇଟ୍ ଉନ୍ମୋଚନ କରିଛନ୍ତି ଯେଉଁଥିରେ କରୋନା […]

ମୁମ୍ବାଇ/ ପୁଣେ: ସଂପ୍ରତି ବିଶ୍ୱବ୍ୟାପି ମହାମାରୀର ରୂପ ଧାରଣ କରିଥିବା କରୋନା ଭାଇରସ୍‌ ବା କୋଭିଡ୍‌-୧୯ ସମଗ୍ର ଦେଶରେ ଏକ ଆତଙ୍କଜନକ ପରିସ୍ଥିତି ସୃଷ୍ଟି କରିଥିବା ବେଳେ ଆଜି କରୋନାକୁ ନେଇ ଏକ ଶୁଭ ଖବର ଆସିଛି। ମହାରାଷ୍ଟ୍ରର ପୁଣେରେ ସର୍ବପ୍ରଥମ କୋଭିଡ୍‌-୧୯ ଆକ୍ରାନ୍ତ ରୂପେ ଦୁଇ ସପ୍ତାହ ପୂର୍ବେ ଚିହ୍ନଟ ହୋଇଥିବା ଦୁଇଜଣ କରୋନା ରୋଗୀ ଏବେ ସଂପୂର୍ଣ୍ଣ ଆରୋଗ୍ୟ ଲାଭ କରିବା ସହ ପୂରା ସୁସ୍ଥ ଅଛନ୍ତି। […]

ନୂଆଦିଲ୍ଲୀ: ସଂପ୍ରତି ସମଗ୍ର ବିଶ୍ୱ ପାଇଁ ଅଦୃଶ୍ୟ କରୋନା ଭାଇରସ୍‌ ଆତଙ୍କର କାରଣ ପାଲଟିବା ସହ ମହାମାରୀର ରୂପ ଧାରଣ କରିଛି। ଏଥିରୁ ବର୍ତ୍ତିବା ପାଇଁ କୌଣସି ପ୍ରକାରର ପ୍ରତିଷେଧକ ଟୀକା ବା ଏଥିରୁ ଆରୋଗ୍ୟ ଲାଭ ପାଇଁ କୌଣସି ପ୍ରକାରର ନିର୍ଦ୍ଦିଷ୍ଟ ଔଷଧ ଏଯାବତ୍‌ ବାହାରିପାରି ନାହିଁ। ଏଥିରୁ ବର୍ତ୍ତିବା ପାଇଁ କେବଳ ମାତ୍ର ସଚେତନତା ଓ ସତର୍କତା ହିଁ ଏକମାତ୍ର ଉପାୟ ବୋଲି କହିଛି ବିଶ୍ୱ ସ୍ୱାସ୍ଥ୍ୟ […]

ରାଉରକେଲା : ଲକ୍ ଡାଉନର ଦ୍ଵିତୀୟ ଦିନ ରାଉରକେଲା ପ୍ରଭାବଶୂନ୍ୟ ରହିଛି l ସହରବାସୀ ନିୟମକୁ ମାନୁନାହାନ୍ତି l ପ୍ରଥମ ଦିନ ଅପେକ୍ଷା ଆଜି ସହର ଚିତ୍ର ସମ୍ପୂର୍ଣ ଓଲଟା ରହିଛି l ସହର ମୁଖ୍ୟ ମାର୍କେଟଠାରୁ ଆରମ୍ଭ କରି ଗଳି କନ୍ଦି ପ୍ରାୟ ସମସ୍ତ ଦୋକାନ ଖୋଲା ରହିଛି l ପ୍ରଶାସନକୁ ସହଯୋଗ ନ କରି ଲୋକେ ଘରୁ ବାହାରି ଗହଳି କରୁଛନ୍ତି l ପୁଲିସ ମଧ୍ୟ ସେମାନଙ୍କୁ […]

ନୂଆଦିଲ୍ଲୀ : ଭାରତରେ କରୋନା ଭାଇରସ ସଂକ୍ରମଣ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥିତିରେ ପହଞ୍ଚିଯାଇଛି । ଏଠାରୁ ସ୍ଥିତି ଚୀନ ପରି ନିୟନ୍ତ୍ରଣକୁ ଆସିପାରେ ଅଥବା ଇଟାଲି ପରି ନିୟନ୍ତ୍ରଣ ବାହାରକୁ ଚାଲିଯାଇପାରେ ବୋଲି ବୈଜ୍ଞାନିକମାନେ ଭବିଷ୍ୟବାଣୀ କରିଛନ୍ତି । ଏକ ଜାତୀୟ ସ୍ତରର ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ଭାରତ ପକ୍ଷରୁ ନିଆଯାଇଥିବା ବିଭିନ୍ନ ସତର୍କତାମୂଳକ ପଦକ୍ଷେପର ପ୍ରଭାବ ଅନୁସାରେ ସ୍ଥିତି ନିର୍ଭର କରିବ । ଏକ ଅଟକଳ ଅନୁସାରେ […]

ଲଣ୍ଡନରୁ ଫେରିବା ପରେ ନିଜର ଯାତ୍ରା ଇତିହାସ ଲୁଚାଇଥିଲେ ମୁମ୍ବାଇ: ଗୀତ ‘ବେବି ଡଲ୍’ ଏବଂ ‘ଚିଟିଆନ୍ କଲାଇୟାନ୍’ ପାଇଁ ଲୋକପ୍ରିୟ ହୋଇଥିବା କଣ୍ଠଶିଳ୍ପୀ କନିକା କପୁର ଶୁକ୍ରବାର ଦିନ ନୋଭେଲ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା ଜଣା ପଡ଼ିଛି। ସେ ଲଣ୍ଡନରୁ ଫେରିବା ପରେ ତାଙ୍କର ପରୀକ୍ଷା କରାଯାଇଥିଲା। ଶୁକ୍ରବାର ତାଙ୍କ ରିପୋର୍ଟ ପଜିଟିଭ୍ ଆସିବା ପରେ ଏବେ ତାଙ୍କୁ ଲକ୍ଷ୍ନୌର କିଙ୍ଗ ଜର୍ଜ ମେଡିକାଲ ୟୁନିଭରସିଟି (କେଜିଏମୟୁ) […]

ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ : ଘରେ ରହନ୍ତୁ, ସୁସ୍ଥ ରହନ୍ତୁ, ସୁରକ୍ଷିତ ରହନ୍ତୁ ଭୁବନେଶ୍ୱର: କରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନସାଧାରଣଙ୍କ ସୁରକ୍ଷା ପାଇଁ କିଛି ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏହି ନିଷ୍ପତ୍ତି ଅନୁଯାୟୀ ବିଭିନ୍ନ ଅତ୍ୟନ୍ତ ଜରୁରୀ କାର୍ୟ୍ୟ ବ୍ୟତୀତ ବାକି ସମସ୍ତ କାର୍ୟ୍ୟ ସଂପୂର୍ଣ୍ଣ ଭାବେ ବନ୍ଦ ରହିବ। କେବଳ ଅତ୍ୟାବଶ୍ୟକୀୟ ଜିନିଷପତ୍ର ସଂଗ୍ରହ ପାଇଁ ଜନସାଧାରଣ ବାହାରକୁ ଯାଇ ପାରିବେ। […]

ଭୁବନେଶ୍ୱର : ଆସନ୍ତା କାଲି ଜନତା କର୍ଫ୍ୟୁ ପାଳନ କରାଯାଉଥିବାରୁ ରାଜ୍ୟରେ ବସ ଚଳାଚଳ ବନ୍ଦ ରହିବ । ରାଜ୍ୟର ପ୍ରାୟ ୧୪ ହଜାର ଘରୋଇ ବସ ଚଳାଚଳ ବନ୍ଦ ରହିବ ବୋଲି ଘୋଷଣା କରିଛି ରାଜ୍ୟ ଘରୋଇ ବସ ମାଲିକ ସଂଘ । ଅନ୍ୟପକ୍ଷରେ ଜନତା କର୍ଫ୍ୟୁ ଯୋଗୁଁ ଭୁବନେଶ୍ୱର, କଟକ ସମେତ ରାଜ୍ୟର ବିଭିନ୍ନ ସହରରେ ଅଟୋ ଚଳାଚଳ ମଧ୍ୟ ବନ୍ଦ ରହିବ ବୋଲି ଜଣାଯାଇଛି । […]

ଭୁବନେଶ୍ୱର: ଓଡ଼ିଶାରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗୁରୁବାର ଏ ନେଇ ଟୁଇଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ଆକ୍ରାନ୍ତ ଜଣକ କରୋନା ପ୍ରଭାବିତ ଦେଶ ଭ୍ରମଣରେ ଯାଇ ଓଡ଼ିଶା ଫେରିଥିବା ଜଣାପଡ଼ିଛି। ପୂର୍ବରୁ ଜଣେ ଇଟାଲି ଫେରନ୍ତା ଯୁବକ କରୋନାର ଶିକାର ହୋଇଥିବା ବେଳେ ଏବେ ପୁଣି ଜଣେ ବିଦେଶ ଫେରନ୍ତା ବ୍ୟକ୍ତିଙ୍କୁ ଆକ୍ରାନ୍ତ ଥିବା ଅବସ୍ଥାରେ ଚିହ୍ନଟ […]

Social media & sharing icons powered by UltimatelySocial