ଭୁବନେଶ୍ୱର: ପୁଣି ଦୁଇ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଲେ। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍ କରି ଏହି ସୂଚନା ଦିଆଯାଇଛି। ଢ଼େଙ୍କାନାଳ ଟାଉନରୁ ଜଣେ ୫୧ ବର୍ଷୀୟ ମହିଳା କରୋନା ଆକ୍ରାନ୍ତ ବୋଲି ଜଣାପଡ଼ିଛି। ଏଥିସହ ପଶ୍ଚିମବଙ୍ଗର ମେଦିନ ପୁରରୁ ଆସି ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣେ ୬୯ ବର୍ଷିୟ ବ୍ୟକ୍ତି କରୋନା ଆକ୍ରାନ୍ତ ଥିବା ଚିହ୍ନଟ ହୋଇଛନ୍ତି। […]

ପ୍ରକାଶଙ୍କ ପରିବାରକୁ ଯଥାସମ୍ଭବ ସାହାଯ୍ୟ କରିବେ ସରକାର ଭୁବନେଶ୍ୱର: ନକ୍ସଲ ବିରୋଧୀ ମୁକାବିଲାର କୌଶଳ ଶିଖାଉଥିଲେ। ୨୪ କ୍ୟାଡେଟ ସର୍ଜେଣ୍ଟଙ୍କୁ ଦେଉଥିଲେ ତାଲିମ। ଯଦି ନକ୍ସଲ ଘଞ୍ଚ ଜଙ୍ଗଲରେ ଘେରି ଯାଇ ଆକ୍ରମଣ କରନ୍ତି ତାହାଲେ କିପରି ଜବାବ ଦିଆଯିବ? କିପରି ଆମ୍ବୁସରୁ ମୁକୁଳିବା ସହ ପ୍ରତି ଜବାବ ଦିଆଯିବ? ପାଖରେ ଥିବା ହ୍ୟାଣ୍ଡ ଗ୍ରେନେଡକୁ କେମିତି ନକ୍ସଲଙ୍କ ଉପରକୁ ଫିଙ୍ଗିବାକୁ ପଡ଼ିବ? ଏହାର କୌଶଳ ଶିଖାଇ ଚାଲିଥିଲେ। ୧୮ […]

ନିୟୁୟର୍କ: କରୋନାଭାଇରସ୍ ବିରୋଧରେ ସଂଗ୍ରାମ ନିମନ୍ତେ ଭାରତ ମ୍ୟାଲେରିଆ ନିରୋଧୀ ଔଷଧ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ପଠାଇବାକୁ ନିଷ୍ପତ୍ତି ନେଇଥିବାରୁ ବୁଧବାର ଦିନ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପ୍ ଭାରତକୁ ଧନ୍ୟବାଦ ଜ୍ଞାପନ କରିଛନ୍ତି। ଟୁଇଟ୍ କରି ଟ୍ରମ୍ପ୍ ଲେଖଛନ୍ତି ଯେ ଅସ୍ୱାଭାବିକ ପରିସ୍ଥିତିରେ ବନ୍ଧୁମାନଙ୍କର ସହଯୋଗ ଆହୁରି ନିବିଡ଼ ହୋଇଉଠେ। ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ନିଷ୍ପତ୍ତି ନିମନ୍ତେ ଭାରତ ଓ ଭରତବାସୀଙ୍କୁ ଧନ୍ୟବାଦ! ଏହା ଅବିସ୍ମରଣୀୟ! ଏହି ଲଢ଼େଇରେ ଖାଲି ଭାରତ ନୁହେଁ […]

ଭୁବନେଶ୍ୱର: ସତ୍ୟନଗରକୁ କଣ୍ଟେନମେଣ୍ଟ ଅଞ୍ଚଳ ଭାବେ ଘୋଷଣା କରିଛି ଭୁବନେଶ୍ୱର ମହାନଗର ନିଗମ। ଆଉ ଏହା ପରେ ରାଜଧାନୀର ସତ୍ୟନଗର ଅଞ୍ଚଳକୁ ଏକପ୍ରକାର ସିଲ୍ କରାଯାଇଛି। ମୁଖ୍ୟରାସ୍ତା ସହିତ ସଂଯୁକ୍ତ କରୁଥିବା ରାସ୍ତାଗୁଡ଼ିକୁ ବାରିକେଡ୍ କରାଯାଇ ବନ୍ଦ କରାଯାଇଛି। କରୋନା ସଂକ୍ରମଣ ରୋକିବା ଲାଗି ବିଏମସି ଏଭଳି ପଦକ୍ଷେପ ନେଇଛି। ବିଏମସି ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛିି କି ସତ୍ୟ ନଗର ଅଞ୍ଚଳରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବା […]

ନୂଆଦିଲ୍ଲୀ : ଦେଶରେ ଗତ ମାର୍ଚ୍ଚ ୨୪ରୁ ଆରମ୍ଭ ହୋଇଥିବା ଲକଡାଉନ ଆସନ୍ତା ୧୪ ତାରିଖରେ ସମାପ୍ତ ହେଉଥିବାରୁ ଏହାକୁ ବୃଦ୍ଧି କରାଯିବା ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂକେତ ଦେଇଛନ୍ତି। ଆଜି ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ସେ ଏହି ସଂକେତ ଦେଇଛନ୍ତି। ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିଭିନ୍ନ ରାଜନୈତିକ ଦଳର ସଂସଦୀୟ ନେତାମାନଙ୍କ ସହ ଆଲୋଚନା କରିବାବେଳେ ସେ କହିଛନ୍ତି ଯେ ଗୋଟିଏ ଥରରେ ଲକଡାଉନ ଉଠାଇବା ସମ୍ଭବ […]

ନୂଆଦିଲ୍ଲୀ: ଅତ୍ୟାବଶ୍ୟକ ଦ୍ରବ୍ୟକୁ ସଂଚୟ କରି ରଖିବା ସହ ଏହାର କଳା ବଜାରିରେ ଲିପ୍ତ ଥିବା ଲୋକଙ୍କୁ ଦଣ୍ଡ ଦେବା ପାଇଁ କେନ୍ଦ୍ର ସରକାର ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ଏକ କଠୋର ଆଇନ ପ୍ରଣୟନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଲକଡାଉନର ସୁବିଧା ନେଇ କିଛି ଲୋକ ଅତ୍ୟାବଶ୍ୟକ ଜିନିଷକୁ ମହଜୁଦ ରଖି କଳା ବଜାରି କରୁଥିବାରୁ କେନ୍ଦ୍ର ସରକାର ଏଭଳି ନିର୍ଦ୍ଦେଶ ଦେଇଛନ୍ତି। ଜିନିଷକୁ ମହଜୁଦ ରଖି କଳା […]

ଭୁବନେଶ୍ୱର: ଆଜି ସକାଳେ ଭୁବନେଶ୍ୱରର ସତ୍ୟନଗରରେ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କୁ ନେଇ ବଡ଼ ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ। ସତ୍ୟନଗରରୁ ଚିହ୍ନଟ ହୋଇଥିବା ୪ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ସତ୍ୟନଗରର ତୋଷାଳି ଭବନ ସମ୍ମୁଖରେ ଥିବା ଏକ ଓମଫେଡ ପାର୍ଲରକୁ ଯାଉଥି‌ଲେ ବୋଲି ବିଏମସି ସୂଚନା ଦେଇଛି। ଏହି ନିର୍ଦ୍ଦିଷ୍ଟ ପାର୍ଲରକୁ ସେ ବାରମ୍ବାର ଆସୁଥିବା ସୂଚନା ବିଏମସିକୁ ହସ୍ତଗତ ହୋଇଛି। ଏଥିସହ ସତ୍ୟନଗରର ସାଧାରଣ ବାସିନ୍ଦାଙ୍କୁ […]

ଭୁବନେଶ୍ୱର: ଆଜି ଭୁବନେଶ୍ୱରସ୍ଥିତ ଇଣ୍ଟେଲିଜେନ୍ସ ବ୍ୟୁରୋ କାର୍ଯ୍ୟାଳୟକୁ ସିଲ୍ କରାଯାଇଥିବା ଜଣାଯାଇଛି। ଏହାର ଜଣେ କର୍ମଚାରୀ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଜଣାପଡ଼ିବା ପରେ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଇଣ୍ଟେଲିଜେନ୍ସ ବ୍ୟୁରୋ କାର୍ଯ୍ୟାଳୟକୁ ସମ୍ପୂର୍ଣ୍ଣଭାବେ ୧୪ ଦିନ ପାଇଁ ସିଲ୍ କରି ଦିଆଯାଇଛି। ଏହାକୁ ୬ ତାରିଖରୁ ୨୦ ତାରିଖ ଯାଏଁ ସିଲ୍ କରାଯାଇଛି। ସଂକ୍ରମଣ ଆଶଙ୍କାରେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା କର୍ମଚାରୀଙ୍କ […]

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଆସନ୍ତାକାଲି (ବୁଧବାର) ଠାରୁ ଟେଲିମେଡିସିନ୍ ହେଲ୍ପଲାଇନ ନମ୍ବରକୁ କାର୍ଯ୍ୟକାରୀ କରିବେ। ଲୋକେ ଘରେ ଥାଇ ହେଲ୍ପଲାଇନ ନମ୍ବର-୧୪୪୧୦କୁ ଫୋନ କରି ଗୁରୁତ୍ୱପୂର୍ଣ୍ଣ ଚିକିତ୍ସା ପରାମର୍ଶ ପାଇପାରିବେ। ଏଥି ସହିତ ରୋଗୀଙ୍କୁ ଏହି ହେଲ୍ପଲାଇନ ମାଧ୍ୟମରେ ଡାକ୍ତରୀ ପରାମର୍ଶ ମଧ୍ୟ ମିଳିପାରିବ। ଏହି ହେଲ୍ପଲାଇନ ନମ୍ବର ୧୦୪ ଭଳି କାମ କରିବ ବୋଲି କହିଛନ୍ତି ସଚିବ ଡ. କ୍ରିଷ୍ଣ କୁମାର। କୋଭିଡ-୧୯ ମୁଖ୍ୟ […]

ଆନନ୍ଦପୁର : ପୁଣି ବିବାଦରେ ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ରଙ୍କ ପୁଅ ଦେବାଶିଷ ପାତ୍ର ଓରଫ ଟୁଟୁ। ଏହି ଯୁବନେତା ତଥା ଘସିପୁରା ବ୍ଲକ୍‌ର ପୂର୍ବତନ ଅଧ୍ୟକ୍ଷ ଦେବାଶିଷ ଗତକାଲି ସନ୍ଧ୍ୟାରେ କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନାକୁ ଏତଲା ଦେବାକୁ ଯାଇ ପୁଲିସ ସହିତ ମୁହାଁମୁହିଁ ହୋଇଥିଲେ। ମୋବାଇଲରେ ଭିଡିଓ ରେକର୍ଡିଂ କରିବାକୁ ଜଣେ ପୁଲିସ ଏସ୍‌ଆଇ ବାରଣ କରିବାରୁ ବିବାଦର ସୂତ୍ରପାତ ହୋଇଥିଲା। ଝଗଡ଼ା ବଢ଼ିବାରୁ ଦେବାଶିଷ ସେଠାରୁ […]

Social media & sharing icons powered by UltimatelySocial