ନୂଆଦିଲ୍ଲୀ: ଶେଷରେ ସମସ୍ତ ଆଶା ଆଶଙ୍କା ଓ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ଶହଶହ ବର୍ଷର ପ୍ରଚଳିତ ପରମ୍ପରାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ କେବଳ ଜଗନ୍ନାଥ ଧାମ ପୁରୀରେ କଡ଼ା କଟକଣା ଭିତରେ ଭକ୍ତଶୂନ୍ୟ ରଥଯାତ୍ରାର ଆୟୋଜନ କରିବାକୁ ଦେଶର ଶୀର୍ଷ ଅଦାଲତ ସୁପ୍ରିମ୍‌ କୋର୍ଟ ଓଡ଼ିଶା ରାଜ୍ୟ ସରକାରଙ୍କୁ ଅନୁମତି ଦେଇଛନ୍ତି। ଫଳରେ ଚଳିତ ବର୍ଷ କୋଭିଡ୍‌-୧୯ ମହାମାରୀ ପରିପ୍ରେକ୍ଷୀରେ ପୁରୀରେ ରଥଯାତ୍ରାର ଆୟୋଜନ ହେବ ନାହିଁ […]

ମୋଗଲ ଆକ୍ରମଣ ସମୟରେ ଭୋଗମଣ୍ଡପରେ ହୋଇଥିଲା ଶ୍ରୀଗୁଣ୍ଡିଚା ଯାତ୍ରା ପୁରୀ : ଦୀର୍ଘ ୨୮୪ ବର୍ଷ ମଧ୍ୟରେ କେବେ ବନ୍ଦ ହୋଇନଥିଲା ମହାପ୍ରଭୁଙ୍କ ଘୋଷଯାତ୍ରା। ଶ୍ରୀମନ୍ଦିର ରତ୍ନ ସିଂହାସନରେ ବିରାଜମାନ ଥାଇ ୧୭୩୬ ପରଠାରୁ ଆଜି ପର୍ଯ୍ୟନ୍ତ ଅର୍ଥାତ ୨୮୪ ବର୍ଷ ଭିତରେ କେବେ ପୁରୀରେ ମହାପ୍ରଭୁଙ୍କ ରଥଯାତ୍ରା ବନ୍ଦ ହୋଇନାହିଁ। ଏପରିକି ନଅଙ୍କ ଦୁର୍ଭିକ୍ଷ, ହଇଜା, ପ୍ରାକୃତିକ ବିପର୍ଯ୍ୟୟ ସମୟରେ ମଧ୍ୟ ଓଡ଼ିଶାରେ ମହାପ୍ରଭୁଙ୍କ ରଥଯାତ୍ରା ବନ୍ଦ ହୋଇନାହିଁ। […]

ଚଳିତ ବର୍ଷ ପୁରୀ ତଥା କୌଣସି ସ୍ଥାନରେ ହେବନାହିଁ ରଥଯାତ୍ରା ନୂଆଦିଲ୍ଲୀ : ମହାପ୍ରଭୁଙ୍କ ରଥଯାତ୍ରା ହେବ କି ନ‌ାହିଁ ତାକୁ ନେଇ ଦ୍ଵନ୍ଦ ଲାଗି ରହିଥିଲା, ତାହା ଆଜି ଦୂର କରିଛନ୍ତି ସୁପ୍ରିମକୋର୍ଟ। ଜୁନ୍ ୨୩ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ପୁରୀର ବିଶ୍ୱପ୍ରସିଦ୍ଧ ରଥଯାତ୍ରା ସ୍ଥଗିତ ରଖିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ରଥଯାତ୍ରା ନେଇ ଦାୟର ହୋଇଥିବା ମାମଲାର ଶୁଣାଣି କରି ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି କହିଛନ୍ତି […]

ଭୁବନେଶ୍ୱର: ରଜ ପାଇଁ ଏବେ ରାଜଧାନୀ ବଜାର ସରଗରମ ହୋଇ ଉଠିଥିବାବେଳେ ଶାଢ଼ି, ପୋଷାକ ଦୋକାନରୁ ଆରମ୍ଭ କରି ଷ୍ଟେସନାରି ଦୋକାନରେ ଅସମ୍ଭାଳ ଭିଡ଼ ଜମୁଛି। ହେଲେ ଦୋକାନରେ ସାମାଜିକ ଦୂରତା ରହୁନି। ଲୋକମାନେ ସାମାଜିକ ଦୂରତା ବି ରକ୍ଷା କରୁନାହାନ୍ତି। ତେଣୁ ବିଏମ୍‌ସି ପକ୍ଷରୁ ଟୁଇଟର୍‌ ମାଧ୍ୟମରେ ପରାମର୍ଶ ଜାରି କରାଯାଇଛି। ଆଗକୁ ବିଏମ୍‌ସି ପକ୍ଷରୁ ଜରିମାନା ଆଦାୟ ଜୋରଦାର୍‌ ହେବାକୁ ଥିବାରୁ ବିଏମ୍‌ସି ପକ୍ଷରୁ ଏହା ଏକ […]

ନୂଆଦିଲ୍ଲୀ: ଦେଶରେ ଦୀର୍ଘ ଦିନ ଧରି ଲକ୍‌ଡାଉନ୍‌ ଜାରି ହେବା ପ‌େରେ ଏବେ ଅନ୍‌ଲକ୍‌-୧ ଆରମ୍ଭ ହୋଇଛି। ଏହି ଅନ୍‌ଲକ୍‌-୧ ଲାଗୁ ହେବା ପରେ ଦେଶର ଅନେକ ସ୍ଥାନରେ ରେ‌ଷ୍ଟୁରାଣ୍ଟ୍‌, ମଲ୍‌ ଏବଂ ଧାର୍ମିକସ୍ଥଳୀଗୁଡ଼ିକ ଖୋଲିବା ଆରମ୍ଭ ହୋଇଛି। ମାତ୍ର ଏବେ ବି କିଛି ପ୍ରସିଦ୍ଧ ମନ୍ଦିର ବନ୍ଦ୍‌ ରହିଛି। ସେହି ମନ୍ଦିର ଭିତରେ ରହିିଛି ବହୁ ପ୍ରସିଦ୍ଧ କାଶୀ ବିଶ୍ୱନାଥ ମନ୍ଦିର, ଜମ୍ମୁ-କଶ୍ମୀରର ବୈଷ୍ନୋ ଦେବୀ ମନ୍ଦିର, ମଥୁରାର […]

ନୂଆଦିଲ୍ଲୀ: ଜାନୁୟାରୀ ମାସରେ ଆମେ ୨୦୨୦ର ପ୍ରଥମ ଚନ୍ଦ୍ରଗ୍ରହଣର ଦେଖିଥିଲେ। ଏବେ ପରବର୍ତ୍ତୀ ଚନ୍ଦ୍ରଗ୍ରହଣ ଜୁନ୍ ୫ରୁ ଜୁନ୍ ୬ ମଧ୍ୟରେ ଦେଖିବାକୁ ମିଳିବ। ପ୍ରଥମ ଚନ୍ଦ୍ରଗ୍ରହଣ ପରି ଦ୍ଵିତୀୟ ଚନ୍ଦ୍ରଗ୍ରହଣ ଏକ ଆଂଶିକ ଚନ୍ଦ୍ର ଗ୍ରହଣ ହେବ, ଯାହାକୁ ସାଧାରଣ ପୂର୍ଣ୍ଣିମା ଜହ୍ନଠାରୁ ପାର୍ଥକ୍ୟ କରିବା କଷ୍ଟକର ହେବ। ଯେତେବେଳେ ଚନ୍ଦ୍ର ପୃଥିବୀର ଛାୟାର ଦୁର୍ବଳ ବାହ୍ୟ ଅଂଶ ଦେଇ ଗତି କରେ ସେତେବେଳେ ଏଭଳି ଘଟେ। ତେବେ […]

ପୁରୀ: ଆଜି ପୁରୀରେ ଛତିଶାନିଯୋଗ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକ ପରେ ଜିଲ୍ଲାପାଳ ବଲଓ୍ଵନ୍ତ ସିଂହ ଆସନ୍ତା ୪ ତାରିଖରୁ ପୁରୀରେ ତିନିଦିନ ଧରି ୧୪୪ଧାରା ଜାରି କରାଯିବ ବୋଲି ସୂଚନା ଦେଇଛନ୍ତି। ତେବେ ଏହି ଧାରା ଲୋକଙ୍କ ଆତଯାତ ରୋକିବା ପାଇଁ ଜାରି କରାଯିବ ବୋଲି ବଲଓ୍ଵନ୍ତ ସିଂହ କହିଛନ୍ତି। ସୂଚନାଯୋଗ୍ୟ, ମହାପ୍ରଭୁଙ୍କ ସ୍ନାନଯାତ୍ରାକୁ ଦୃଷ୍ଟିରେ ରଖି ୧୪୪ଧାରା ଜାରି କରାଯାଇଛି। ଆସନ୍ତା ୪ ତାରିଖ ରାତି […]

ଭୁବନେଶ୍ୱର: କରୋନା ତାଲାବନ୍ଦୀ କେବଳ ଗରିବ ଅସହାୟ ଲୋକଙ୍କ ଜୀବନକୁ ବିପନ୍ନ କରିନାହିଁ, କଳାକୁ ‌ବୃତ୍ତି ଭାବେ ଆପଣେଇ ନେଇଥିବା କଳାକାରଙ୍କ ପେଟକୁ ବି ଲାତ ମାରିଛି। ମଞ୍ଚ ଉପରେ କଳା ପ୍ରଦର୍ଶନ କଲେ ସେମାନଙ୍କ ଘରେ ଚୁଲି ଜଳୁଥିଲେ ହେଁ ସେସବୁ ବନ୍ଦ। କେବେ କଳାକାରଙ୍କୁ ମଞ୍ଚ ପ୍ରବେଶର ଅନୁମତି ମିଳିବ ତାହା ବି କହିବା କାଠିକର। ତେଣୁ ‌ଢେର କିଛି ଦିନ ଚୁପ୍‌ ରହିବା ପରେ ମୁହଁ […]

ରହିବେ ୭ଜଣ ସେବାୟତ, ଆସିବ ଯୌତୁକ ଇନ୍ଦ୍ରହାତୀ ପୁରୁଣା ଭୁବନେଶ୍ୱର: ବାଜିବନି ବାଜା, ଫୁଟିବନି ବାଣ, ଜଳିବନି ଲାଇଟ୍‌। ମଶାଲ, ଘଣ୍ଟ, କାହାଳି ବାଜି ଠାକୁର ଯାତ୍ରା କରିବେ। ଲକ୍‌ଡାଉନ୍‌ ଯୋଗୁଁ ଏପରି କଟକଣାରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ବିବାହ ନୀତି ସମ୍ପନ୍ନ ହେବ। କୌଣସି ଶୋଭାଯାତ୍ରା ନକରି ନିରାଡ଼ମ୍ବର ଭାବେ ଠାକୁରଙ୍କ ବିବାହ ପାଇଁ ଯିବେ। ବିବାହ ସମୟରେ ମାତ୍ର ୭ଜଣ ସେବାୟତ ରହି ନୀତି ସମ୍ପାଦନ କରିବେ। ସେମାନେ […]

ଘୁ.ଉଦୟଗିରି:ରାତି ପାହିଲେ ସାବିତ୍ରୀ ବ୍ରତ ଥିବାରୁ ଘୁ.ଉଦୟଗିରି ସହରରେ ଲୋକମାନଙ୍କ ଅସମ୍ଭାଳ ଭିଡ଼ ଲାଗି ରହିଥିବା ଦେଖିବାକୁ ମିଳିଛି। ସାବିତ୍ରୀ ବ୍ରତ କରିବା ପାଇଁ ସହରରେ କରୋନା କଟକଣାକୁ ସାଧାରଣ ଲୋକ ଫୁ କରି ଉଡ଼େଇ ଦେଇଛନ୍ତି। ସାମାଜିକ ଦୂରତା କୁ ଭୁଲି ମେଳାକୁ ବୁଲି ଆସିଲା ଭଳି ସଉଦା କିଣିଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା। ଅସମ୍ଭାଳ ଭିଡ଼ ସାଙ୍ଗକୁ ସାମାଜିକ ଦୂରତା ରହୁ ନଥିବା ଖବର ସ୍ଥାନୀୟ ଆଇଆଇସି […]

Social media & sharing icons powered by UltimatelySocial