କିବ୍‌: ଗତ ୧୫ ଦିନ ଧରି ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ବନ୍ଦ ହେବାର ନାମ ନେଉ ନାହିଁ। ଦୁଇ ଦେଶ ମଧ୍ୟରେ ଯୁଦ୍ଧ ବନ୍ଦ ହେବା ନେଇ କୌଣସି ସହମତି ହୋଇପାରୁ ନାହିଁ। ଇତିମଧ୍ୟରେ ପୃଥିବୀର ସର୍ବଶ୍ରେଷ୍ଠ ସ୍ନାଇପର୍ସଙ୍କ ମଧ୍ୟରେ ପରଗଣିତ ଓ ଓ୍ଵାଲି ନାମରେ ପରିଚିତ ଏହି ସ୍ନାଇପର୍ ଜଣକ ୟୁକ୍ରେନ ପହଞ୍ଚି ଯାଇଛନ୍ତି। ଓ୍ଵାଲି ଗୋଟିଏ ଦିନରେ ୪୦ ଶତ୍ରୁଙ୍କୁ ମାରିପାରିବାର କ୍ଷମତା […]

ନୂଆଦିିଲ୍ଲୀ: ରୁଷ ଏବଂ ୟୁକ୍ରେନ ମଧ୍ୟରେ ୧୧ଦିନ ହେଲାଣି ଯୁଦ୍ଧ ଜାରି ରହିଛି। ରୁଷର ସେନା ଏକ ବିପର୍ଯ୍ୟୟ ପରି ୟୁକ୍ରେନ ସହରରେ ପ୍ରବେଶ କରିଛି। ରୁଷ ସେନାର ବୋମା ଏବଂ କ୍ଷେପଣାସ୍ତ୍ର ୟୁକ୍ରେନ ସହରଗୁଡିକୁ ନଷ୍ଟ କରିଚାଲିଛି। ଦୁଇ ଥର ଶାନ୍ତି ଆଲୋଚନା ବିଫଳ ହେବା ପରେ ରୁଷ ୟୁକ୍ରେନ ସହର ଉପରେ ଆକ୍ରମଣକୁ ତୀବ୍ର କରିଛି। ଆଜି ରୁଷର ସୈନ୍ୟବାହିନୀ ୟୁକ୍ରେନର ଭିନିତ୍ସିୟା ସହରକୁ ବୋମା ମାଡ […]

ମସ୍କୋ : ପାଶ୍ଚାତ୍ୟ ଦେଶମାନଙ୍କୁ ପୁଣି ଧମକାଇଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ସେ କହିଛନ୍ତି ଯେ ରୁଷ ଉପରେ ଆର୍ଥିକ କଟକଣା ଲଗାଇବା ଅର୍ଥ ହେଉଛି ଯୁଦ୍ଧ ଘୋଷଣା କରିବା। ସେ ଆହୁରି ମଧ୍ୟ କହିଛନ୍ତି ଯେ ୟୁକ୍ରେନ ଆକାଶକୁ ନୋ-ଫ୍ଲାଇ ଜୋନ ଘୋଷଣା କରିବା ଅର୍ଥ ହେଉଛି ଏହି ବିବାଦରେ ପ୍ରବେଶ କରିବା। ସୂଚନାଯୋଗ୍ୟ ଯେ, ୟୁକ୍ରେନ ଆକାଶକୁ ନୋ-ଫ୍ଲାଇ ଜୋନ ଘୋଷଣା କରିବା ପାଇଁ ୟୁକ୍ରେନ […]

ବମାକୋ: ମାଲିର ସୈନ୍ୟ ଶିବିରରେ ଆତଙ୍କବାଦୀ ଆକ୍ରମଣ। ପଶ୍ଚିମ ଆଫ୍ରିିକାରେ ଥିବା ମାଲି ଦେଶରେ ଗତକାଲି ସୈନ୍ୟ ଶିବିର ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଥିବା ଜଣାପଡ଼ିଛି। ଏହି ଆକ୍ରମଣରେ ଅତି କମରେ ୨୭ ସୈନିକ ମୃତ୍ୟୁବରଣ କରିଛନ୍ତି ଓ ୨୧ ଜଣ ଗୁରୁତର ହୋଇଛନ୍ତି। ଏହା ସହ ୭ ଜଣ ନିଖୋଜ ଥିବା କୁହାଯାଉଛି। ଏହି ଆକ୍ରମଣ ମଣ୍ଡୋରା ସୈନ୍ୟ ଶିବିର ଉପରେ କରାଯାଇଛି ଯାହା ବୁର୍କିନା ଫାସୋ ଓ […]

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ଋଷର ଆକ୍ରମଣକୁ କେବଳ ସମଗ୍ର ବିଶ୍ୱରେ ନୁହେଁ ବରଂ ଋଷରେ ମଧ୍ୟ ବିରୋଧ କରାଯାଉଛି। ଯୁଦ୍ଧ ବିରୋଧରେ ଏଠାରେ ବିରୋଧ ପ୍ରଦର୍ଶନ କରାଯାଉଛି। ଋଷର ଗଣମାଧ୍ୟମରେ ମଧ୍ୟ ବିରୋଧ ରହିଛି କିନ୍ତୁ ସେମାନେ ଋଷ ସପକ୍ଷରେ ଖବର ଦେଖାଇବାକୁ ବାଧ୍ୟ ହେଉଛନ୍ତି। ଏପରି ସ୍ଥଳେ, ଆଜି ଋଷର ଏକ ବେସରକାରୀ ଟେଲିଭିଜନ ଚ୍ୟାନେଲର ସମସ୍ତ କର୍ମଚାରୀ “ଯୁଦ୍ଧ ନାହିଁ” ବାର୍ତ୍ତା ଦେଇ ସମସ୍ତେ ସିଧା ପ୍ରସାରଣରେ […]

ବେଜିଂ : ୟୁକ୍ରେନ ଉପରେ ରୁଷ ଆକ୍ରମଣ କରିବା ପରେ ସମଗ୍ର ବିଶ୍ବରେ ଜନମତ ତେଜିବାରେ ଲାଗିଛି। ଆମେରିକା ଓ ଅନ୍ୟ ପାଶ୍ଚାତ୍ୟ ଦେଶ ରୁଷ ଉପରେ କଠୋର ଆର୍ଥିକ କଟକଣା ଲଗାଇଛନ୍ତି। ରୁଷକୁ ଅନ୍ତର୍ଜାତୀୟ ବ୍ୟାଙ୍କିଙ୍ଗ୍ ନେଟଓ୍ବାର୍କ ସ୍ବିଫ୍ଟରୁ ବିଦା କରିଦିଆଯାଇଛି। ଏହା ସତ୍ତ୍ବେ ଚୀନ ରୁଷ ବିରୋଧରେ ଏସବୁ କଟକଣାରେ ସାମିଲ ହେବାକୁ ମନା କରିଦେଇଛି। ଚୀନର ବ୍ୟାଙ୍କିଙ୍ଗ ଏଣ୍ଡ ଇନସୁରାନ୍ସ କମିଶନର ଅଧ୍ୟକ୍ଷ ଗୋ ସୁକିଂ […]

ନୂଆଦିଲ୍ଲୀ : ୟୁକ୍ରେନର ୨ୟ ବୃହତ୍ତମ ସହର ଖାରକିବକୁ ଘେରି ରହିଛନ୍ତି ରୁଷ ସେନା। ଭାରତୀୟ ସମୟ ରାତି ସାଢେ ୯ଟା (ସ୍ଥାନୀୟ ସମୟ ସଂଧ୍ୟା ୬ଟା) ପରେ ଆକ୍ରମଣ ଆରମ୍ଭ ହେବ। ଏହି ସମୟ ସୁଦ୍ଧା ସହର ଛାଡ଼ି ଚାଲିଯିବାକୁ ଭାରତୀୟ ଛାତ୍ରଛାତ୍ରୀମାନଙ୍କୁ ଜରୁରୀ ପରାମର୍ଶ ଦେଇଛି ଭାରତୀୟ ଦୂତାବାସ। ଭାରତୀୟ ସମୟ ରାତି ସାଢେ ୯ଟା ପରେ ହିଁ ଖାରକିବ ଉପରେ ଚୂଡ଼ାନ୍ତ ଆକ୍ରମଣ କରାଯିବ ବୋଲି […]

ନୂଆଦିଲ୍ଲୀ : ୟୁକ୍ରେନ ସଂକଟ ଉପରେ ମିଳିତ ଜାତିସଂଘ ସାଧାରଣ ପରିଷଦର ଏକ ଜରୁରୀକାଳୀନ ବୈଠକ ଆରମ୍ଭ ହୋଇଯାଇଛି। ଏହି ବୈଠକରେ ଜାତିସଂଘରେ ଅବସ୍ଥାପିତ ୟୁକ୍ରେନର ରାଷ୍ଟ୍ରଦୂତ କହିଛନ୍ତି ଯେ ଏହି ଯୁଦ୍ଧ ଯୋଗୁଁ ଉଭୟ ପକ୍ଷର ବ୍ୟାପକ କ୍ଷତି ହୋଇଛି। ରୁଷିଆର ହଜାର ହଜାର ସୈନ୍ୟ ମୃତ୍ୟୁବରଣ କରିଛନ୍ତି। ଏଣୁ ରୁଷିଆ ତୁରନ୍ତ ଯୁଦ୍ଧ ବନ୍ଦ କରୁ ଓ ନିଃସର୍ତ୍ତ ସୈନ୍ୟ ପ୍ରତ୍ୟାହାର କରୁ। ଏହା ସହିତ ଅନ୍ତର୍ଜାତୀୟ […]

କିଏଭ୍‌: ବେଲାରୁଷ୍‌ରେ ୟୁକ୍ରେନ୍‌ ସହ ଶାନ୍ତି ଆଲୋଚନା ପାଇଁ ରୁଷ୍‌ ଦେଇଥିବା ପ୍ରସ୍ତାବକୁ ଆଜି ୟୁକ୍ରେନୀୟ ରାଷ୍ଟ୍ରପତି ଜେଲେନ୍‌ସ୍କି ପ୍ରତ୍ୟାଖ୍ୟାନ କରିଦେଇଥିଲେ। ବେଲାରୁଷକୁ ଛାଡ଼ି ଅନ୍ୟ କେଉଁ ସ୍ଥାନରେ ଆଲୋଚନା ହେଲେ ୟୁକ୍ରେନ ଆଲୋଚନା ପାଇଁ ରାଜି ବୋଲି କହିଥିଲେ ରାଷ୍ଟ୍ରପତି ଜେଲେନ୍‌ସ୍କି। ହେ‌ଲେ ଏବେ ଖବର ମିଳୁଛି ଯେ, ବେଲାରୁଷ୍‌ରେ ରୁଷ୍‌ ସହିତ ଶାନ୍ତି ଆଲୋଚନା ପ୍ରସ୍ତାବକୁ ୟୁକ୍ରେନ ଗ୍ରହଣ କରିଛି। ବେଲାଋଷ ସୀମାରେ ଋଷ ସହ ଆଲୋଚନା […]

ମସ୍କୋ: ଗୋଟିଏ ପଟେ ୟୁକ୍ରେନ ସହ ଶାନ୍ତି ପ୍ରସ୍ତାବ ଉପରେ ଆଲୋଚନା ପାଇଁ ପ୍ରସ୍ତୁତ ଥିବା ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ଅନ୍ୟପଟେ ଋଷୀୟ ପରମାଣୁ ବାହିନୀକୁ ହାଇଆଲର୍ଟରେ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ରାଷ୍ଟ୍ରପତି ପୁଟିନ୍‌ ଋଷର ପ୍ରତିରକ୍ଷା ମନ୍ତ୍ରୀ ଏବଂ ସେନାମୁଖ୍ୟଙ୍କୁ ପରମାଣୁ ବାହିନୀକୁ ‘ଯୁଦ୍ଧ ଲାଗି ସ୍ୱତନ୍ତ୍ର ପ୍ରସ୍ତୁତି’ରେ ରଖିବାକୁ ରବିବାର ନିର୍ଦ୍ଦେଶ ଦେଇଛନ୍ତି। ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ ଉପରେ ଆକ୍ରମଣ ପରିପ୍ରେକ୍ଷୀରେ ପାଶ୍ଚାତ୍ୟ […]

Social media & sharing icons powered by UltimatelySocial