ଭୁବନେଶ୍ୱର: ଡିସେମ୍ବର ଶେଷ କିମ୍ବା ଆସନ୍ତା ମାସ ପ୍ରଥମରୁ ପିଆଜ ଦର କମିବ | ଅର୍ଥାତ ନୂଆ ବର୍ଷରେ ପିଆଜ ଦର କମିବ ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି | ଲୋକସେବା ଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକରେ ମନ୍ତ୍ରୀ କହିଛନ୍ତି, ପ୍ରବଳ ବର୍ଷା ସାରା ଦେଶର ଚାଷୀଙ୍କ ଅଣ୍ଟା ଭାଙ୍ଗିଦେଇଛି । ୧୨ ଲକ୍ଷ ମେଟ୍ରିକ ଟନ ପିଆଜ ଦେଶରେ ଦୈନିକ ଆବଶ୍ୟକ । ୧ […]

ଭୁବନେଶ୍ୱର: ୧୩ ବର୍ଷ ହେଲା କେହି କାହାକୁ ଭେଟି ନଥିଲେ। ପରସ୍ପର ସହ କଥା ବି ହୋଇ ନଥିଲେ। ଆଉ କେବେ ଦେଖା ହେବ କି ନ ହେବ, ସେନେଇ ଆଶା ଆଶଙ୍କାରେ ଦିନ କାଟୁଥିଲେ। ତେବେ ଭିଡ଼ ଭିତରେ ଧଳା ପଗଡ଼ିଟିଏ ଚିହ୍ନାଇଦେଲା ପୁରୁଣା ବନ୍ଧୁଙ୍କୁ। ଆଉ ଶେଷରେ ଯାହା ହେଲା, ତାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ। ସମସ୍ତଙ୍କ ମୁହଁରୁ ଭାସି ଆସିଥିଲା ଗୋଟିଏ କଥା ‘ବନ୍ଧୁ […]

ଅବସ୍ଥା ସଂକଟାପନ୍ନ, ଆଇସିୟୁରେ ଭର୍ତ୍ତି, ଅଭିଭାବକମହଲରେ ତୀବ୍ର ପ୍ରତିକ୍ରିୟା, ଆଜି ସ୍କୁଲ୍ ଡିସି କାର୍ଯ୍ୟାଳୟ ଘେରାଉ ଚନ୍ଦ୍ରଶେଖରପୁର : ବିନା କାରଣରେ ସର୍ବ ସମ୍ମୁଖରେ ପିଇଟି ଶିକ୍ଷୟିତ୍ରୀଙ୍କଠାରୁ ମାଡ଼ ଖାଇଥିବା ଜଣେ ଛାତ୍ରୀ ଆଜି ସ୍କୁଲର ୩ ମହଲା କୋଠାରୁ ତଳକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମଞ୍ଚେଶ୍ୱରସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ-୩ ପରିସରରେ ଆଜି ଏଭଳି ଅଭାବନୀୟ ଘଟଣା ଘଟିଛି। ଗୁରୁତର ଅବସ୍ଥାରେ ପ୍ରଥମେ ତାଙ୍କୁ ସ୍ଥାନୀୟ ରେଳବାଇ ହସ୍ପିଟାଲରେ […]

ବେକାର ଯୁବକ ଯୁବତୀଙ୍କୁ କର୍ମସଂସ୍ଥାନ ଯୋଗାଇବା ଲକ୍ଷ୍ୟ ଭୁବନେଶ୍ୱର : ଆଥଲେଟିକ୍ ଟ୍ରାକ୍ ହେଉ କି ବ୍ୟକ୍ତିଗତ ଜୀବନ ଦୌଡ଼ରାଣୀ ଦୂତି ଚାନ୍ଦ, ସବୁଠୁ ଅଲଗା, ସମସ୍ତଙ୍କଠାରୁ ଭିନ୍ନ। ଛୋଟ ବୟସରେ ଅନେକ ବଡ଼ ବଡ଼ ସାହସିକ ନିଷ୍ପତ୍ତି ନେଇ ସାରା ବିଶ୍ୱରେ ନିଜ ପାଇଁ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛନ୍ତି ସେ। ଭାରତୀୟ ଦୌଡ଼କୁଦର ଏହି ଅପ୍ରତିଦ୍ଵନ୍ଦୀ ନାୟିକା ଏବେ ବ୍ୟବସାୟ ଜଗତରେ ପାଦ ଥାପିଛନ୍ତି। ଦୌଡ଼କୁଦ […]

ଭୁବନେଶ୍ୱର: ଆସନ୍ତା ୮ ତାରିଖରେ ଉତ୍କଳ ବିଶ୍ୱବିଦ୍ୟାଳୟ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଏହା ପୂର୍ବରୁ ବିଶ୍ୱବିଦ୍ୟାଳୟ କର୍ତୃପକ୍ଷ, ଆଲୁମିନି ଆସୋସିଏସନ୍‌ ଓ କମିସନରେଟ୍‌ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ନେଇ ତିନି ଦିନ ହେଲା ଲଗାତାର ଭାବେ ବୈଠକ ବସୁଛି। ବ୍ୟାପକ ମାନସମନ୍ଥନ ହେଉଛି। ତେବେ ଗତ ୨ ତାରିଖରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ରାଷ୍ଟ୍ରପତିଙ୍କ ଗସ୍ତର ସୁରକ୍ଷା ବ୍ୟବସ୍ଥା ଓ ସୁପରିଚାଳନା ନେଇ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ […]

ସାନ ଭଉଣୀର ବାହାଘର ପାଇଁ ଟଙ୍କା ରଖୁଛନ୍ତି ରବି ନୂଆପଡ଼ା: ମା’ ହେଉଛନ୍ତି ଦାଦନ ଶ୍ରମିକ, ବାପା ମାନସିକ ବିକୃତ କିନ୍ତୁ ଦିବ୍ୟାଙ୍ଗ ପୁଅ ନୂଆପଡ଼ା ଜିଲ୍ଲାପାଇଁ ‌ଗୌରବ ଆଣିଛନ୍ତି। ଜଣେ ଦିବ୍ୟାଙ୍ଗ ସ୍କୁଲରେ ନିଷ୍ଠାପର ଭା‌ବେ ସେବା କରିଥିବା ବିଦ୍ୟାଙ୍ଗ ରବି ଶବରଙ୍କୁ ଭିନ୍ନକ୍ଷମ ଦିବସରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ପୁରସ୍କାର ପ୍ରଦାନ କରିଛନ୍ତି। ପ୍ରକାଶ ଯେ ନୂଆପଡ଼ା ଜିଲ୍ଲା ସଦର ବ୍ଳକ ଅନ୍ତର୍ଗତ ବିଛିନ୍ନ […]

ଭୁବନେଶ୍ୱର: ରାଜ୍ୟରେ ବଢୁଥିବା ନାରୀ ନିର୍ଯାତନାକୁ ନେଇ ରାଜରାସ୍ତାକୁ ଓହ୍ଲାଇଲା ବିଜେପି ମହିଳା ମୋର୍ଚ୍ଚା । ପୁରୀରେ ଯୁବତୀଙ୍କୁ ଗଣ ଦୁଷ୍କର୍ମ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ ପଚାରିବାକୁ ନବୀନ ନିବାସ ଅଭିମୁଖେ ବାହାରିଥିଲେ ମହିଳା ମୋର୍ଚ୍ଚା । ନବୀନ ନିବାସ ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରୁଥିବା ବେଳେ ପୁଲିସ ସେମାନଙ୍କୁ ଅଟକ ରଖିଥିଲା । ଫଳରେ ପୁଲିସ ଓ ବିଜେପି ମହିଳା ମୋର୍ଚ୍ଚା ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି […]

ପୁରୀ: ପୁରୀ ପୁଲିସ କ୍ୱାର୍ଟସ୍‌ରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲାରେ ପୁଲିସ ଦୁଇ ଅଭିଯୁକ୍ତକୁ ଗିରଫ କରିଥିଲା। ଦୁଇ ଅଭିଯୁକ୍ତ ବହିଷ୍କୃତ ପୁଲିସ କର୍ମଚାରୀ ଜିତେନ୍ଦ୍ର ସେଠୀ ଓ ରାଜେଶ ସେଠୀଙ୍କୁ ପୁଲିସ ୭ଦିନିଆ ରିମାଣ୍ଡରେ ନେବ ବୋଲି ଜଣାପଡ଼ିଛି। ପୁଲିସ ପୀଡିତାଙ୍କ ବୟାନ ରେକର୍ଡ କରିବା ସହିତ ଡାକ୍ତରୀମାଇନା ବି କରାଯାଇଛି। ଏଥିସହିତ ଦୁଷ୍କର୍ମକାରୀ ନାବାଳିକାଙ୍କୁ ନିମାପଡ଼ା ବସ୍‌ଷ୍ଟାଣ୍ଡରୁ ଯେଉଁ କାରରେ ନେଇ ଯାଇଥିଲେ ସେହି କାରକୁ ପୁଲିସ ଖୋଜିବାରେ […]

ନୂଆଦିଲ୍ଲୀ: ହାଇଦ୍ରାବାଦର ଡାକ୍ତରାଣୀ ଗଣଦୁଷ୍କର୍ମ ଓ ହତ୍ୟା ମାମଲା ନେଇ ସଂସଦର ଉଭୟ ଗୃହରେ ଓଡ଼ିଆ ସାଂସଦମାନେ ଆଜି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ରାଜ୍ୟସଭାରେ ବିଜେଡି ସାଂସଦ ଅମର ପଟ୍ଟନାୟକ ଏହି ଘଟଣା ଦେଶର ବିବେକକୁ ଜୋର୍‌ ଦୋହଲାଇ ଦେଇଛି ବୋଲ କହିଥିଲେ। ଅଭିଯୁକ୍ତଙ୍କୁ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରିବା ପାଇଁ ସେ ଦାବି କରିଥିଲେ। ଏଭଳି ଘଟଣା ପାଇଁ ଆଇନରେ ଦୃଢ କାର୍ଯ୍ୟାନୁଷ୍ଠାନ ବ୍ୟବସ୍ଥା ଥିବା ବେଳେ […]

ରୂପାଲିରେ ସ୍ୱଂୟଚାଳିତ କ୍ୟାମେରାରେ ଧରାପଡ଼ିଲେ ୩୬, ଟ୍ରାଫିକ୍‌ ବିପରୀତ ଦିଗରେ ଗାଡ଼ିଚାଳନାକୁ ନା, ୨୦୦ ସ୍ଥାନ ଚିହ୍ନଟ, ଧରାପଡ଼ିଲେ ୫ହଜାର ଭୁବନେଶ୍ୱର: ୩ମାସ ବିରତି ପରେ ପୁଣି ଥରେ ସାରା ରାଜ୍ୟରେ ନୂଆ ମୋଟର ଯାନ ଆଇନ୍‌କୁ କଡ଼ାକଡ଼ି ଭାବେ ଲାଗୁ କରାଯାଇଛି। ରାଜଧାନୀରେ ଟ୍ରାଫିକ ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ବ୍ଲକିଂ‌, ଚେକିଂକୁ ଜୋରଦାର କରାଯାଇଛି। ରାଜମହଲ ଛକ, ପଟିଆ, ବରମୁଣ୍ଡା, ରସୁଲଗଡ଼, ବାଣୀବିହାର, ରୂପାଲି, କଳ୍ପନା, ନାଲ୍‌କୋ […]

Social media & sharing icons powered by UltimatelySocial