ହାଇଦ୍ରାବାଦ : ହାଇଦ୍ରାବାଦରେ ହୋଇଥିବା ଡାକ୍ତରାଣୀ ଦୁଷ୍କର୍ମ ମାମଲାରେ ଆଉ କେତେକ ନୂଆ ତଥ୍ୟ ସାମନାକୁ ଆସିଛି । ଅଭିଯୁକ୍ତମାନେ ତାଙ୍କୁ ଦୁଷ୍କର୍ମ କରିବା ପୂର୍ବରୁ ମୃଦୁ ପାନୀୟରେ ମଦ ମିଶାଇ ବଳପୂର୍ବକ ତାଙ୍କୁ ପିଆଇଥିଲେ । ପୁଲିସ ସୁତ୍ରରୁ ପ୍ରକାଶ ଯେ ଅଭିଯୁକ୍ତମାନେ ସମସାବାଦ ଟୋଲ ପ୍ଲାଜା ନିକଟରେ ଥିବା ତୋଣ୍ଡୁପାଲୀ ଗାଁରୁ ମଦ ଓ କିଛି ଖାଦ୍ୟସାମଗ୍ରୀ କିଣିଆଣିଥିଲେ । ସେମାନେ ନିଜେ ମଦ ପିଇବା ସହ […]

ଭୁବନେଶ୍ୱର: ଓଡ଼ିଶାର ସୁପ୍ରସିଦ୍ଧ ତବଲାବାଦକ ତଥା ସଙ୍ଗୀତ ନିର୍ଦ୍ଦେଶକ ରାଧାକାନ୍ତ ନନ୍ଦ ଆଉ ନାହାନ୍ତି। ସେ ‘ହରିବୋଲ’ ନାଆଁରେ ଓଡ଼ିଶା ସଙ୍ଗୀତ ଜଗତରେ ପରିଚିତ ଥିଲେ। ଶନିବାର କଟକରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି। ରାଧାକାନ୍ତ ନନ୍ଦ ଦୀର୍ଘ ଦିନ ଧରି କର୍କଟ ରୋଗରେ ପୀଡିତ ଥିଲେ। ଗତକାଲି ତାଙ୍କର ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ କଟକର ଏକ ଘରୋଇ ହସ୍ପିଟାଲ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। […]

ଭୁବନେଶ୍ୱର: ଗାଡ଼ି କାଗଜପତ୍ର ଠିକ କରିପାରି ନଥିବା ଅଥବା ଡ୍ରାଇଭିଂ ଲାଇସେନ୍ସ ନ ଥିବା ବ୍ୟକ୍ତିଙ୍କୁ ମିଳିଛି ଆଶ୍ବସ୍ତି। ରାଜ୍ୟର ବିଭିନ୍ନ ଆରଟିଓ ଅଫିସରେ ଲୋକଙ୍କର ପ୍ରବଳ ଭିଡ ଓ ସେମାନେ ସାମ୍ନା କରୁଥିବା ଅସୁବିଧାକୁ ହୃଦୟଙ୍ଗମ କରି ରାଜ୍ୟ ସରକାର ଟ୍ରାଫିକ ନିୟମ ଲାଗୁ କ୍ଷେତ୍ରରେ କୋହଳ ସମୟସୀମାକୁ ଆଉ ତିନି ମାସ ବୃଦ୍ଧି କରିଛନ୍ତି। ଆଜି ବିଧାନସଭାରେ ଦଳ ନିର୍ବିଶେଷରେ ବିଧାୟକମାନେ ସାଧାରଣ ଲୋକ ସାମ୍ନା କରୁଥିବା […]

କେବଳ ନୟାଗଡ଼ ନୁହେଁ, ଖୋର୍ଦ୍ଧା ଜିଲ୍ଲାରେ ବି ଠକେଇ, ଟାଉନ ଥାନାରେ ବାଣପୁରର ୧୮ ଯୁବକଙ୍କ ଏତଲା, ଠକେଇର ପରିମାଣ ୩ କୋଟିରୁ ଅଧିକ ହୋଇପାରେ ନୟାଗଡ଼ : ନୟାଗଡ଼ର ଖଣ୍ଡପଡ଼ା ରୋଡ୍‌ ଲକ୍ଷ୍ମଣନଗରରେ ଅବସ୍ଥିତ ସୁରଧାନୀ ଟ୍ରାଭେଲିଂ ଏଜେନ୍ସି କେବଳ ନୟାଗଡ଼ ଜିଲ୍ଲାରେ ନୁହେଁ, ଖୋର୍ଦ୍ଧା ଜିଲ୍ଲାରେ ମଧ୍ୟ ଠକେଇ କରିଥିବା ଜଣାଯାଇଛି। ରଣପୁରରେ ଠକେଇର ଶିକାର ‌ହୋଇଥିବା ୧୮ ଜଣ ଯୁବକ ଗତ ୨୧ ତାରିଖରେ ରଣପୁର […]

ମ୍ୟାଟ୍ରନ ଶାନ୍ତିଲତାଙ୍କୁ ମନେ ପକାଇଲେ ରାଜ୍ୟପାଳ ଭୁବନେଶ୍ୱର: ଶିକ୍ଷା ଚେତନାକୁ ଜାଗ୍ରତ କରେ। ନିଜକୁ ନିଜ ସହ ପରିଚିତ କରାଏ। ଆମକୁ ବିଚାର କରିବାର ଶକ୍ତି ଦିଏ, ପୁଣି ସ୍ୱାଧୀନ ବି କରାଏ। ମଣିଷ ଜୀବନରେ ଶିକ୍ଷା ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ବୋଲି କହିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌। ଆଜି ୟୁନିଟ୍‌-୨ ରାଜଧାନୀ ବାଳିକା ଉଚ୍ଚ ବିଦ୍ୟାଳୟର ହୀରକ ଜୟନ୍ତୀ ପାଳନ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ […]

ଭୁବନେଶ୍ୱର: ନୂଆପଲ୍ଲୀ ଥାନା ଅଧୀନ ଇସ୍କନ୍‌ ମନ୍ଦିରରେ ଥିବା ଶୌଚାଳୟ ଭିତରୁ ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହକୁ ପୁଲିସ ଜବତ କରିଛି। ତାଙ୍କ ନାଁ ବାବୁ ସାହୁ। ନିଜ ଘର ଗଞ୍ଜାମ ଜିଲ୍ଲା ଶେରଗଡ଼ ଥାନା ଅଧୀନ ବାଲିସାହିରେ। ଏଠାରେ ସେ ଇସ୍କନ୍‌ ମନ୍ଦିର ପରିସରରେ ରହିବା ସହ ମନ୍ଦିରର ରେସ୍ତୋରାଁରେ ରୋଷେୟା ଭାବେ କାମ କରୁଥିଲେ। ତେବେ ଯେଉଁ ପରିସ୍ଥିତିରେ ତାଙ୍କ ଶବ ଜବତ କରାଯାଇଛି, ତାହାକୁ ନେଇ […]

ଚାନ୍ଦବାଲି : ଭାରତୀୟ ପ୍ରତିରକ୍ଷା ଓ ଗବେଷଣା ଉନ୍ନୟନ ସ˚ସ୍ଥା (ଡିଆର୍‌ଡିଓ) ପକ୍ଷରୁ ଆଜି ସନ୍ଧ୍ୟା ସାଢ଼େ ୭ଟାରେ ଭଦ୍ରକ ଜିଲ୍ଲା ଧାମରା ନିକଟସ୍ଥ କଲାମ ଦ୍ୱୀପର ୪ ନମ୍ବର ଲଞ୍ଚପ୍ୟାଡ୍‌ରୁ ଅଗ୍ନି-୨ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି। ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଅଗ୍ନି-୨ କ୍ଷେପଣାସ୍ତ୍ରର ଲମ୍ବ ୨୦ ମିଟର, ମୋଟେଇ ୧.୩ ମିଟର, ଓଜନ ୧୭ ଟନ୍‌ ଥିବା ବେଳେ ଏହା ୧୦୦୦ କିଲୋଗ୍ରାମ ପର୍ଯ୍ୟନ୍ତ ପାରମ୍ପରିକ […]

କଟକ : କଟକର ଐତିହାସିକ ବାଲିଯାତ୍ରା ଇତିହାସରେ ଆଜି ଏକ ନୂଆ ଫର୍ଦ୍ଦ ଯୋଡ଼ି ହୋଇଛି। ବାଲିଯାତ୍ରାରେ ପ୍ରଥମ କରି ଆରମ୍ଭ ହୋଇଥିବା ପଥ ଉତ୍ସବରେ ଆଜି ପୋଷ୍ୟ ସନ୍ତାନ ଗ୍ରହଣ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ କଲିକତାର ବଂଗୀୟ ଦମ୍ପତି ସାମିଲ ହୋଇ ଏକ ଦଶ ମାସର କନ୍ୟା ସନ୍ତାନକୁ କୋଳକୁ ନେଇଥିଲେ। ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କ ଉପସ୍ଥିତିରେ ସମସ୍ତ ନିୟମ ପାଳନ କରି ସୁଦୀପ୍ତ […]

ମୌଳିକ ସୁବିଧା ଯୋଗାଉଛି ଆନ୍ଧ୍ର ମାଲକାନଗିରି : କୋରାପୁଟ ଜିଲ୍ଲାର କୋଟିଆ ଭଳି ମାଲକାନଗିରି ଜିଲ୍ଲାର ଜୁମଡ଼ାଙ୍ଗକୁ ନିଜ ଅକ୍ତିଆରକୁ ନେଇ ସାରିଲାଣି ଆନ୍ଧ୍ର। ଚିତ୍ରକୋଣ୍ଡା ବ୍ଲକ ଧୂଳିପୁଟ ପଞ୍ଚାୟତର ଏହି ସୀମାନ୍ତ ଗାଁ ଏବେ କେବଳ କାଗଜପତ୍ରରେ ଓଡ଼ିଶା ଅଧୀନରେ ରହିଛି। ଓଡ଼ିଶା ସରକାରଙ୍କ ଯୋଜନାର କୌଣସି ଚିହ୍ନବର୍ଣ୍ଣ ଏଠାରେ ନଥିବା ବେଳେ ଆନ୍ଧ୍ରର ସବୁ ଯୋଜନା କାର୍ଯ୍ୟକାରୀ ହୋଇଥିବା ଦେଖିବାକୁ ମିଳୁଛି। ଏମିତି ଷଡ଼ଯନ୍ତ୍ର କରାଯାଇଛି ଯେ, […]

ଦୁଇ ଭଉଣୀଙ୍କୁ ମିଳିବ ସାର୍ଟିଫିକେଟ:ସ୍କୁଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ ରାଉରକେଲା: ରାଉରକେଲା ସେଣ୍ଟ୍‌ ମେରୀ ସ୍କୁଲରେ ଛାତ୍ରୀଙ୍କ ସାର୍ଟିଫିକେଟ ବନ୍ଧା ପଡିବା ଘଟଣାରେ ତତ୍ପରତା ପ୍ରକାଶ ପାଇଛି। ସାର୍ଟିଫିକେଟ ଫେରାଇବାକୁ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୁନ୍ଦରଗଡ କୁଆଁରମୁଣ୍ଡା ରିଓଁ ଗାଁ ଧରଣୀଦର ସିଂଙ୍କ ଦୁଇ ଝିଅ ଜୟଶ୍ରୀ ଓ ଭାଗ୍ୟଶ୍ରୀ ରାଉରକେଲା ଜଗଦା ସ୍ଥିତ ଇଂରାଜୀ ମିଡିୟମ ସେଂଟମେରୀ ସ୍କୁଲରେ ପାଠ ପଢୁଥିଲେ। କୋଏଲ ନଦୀ […]

Social media & sharing icons powered by UltimatelySocial