ରାଉରକେଲା : ନିଜ ଜନ୍ମ କଲା ପୁଅକୁ ଫାଉଡ଼ା (କୋଦାଳ)ରେ ହାଣି ହତ୍ୟା କରିଛି ମା’। ଏହି ଲୋମହର୍ଷଣକାରୀ ଘଟଣା ଘଟିଛି ସୁନ୍ଦରଗଡ଼ର ହେମଗିର ଥାନା ଅନ୍ତର୍ଗତ ଟପରିଆ ଗାଁରେ। ମଦ୍ୟପ ପୁଅର ଗାଳିଗୁଲଜ ଏବଂ ଅଶ୍ଳୀଳ ଆଚରଣରେ ବ୍ୟଥିତ ହୋଇ ମା’ ଏଭଳି କଠୋର ପଦକ୍ଷେପ ନେଇଥିବା ପୁଲିସ ଆଗରେ କହିଛି। ପୁଲିସ ହତ୍ୟାକାରୀ ମା’କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଟପରିଆ ଗ୍ରାମର କୁଶମନ ବଢେକ୍‌ […]

ଆନନ୍ଦପୁର : ବେଲବାହାଳିରେ ଗଣେଶ ଭସାଣି ବେଳେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ରଙ୍କ ଗାଡ଼ି ଉପରକୁ ଆକ୍ରମଣ ହୋଇଛି। ସ୍ଥାନୀୟ ଅଞ୍ଚଳର କିଛି ଯୁବକ ପଥର ମାରି ତାଙ୍କ ଗାଡ଼ି କାଚ ଭାଙ୍ଗି ଦେଇଛନ୍ତି। ଆଜି ସନ୍ଧ୍ୟାରେ ବେଲବାହାଳିରେ ଗଣେଶ ଭସାଣି ଅନୁଷ୍ଠିତ ହୋଇଥିଲା। ୧୧ଟି ମେଢ ଏକ ସାଙ୍ଗରେ ଶୋଭାଯାତ୍ରାରେ ବାହାରିଥିଲା। ଶୋଭାଯାତ୍ରା ଶାନ୍ତିଶୃଙ୍ଖଳାର ସହ ଚାଲିଥିବା ବେଳେ କମିଟି […]

କୋଲାବିରା : ଝାରସୁଗୁଡା ବନଖଣ୍ଡର ଅବହେଳା ଏବଂ ଉଦସୀନତା ମଧ୍ୟରେ ଚିକିତ୍ସାରୁ ବଂଚିତ ‘ମଖନା ହାତୀ’ ଏବେ ଆସନ୍ନ ମୃତ୍ୟୁ ଅପେକ୍ଷାରେ ରହିଛି। ଦାନ୍ତ ନଥିବା ଏହି ହାତୀଟି ଦୁଇ ମାସ ହେଲା ଛୋଟେଇ ଛୋଟେଇ କୋଲାବିରା ରେଞ୍ଜର ବିଭିନ୍ନ ଗ୍ରାମ୍ୟ ଜଙ୍ଗଲରେ ଘୂରି ବୁଲୁଥିଲା। ଏହାର ପଛ ଦୁଇଗୋଡ଼ କ୍ରମଶଃ ଅଚଳ ହୋଇ ଯାଉଥିବା ଲକ୍ଷ୍ୟ କରାଯାଉଥିଲା। ଏବେ ଗୋଡ଼ ଦୁଇଟି ସଂପୂର୍ଣ୍ଣ ଅଚଳ ହେବା ଫଳରେ କୋଲାବିରା […]

ଭୁବନେଶ୍ୱର: ତାଳଚେରରେ ଏନଟିପିସିର ପ୍ରସ୍ତାବିତ ନୂଆ ବିଦ୍ୟୁତ୍‌ ପ୍ରକଳ୍ପକୁ ନେଇ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଟଣାଓଟରା ପରିସ୍ଥିତି ସୃଷ୍ଟି ହୋଇଛି। ଏହି ପ୍ରକଳ୍ପକୁ ରାଜ୍ୟ ସରକାରଙ୍କ ହାଇଲେଭଲ କମିଟି ଅନୁମତି ଦେବାରେ ବିଳମ୍ବକୁ ନେଇ ସରକାରଙ୍କୁ ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେହିପରି ସେପ୍ଟେମ୍ବର ୨୨ ପୂର୍ବରୁ ପ୍ରକଳ୍ପକୁ ରାଜ୍ୟ ସରକାରଙ୍କ ଅନୁମୋଦନ ମିଳିଲେ, ପ୍ରଧାନମନ୍ତ୍ରୀ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିପାରିବେ ବୋଲି କେନ୍ଦ୍ର ଶକ୍ତିମନ୍ତ୍ରୀ ଅନୁରୋଧ […]

ନ’ତାଲା ବିଭାଗୀୟ ମୁଖ୍ୟ ଦପ୍ତରରେ ଅଚଳାବସ୍ଥା ଜାରି ଭୁବନେଶ୍ୱର: ନ’ତାଲାରେ ଅମଲାମାନେ ଚଳାଇଥିବା କଲମଛାଡ଼ ଆନ୍ଦୋଳନ ଆଜି ୩୦ ଦିନରେ ପହଞ୍ଚିଛି। ସେମାନଙ୍କ ଦାବି ପ୍ରତି କେହି କର୍ଣ୍ଣପାତ କରୁ ନଥିବାରୁ ଆସନ୍ତା ୧୯ ତାରିଖ ଦିନ ଅମଲାମାନେ ‘ନବୀନ ନିବାସ ଚାଲ’ ଡାକରା ଦେଇଛନ୍ତି। ୧୯ ତାରିଖରେ ୪ ହଜାରରୁ ଊର୍ଦ୍ଧ୍ୱ ଅମଲା ଏକ ବିଶାଳ ପଟୁଆରରେ ନବୀନ ନିବାସ ଯାଇ ସେମାନଙ୍କ ଦାବି ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି […]

ଭୁବନେଶ୍ୱର : ଚିଲିକାର ନଙ୍ଗାନାଶୀ ମୁହାଣରେ ଶନିବାର ବିମାନ ଅବତରଣ ଘଟଣାକୁ ନେଇ ଆଜି ସମଗ୍ର ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି। ସ୍ଥାନୀୟ ମତ୍ସ୍ୟଜୀବୀ ଏହାକୁ ସି ପ୍ଲେନ୍‌ ବୋଲି ଅଭିହିତ କରୁଛନ୍ତି ଓ ତାର ଗର୍ଜନରେ ଭୟଭୀତ ହୋଇପଡିଛନ୍ତି। ହେଲେ ଏହା କେଉଁ ବିମାନ ଥିଲା, କାହିଁକି ସେଠାରେ ରହିଲା, କିଏ ଅବତରଣ କଲା ଏ ନେଇ କେହି କିଛି ଜାଣିପାରୁନାହାନ୍ତି। ଅନ୍ୟପକ୍ଷରେ ଏହି ଘଟଣାକୁ ବିଶେଷଜ୍ଞମାନେ ଗମ୍ଭୀରତାର ସହିତ […]

ପୁରୀ/ବ୍ରହ୍ମଗିରି : ଶନିବାର ମଧ୍ୟାହ୍ନ ପ୍ରାୟ ସାଢେ ଗୋଟାଏ ସମୟ। ହଠାତ ଆକାଶରେ ଏକ ଶବ୍ଦ ଶୁଣି ଲୋକେ ଚମ୍‌କି ପଡିଥିଲେ। ଅନାଇବା ବେଳକୁ ଚିଲିକା ମୁହାଣରେ ଓହ୍ଲାଇଲା ଏକ ସି-ପ୍ଲେନ୍‌। ଅରଖକୁଦା ଓ ସାନପାଟଣା ଗ୍ରାମର ଅଧିକାଂଶ ଲୋକ ଏ ଦୃଶ୍ୟ ଦେଖି ବିସ୍ମିତ ହୋଇ ପଡିଥିଲେ। ସି-ପ୍ଲେନ୍‌ ପାଖାପାଖି ୧୫ ମିନିଟ ପାଣିରେ ଭାସମାନ ଅବସ୍ଥାରେ ରହି ପୁଣି ଉଡ଼ି ପଳାଇଥିଲା। ସମୁଦ୍ର ଭିତରେ ଏହି ଉଡ଼ାଜାହାଜ […]

ଭୁବନେଶ୍ୱର : ଜମିପଟ୍ଟା ପ୍ରଦାନ ଦାବିରେ ବସ୍ତି ବାସିନ୍ଦା ବିଧାୟକଙ୍କ ଘର ସମ୍ମୁଖରେ ଧାରଣା ଦେବେ। ୫ଦିନ ହେବ ଲୋୟର ପିଏମ୍‌ଜିରେ ଧାରଣାରେ ବସିବା ପରେ ମଧ୍ୟ କୌଣସି ସୁଫଳ ନମିଳିବାରୁ ବସ୍ତି ଉନ୍ନୟନ ପରିଷଦ ଏଭଳି ନିଷ୍ପତ୍ତି ନେଇଛି। ଆଜି ଧାରଣାର ଶେଷ ଦିନରେ ଲୋୟର ପିଏମ୍‌ଜିଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବସ୍ତି ସଂଘର୍ଷ ସମିତି ସଭାପତି ପ୍ରତାପ ସାହୁ ଓ ବସ୍ତି ଉନ୍ନୟନ ପରିଷଦର ସଭାପତି […]

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଜଟଣୀ-ତଳଖେତା ରାସ୍ତାରେ ଥିବା ଏକ ବ୍ରିଜ୍ ଉପରୁ ଗୋଟିଏ ଇନୋଭା କାର୍ ଖସି ପଡ଼ିବାରୁ ୨ ଜଣଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଦ୍ୱୟଙ୍କ ପରିଚୟ ମିଳିପାରି ନାହିଁ। କାର୍‌ର ଡ୍ରାଇଭର ଫେରାର ହୋଇଯାଇଛନ୍ତି। ଶନିବାର ରାତିରେ ଏହି କାର୍‌ଟି ଜଟଣୀରୁ ତଳଖେତା ଦେଇ ଭୁବନେଶ୍ୱର ଅଭିମୁଖେ ଯାଉଥିଲା। ତେବେ ଏହି ବ୍ରିଜ୍ ନିକଟରେ କାର୍‌ଟି ଭାରସାମ୍ୟ ହରାଇଥିଲା ଓ ବ୍ରିଜ୍‌ର ଗାର୍ଡ ୱାଲ୍‌ ଭାଙ୍ଗି […]

ଚନ୍ଦ୍ରଶେଖରପୁର: କେୟାର ହସ୍ପିଟାଲର ଆଇସିୟୁ ବିଭାଗରେ କାର୍ଯ୍ୟରତ ଯୁବ ଡାକ୍ତରାଣୀ ମନସ୍ୱିନୀ ବାରିକ(୨୬)ଙ୍କ ମୃତ୍ୟୁ ଘଟଣା ଉପରୁ ପରଦା ହଟିଛି। ମନସ୍ୱିନୀଙ୍କୁ ହତ୍ୟା କରାଯାଇନାହିଁ, ସେ ଆତ୍ମହତ୍ୟା କରିଛନ୍ତି ବୋଲି କମିସନ୍‌ରେଟ୍‌ ପୁଲିସ ସବୁ ଦିଗରୁ ଛାନଭିନ୍‌ କରିବା ପରେ ସ୍ପଷ୍ଟ କରିଛି। ମାନସିକ ଚାପରେ ସେ ଏପରି ଚରମ ପଦକ୍ଷେପ ନେଇଥିଲେ ବୋଲି ଚନ୍ଦ୍ରଶେଖରପୁର ଥାନା ଆଇଆଇସି ଦୀପକ ମିଶ୍ର କହିଛନ୍ତି। ପୁଲିସ ତଦନ୍ତରୁ ପ୍ରକାଶ ଯେ ମନସ୍ୱିନୀ […]

Social media & sharing icons powered by UltimatelySocial