ମାନସିକ ଚାପରୁ ଆତ୍ମହତ୍ୟା: ପୁଲିସ,ଡାକ୍ତରାଣୀଙ୍କ ମୃତଦେହ ଉଦ୍ଧାର ଘଟଣା

ଚନ୍ଦ୍ରଶେଖରପୁର: କେୟାର ହସ୍ପିଟାଲର ଆଇସିୟୁ ବିଭାଗରେ କାର୍ଯ୍ୟରତ ଯୁବ ଡାକ୍ତରାଣୀ ମନସ୍ୱିନୀ ବାରିକ(୨୬)ଙ୍କ ମୃତ୍ୟୁ ଘଟଣା ଉପରୁ ପରଦା ହଟିଛି। ମନସ୍ୱିନୀଙ୍କୁ ହତ୍ୟା କରାଯାଇନାହିଁ, ସେ ଆତ୍ମହତ୍ୟା କରିଛନ୍ତି ବୋଲି କମିସନ୍‌ରେଟ୍‌ ପୁଲିସ ସବୁ ଦିଗରୁ ଛାନଭିନ୍‌ କରିବା ପରେ ସ୍ପଷ୍ଟ କରିଛି। ମାନସିକ ଚାପରେ ସେ ଏପରି ଚରମ ପଦକ୍ଷେପ ନେଇଥିଲେ ବୋଲି ଚନ୍ଦ୍ରଶେଖରପୁର ଥାନା ଆଇଆଇସି ଦୀପକ ମିଶ୍ର କହିଛନ୍ତି। ପୁଲିସ ତଦନ୍ତରୁ ପ୍ରକାଶ ଯେ ମନସ୍ୱିନୀ ଆତ୍ମହତ୍ୟା କରିବା ପାଇଁ ନିଶା ଔଷଧ ଭ୍ୟାଟ୍ରୋନିୟମ୍‌ ସହାୟତା ନେଇଥିଲେ। ଇଂଜେକ୍ସନ ନେବାର ମାତ୍ର କିଛି ମିନିଟ୍‌ ମଧ୍ୟରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଅନ୍ୟପକ୍ଷରେ ପୁଲିସ ଆଜି ମନସ୍ୱିନୀଙ୍କ କିଛି ସହଯୋଗୀଙ୍କୁ ପଚରାଉଚରା କରିଛି। ସେଥିରୁ ପୁଲିସ ଜାଣିବାକୁ ପାଇଛି ଯେ ମନସ୍ୱିନୀ ଅତ୍ୟନ୍ତ ମେଳାପି ସ୍ୱଭାବର ଥିଲେ। ୨୦୧୭ରେ ବିବାହ ବିଚ୍ଛେଦ ହେବା ପରଠାରୁ ସେ ଦୁଇଟି ପୃଥକ୍‌ ପୃଥକ୍‌ ସ୍ଥାନରେ କାର୍ଯ୍ୟ କରୁଥିଲେ। ତେବେ ଗତ କିଛି ଦିନ ହେବ କୌଣସି କଥାକୁ ନେଇ ସେ ମାନସିକ ଭାବେ ଚାପଗ୍ରସ୍ତ ରହୁଥିଲେ। କିନ୍ତୁ ଏ ସଂପର୍କରେ ସେ କାହାକୁ କିଛି କହୁ ନଥିଲେ। ଏହା ତାଙ୍କ ଆତ୍ମହତ୍ୟାର କାରଣ ହୋଇପାରେ ବୋଲି ପୁଲିସ ସନ୍ଦେହ କରୁଛି।

Share Now:

Kalinga News Beuro

Leave a Reply

Next Post

ନିର୍ବାଚନରେ କଳାଧନ ମାମଲା ରୋକିପାରିବ ନାହିଁ ପ୍ରଚଳିତ ଆଇନ: ସିଇସି

Sun Sep 16 , 2018
ନୂଆଦିଲ୍ଲୀ: ଭାରତର ନିର୍ବାଚନଗୁଡ଼ିକରେ କଳାଧନର ବ୍ୟାପକ ବ୍ୟବହାର ହେଉଛି ଏବଂ ପ୍ରଚଳିତ ଆଇନ ଏହାକୁ ରୋକିବାକୁ ଆଦୌ ପର୍ଯ୍ୟାପ୍ତ ନୁହେଁ ବୋଲି ମୁଖ୍ୟ ନିର୍ବାଚନ କମିସନର (ସିଇସି) ଓପି ରାଓ୍ଵତ କହିଛନ୍ତି। ନିର୍ବାଚନ ବ୍ୟବସ୍ଥାରେ ଦେଖାଦେଇଥିବା ସମସ୍ୟାଗୁଡ଼ିକ ସଂପର୍କରେ ଆଲୋଚନା ବେଳେ ରାଓ୍ଵତ କହିଛନ୍ତି ଯେ ଗୋଟିଏ ପଟେ କଳାଧନର ବ୍ୟାପକ ବ୍ୟବହାର ଓ ଅନ୍ୟପଟେ ମିଥ୍ୟା ଖବରର ଜୁଆର ଗଣତାନ୍ତ୍ରିକ ପ୍ରକ୍ରିୟାକୁ ଦୁର୍ବଳ କରୁଛି। ନିର୍ବାଚନରେ କଳାଧନର ବହୁଳ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial