ତାଇପେଇ : ଆମେରିକାରେ କ୍ଷମତା ପରିବର୍ତ୍ତନ ଉପରେ ସମଗ୍ର ବିଶ୍ବର ଦୃଷ୍ଟି ରହିଥିବାବେଳେ ଚୀନ ନିଜର କ୍ଷୁଦ୍ର ପଡ଼ୋଶୀ ଦେଶ ତାଇୱାନ ଉପରେ ଆକ୍ରମଣ କରିବାକୁ ପ୍ରସ୍ତୁତ ହେଉଛି। ଏହା ଫଳରେ ଆମେରିକା ନୌସେନା ସକ୍ରିୟ ହୋଇଉଠିଛି। ତାଇୱାନକୁ ସହାୟତା କରିବାକୁ ଆମେରିକା ନୌସେନାର ଶକ୍ତିଶାଳୀ ଯୁଦ୍ଧପୋତ ୟୁଏସଏସ ଥିଓଡୋର ରୁଜଭେଲ୍ଟ ଦକ୍ଷିଣ ଚୀନ ସାଗରରେ ପ୍ରବେଶ କରିଛି। ୟୁଏସ ଇଣ୍ଡୋ-ପାସିଫିକ କମାଣ୍ଡ ପକ୍ଷରୁ କୁହାଯାଇଛି, ‘ସମୁଦ୍ରର ସ୍ବାଧୀନତା ରକ୍ଷା’ […]

ବାପା ଦେଇଥିବା ଶିକ୍ଷା ଆଣିଲା ସଫଳତା ୱାଶିଂଟନ: ଆମେରିକାରେ ଆରମ୍ଭ ହୋଇଛି ବାଇଡେନ୍ ଯୁଗ। ୪୬ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଛନ୍ତି ଜୋ ବାଇଡେନ୍। ୱାଶିଂଟନ ଡିସିସ୍ଥିତ ସଂସଦ ଭବନ କ୍ୟାପିଟଲରେ ଆମେରିକୀୟ ସୁପ୍ରିମ୍ କୋର୍ଟର ମୁଖ୍ୟବିଚାରପତି ଜନ୍ ରବର୍ଟସ ନବନିଯୁକ୍ତ ରାଷ୍ଟ୍ରପତି ବାଇଡେନଙ୍କୁ ପଦ ଓ ଗୋପନୀୟତାର ଶପଥ କରାଇଛନ୍ତି। ଆମେରିକାର ସବୁଠାରୁ ବୟସ୍କ ରାଷ୍ଟ୍ରପତି ଭାବେ ହ୍ବାଇଟ୍ ହାଉସକୁ ପ୍ରବେଶ କରିଛନ୍ତି ବାଇଡେନ୍। ୧୯୪୨ ମସିହାରେ […]

ଜାକର୍ତା: ଶୁକ୍ରବାର ପ୍ରତ୍ୟୁଷରେ ଇଣ୍ଡୋନେସିଆର ସୁଲାୱେସିରେ ଶକ୍ତିଶାଳୀ ଭୂମିକମ୍ପ ସଂଘଠିତ ହେବା କାରଣରୁ ଅନ୍ୟୂନ ୭ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଓ ଶହ ଶହ ଲୋକ ଆହତ ହୋଇଥିବା କଥା ଦେଶର ବିପର୍ଯ୍ୟୟ ପ୍ରଶମନ ଏଜେନ୍‌ସି କହିଛି। ରିକ୍ଟର୍‌ ସ୍କେଲ୍‌ରେ ଏହି ଭୂମିକମ୍ପର ତୀବ୍ରତା ଥିଲା ୬.୨। ଭୂମିକମ୍ପ ଯୋଗୁଁ ଅନେକ କୋଠାବାଡ଼ି ଭାଙ୍ଗିଯିବାରୁ ଆତଙ୍କିତ ଲୋକେ ନିରାପଦ ସ୍ଥାନକୁ ଧାଇଁ ପଳାଇଥିଲେ। ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ଥିଲା ମାଜିନି […]

ଜାକର୍ତା: ଇଣ୍ଡୋନେସିଆର ଏକ ଗୁମ୍ଫାରେ ପ୍ରତ୍ନତତ୍ତ୍ବବିତ୍‌ମାନେ ବିଶ୍ବର ସବୁଠାରୁ ପୁରୁଣା ଚିତ୍ର ଠାବ କରିଛନ୍ତି। ଇଣ୍ଡୋନେସିଆର ଏକ ଦ୍ବୀପରେ ଅବସ୍ଥିତ ଗୁମ୍ଫା ଭିତରେ ଠାବ ହୋଇଥିବା ଏହି ପେଣ୍ଟିଂ ୪୫,୫୦୦ ବର୍ଷ ତଳର ଏବଂ ତାହା ଏକ ବଣ ଘୁଷୁରିର ଚିତ୍ର ବୋଲି ପ୍ରତ୍ନତତ୍ତ୍ବବିତ୍‌ମାନେ ସ୍ପଷ୍ଟ କରିଛନ୍ତି। ‘ସାଇନ୍ସ ଏଡ୍‌ଭାନ୍ସେସ୍‌’ ପତ୍ରିକାରେ ଏ ବାବଦରେ ଏକ ଗବେଷଣା ପ୍ରବନ୍ଧ ମଧ୍ୟ ପ୍ରକାଶ ପାଇଛି।

ଟ୍ରମ୍ପଙ୍କୁ ବହିଷ୍କାର କରିବା ଲାଗି କ୍ୟାବିନେଟ୍‌ ସଦସ୍ୟଙ୍କ ଆଲୋଚନା ୱାସିଂଟନ୍: ଟ୍ରମ୍ପ୍‌ଙ୍କ ସମର୍ଥକମାନେ ଯୁକ୍ତରାଷ୍ଟ୍ର ଆମେରିକାର କ୍ୟାପିଟଲ୍‌ରେ କରିଥିବା ଦଙ୍ଗା ଓ ହିଂସାକାଣ୍ଡ ଘଟଣାରେ ୪ଜଣ ବ୍ୟକ୍ତି ପ୍ରାଣ ହରାଇଥିବା କଥା ପୁଲିସ କହିଛି। ବ୍ୟାରିକେଡ୍‌ ଲଗାଯାଇଥିବା ଏକ ଦ୍ବାର ଦେଇ ବଳପୂର୍ବକ ପ୍ରବେଶ କରିବାକୁ ଉଦ୍ୟମ କରୁଥିବା ଦଳେ ଉତ୍ତ୍ୟକ୍ତ ଜନତାଙ୍କ ଉପରକୁ ପୁଲିସ ଗୁଳି ଚଳାଇବାରୁ ଘଟଣାସ୍ଥଳରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିଲା। ଏଥିରେ ଆହତ ହୋଇଥିବା […]

ନୂଆଦିଲ୍ଲୀ : ଦୀର୍ଘ ଦିନ ଧରି ଚୀନ୍ ଓ ଜାପାନ ମଧ୍ୟରେ ଲାଗି ରହିଥିବା ଉତ୍ତେଜନା ପରିପ୍ରେକ୍ଷୀରେ ଏହାର ମୁକାବିଲା ପାଇଁ ଜାପାନ ଉଦ୍ୟମ ଜାରି ରଖିଥିଲା। ତେବେ ଏହାର ଫଳସ୍ବରୂପ ଜାପାନ ଏବେ ବିଶ୍ବର ସବୁଠୁ ଘାତକ ଯୁଦ୍ଧ ବିମାନ ନିର୍ମାଣ କରିପାରିବା ଘଟଣା ହିଁ ଚୀନ୍‌ ସମେତ ବିଶ୍ବସ୍ତରୀୟ ସାମରିକ ବିଶେଷଜ୍ଞ ଓ କୂଟନୀତିଜ୍ଞମାନଙ୍କୁ ବିସ୍ମିତ କରିଛି। ଆମେରିକାର ପ୍ରସିଦ୍ଧ ଶସ୍ତ୍ରନିର୍ମାତା ଲକ୍‌ହିଡ୍‌ ମାର୍ଟିନ୍‌ ଦ୍ବାରା ଏହି […]

କାଲିଫର୍ଣ୍ଣିଆ: ନବଜାତ ଶିଶୁ ପାଇଁ ମା’ର କ୍ଷୀର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସ୍ତନ୍ୟପାନ ଶିଶୁକୁ ସମସ୍ତ ଆବଶ୍ୟକୀୟ ପୁଷ୍ଟିକର ଖାଦ୍ୟ ଦେବା ସହ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ। କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ଖବର ଜଣାଇବୁ ଯେତେବେଳେ ମା’ର କ୍ଷୀର ଶିଶୁ ପାଇଁ ବିଷ ପାଲଟିଯାଇଛି। ଆମେରିକାରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଯେଉଁଠାରେ ଏକ ନବଜାତ ଶିଶୁ ନିଜ ମା’ର କ୍ଷୀର ପିଇବା କାରଣରୁ […]

ନୂଆଦିଲ୍ଲ: ବୁଧବାର ଦିନ ଟେକ୍ସାସ୍‌ର ଏକ ରକେଟ୍‌ ଉତ୍‌କ୍ଷେପଣ କେନ୍ଦ୍ରରୁ ସଫଳ ପରୀକ୍ଷାମୂଳକ ଉତ୍‌କ୍ଷେପଣ କରାଯିବା ପରେ ଅବତରଣ ସମୟରେ ‘ସ୍ପେସ୍‌ଏକ୍ସ୍‍’ର ‘ପ୍ରୋଟୋଟାଇପ୍‌’ ରକେଟ୍‌ ‘ଷ୍ଟାର୍‌ସିପ୍‌’ର ବିସ୍ଫୋରଣ ଘଟିଛି। ଏହି ରକେଟ୍‌ ବସ୍ଫୋରଣ ଦୃଶ୍ୟର ଭିଡିଓ ମଧ୍ୟ ଉତ୍ତୋଳନ କରାଯାଇଛି। ଭବିଷ୍ୟତରେ ଛଅ ମହଲା ଅଟ୍ଟାଳିକା ଉଚ୍ଚତାବିଶିଷ୍ଟ ‘ସ୍ପେସ୍‌ଏକ୍ସ’ର ‘ଷ୍ଟାର୍‌ସିପ୍‌’ ନାମକ ଏହି ରକେଟ୍‌ ଚନ୍ଦ୍ର ଓ ମଙ୍ଗଳ ଗ୍ରହ ଅଭିଯାନରେ ବ୍ୟବହୃତ ହେବ। ଏଥିରେ ମଣିଷ ସହ ୧୦୦ […]

କାଠମାଣ୍ଡୁ: ବଦଳିଲା ବିଶ୍ୱର ଉଚ୍ଚତମ ଶୃଙ୍ଗର ଉଚ୍ଚତା। ଦୀର୍ଘ ବର୍ଷ ଧରି ଏଭରେଷ୍ଟ ଶୃଙ୍ଗର ଉଚ୍ଚତାକୁ ନେଇ ଲାଗି ରହିଥିବା ବିବାଦର ଆଜି ଅନ୍ତ ହୋଇଛି ବୋଲି ଘୋଷଣା କରିଛନ୍ତି ଉଭୟ ନେପାଳ ଓ ଚୀନ। ନୂଆ ହିସାବ ଅନୁସାରେ ଏଭରେଷ୍ଟ ଶୃଙ୍ଗର ଉଚ୍ଚତା ହେଉଛି ୮ ହଜାର ୮୪୮ ଦଶମିକ ୮୬ ମିଟର। ୧୯୫୪ ମସିହାରେ ସର୍ଭେ ଅଫ୍ ଇଣ୍ଡିଆ କରିଥିବା ହିସାବ ଅନୁସାରେ ଏହାର ଉଚ୍ଚତା ୮ […]

କେପ୍‌ କେନାଭେରାଲ୍‌: ରବିବାର ଦିନ ଆନ୍ତର୍ଜାତିକ ମହାକାଶ କେନ୍ଦ୍ରକୁ ‘ସ୍ପେସ୍‌ଏକ୍ସ’ ତା’ର ମହାକାଶଯାନ ଦ୍ୱିତୀୟ ‘ଡ୍ରାଗନ୍‌’ରେ ବଡ଼ଦିନ ଉପହାର ସମେତ ୪୦ଟି ମୂଷା ଏବଂ ଅନ୍ୟାନ୍ୟ ସାମଗ୍ରୀ ପ୍ରେରଣ କରିଛି। ଏହି ଦ୍ୱିତୀୟ ମାଲବାହୀ ମହାକାଶଯାନଟି ପ୍ରଥମ ‘ଡ୍ରାଗନ୍‌’ ଠାରୁ ଉନ୍ନତ ଓ ବଡ଼। ଏହାକୁ ମିଶାଇ ପ୍ରଥମ ଥର ପାଇଁ ସମ୍ପ୍ରତି ‘ସ୍ପେସ୍‌’ ଏକ୍ସ୍‍ର ଦୁଇଟି ମହାକାଶଯାନ ଆନ୍ତର୍ଜାତିକ ମହାକାଶ କେନ୍ଦ୍ର ଚାରିପଟେ ପରିକ୍ରମା କରୁଛି। ବଡ଼ଦିନ ଖାଦ୍ୟପେୟ […]

Social media & sharing icons powered by UltimatelySocial