ଗାନ୍ଧୀନଗର: ଗୁଜରାଟର ୧୭ତମ ମୁଖ୍ୟମନ୍ତ୍ରୀ ରୂପେ ଶପଥ ଗ୍ରହଣ କଲେ ୫୯ ବର୍ଷିୟ ‘ବିଜେପି’ ନେତା ଭୂପେନ୍ଦ୍ର ପଟେଲ୍। ଗାନ୍ଧୀନଗରରେ ଆୟୋଜନ ହୋଇଥିବା ଏହି ଶପଥ ଗ୍ରହଣ ଉତ୍ସବରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଯୋଗ ଦେବା ସହ ଗୁଜରାଟର ନୂତନ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କୁ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ଶପଥ ଗ୍ରହଣ କରାଇଛନ୍ତି। ଭୂପେନ୍ଦ୍ର ପଟେଲଙ୍କ ଶପଥ ଗ୍ରହଣ ସମାରୋହରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଓ […]

ଓଡ଼ିଶାରେ ପ୍ରଶିକ୍ଷଣ, ଉତ୍ପାଦନ କେନ୍ଦ୍ର କରିବ ଖଦି ଗ୍ରା‌ମୋଦ୍ୟୋଗ କମିସନ ଭୁବନେଶ୍ବର : ଗୋବରରୁ ତିଆରି ହେବ ପ୍ରାକୃତିକ ରଙ୍ଗ। ଏଥିପାଇଁ ଓଡ଼ିଶାରେ ଖଦି ଗ୍ରାମୋଦ୍ୟୋଗ କମିସନ ପକ୍ଷରୁ ପ୍ରାକୃତିକ ରଙ୍ଗ ତିଆରି ପାଇଁ ପ୍ରଶିକ୍ଷଣ ଏବଂ ଉତ୍ପାଦନ କେନ୍ଦ୍ର। ଏଥିପାଇଁ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚି ସାରିଛି। ଖଦି ଗ୍ରାମୋଦ୍ୟୋଗ କମିସନ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ଖଦି ଗ୍ରାମୋଦ୍ୟୋଗ କମିସନ୍‌ର ପୂର୍ବାଞ୍ଚଳ ସଦସ୍ୟ […]

ଯାଜପୁର: ପଟ୍ଟା ପାଇଁ ଆଉ ଲୋକଙ୍କୁ ତହସିଲ ଅଫିସ ଦୌଡ଼ି ଦୌଡ଼ିଚପଲ ଛିଣ୍ଡାଇବାକୁ ପଡ଼ୁନାହିଁ। ଘରଘର ବୁଲି ଜମି ପଟ୍ଟା ବାଂଟୁଛନ୍ତି ତହସିଲଦାର। ଘରେ ଅଚାନକ ପହଞ୍ଚି ନିଜେ ଜମି ପଟ୍ଟା ବାଂଟୁଛନ୍ତି ତହସିଲଦାର। ଏମିତିକି ଗରିବ ଲୋକଙ୍କୁ ଘର ଦୁଆରେ ନିକଟରେ ପହଞ୍ଚାଉଛନ୍ତି ପଟ୍ଟା। ଯାହା ଓଡ଼ିଶାରେ ପ୍ରଥମ ବୋଲି କୁହାଯାଉଛି। ଜମି ଜମା ସମ୍ବନ୍ଧୀୟ କାର୍ଯ୍ୟକୁ ଜରୁରୀକାଳୀନ ଭିତ୍ତିରେ ସମାପନ କରିବାକୁ ରାଜସ୍ୱ ବିଭାଗକୁ ରାଜ୍ୟ ସରକାର […]

ନୂଆଦିଲ୍ଲୀ: ବିଦେଶରେ ଭାରତର ଟେକ ରଖିଥିବା ପାରାଲିମ୍ପିକ୍ସ ଖେଳାଳିଙ୍କୁ ଆଜି ଭେଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପୂର୍ବରୁ ପାରାଲିମ୍ପିକ୍ସରେ ଭାରତ ପାଇଁ ପଦକ ଆଣିଥିବା ଖେଳାଳିଙ୍କ ସହ ପ୍ରଧାନମନ୍ତ୍ରୀ ଟେଲିଫୋନ ମାଧ୍ୟରେ କଥା ହୋଇଥିବା ବେଳେ ଆଜି ସେମାନଙ୍କୁ ଭେଟି ସିଧାସଳଖ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ। ପାରାଲିମ୍ପିକ୍ସ ଖେଳାଳିମାନେ ଆଜି ଦିଲ୍ଲୀସ୍ଥିତ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ପହଞ୍ଚିଥିଲେ। ସେଠାରେ କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର ମଧ୍ୟ ଉପସ୍ଥିତ ଥିଲେ। ଟୋକିଓ ପାରାଲିମ୍ପିକ୍ସରେ ପଦକ […]

ଭୁବନେଶ୍ବର : ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ରହିଥିବା ଘୂର୍ଣ୍ଣିବଳୟ ଶନିବାର ସକାଳେ ଅଧିକ ଘନୀଭୂତ ହୋଇ ଲଘୁଚାପର ରୂପ ନେଇଛି। ଏହି ଲଘୁଚାପ କ୍ଷେତ୍ର ଆସନ୍ତା ୪୮ ଘଣ୍ଟାରେ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ ଏବଂ ଧୀରେଧୀରେ ଅଧିକ ଘନୀଭୂତ ହୋଇ ଅବପା‌ତରେ ପରିଣତ ହେବ। ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ଉତ୍ତର ଓଡ଼ିଶା ତଥା ପଶ୍ଚିମବଙ୍ଗ ଉପକୂଳ ଉପରେ ଏହା ଅବପାତର ରୂପ ନେବ। ଏହାର ପ୍ରଭାବରେ ଗତ ୨୪ […]

ଭୁପେନ୍ଦ୍ରଙ୍କ ନାମ ସୁପାରିସ କଲେ ବିଜୟ ରୂପାନୀ ଅହମ୍ମଦାବାଦ: ଭୁପେନ୍ଦ୍ର ପଟେଲ ହେବେ ଗୁଜୁରାଟର ନୂଆ ମୁଖ୍ୟମନ୍ତ୍ରୀ। ଗୁଜୁରାଟ ବିଜେପିର କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନରେନ୍ଦ୍ର ସିଂହ ତୋମାର ଆଜି ଭୁପେନ୍ଦ୍ର ପଟେଲଙ୍କ ମୁଖ୍ୟମନ୍ତ୍ରୀ ହେବେ ବୋଲି ଘୋଷଣା କରିଛନ୍ତି। ସୂଚନା ମୁତାବକ ଗତକାଲି ଇସ୍ତଫା ଦେଇଥିବା ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ତାଙ୍କ ନାମକୁ ସୁପାରିସ କରିଛନ୍ତି। ଆଜି ବସିଥିବା ବିଜେପି ବିଧାୟକ ଦଳ ବୈଠକରେ ଭୁପେନ୍ଦ୍ରଙ୍କ ନାମକୁ ବିଜୟ ରୂପାନୀ […]

ଲକ୍ଷେ ୩୩ ହଜାର ଟଙ୍କା, ୩ଟି ପାସ୍‌ବୁକ୍, ୨ଟି ମୋବାଇଲ ଜବତ ଭୁବନେଶ୍ବର : କାହାକୁ ଡାକ୍ତର କହନ୍ତି ତ କାହାକୁ ପରିଚୟ ଦିଅନ୍ତି ବ୍ୟୁଟିସିଆନ୍। ପୁଣି କାହାକୁ ଶିକ୍ଷୟିତ୍ରୀ କହି ସଂପର୍କ ବଢ଼ାନ୍ତି। ଏମିତି ସୋସିଆଲ୍‌ ମିଡିଆରେ ରୂପ ଓ ପରିଚୟ ବଦଳାଇ ଲକ୍ଷଲକ୍ଷ ଟଙ୍କା ଠକୁଥିବା ରୢାକେଟ୍‌ର ମାଷ୍ଟରମାଇଣ୍ଡ ଜଣେ ଯୁବତୀଙ୍କୁ ସହିଦନଗର ଥାନା ପୁଲିସ ଗିରଫ କରିଛି। ସେ ହେଲେ ବାଲୁଗାଁ ନାଚୁଣୀ ଅଞ୍ଚଳର ପ୍ରିୟଙ୍କା […]

ଫ୍ରାନ୍ସ : ‘ଇଣ୍ଟର୍‌ନ୍ୟାସ୍‌ନାଲ୍‌ ୟୁନିୟନ୍‌ ଫର୍‌ କଞ୍ଜର୍‌ଭେସନ୍‌ ଅଫ୍ ନେଚର୍‌’ (ଆଇୟୁସିଏନ୍‌) ଗଣନା ଅନୁସାରେ ତିଷ୍ଠି ରହିବାକୁ ଥିବା ୧୩୮,୦୦୦ ଜୀବ ଓ ଉଦ୍ଭିଦ ପ୍ରଜାତିରୁ ପ୍ରାୟ ୨୮% ସମ୍ପ୍ରତି ଚିରକାଳ ପାଇଁ ବିଲୋପ ହୋଇଯିବା ଆଶଙ୍କା ଦେଖାଦେଇଛି। ପ୍ରାକୃତିକ ଜଗତ୍‌ରେ ମଣିଷର ଧ୍ବଂସାତ୍ମକ କାର୍ଯ୍ୟକଳାପ ପ୍ରଭାବରୁ ଏଭଳି ହେଉଥିବା କଥା ଏହି ବୈଶ୍ବିକ ସଂରକ୍ଷଣ ସଂସ୍ଥାନ ଦୋଦୁଲ୍ୟମାନ ପରିସ୍ଥିତିରେ ଥିବା ପ୍ରାଣୀ ପ୍ରଜାତିଙ୍କୁ ସୁରକ୍ଷିତ ରଖିବା ଉଦ୍ଦେଶ୍ୟରେ ଆୟୋଜିତ […]

ୱାଶିଂଟନ: ମୁଷ୍ଟିଯୁଦ୍ଧରେ ଆମେରିକୀୟ ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କୁ କ୍ଷଣିକରେ ପରାସ୍ତ କରି ପାରିବେ ବୋଲି ପୂର୍ବତନ ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ ବିଦ୍ରୂପ କରି ଗୁରୁବାର ଦିନ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ସେଦିନ ‘ଟ୍ରିଲର୍‌ ଫାଇଟ୍‌ କ୍ଲବ୍‌’ରେ ଟ୍ରମ୍ପ୍‌ ଏବଂ ତାଙ୍କ ପୁଅ ଡୋନାଲ୍‌ଡ୍‌ ଟ୍ରମ୍ପ୍‌ ଜୁନିୟର୍‌ ଧାରାବିବରଣୀ ପ୍ରଚାର କରୁଥିଲେ। ଟ୍ରମ୍ପ୍‌ଙ୍କ ଏତାଦୃଶ ମନ୍ତବ୍ୟ ଶୁଣି ଉପସ୍ଥିତ ଜନସାଧାରଣ ହସି ଉଠିଲେ ସତ କିନ୍ତୁ, ତାଙ୍କ କଥାଟି ‘ଇଣ୍ଟର୍‌ନେଟ୍‌’ରେ ଆଲୋଡ଼ନ […]

ନୂଆଦିଲ୍ଲୀ: ଆଫଗାନ ପ୍ରତିବାଦକାରୀ ଓ ସାମ୍ବାଦିକମାନଙ୍କ ଉପରେ ତାଲିବାନ୍ ଚଳାଇଥିବା ଭୀଷଣ ଦମନ ଅଭିଯାନ ଲାଗି ଜାତିସଂଘ ଉଦ୍‌ବେଗ ପ୍ରକାଶ କରିବା ସହ ନିନ୍ଦା କରିଛି। ଶାନ୍ତିପୂର୍ଣ୍ଣ ଭାବେ ସମବେତ ହୋଇ ଅଧିକାର ସାବ୍ୟସ୍ତ କରୁଥିବା ବ୍ୟକ୍ତିବିଶେଷଙ୍କ ଉପରେ ବଳ ପ୍ରୟୋଗ ହ୍ରାସ କରିବା ସହ ନିର୍ବିଚାର ଭାବେ ଅଟକ ରଖାଯିବା ଅଭିଯାନ ବନ୍ଦ କରିବା ଲାଗି ଜାତିସଂଘ ତାଲିବାନ୍‌କୁ କହିଛି। ଶୁକ୍ରବାର ଦିନ ଜାରି କରିଥିବା ବିବୃତିରେ ‘ୟୁଏନ୍‌ […]

Social media & sharing icons powered by UltimatelySocial