ଦର୍ପଣ ତହସିଲଦାରଙ୍କ ଅଭିନବ ପ୍ରୟାସ : ଘରଘର ବୁଲି ଜମିପଟ୍ଟା ବାଂଟୁଛନ୍ତି

ଦର୍ପଣ ତହସିଲଦାରଙ୍କ ଅଭିନବ ପ୍ରୟାସ

ଯାଜପୁର: ପଟ୍ଟା ପାଇଁ ଆଉ ଲୋକଙ୍କୁ ତହସିଲ ଅଫିସ ଦୌଡ଼ି ଦୌଡ଼ିଚପଲ ଛିଣ୍ଡାଇବାକୁ ପଡ଼ୁନାହିଁ। ଘରଘର ବୁଲି ଜମି ପଟ୍ଟା ବାଂଟୁଛନ୍ତି ତହସିଲଦାର। ଘରେ ଅଚାନକ ପହଞ୍ଚି ନିଜେ ଜମି ପଟ୍ଟା ବାଂଟୁଛନ୍ତି ତହସିଲଦାର। ଏମିତିକି ଗରିବ ଲୋକଙ୍କୁ ଘର ଦୁଆରେ ନିକଟରେ ପହଞ୍ଚାଉଛନ୍ତି ପଟ୍ଟା। ଯାହା ଓଡ଼ିଶାରେ ପ୍ରଥମ ବୋଲି କୁହାଯାଉଛି। ଜମି ଜମା ସମ୍ବନ୍ଧୀୟ କାର୍ଯ୍ୟକୁ ଜରୁରୀକାଳୀନ ଭିତ୍ତିରେ ସମାପନ କରିବାକୁ ରାଜସ୍ୱ ବିଭାଗକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଡାକ ଯୋଗେ ହେଉ ଅବା ନିଜେ ତହସିଲଦାର ହିତାଧିକାରୀଙ୍କ ନିକଟରେ ପହଞ୍ଚିବେ। ଏହାକୁ ପାଳନ କରିଛନ୍ତି ଯାଜପୁର ଜିଲ୍ଲା ଦର୍ପଣ ତହସିଲଦାର ପ୍ରଦୀପ କୁମାର ସେଠୀ। ରାଜସ୍ୱ ରଥରେ ବସି ଘର ଘର ବୁଲି ବାଂଟୁଛନ୍ତି ଘରର ପଟ୍ଟା। ଏପଟେ ଘର ଦୁଆର ମୁହଁରେ ଜମି ପଟ୍ଟା ପାଇ ହିତାଧିକାରୀ ମଧ୍ୟ ଖୁସ୍‌। ପୂର୍ବରୁ ଜମି ପଟ୍ଟାଟିଏ ପାଇବା ପାଇଁ ଲୋକମାନଙ୍କୁ ତହସିଲ କାର୍ଯ୍ୟାଳୟକୁ ବାରମ୍ବାର ଦୈାଡ଼ିବାକୁ ପଡୁଥିଲା।
ଅନେକ ଖର୍ଚ୍ଚାନ୍ତ ମଧ୍ୟ ହେଉଥିଲେ। ତେବେ କିଛି ମାସ ହେବ ଦର୍ପଣ ତହସିଲର ତହସିଲଦାର ଭାବେ ପ୍ରଦୀପ କୁମାର ସେଠୀ କାର୍ଯ୍ୟରେ ଯୋଗଦେବା ପରେ ସେ ଏହି କାର୍ଯ୍ୟକୁ ତ୍ୱରାନିତ କରିଛନ୍ତି। ବର୍ଷବର୍ଷ ଧରି ପଡ଼ିରହିଥିବା ଜମିଜମା ସମ୍ବନ୍ଧୀୟ କାର୍ଯ୍ୟକୁ ସରକାରଙ୍କ ନିୟମ ଅନୁସାରେ ଲୋକଙ୍କ ପାଖରେ ପହଞ୍ଚାଇବାକୁ ପ୍ରୟାସ ଜାରି ରଖିଛନ୍ତି। ଇତିମଧ୍ୟରେ ତହସିଲ ଅଧୀନରେ ପାଖାପାଖି ୨ହଜାରରୁ ଅଧିକ ହିତାଧିକାରୀଙ୍କୁ ଜମିପଟ୍ଟା ହସ୍ତାନ୍ତର କରିସାରିଲେଣି। ଅନେକ ସମୟରେ ଇଣ୍ଟରନେଟ୍ ଫେଲ୍ ଯୋଗୁ ଡାକ ସେବାରେ ପଟ୍ଟା ପହଞ୍ଚିବା ଅସମ୍ଭବ ହୋଇପଡ଼ୁଥିବାରୁ ପ୍ରତ୍ୟେକ ନିଜ କର୍ମଚାରୀଙ୍କ ସାଥୀରେ ନେଇ ରାଜସ୍ୱ ରଥରେ ପଟ୍ଟା ଦେବା ପାଇଁ ଘରଘର ବୁଲୁଛନ୍ତି।

Share Now:

Kalinga News Beuro

Next Post

ଗୋବରରୁ ତିଆରି ହେବ ପ୍ରାକୃତିକ ରଙ୍ଗ

Sun Sep 12 , 2021
ଓଡ଼ିଶାରେ ପ୍ରଶିକ୍ଷଣ, ଉତ୍ପାଦନ କେନ୍ଦ୍ର କରିବ ଖଦି ଗ୍ରା‌ମୋଦ୍ୟୋଗ କମିସନ ଭୁବନେଶ୍ବର : ଗୋବରରୁ ତିଆରି ହେବ ପ୍ରାକୃତିକ ରଙ୍ଗ। ଏଥିପାଇଁ ଓଡ଼ିଶାରେ ଖଦି ଗ୍ରାମୋଦ୍ୟୋଗ କମିସନ ପକ୍ଷରୁ ପ୍ରାକୃତିକ ରଙ୍ଗ ତିଆରି ପାଇଁ ପ୍ରଶିକ୍ଷଣ ଏବଂ ଉତ୍ପାଦନ କେନ୍ଦ୍ର। ଏଥିପାଇଁ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚି ସାରିଛି। ଖଦି ଗ୍ରାମୋଦ୍ୟୋଗ କମିସନ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ଖଦି ଗ୍ରାମୋଦ୍ୟୋଗ କମିସନ୍‌ର ପୂର୍ବାଞ୍ଚଳ ସଦସ୍ୟ […]
ଗୋବରରୁ ତିଆରି ହେବ ପ୍ରାକୃତିକ ରଙ୍ଗ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial