ପୁରୁଣା ଭୁବନେଶ୍ୱର : ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଅନ୍ୟତମ ବଡ଼ ପର୍ବ ରୁକୁଣା ରଥଯାତ୍ରା ବନ୍ଦ ହେବ। ରାଜ୍ୟରେ କରୋନା କଟକଣା ଚାଲିଥିବାରୁ ପ୍ରଶାସନ ରିସ୍କ ନେବାକୁ ଚାହୁଁନି। ରଥଯାତ୍ରା ନ‌ହେଲେ ଦୀର୍ଘ ବର୍ଷ ଧରି ଚାଲିଆସିଥିବା ପରମ୍ପରା ଭଙ୍ଗ ହେବ। ରଥଯାତ୍ରା ହୋଇପରିବ ନାହିଁ ବୋଲି ଆଜି ଖୋର୍ଧା ଜିଲ୍ଲାପାଳ ତଥା ଶ୍ରୀଲିଙ୍ଗରାଜ ମନ୍ଦିର ଟ୍ରଷ୍ଟବୋର୍ଡ ସଭାପତି ସୀତାଂଶୁ କୁମାର ରାଉତ ଚାରି ନିଯୋଗର ପ୍ରମୁଖ ସେବାୟତଙ୍କୁ ଜଣାଇଛନ୍ତି। ଆଜି […]

ନୂଆଦିଲ୍ଲୀ: କରୋନା ଭାଇରସର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶରେ ୨୧ ଦିନିଆ ତାଲା ପକାଇବାକୁ ଘୋଷଣା କରିଛନ୍ତି। ଏହା ଅଧୀନରେ ଲୋକଙ୍କୁ ଆସନ୍ତା ତିନି ସପ୍ତାହ ପର୍ଯ୍ୟନ୍ତ ନିଜ ଘରେ ରହିବାକୁ ପଡିବ। ଏହା ବ୍ୟତୀତ ସାଧାରଣ ଲୋକଙ୍କ ନିକଟରେ କରୋନା ଭୂତାଣୁ ବିଷୟରେ ସୂଚନା ବିସ୍ତାର କରିବାକୁ ସରକାର ଅନେକ ପଦକ୍ଷେପ ନେଉଛନ୍ତି। ବୁଧବାର କେନ୍ଦ୍ର ସରକାର ଏକ ୱେବସାଇଟ୍ ଉନ୍ମୋଚନ କରିଛନ୍ତି ଯେଉଁଥିରେ କରୋନା […]

କରୋନା କଟକଣା : ସଂଜ ନଇଁଲେ ରାଜଧାନୀରେ ରାଜ କରୁଛି ନିରବତା ଭୁବନେଶ୍ୱର : ପାର୍କ ବନ୍ଦ। ସିନେମା ହଲ ବନ୍ଦ। ପ୍ରେକ୍ଷାଳୟ ବି ବନ୍ଦ। ଏହି ବନ୍ଦ ପାଇଁ ଯେମିତି ଲୋକଙ୍କ ଗୋଡ଼ରେ ବେଡ଼ି ବନ୍ଧା ହୋଇଯାଇଛି। ଇଚ୍ଛା ଥାଇ ବି କେହି ବାହାରକୁ ବାହାରୁ ନାହାନ୍ତି। କାମ ଧନ୍ଦା ସରିଲେ ସମସ୍ତେ ଛୁଟୁଛନ୍ତି ସିଧା ଘରକୁ। ନା କୁଆଡ଼େ ଯାଇ ସାଙ୍ଗମାନଙ୍କ ସହ ଖଟି କରି ହେଉଛି […]

ଇରାନ୍‌ରେ ୨୪ ଘଣ୍ଟାରେ ୧୩୦ ମୃତ, ସମସ୍ତ ସୀମା ବନ୍ଦ କରିବ ୟୁରୋପ୍‌ ନୂଆଦିଲ୍ଲୀ: କରୋନା ଭାଇରସ୍‌ ଏବେ ୧୬୨ ରାଷ୍ଟ୍ରକୁ ବ୍ୟାପିଛି। ୧୮୬, ୭୦୭ ଜଣ ଭାଇରସ୍‌ ଆକ୍ରାନ୍ତ ହୋଇଛନ୍ତି ଏବଂ ୭,୪୭୧ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। କରୋନା ଭାଇରସ୍‌ ପାଇଁ ସମଗ୍ର ବିଶ୍ୱ ଅଚଳ ହେବାକୁ ଯାଉଛି। ବିଶ୍ୱବ୍ୟାପୀ ପ୍ରମୁଖ ରାଷ୍ଟ୍ରଗୁଡ଼ିକରେ ଏବେ ଅଚଳାବସ୍ଥା ଲାଗି ରହିଛି । ଚୀନ୍‌ ପରେ ୟୁରୋପୀୟ ରାଷ୍ଟ୍ର ଗୁଡ଼ିକ […]

ବିଦେଶରୁ ଫେରି ଗଜପତି ମହାରାଜା ଓ ବରିଷ୍ଠ ଆଇଏଏସ ଅଫିସର ଭିନୀଲକ୍ରିଷ୍ଣ ରାଜ୍ୟ ସରକାରଙ୍କ କୋଭିଡ-୧୯ ପୋର୍ଟାଲ୍‌ରେ ନିଜର ପଞ୍ଜୀକରଣ କଲେ ଭୁବନେଶ୍ୱର: ଗଜପତି ମହାରାଜ ଦିବ୍ୟସିଂହ ଦେବ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ବିଦେଶ ଫେରନ୍ତାଙ୍କ ପଞ୍ଜୀକରଣ ଲାଗି ଉଦ୍ଦିଷ୍ଟ ୱେବସାଇଟ୍‌ରେ ନିଜକୁ ଓ ପରିବାରକୁ ପଞ୍ଜୀକୃତ କରିଛନ୍ତି। ସେ ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାର ଲାଗି ଆମେରିକା ଗସ୍ତ କରି ମାର୍ଚ୍ଚ ୧୫ ତାରିଖ ଦିନ ଭୁବନେଶ୍ୱର ଫେରିଛନ୍ତି […]

ବର୍ଲିନ :ଏହି ଭାଇରସ ସଂକ୍ରମଣ ବଢିଚାଲିଥିବାରୁ ସରକାର ଆଜି ଆଉ କେତେକ କଟକଣା ଜାରି କରିଛନ୍ତି। ୟୁରୋପୀୟ ସଂଘ ଅଧିନରେ ଆସୁଥିବା ରାଷ୍ଟ୍ର, ବ୍ରିଟେନ ଓ ତୁର୍କୀରୁ ଆସୁଥିବା ଯାତ୍ରୀମାନଙ୍କୁ ଭାରତ ଆସିବା ମନା କରାଯାଇଛି। ଏସବୁ ଦେଶରୁ ଆସୁଥିବା ଯାତ୍ରୀମାନଙ୍କୁ କୌଣସି ଏୟାରଲାଇନ୍ସ ଯାତ୍ରା କରାଇବେ ନାହିଁ। ମାର୍ଚ୍ଚ ୧୮ରୁ ୩୧ ତାରିଖ ପର୍ଯ୍ୟନ୍ତ ଏହି ନିଷେଧାଜ୍ଞା ଜାରି ରହିବ। ୩୧ ପରେ ସ୍ଥିତିକୁ ଦୃଷ୍ଟିରେ ରଖି ସମୟସୀମା […]

ଭୁବନେଶ୍ୱର: କରୋନା ସଂକ୍ରମଣ ମୁକାବିଲା ଲାଗି ଆଜି ରାଜ୍ୟ ସରକାର ଏକ ଅଭୂତପୂର୍ବ ପଦକ୍ଷେପ ଗ୍ରହଣ କରିଛନ୍ତି। ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ବିଦେଶରୁ ଆସୁଥିବା ବ୍ୟକ୍ତିଙ୍କ ପଞ୍ଜୀକରଣକୁ ବାଧ୍ୟତାମୂଳକ କରିଛି। ଯେହେତୁ କରୋନା ସଂକ୍ରମଣ ମୁଖ୍ୟତଃ ବିଦେଶ ଫେରନ୍ତା ବ୍ୟକ୍ତିଙ୍କ ଠାରେ ଦେଖାଯାଉଛି ତେଣୁ ସେମାନଙ୍କୁ ଚିହ୍ନଟ କରିବା ଜରୁରୀ ହୋଇପଡ଼ିଛି। ଏହାକୁ ବିଚାରକୁ ନେଇ ରାଜ୍ୟ ସରକାର ବିଦେଶରୁ ଆସିଥିବା ଅଥବା ଆସିବାକୁ ଚାହୁଁଥିବା ବ୍ୟକ୍ତିଙ୍କର […]

ମୁମ୍ବାଇ : କରୋନା ଭାଇରସକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲଏଚଓ) ପକ୍ଷରୁ ବିଶ୍ୱ ମହାମାରୀ ଘୋଷଣା କରାଯିବା ପରେ ତାହାକୁ ନେଇ ସମଗ୍ର ବିଶ୍ୱରେ ଆତଙ୍କ ଖେଳିଯାଇଛି । ଏହା ଫଳରେ ବିଶ୍ୱ ଆର୍ଥିକ ସଂକଟ ଗଭୀର ହେବାର ଆଶଙ୍କା ଦେଖାଦେଇଛି । ଏହି ଆଶଙ୍କାରେ ସାରା ବିଶ୍ୱର ଷ୍ଟକ ବଜାରରେ ହ୍ରାସ ପରିଲକ୍ଷିତ ହୋଇଛି । ଏପରିକି ଆମେରିକା ରାଷ୍ଟ୍ରପତିଙ୍କ ଭାଷଣ ପରେ ମଧ୍ୟ ନିବେଶକଙ୍କ ଭରସା ପାଉନାହିଁ […]

ପୁରୁଣା ଭୁବନେଶ୍ୱର : ଆସନ୍ତା ଏପ୍ରିଲ ପହିଲାରେ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ରୁକୁଣା ରଥଯାତ୍ରା ଅନୁଷ୍ଠିତ ହେବ। ଏଥିପାଇଁ ନୀତି ନିର୍ଘଣ୍ଟ ସ୍ଥିର କରାଯାଇଛି। ନିଷ୍ପତ୍ତି ଅନୁଯାୟୀ ମହାପ୍ରଭୁଙ୍କ ରଥଟଣା ଅପରାହ୍‌ଣ ୩ଟା ୩୦ରେ ଆରମ୍ଭ ହେବ। ମନ୍ଦିର କାର୍ଯ୍ୟାଳୟ ସୂଚନା ଅନୁଯାୟୀ ଭୋର ୫ଟାରେ ମଙ୍ଗଳ ଆଳତି ଓ ଅବକାଶ କରାଯାଇ ଭୋର ସାଢ଼େ ୫ଟାରେ ସାହାଣମେଲା ଦର୍ଶନ କରାଯିବ। ଘଣ୍ଟେ ସାହାଣମେଲା ଦର୍ଶନ ପରେ ରୋଷ ହୋମ ଓ […]

ନ୍ୟୁୟର୍କ : ବର୍ତ୍ତମାନ ସୁଦ୍ଧା ବିଶ୍ୱର ୮୦ରୁ ଅଧିକ ଦେଶରେ କରୋନା ଭାଇରସ ବ୍ୟାପିଲାଣି। କରୋନାକୁ ନେଇ ଲାଗି ରହିଥିବା ଆତଙ୍କ ବିଶ୍ୱବାସୀଙ୍କ ଆଖିରୁ ନିଦ ହଜାଇ ଦେଇଛି। ଏହି ଭାଇରସ୍‌ ଏତେ କ୍ଷୁଦ୍ର ଯେ, ଏହାର ସଂକ୍ରମଣ ମଣିଷ ପାଇଁ ବିପଦ ସୃଷ୍ଟି କରିଛି। ମଣିଷର କେଶଠାରୁ ୯୦୦ ଗୁଣ ପତଳା ଏହି ଭାଇରସ ଏବେ ସବୁଠି ଆତଙ୍କ ସୃଷ୍ଟି କରିଛି। ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଜଣେ କରୋନା […]

Social media & sharing icons powered by UltimatelySocial