ପରିବହନ କମ୍ପାନି, ଖଣି ମାଲିକଙ୍କ ବିରୋଧରେ ବିଭିନ୍ନ ଅଭିଯୋଗ ଭୁବନେଶ୍ବର: ଲକ୍‌ଡାଉନ୍‌ ଓ ସଟ୍‌ଡାଉନ୍‌ ଯୋଗୁଁ ବିଭିନ୍ନ ଶିଳ୍ପ ଓ ଖଣି କାରବାର ଅଚଳ ହୋଇପଡ଼ିଥିବାରୁ ପରିବହନ ବ୍ୟବସ୍ଥା ପ୍ରଭାବିତ ହୋଇଛି। ଏଥିରେ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି ରାଜ୍ୟର ଟ୍ରକ୍‌ ମାଲିକମାନେ। ଟ୍ରକ୍‌ ଚଳାଚଳ ଏକ ପ୍ରକାର ବନ୍ଦ ହୋଇପଡ଼ିଥିବାରୁ ବିଭିନ୍ନ ଟିକସ, ବୀମା ଆଦି ପଇଠ କରିବାକୁ ଯାଇ ରାଜ୍ୟର ୮୦ ହଜାର ଟ୍ରକ୍‌ ମାଲିକ ହନ୍ତସନ୍ତ ହେଉଛନ୍ତି। […]

ଦେବଗଡ଼: ହନୁମାନ ପଇସା ରଖିବା କାଳ ହେଲା। ମାଛ ଧରିବା ବାହାନାରେ ଯୁବକଙ୍କୁ ଘରୁ ଡାକିନେଇ ପିଟିପିଟି ହତ୍ୟା କରିଦେଲେ ସେଇ ଗାଁର ୪ ଯୁବକ। ଏଭଳି ଏକ ଜଘନ୍ୟ ଘଟଣା ଘଟିଛି ଦେବଗଡ଼ ଥାନା ଅନ୍ତର୍ଗତ ରାଇତାଲ ଗ୍ରାମରେ। ଏହି ଘଟଣାରେ ପୁଲିସ ୪ ଜଣଙ୍କୁ ଗିରଫ କରିଛି। ମଙ୍ଗଳବାର ଦେବଗଡ଼ ଆଦର୍ଶ ଥାନା ପରିସରରେ ଏକ ସାମ୍ବାଦିକ ସମ୍ମିଳନୀରେ ଦେବଗଡ଼ ଏସ୍‌ପି ରାଜକିଶୋର ପାଇକରାୟ ଏ ‌ନେଇ […]

ଗ୍ରାହକ ବେଶରେ ଯାଇ ଧରିଲା ଅବକାରୀ ବିଭାଗ ଭୁବନେଶ୍ବର: କରୋନା ବଦଳାଇଦେଲା ବେଉସା। ୧୦ଲକ୍ଷ ଟଙ୍କାର କରଜରେ ବୁଡ଼ିବା ପରେ ବାଧ୍ୟ ହୋଇ ଜଣେ ମହିଳା ୬ମାସ ତଳେ ବ୍ରାଉନସୁଗାର କାରବାରକୁ ଆପଣାଇ ନେଇଥିଲେ। ଯୁବପିଢ଼ି ଉପରେ ନିଶାର କୁପ୍ରଭାବ ସଂପର୍କରେ ସଚେତନ ଥିଲେ ବି ତାଙ୍କ ପାଖରେ କୌଣସି ବିକଳ୍ପ ନ ଥିଲା। ତାଙ୍କ ସ୍ବାମୀ ଓ ପୁଅ ଏହା ଜାଣିଥିଲେ ଏବଂ ଏଥିରୁ ସେ ବେଶ୍ ଭଲ […]

ନୂଆଦିଲ୍ଲୀ: ଜାତିସଂଘର ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତ ଅନ୍ତଃସରକାରୀ କମିଟି (ଆଇପିସିସି)ର ରିପୋର୍ଟ ଗତକାଲି ପ୍ରକାଶ ପାଇଛି। ପ୍ରଦୂଷଣ ଓ ଅନ୍ୟାନ୍ୟ କାରଣ ପାଇଁ ଆଗାମୀ ଦିନରେ ବିଶ୍ବର ତାପମାତ୍ରା ଅସ୍ବାଭାବିକ ଭାବେ ବୃଦ୍ଧି ପାଇବ। ଏହାଦ୍ବାରା ବାତ୍ୟା, ବନ୍ୟା, ସମୁଦ୍ର ପତନ ବୃଦ୍ଧି, ମେରୁ ଅଞ୍ଚଳରେ ବରଫ ତରଳିବା ଏବଂ ଉଚ୍ଚ ପାର୍ବତ୍ୟାଞ୍ଚଳରେ ହିମସ୍ଫଳନ ଭଳି ଭୟଙ୍କର ବିପର୍ଯ୍ୟୟ ବାରମ୍ବାର ଭାରତ ସମେତ ବିଶ୍ବର ବିଭିନ୍ନ ଅଞ୍ଚଳରେ ଦେଖାଦେବ ବୋଲି […]

୫ ପଞ୍ଚାୟତର ୨୦ ଗାଁର ଲୋକଙ୍କ ଭାଗ୍ୟ ଫିଟିବ କେବେ ? ରାଉରକେଲା: ସହରକୁ ଆସି ପରିବା ନ ବକିଲେ ଘରେ ମହିଳାଙ୍କ ଚୁଲି ଜଳୁନି। ଏଣୁ କାଖରେ ବର୍ଷକର ଛୁଆକୁ ଗାମୁଛାରେ ବାନ୍ଧି ପ୍ରତିଦିନ ନଦୀ ପାର ହୋଇ ଆସୁଛନ୍ତି। ନଦୀରେ ଅନବରତ ପାଣି, କିନ୍ତୁ ନଦୀ ପାର ହେବାପାଇଁ ବ୍ରିଜ୍‌ ନାହିଁ କି ସାମାନ୍ୟ କାଠ ଡଙ୍ଗା ଟିଏ ବି ନାହିଁ। ତା’ ବଦଳରେ ୪ଟି ଡ୍ରମ […]

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୪ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଥିବାର ସୂଚନା ମିଳିଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି। ସେହିପରି କରୋନାରେ ପ୍ରାଣ ହରାଇଥିବା ଆଉ ୬୪ ଜଣ ଲୋକଙ୍କ ସଂପର୍କରେ ସୂଚନା ଦେଇଛନ୍ତି ସରକାର। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୬୫୬୫କୁ ବୃଦ୍ଧି ପାଇଛି। ପ୍ରାପ୍ତ ସୂଚନା ଅନୁଯାୟୀ, ଏହି ୬୪ ମୃତକଙ୍କ […]

ଭୁବନେଶ୍ବର : ଆସନ୍ତା ୨୩ ତାରିଖରୁ ରାଜଧାନୀର ସମସ୍ତ ମନ୍ଦିର ସମେତ ବିଭିନ୍ନ ଧର୍ମାନୁଷ୍ଠାନ ଖୋଲିବ। ଏ ନେଇ ଆଜି ବିଏମ୍‌ସି ପକ୍ଷରୁ କରେନା କଟକଣାକୁ ଆଧାର କରି ଏସ୍‌ଓପି ଜାରି ହୋଇଛି। ଏହି ଏସ୍‌ଓପି ଅନୁସରଣ କରି ସମସ୍ତ ମନ୍ଦିର ସର୍ବସାଧାରଣଙ୍କୁ ପ୍ରବେଶ ଅନୁମତି ଦେବେ। କଟକଣା ଉଲ୍ଲଂଘନ ହେଲେ ମନ୍ଦିର ବନ୍ଦ କରି ଦିଆଯିବ। ତେବେ ଶ୍ରୀ ଲିଙ୍ଗରାଜ ମନ୍ଦିର ଖୋଲିବା ନେଇ ସମ୍ପୃକ୍ତ ଟ୍ରଷ୍ଟ ବୋର୍ଡ […]

ମୁମ୍ବାଇ: ବଲିଉଡ ଫିଲ୍ମ ଓ ଛୋଟ ପରଦାର ଲୋକପ୍ରିୟ ଅଭିନେତା ଅନୁପମ ଶ୍ୟାମଙ୍କ ପରଲୋକ ଘଟିଛି। ମାତ୍ର ୬୩ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। କିଛି ଦିନ ଧରି ସେ ଅସୁସ୍ଥ ଥିଲେ। ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ତାଙ୍କର କିଡନିଜନିତ ସମସ୍ୟା ଥିଲା। ଆଜି ଏକାଧିକ ଅଙ୍ଗ କାମ କରିବା ବନ୍ଦ କରିବାର କିଛି ସମୟରେ ତାଙ୍କର ମୃତ୍ୟୁ ହୋଇଛି। ‘ପ୍ରତିଜ୍ଞା’ ଧାରାବାହିକରେ […]

ଭୁବନେଶ୍ବର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୦୪୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୬୦୫ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୪୩୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୮୩ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳରୁ ୫୭ […]

ବିଶ୍ୱ ଆଦିବାସୀ ଦିବସରେ ମାନବଶୃଙ୍ଖଳ କରି ବିରୋଧ ଥୁଆମୂଳରାମପୁର : କର୍ଲାପାଟରେ ସୋମବାର ବିଶ୍ୱ ଆଦିବାସୀ ଓ କ୍ରାନ୍ତି ଦିବସ ଉପଲକ୍ଷେ ଖଣ୍ଡୁଆଳ ମାଳି ସୁରକ୍ଷା ପରିଷଦ ଦ୍ୱାରା ଆୟୋଜିତ ହୋଇଛି ମାନବ ଶୃଙ୍ଖଳ। ଖଣ୍ଡୁଆଳ ମାଳିକୁ ବିନା ଗ୍ରାମସଭାରେ ଖଣି ଖନନ ପାଇଁ ବିଜ୍ଞପ୍ତି ପ୍ରକାଶ କରିବାକୁ ତୀବ୍ର ବିରୋଧ କରିଛନ୍ତି ହଜାର ହଜାର ଆଦିବାସୀ। ଜାନ୍‌ ଯାଉ ଜୀବନ ଯାଉ ଖଣ୍ଡୁଆଳ ମାଳି ବଞ୍ଚିଥାଉ ବୋଲି ବଜ୍ର […]

Social media & sharing icons powered by UltimatelySocial