ମଇ ୨୯ରେ ୫-ଟି ସଚିବ ଗସ୍ତ କରି ଦେଇଥିଲେ ନିର୍ଦ୍ଦେଶ ଭୁବନେଶ୍ୱର: ଢେଙ୍କାନାଳ ଜିଲ୍ଲାର ପ୍ରସିଦ୍ଧ ଯୋରନ୍ଦା ମହିମା ଗାଦି ପୀଠର ହେବ ସମ୍ପୂର୍ଣ୍ଣ ରୂପାନ୍ତର। କାୟାକଳ୍ପରେ ଆସିବ ପୁରା ପରିବର୍ତ୍ତନ। ଗତ ମେ ୨୯ ତାରିଖ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ୫-ଟି ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ୍ ମହିମା ପୀଠ ପରିଦର୍ଶନ କରି ସାଧୁ ସନ୍ଥ ଓ ଭକ୍ତମାନଙ୍କ ସହିତ ପୀଠର ସମ୍ପୂର୍ଣ୍ଣ ରୂପାନ୍ତର ବିଷୟରେ […]

ପୁରୀ : ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ରବିବାର ଦିନ ଶ୍ରୀମନ୍ଦିର ସ୍ନାନବେଦିରେ ଅନୁଷ୍ଠିତ ହୋଇଛି ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ସ୍ନାନଯାତ୍ରା। ରତ୍ନବେଦିରୁ ସ୍ନାନବେଦିକୁ ଆସି ସୁନା କୂଅର ୧୦୮ ସୁବାସିତ ଜଳରେ ସ୍ନାନ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ମହାପ୍ରଭୁଙ୍କ ଏହି ମାନବୀୟ ଲୀଳା ଅଧରପୋଛା ସହ ଅନ୍ୟାନ୍ୟ ନୀତି ପରେ ବଡ଼ଠାକୁର ବଳଭଦ୍ର, ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମା’ ସୁଭଦ୍ରା ଗଜବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ଶୁଭ୍ର ରଙ୍ଗର ଗଜବେଶରେ ମହାପ୍ରଭୁ […]

ପୁରୀ: ଦିନକ ପରେ (ରବିବାର) ମହାପ୍ରଭୁଙ୍କ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ଶ୍ରୀଜିଉଙ୍କ ଗଜବେଶ ଦର୍ଶନ କରିବା ପାଇଁ ଭକ୍ତଙ୍କ ମନେରେ ପ୍ରବଳ ଉତ୍ସାହ। ସେଥିପାଇଁ ଏବେ ରାଜ୍ୟ ଏବଂ ବାହାର ରାଜ୍ୟରୁ ଶ୍ରଦ୍ଧାଳୁମାନଙ୍କ ଆଗମନ ହେବାରେ ଲାଗିଛି। ପୁରୀରେ ଭକ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା ପାଇଁ ଜିଲ୍ଲା ପ୍ରଶାସନ, ଶ୍ରୀମନ୍ଦିର ପ୍ରଶାସନ ଏବଂ ସେବାୟତମାନେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଆଜି ରାତି ୧୦ଟା ପରଠାରୁ ଆସନ୍ତାକାଲି […]

ନୂଆଦିଲ୍ଲୀ: ଫଟୋରେ ଦେଖିବାକୁ ମିଳୁଥିବା ସାଧୁଙ୍କ ନାମ ଅମର ଭାରତୀ। ଯିଏକି ୧୯୮୩ ମସିହାରେ ଏମିତି ଏକ ନିଷ୍ପତ୍ତି ନେଇଥିଲେ ଯାହାକୁ ଆପଣ କଳ୍ପନା ବି କରି ପାରିବେ ନାହିଁ। ଉମର ଭାରତୀ ୧୯୮୩ ମସିହାରୁ ଆଜି ପର୍ଯ୍ୟନ୍ତ ଗୋଟିଏ ହାତକୁ ଉପରକୁ ଉଠାଇ ରଖିଛନ୍ତି। ଏହି କାରଣରୁ ତାଙ୍କ ହାତ ଦୁର୍ବଳ ହୋଇପଡ଼ିଛି। ଚର୍ମ ଶୁଖିଯାଇଛି। ଯାହାକି ଆପଣ ଫଟୋ ଜରିଆରେ ଦେଖି ପାରୁଥିବେ। ଏସବୁ ସେ ଭଗବାନଙ୍କ […]

ପୁରୁଣା ଭୁବନେଶ୍ୱର: ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ବିବାହ ମଧ୍ୟରାତ୍ରିରେ ସମାପନ ହୋଇଛି। ଠାକୁରଙ୍କୁ ବିମାନରେ ନିଆଯାଇ କେଦାରଗୌରୀ ମନ୍ଦିରଠାରେ ବିଧିମୁତାବକ ବିବାହ ସମ୍ପନ୍ନ ହୋଇଥିଲା। ମଧ୍ୟରାତ୍ରିରେ ଦେବ ଦମ୍ପତିଙ୍କ ହାତଗଣ୍ଠି ପଡ଼ିଥିଲା। କେଦାରଗୌରୀ ମନ୍ଦିରରେ ପାଳିଆ ସେବାୟତମାନେ ଉପସ୍ଥିତି ରହି ବିବାହ କାର୍ଯ୍ୟ ସମ୍ପାଦନ କରିଥିଲେ। ଦେବ ଦମ୍ପତିଙ୍କ ବିବାହ ଦେଖିବାକୁ ଶ୍ରଦ୍ଧାଳୁଙ୍କ ଭିଡ଼ ମଧ୍ୟ ଜମିଥିଲା। ଆଜି ରାତି ପ୍ରାୟ ୧୧ଟା ୨୦ରେ ପାଳିଆ ସେବାୟତଙ୍କ ଗହଣରେ ମହାଦେବ ବାହାରିଥିଲେ। […]

ହାଇଦ୍ରାବାଦ : ଶନିବାର ରାୟଦୁର୍ଗର ବିଏନ୍‌ ରେଡ୍ଡୀ ହିଲ୍‌ସର ପ୍ରାକୃତିକ ଶିଳା ତଳୁ ନୂତନ ପ୍ରସ୍ତର ଯୁଗୀୟ ସାମଗ୍ରୀ ମିଳିଛି ବୋଲି ପ୍ରତ୍ନତତ୍ତ୍ୱବିତ୍‌ମାନେ ଦାବି କରିଛନ୍ତି। ହାଇଦ୍ରାବାଦରେ ୬୦୦ ବର୍ଷ ତଳର ସାମଗ୍ରୀ ମିଳିବାର ଏହା ହେଉଛି ପ୍ରଥମ ଘଟଣା।ଖ୍ରୀଷ୍ଟପୂର୍ବ ୧୨,୦୦୦ରୁ ୬୦୦୦ ବର୍ଷର ଅବଧିକୁ ନୂତନ ପ୍ରସ୍ତର ଯୁଗ ବୋଲି କୁହାଯାଇଥାଏ। ପୂର୍ବରୁ ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶରୁ ନୂତନ ପ୍ରସ୍ତର ଯୁଗୀୟ ସାମଗ୍ରୀ ମିଳିଥିଲେ ମଧ୍ୟ ହାଇଦ୍ରାବାଦରୁ ମିଳି […]

ଭୁବନେଶ୍ୱର: ୨୦୨୦ ମସିହାରେ ଏକ ସଂସ୍ଥା ଅନ୍‌ଲାଇନ୍‌ରେ ଶ୍ରୀଅନନ୍ତ ବାସୁଦେବ ଓ ଶ୍ରୀଲିଙ୍ଗରାଜଙ୍କ ଅବଢ଼ା ବିକ୍ରି କରି ବିବାଦକୁ ଆସିଥିଲା। ପରେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ଉକ୍ତ ସଂସ୍ଥା କ୍ଷମା ମାଗି ଏଥିରୁ କ୍ଷାନ୍ତ ରହିଥିଲା। କିନ୍ତୁ ଏବେ ପୁଣି ତିନି ସଂସ୍ଥା ଅନ୍‌ଲାଇନ୍‌ରେ ଅବଢ଼ା ବିକ୍ରି କରୁଥିବା ଜଣାପଡ଼ିଛି। ୱେବ୍‌ସାଇଟ୍‌ରେ ବିଜ୍ଞାପନ ପ୍ରକାଶ ପାଇବା ପରେ ଏହା ଜଣାପଡ଼ିଛି ଏବଂ ଏହାକୁ ନେଇ […]

ପୁରୁଣା ଭୁବନେଶ୍ୱର: ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ବିବାହ ଓ ଶୀତଳଷଷ୍ଠୀ ପାଇଁ ବିଭିନ୍ନ ନିଯୋଗ ପ୍ରତିନିଧି ଓ ସେବାୟତମାନଙ୍କୁ ନେଇ ମନ୍ଦିର କାର୍ଯ୍ୟାଳୟରେ ପ୍ରଶାସନ ଆଲୋଚନା କରିଛି। ଚଳିତ ବର୍ଷ ଶୀତଳଷଷ୍ଠୀ ଯାତ୍ରା ଓ ବିବାହ ଯାତ୍ରା ବେଳେ ଡିଜେ ବାଜିବ ନାହିଁ। ସେହିପରି ରାତି ୧୦ଟା ମଧ୍ୟରେ ଗୋଟିଏ ସ୍ଥାନରେ ବାଣ ଫୁଟିବ। ତାହା ପୁଣି ଲାଇସେନ୍ସ ପ୍ରାପ୍ତ ବାଣୁଆ ଏହି ବାଣ ଫୁଟାଇ ପାରିବେ। ଅତିରିକ୍ତ ଜିଲ୍ଲାପାଳ ଦିଲ୍ଲୀପ […]

ମୁମ୍ବାଇ: ‘ଦ କେରଳ ଷ୍ଟୋରି’ ଏବେ ବକ୍ସ ଅଫିସରେ ଦମଦାର ପ୍ରଦର୍ଶନ କରୁଛି। ପ୍ରଶଂସକମାନେ ଏହି ଚଳଚ୍ଚିତ୍ରର କାହାଣୀକୁ ବହୁତ ପସନ୍ଦ କରୁଥିବାବେଳେ ଏବେ ଏହି ଫିଲ୍ମ ଆୟ ଦୃଷ୍ଟିରୁ ଶହେ କୋଟି କ୍ଲବରେ ସାମିଲ ମଧ୍ୟ ହୋଇସାରିଛି। ମିଳିଥିବା ସୂଚନା ମୁତାବକ ‘ଦ କେରଳ ଷ୍ଟୋରି’ ମେ ୧୨ରେ ୧୨.୩୫ କୋଟି ଟଙ୍କା ଆୟ କରିଥିଲା। ସେହିପରି ମେ ୧୩ ୧୯.୫ କୋଟି ଟଙ୍କା ସଂଗ୍ରହ କରିଛି। ଆଉ […]

ଭୁବନେଶ୍ୱର: ଅବଢ଼ା ତିଆରି ଓ ବିକ୍ରି ଦୃଷ୍ଟିରୁ ପୁରୀ ଶ୍ରୀମନ୍ଦିର ଓ ଅନନ୍ତ ବାସୁଦେବ ମନ୍ଦିର ପରେ ଶ୍ରୀଲିଙ୍ଗରାଜ ମନ୍ଦିରର ଆନନ୍ଦ ବଜାର ରାଜ୍ୟର ତୃତୀୟ ସର୍ବବୃହତ୍‌। କିନ୍ତୁ ଏହି ଆନନ୍ଦ ବଜାର ଏବେ ସେବାୟତ ଓ ଶ୍ରଦ୍ଧାଳୁଙ୍କୁ ଜମାରୁ ଆନନ୍ଦ ଦେଉନି। ଏହାର ଜରାଜୀର୍ଣ୍ଣ ଅବସ୍ଥା ଦେଖି ଶ୍ରଦ୍ଧାଳୁ ନାକ ଟେକୁଛନ୍ତି। ଏତେ ବଡ଼, ଐତିହ୍ୟ ଓ ପୁରୁଣା ମନ୍ଦିରର ଆନନ୍ଦ ବଜାରର ଏ ଅବସ୍ଥା, ବାହାରୁ ଆସୁଥିବା […]

Social media & sharing icons powered by UltimatelySocial