ଦୋହା: କାତାରରେ ମୃତ୍ୟୁଦଣ୍ଡାଦେଶ ପାଇଥିବା ୮ ଜଣ ପୂର୍ବତନ ଭାରତୀୟ ନୌସେନା କର୍ମଚାରୀଙ୍କୁ ଗୁରୁବାର ବଡ଼ ଆଶ୍ୱସ୍ତି ମିଳିଛି। ଭାରତ ସରକାରଙ୍କ ଆବେଦନ କ୍ରମେ ସମସ୍ତ ୮ ଜଣଙ୍କ ଫାଶୀ ଦଣ୍ଡାଦେଶ ଉପରେ ରୋକ ଲଗାଯାଇଛି। ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ଏହି ମାମଲାରେ କାତାରର ସର୍ବୋଚ୍ଚ ଅଦାଲତରେ ଅପିଲ କରାଯାଇଥିଲା। ଶୁଣାଣି ସମୟରେ କୋର୍ଟ ଦଣ୍ଡାଦେଶକୁ କୋହଳ କରିଥିଲେ। ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ଏହି ମାମଲାରେ […]
ବିଦେଶ
ତାଇଓ୍ଵାନ : ତାଇଓ୍ଵାନ ଓ ଚୀନ୍ ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି। ତାଇଓ୍ଵାନ ସରକାର କହିଛନ୍ତି ଯେ ଚୀନ୍ ତାଇୱାନ ଉପରେ କ୍ରମାଗତ ଭାବେ ନିଜର ହସ୍ତକ୍ଷେପ ବଢ଼ାଇଚାଲିଛି। ତାଇୱାନର ପ୍ରତିରକ୍ଷା ମନ୍ତ୍ରଣାଳୟ (ଏମଏନଡି) ସୂଚନା ଦେଇଛି ଯେ ସୋମବାର ଏବଂ ମଙ୍ଗଳବାର ତାଇୱାନ ସୀମାକୁ ୮ଟି ସାମରିକ ବିମାନ ଏବଂ ୫ଟି ନୌସେନା ଜାହାଜ ପଠାଇଥିଲା ଚୀନ। ଚୀନର ଏସବୁ ବିମାନ ଓ ଜାହାଜ ଉପରେ ନଜର ରଖିବା […]
ସିଓଲ୍: ଗତ ବିଳମ୍ବିତ ରାତ୍ରରେ ଏକ ସ୍ୱଳ୍ପ-ଦୂରଗାମୀ କ୍ଷେପଣାସ୍ତ୍ର ନିକ୍ଷେପ କରିବାର କିଛି ସମୟ ପରେ ଆଜି ପ୍ରତ୍ୟୁଷରେ ପୁଣି ଉତ୍ତର କୋରିଆ ଅନ୍ୟୂନ ଗୋଟାଏ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ନିକ୍ଷେପ କରିଥିବା କଥା ଦକ୍ଷିଣ କୋରିଆ ସେନା କହିଛି। ପ୍ୟୋଙ୍ଗ୍ୟାଙ୍ଗ୍ ଆମେରିକା ଅଥବା ଦକ୍ଷିଣ କୋରିଆ ଉପରେ ଆଣବିକ ଅସ୍ତ୍ର ପ୍ରୟୋଗ କଲେ ଉତ୍ତର କୋରିଆ ଶାସନର ଅସ୍ତିତ୍ୱ ରହିବ ନାହିଁ ବୋଲି ସିଓଲ୍ ଓ ୱାସିଂଟନ୍ ଚେତାବନୀ ଦେବା […]
ନୂଆଦିଲ୍ଲୀ: ଭାରତୀୟ କୋଟିପତି ତଥା କୋଭିଡ୍ ଟିକା ନିର୍ମାତା ଅଦର ପୁନାୱାଲା ଲଣ୍ଡନର ସବୁଠାରୁ ଦାମୀ ବଙ୍ଗଳା ଭାବେ ପରିଗଣିତ ୨୫,୦୦୦ ବର୍ଗଫୁଟ ପରିମିତ ଅଞ୍ଚଳରେ ଥିବା ମେ’ଫେୟାରକୁ କିଣିବାକୁ ଯୋଜନା କରୁଛନ୍ତି। ଫାଇନାନ୍ସିଆଲ ଟାଇମ୍ସର ରିପୋର୍ଟ ଅନୁଯାୟୀ, ୨୦୨୩ରେ ସବୁଠାରୁ ଦାମୀ ସମ୍ପତ୍ତି କହାଯାଉଥିବା ଲଣ୍ଡନର ଏହି ଘର ୧୩୮ ନିୟୁତ ପାଉଣ୍ଡ (ଭାରତୀୟ ମୁଦ୍ରରେ ପାଖାପାଖି ୧୪୪୬ କୋଟି ଟଙ୍କା)ରେ ବିକ୍ରି ହେବ ବୋଲି ଆଶା କରାଯାଉଛି। […]
ସିଓଲ୍: ସୁନା ପରି ଝଟକୁ ଥିବା ଦକ୍ଷିଣ କୋରିଆରେ ଥିବା ଗୋଟାଏ ୮୦୦ ବର୍ଷ ପୁରାତନ ଝଙ୍କା ‘ଗିଙ୍କୋ’ ଗଛ ସମ୍ପ୍ରତି ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଛି। ସଂଗୃହୀତ ସୂଚନା ଅନୁସାରେ, ଦକ୍ଷିଣ କୋରିଆରେ ‘ଗିଙ୍କୋ’ ଗୋଟିଏ ସାଧାରଣ ଗଛ। ସମଗ୍ର ଦକ୍ଷିଣ କୋରିଆରେ ଅନେକ ଐତିହାସିକ ଓ ପ୍ରଖ୍ୟାତ ‘ଗିଙ୍କୋ’ ଗଛ ରହିଛି। କିନ୍ତୁ, ସୁନା ପରି ଝଲସୁ ଥିବା ଏହି ‘ଗିଙ୍କୋ’ ଗଛ ଚାରିପଟେ ବହୁସଂଖ୍ୟକ ଲୋକ […]
ସିଓଲ୍: ଯଦି ୱାସିଂଟନ୍ ଉତ୍ତର କୋରିଆର ମହାକାଶ ସମ୍ବଳ ଉପରେ ଆକ୍ରମଣ କରେ, ତେବେ ଆମେରିକାର ‘ସ୍ପାଏ ସାଟେଲାଇଟ୍’ ଗୁଡ଼ିକୁ ଧ୍ୱଂସ କରିଦେବୁ ବୋଲି ଆଜି ଉତ୍ତର କୋରିଆ ସାବଧାନ କରାଇ ଦେଇଛି। ସୂଚନାଯୋଗ୍ୟ, ଗତ ସପ୍ତାହରେ ଉତ୍ତର କୋରିଆ ଆକାଶକୁ ଛାଡ଼ିଥିବା ପ୍ରଥମ ‘ମିଲ୍ଟାରି ଆଇ’କୁ (ଗୁପ୍ତଚର ସାଟେଲାଇଟ୍) ମହାକାଶ ସମ୍ବଳ ବୋଲି କହିଛି। ଆମେରିକାର ଏତାଦୃଶ କାର୍ଯ୍ୟକୁ ଯୁଦ୍ଧଘୋଷଣା ଭାବେ ବିବେଚନା କରାଯିବ ବୋଲି ଉତ୍ତର କୋରିଆ […]
ଟୋକିଓ: ୮ଜଣ ଆରୋହୀ ଥିବା ଆମେରିକା ସେନା ବାହିନୀର ଗୋଟାଏ ‘ଅସ୍ପ୍ରି’ ବିମାନ ଆଜି ଜାପାନର ୟାକୁଶିମା ଦ୍ବୀପ ନିକଟ ସମୁଦ୍ରରେ ଖସିପଡ଼ିଥିବା କଥା ଜାପାନର ତଟରକ୍ଷୀ କହିଛି। ଜାପାନ ତଟରକ୍ଷୀ ତରଫରୁ ଜଣେ ମୁଖପାତ୍ର କହିଛନ୍ତି ଯେ, ବିମାନରେ ଥିବା ଉକ୍ତ ବ୍ୟକ୍ତିମାନଙ୍କ ଅବସ୍ଥା ଏବଂ ଦୁର୍ଘଟଣା ସଂକ୍ରାନ୍ତରେ ଅଧିକ କିଛି ତଥ୍ୟ ମିଳିନାହିଁ। କାଜୁଓ ଓଗାୱା ନାମରେ ସେ ତଟରକ୍ଷୀ ମୁଖପାତ୍ର କହିଛନ୍ତି, ‘ଅସ୍ପ୍ରି’ ବୋଲି କୁହାଯାଉଥିବା […]
ତେଲ୍ ଆଭିଭ୍: ସମଗ୍ର ବିଶ୍ୱରେ ଥିବା ହମାସ୍ ଆତଙ୍କବାଦୀଙ୍କ ସନ୍ଧାନ ନେଇ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଦେଶର ଗୁଇନ୍ଦା ଏଜେନ୍ସି ‘ମୋସାଦ୍’କୁ ଇସ୍ରାଏଲ୍ର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଆଦେଶ ଦେଇଛନ୍ତି। ଗୋଟାଏ ସାମ୍ବାଦିକ ସମ୍ମିଳନୀରେ ବକ୍ତବ୍ୟ ଦେବା ବେଳେ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ କହିଲେ, ଦୁନିଆର ଯେକୌଣସି ସ୍ଥାନରେ ଥିବା ହମାସ୍ ମୁଖ୍ୟମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ମୁଁ ‘ମାସୋଦ୍’କୁ ଆଦେଶ ଦେଇଛି। ସୂଚନାଯୋଗ୍ୟ, […]
ଆଣ୍ଟାର୍କଟିକା: ବୁଧବାର ଅପରାହ୍ନ ୨ଟାରେ ଆଣ୍ଟାର୍କଟିକାର ବରଫ ରନ୍ୱେ ଉପରେ ଏକ ବୋଇଙ୍ଗ୍ ୭୮୭ ବିମାନ ସ୍ମରଣୀୟ ଅବତରଣ କରିଥିବା କଥା ‘ସିଏନ୍ଏନ୍’ ରିପୋର୍ଟ କରିଛି। ଏହି ତୁଷାରାଚ୍ଛନ୍ନ ମହାଦେଶରେ ବୋଇଙ୍ଗ୍ ଯାତ୍ରୀବାହୀ ବିମାନ ଅବତରଣ କରାଇବାରେ ପ୍ରଥମ ହୋଇଥିବାର ମାନ୍ୟତା ପାଇଛି ‘ନର୍ସ ଆଟ୍ଲାଣ୍ଟିକ୍ ଏୟାର୍ୱେଜ୍’। ‘ସିଏନ୍ଏନ୍’ ରିପୋର୍ଟ କରିଛି, ତୁଷାର ଓ ବରଫରେ ଖୋଦିତ ହୋଇଥିବା ୯୮୪୦ ଫୁଟ୍ ଲମ୍ବ ଓ ୧୦୦ ଫୁଟ୍ ପ୍ରସ୍ତବିଶିଷ୍ଟ ‘ନୀଳ […]
ୱାସିଂଟନ୍: ଚୀନ୍ର ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ ଜଣେ ଏକଚ୍ଛତ୍ରବାଦୀ ବୋଲି ଏକ ଗୁରୁତ୍ବପୂର୍ଣ୍ଣ ଶିଖର ବୈଠକରେ ତାଙ୍କୁ ସାକ୍ଷାତ୍ କରିବାର ଅଳ୍ପ ସମୟ ପରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ କହିଛନ୍ତି। ତାଙ୍କୁ କ’ଣ ଏବେ ବି ‘ଏକଚ୍ଛତ୍ରବାଦୀ’ କହିବେ କି ବୋଲି ସାମ୍ବାଦିକ ସମ୍ମିଳନୀର ଶେଷ ଆଡ଼କୁ ଜଣେ ସାମ୍ବାଦିକ ପଚାରିବାରୁ ରାଷ୍ଟ୍ରପତି ବାଇଡେନ୍ କହିଲେ, ହଁ, ସେ ଜଣେ ଏକଚ୍ଛତ୍ରବାଦୀ। ମୋ କହିବାର ତାତ୍ପର୍ଯ୍ୟ ହେଉଛି, ଗୋଟାଏ […]