ରୋଷେଇ ଗ୍ୟାସ ଦର ବୃଦ୍ଧି ପରେ ମୋଦୀଙ୍କୁ ଟାର୍ଗେଟ କଲେ ପି ଚିଦାମ୍ବରମ ନୂଆଦିଲ୍ଲୀ: ଅଣ-ସବସିଡ୍ ଘରୋଇ ଏଲପିଜି ସିଲିଣ୍ଡର ଉପରେ ପୁଣିଥରେ ଦର ବୃଦ୍ଧି ହୋଇଛି। ସରକାରୀ ତୈଳ କମ୍ପାନୀମାନେ ଘରେ ବ୍ୟବହାର ହେଉଥିବା ଏଲପିଜି ସିଲିଣ୍ଡରର ଦାମ ଆଜିଠାରୁ ୨୫ ଟଙ୍କା ବୃଦ୍ଧି କରିଛନ୍ତି। ଏହି କ୍ରମରେ ରାଜଧାନୀ ଦିଲ୍ଲୀରେ ୧୪.୨ ଲିଟର ଏଲପିଜି ସିଲିଣ୍ଡରର ଦାମ୍ ୮୩୪ ଟଙ୍କାକୁ ବୃଦ୍ଧି ପାଇଛି। ତେବେ ଲଗାତାର ରୋଷେଇ […]

ମାଲକାନଗିରି: ସୀମାନ୍ତ ଛତିଶଗଡର ଦରଭା ଜଙ୍ଗଲରେ ପୁଲିସ ନକ୍ସଲ ମଧ୍ୟରେ ଗୁଳିବିନିମୟ ଘଟିଛି। ଏହି ଗୁଳିବିନିମୟରେ ଜଣେ ନକ୍ସଲର ମୃତ୍ୟୁ ହୋଇଛି। ଏଥିସହ ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ କରାଯାଇଛି। ଗୁଇନ୍ଦା ସୂତ୍ରରୁ ପକ୍କା ଖବର ମିଳିବା ପରେ ପୁଲିସ ଦରଭାର ଏଲେଙ୍ଗନାର ଜଙ୍ଗଲରେ ଚଢାଉ କରିଥିଲା। ଏଠାରେ ନକ୍ସଲ ପୂର୍ବରୁ କ୍ୟାମ୍ପ କରି ରହିଥିଲେ। ଯବାନ କ୍ୟାମ୍ପକୁ ଚାରି ପଟୁ ଘେରିବା ପରେ ନକ୍ସଲ ଯବାନଙ୍କ ଉପରେ […]

ମୁକାବିଲା ପାଇଁ ଗୋପନ ପ୍ରସ୍ତୁତି ଆରମ୍ଭ କଲେ ଆମେରିକା, ଜାପାନ ଟୋକିଓ : ପୂର୍ବ ଏସିଆର କ୍ଷୁଦ୍ର ଦ୍ବୀପ ରାଷ୍ଟ୍ର ତାଇଓ୍ବାନକୁ ଚୀନ ବଳପୂର୍ବକ ଅଧିକାର କରିନେବାର ଆଶଙ୍କା ଦିନକୁ ଦିନ ବଢିଚାଲିଛି। ଚୀନର କାର୍ୟ୍ୟକଳାପରୁ ଜଣାପଡୁଛି ଯେ ଚୀନ ଯେକୌଣସି ସମୟରେ ତାଇଓ୍ବାନକୁ ଅଧିକାର କରିବାକୁ ସାମରିକ ଅଭିଯାନ ଆରମ୍ଭ କରିପାରେ। ଏହାକୁ ଦୃଷ୍ଟିରେ ରଖି ତାଇଓ୍ବାନର ମିତ୍ର ରାଷ୍ଟ୍ର ଜାପାନ ଓ ଆମେରିକା ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। […]

ଭୁବନେଶ୍ୱର: ପୁଣି ୩ ହଜାର ଉପରକୁ ଉଠିଯାଇଛି ରାଜ୍ୟର ଦୈନିକ ଆକ୍ରାନ୍ତ ସଂଖ୍ୟା। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୩୭୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୯୨୨ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୧୪୪୯ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୩୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ […]

ଭୁବନେଶ୍ବର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅନେକ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା ରହିଥିବା ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ରରୁ ପ୍ରକାଶ। କାଳବୈଶାଖୀ ସମ୍ଭାବନା ଥିବା ଜିଲ୍ଲାଗୁଡ଼ିକ ମଧ୍ୟରେ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୁରଭଞ୍ଜ ଓ ରାୟଗଡ଼ା ଆଦି ରହିଛି। ଏହିସବୁ ଜିଲ୍ଲାକୁ ଆଞ୍ଚଳିକ ପାଣିପାଗ […]

ଭୁବନେଶ୍ବର: ଭୁବନେଶ୍ବର ରେଳ ଷ୍ଟେସନରୁ ପୁଣି ଜବତ ହୋଇଛି ଗଞ୍ଜେଇ। ଗଞ୍ଜେଇ ଚୋରା ଚାଲାଣ ବେଳେ ପୁରୁଷ, ମହିଳା ବାରମ୍ବାର ଧରାପଡ଼ିବା ପରେ ଅନ୍ତଃରାଜ୍ୟ ବେପାରୀ ଏବେ କିନ୍ନରଙ୍କୁ ଟାର୍ଗେଟ କରିଛନ୍ତି। ଟ୍ରେନ୍‌ରେ ଗଞ୍ଜେଇ ନେଇ ଅହମ୍ମଦାବାଦ ବାହାରୁଥିବା ବେଳେ ଆରପିଏଫ୍‌ କ୍ରାଇମବ୍ରାଞ୍ଚ ଦୁଇଜଣ କିନ୍ନରଙ୍କୁ ଧରିଛି। ସେମାନଙ୍କ ପାଖରେ ଥିବା ହ୍ୟାଣ୍ଡବ୍ୟାଗ ଓ ସୁଟ୍‌କେସ୍‌ରୁ ୧୫ କେଜି ଗଞ୍ଜେଇ ଜବତ ହୋଇଛି। ପୁରୀ ଗୁଜରାଟ ଗାନ୍ଧୀଧାମ ଏକ୍ସପ୍ରେସରେ ସେମାନେ […]

ନୂଆଦିଲ୍ଲୀ: ଏଣିକି ଗାଁ ଗାଁ ରେ ପହଞ୍ଚିବ ଇଣ୍ଟରନେଟ ସୁବିଧା। ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟର ବୈଠକରେ ଦେଶର ୧୬ଟି ରାଜ୍ୟରେ ଭାରତନେଟ ପାଇଁ ୧୯,୦୪୧ କୋଟି ଟଙ୍କାର ପାଣ୍ଠିକୁ ମଞ୍ଜୁର କରାଯାଇଛି। ଦେଶର ୧୬ଟି ରାଜ୍ୟର ଗ୍ରାମକୁ ବ୍ରଡବ୍ୟାଣ୍ଡ ଇଣ୍ଟରନେଟ୍ ସୁବିଧା ଯୋଗାଇବା ପାଇଁ ପିପିପି ମଡେଲ ମାଧ୍ୟମରେ ଭାରତନେଟ କାର୍ଯ୍ୟକାରିତା ରଣନୀତିକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛି। କେନ୍ଦ୍ର ମନ୍ତ୍ରୀ ରବି ଶଙ୍କର ପ୍ରସାଦ କହିଛନ୍ତି ଯେ […]

ନୂଆଦିଲ୍ଲୀ: ଜମ୍ମୁ ବିମାନବନ୍ଦରର ବାୟୁସେନା ବେସ ଉପରେ ରବିବାର ହୋଇଥିବା ଡ୍ରୋନ୍ ଷ୍ଟ୍ରାଇକରେ ବ୍ୟବହୃତ ଟେକ୍ନୋଲୋଜି, ଦେଶ ସମର୍ଥିତ ଥିବା ନେଇ ଦର୍ଶାଇବା ସହ ପାକିସ୍ତାନର ଜୈସ-ଏ-ମହମ୍ମଦ ଏବଂ ଲସ୍କର-ଏ-ତାଇବା ହାତ ଥିବା ଦର୍ଶାଇଛି। ଆଜି ଏଭଳି ଆଶ୍ଚର୍ଯ୍ୟ କଲା ଭଳି ବୟାନ ଦେଇଛନ୍ତି କର୍ପସ କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ଡି.ପି ପାଣ୍ଡେ। “ଆମେ ଭଲଭାବେ ଜାଣୁ ଯେ ଏହି ଡ୍ରୋନ୍ ଏବଂ ଏଥିରେ ବ୍ୟବହୃତ ବୈଷୟିକ ଜ୍ଞାନ କୌଶଳ […]

ଭୋପାଳ: କରୋନା କାଳରେ ଲୋକମାନେ ଚାକିରି ହରାଇ ଦେଇଛନ୍ତି, ଅନେକଙ୍କ ଦରମା କଟିକି ଆସୁଛି। ସ୍କୁଲ ଅନେକ ଦିନ ହେବ ବନ୍ଦ ରହିଛି। ଏହା ସତ୍ତ୍ବେ ବି ଅନେକ ସ୍କୁଲ ଅଭିଭାବକଙ୍କ ଠାରୁ ମୋଟା ଅଙ୍କର ଫିସ ଆଦାୟ କରୁଛି। ଏଥିପାଇଁ ଅନେକ ଅଭିଭାବକ ନିଜ ପିଲାଙ୍କୁ ଘରୋଇ ସ୍କୁଲରୁ ଆଣି ସରକାରୀ ସ୍କୁଲରେ ଭର୍ତ୍ତି କରୁଛନ୍ତି। ମଧ୍ୟପ୍ରଦେଶର କିଛି ଅଭିଭାବକ ଏନେଇ ଅଭିଯୋଗ ପାଇଁ ଯେତେବେଳେ ରାଜ୍ୟର ଶିକ୍ଷାମନ୍ତ୍ରୀଙ୍କ […]

ଉପକୂଳବର୍ତ୍ତୀ ୧୦ ଜିଲ୍ଲାରେ ସକାଳ ୬ରୁ ଦିନ ୨ଟା ପର୍ଯ୍ୟନ୍ତ କଟକଣା ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣ ହାର ଆଶାନୁରୂପ ଭାବେ କମୁନଥିବାରୁ ରାଜ୍ୟ ସରକାର ଆଜି ଆଂଶିକ ଲକଡାଉନକୁ ଆସନ୍ତା ଜୁଲାଇ ୧୬ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଘୋଷଣା କରିଛନ୍ତି। ସଂକ୍ରମଣ ହାର ଅନୁସାରେ ରାଜ୍ୟର ଜିଲ୍ଲାଗୁଡ଼ିକୁ ଦୁଇଟି ଭାଗରେ ବିଭକ୍ତ କରି କଟକଣା ଲାଗୁ କରାଯାଇଛି। ରାଜ୍ୟର […]

Social media & sharing icons powered by UltimatelySocial