ପରୀକ୍ଷଣ, ରିପୋର୍ଟ ଆଳରେ ମାମଲା ପ୍ରଭାବିତ ହେବା ଆଶଙ୍କା! କଟକ : କରୋନା କାଳରେ ନକଲି ଔଷଧ କାରବାର ଏବେ ଚର୍ଚ୍ଚାର ବିଷୟ ପାଲଟିଛି। କଟକରୁ ୭୦ ଲକ୍ଷ ଟଙ୍କାର ଔଷଧ ଜବତ ହେବାପରେ ରାଜ୍ୟର କେତେକ ସ୍ଥାନରେ ଯେଉଁ ଚଢ଼ାଉ କରାଯାଇଥିଲା, ସେଥିରୁ ଚାଞ୍ଚଲ୍ୟକର ତଥ୍ୟ ସାମ୍‌ନାକୁ ଆସିଛି। ନକଲି କାରବାରର ଚେର କଟକରୁ ସାରାରାଜ୍ୟକୁ ଲମ୍ବିଥିବା ସ୍ପଷ୍ଟ ହେବାରେ ଲାଗିଛି। ଗତ ଶୁକ୍ରବାର ଦିନ କଟକ ତୁଳସୀପୁର […]

ଭୁବନେଶ୍ବର : ରାଜଧାନୀରେ ସାମାନ୍ୟ ଗଣ୍ଡଗୋଳରୁ ଗଡ଼ୁଛି ମୁଣ୍ଡ। କଥା କଥା‌କେ କିଏ ହାଣି ଦେଉଛି ତ କିଏ ପଥରରେ ମୁଣ୍ଡକୁ ଛେଚି ଦେଉଛି। ଶନିବାର ସନ୍ଧ୍ୟାରେ ରାଜଧାନୀର କେନ୍ଦ୍ରସ୍ଥଳ ରାଜମହଲ-ଶିଶୁଭବନ ଛକର ସ୍ମାର୍ଟ ଜନପଥରେ ଜଣେ ଶ୍ରମିକ ଅନ୍ୟ ଜଣେ ସାଥୀକୁ କଂକ୍ରିଟ ଖଣ୍ଡରେ ଛେଚି ହତ୍ୟା କରିବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ମୃତକଙ୍କ ନାଁ ତ୍ରିନାଥ ବୋଲି ଜଣାପଡ଼ିଛି। କିନ୍ତୁ ତାଙ୍କର ଘର କିମ୍ବା ସମ୍ପୂର୍ଣ୍ଣ […]

ବିଦ୍ୟୁତ କାଟ ଯୋଗୁଁ ଦୁର୍ଦ୍ଦଶା, ଷ୍ଟ୍ରିଟ ଲାଇଟ୍ ଜଳୁନି, ଅନ୍ଧାରରେ‌ ସହର ଭୁବନେଶ୍ବର : ତିନିଦିନ ହେଲା ରାଜଧାନୀ ଆକାଶ ମେଘାଚ୍ଛନ୍ନ ହୋଇ ରହିଥିଲା। ମୌସୁମୀ ଆଗମନର ସଙ୍କେତ ଦେଉଥିଲା ପାଗ। ଶୁକ୍ରବାର ବିଳମ୍ବିତ ରାତିରେ ମୌସୁମୀ ରାଜଧାନୀ ଛୁଇଁବା ପରେ ଆରମ୍ଭ ହୋଇଥିଲା ବର୍ଷା। ହେଲେ ଶନିବାର ଅପରାହ୍ନରୁ ରାତି ପର୍ଯ୍ୟନ୍ତ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବାରୁ ରାଜଧାନୀ ଜଳାର୍ଣ୍ଣବ ହୋଇଯାଇଛି। ରାସ୍ତାଘାଟରେ ପାଣିର ସୁ୍ଅ […]

ଭୁବନେଶ୍ବର: ସ୍ବଳ୍ପ ଓ ମଧ୍ୟମ ଲକ୍ଷଣ ଥିବା କୋଭିଡ୍‌ ରୋଗୀଙ୍କୁ ଦିଆଯିବ ଆୟୁଷ-୬୪ ବଟିକା। ଭାରତୀୟ ଭେଷଜ ଗବେଷଣା ପରିଷଦ(ଆଇସିଏମ୍ଆର)ର ଜାତୀୟ କୋଭିଡ ଟାସ୍କଫୋର୍ସ ଏହାର ନିରୀକ୍ଷଣ କରିଥିବା ବେଳେ ଜାତୀୟ କ୍ଲିନିକାଲ ମ୍ୟାନେଜମେଣ୍ଟ ପ୍ରୋଟୋକଲରେ ଏହାକୁ ସାମିଲ କରାଯାଇଛି। ଏ ଦୃଷ୍ଟିରୁ ରାଜ୍ୟ ଆୟୁଷ ନିର୍ଦ୍ଦେଶାଳୟ ଏହି ଔଷଧ କୋଭିଡ୍‌ ରୋଗୀଙ୍କୁ ପ୍ରଦାନ କରିବା ଲାଗି ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଥିବା ଜଣାପଡ଼ିଛି। ଯଦି ରାଜ୍ୟ ସରକାର ଏହାକୁ […]

କଟକ: ରାତି ପାହିଲେ ରଜ। ଏବେ କରୋନା ପାଇଁ ଅନେକ କଟକଣା। କିନ୍ତୁ ସହରବାସୀଙ୍କୁ ରଜ ପିଠା ଓ ପାନର ଆନନ୍ଦ ଦେବାକୁ ଅନେକ ଏବେ ଅନଲାଇନ୍ ସୁବିଧା ଯୋଗାଇ ଦେବାକୁ ଆଗଭର ହୋଇଛନ୍ତି। ଭୁବନେଶ୍ବରର ଦୁଇ ଜଣ ଯୁବ ଇଂଜିନିୟର ଉଭୟ କଟକ-ଭୁବନେଶ୍ବରରେ ଏଭଳି ସେବା ଆରମ୍ଭ କରିଥିବା ବେଳେ କଟକରେ ଗ୍ରାନିସ ପିଠା ଆଣିଛି ସ୍ୱତନ୍ତ୍ର ଆଈ ହାତରନ୍ଧା ପିଠା। କଟକର ନିବେଦିତା ସାହୁ ଗ୍ରାହକଙ୍କ ପାଇଁ […]

ଭୁବନେଶ୍ବର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅନେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏହି ଜିଲ୍ଲାଗୁଡ଼ିକୁ ଭୁବନେଶ୍ବର ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, କେନ୍ଦୁଝର ଓ ମୟୂରଭଞ୍ଜ ରହିଛି। ସେହିପରି ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ଢ଼େଙ୍କାନାଳ, ଯାଜପୁର, କଟକ, ଭଦ୍ରକ, ବାଲେଶ୍ବର, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ […]

ନୂଆଦିଲ୍ଲୀ: ଚୀନରେ ବିସ୍ଫୋରଣ। ଏକ ଗ୍ୟାସ୍ ପାଇପରେ ବିସ୍ଫୋରଣ ଘଟି ୧୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୧୩୮ଜଣ ଆହତ ହୋଇଛନ୍ତି। ଏନେଇ ରାଜ୍ୟ ଗଣମାଧ୍ୟମ ପକ୍ଷରୁ ସୂଚନା ଦିଆଯାଇଛି। ହୁବେଇ ପ୍ରଦେଶର ଶିୟାନ ସହରରେ ଘଟିଥିବା ଏହି ମର୍ମନ୍ତୁଦ ଦୁର୍ଘଟଣା ପରେ ୧୫୦ ଜଣ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି, ଯେଉଁଥିରେ ୩୭ ଜଣ ଗୁରୁତର ଆହତ ଅଛନ୍ତି। ସୂଚନା ମୁତାବକ, ହୁବେଇ ପ୍ରଦେଶର ଶିୟାନ ସହରରେ ଥିବା ଏକ […]

ଭୁବନେଶ୍ବର: କେବେ‌ ମାଟ୍ରିକ୍‌ ଫଳାଫଳ ପ୍ରକାଶ ପାଇବ ସେ ନେଇ ପରୀକ୍ଷାର୍ଥୀଙ୍କ ମନରେ ଯେଉଁ ଉତ୍ସକତା ରହିଥିଲା। ଏବେ ତାହା ଖୁବ୍‌ ଶୀଘ୍ର ଶେ‌ଷ ହେବାକୁ ଯାଉଛି। ଚଳିତ ଜୁନ୍ ମାସ ଶେଷ ସୁଦ୍ଧା ମାଟ୍ରିକ୍‌ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ସୂଚନା ରହିଛି। ଆଜି ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀରରଞ୍ଜନ ଦାଶ ସୂଚନା ଦେଇଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି, ମାଟ୍ରିକ ମୂଲ୍ୟାୟନ […]

କୋଲ୍‌କାତା: ଦକ୍ଷିଣବଙ୍ଗ ସୀମାନ୍ତର ସୀମା ସୁରକ୍ଷା ବଳ ମାଲ୍‌ଦାରୁ ଗିରଫ କରିଥିବା ଚୀନ୍‌ ନାଗରିକଜଣକ ଚମକପ୍ରଦ କଥା ପ୍ରକାଶ କରିଛନ୍ତି। ଜାଲ୍‌ କାଗଜପତ୍ର ଦାଖଲ କରି ୧୩୦୦ରୁ ଅଧିକ ଭାରତୀୟ ସିମ୍‌ କାର୍ଡ ଯୋଗାଡ଼ କରିଥିବା କଥା କେତେ ଘଣ୍ଟା ଧରି ପଚରା ଉଚୁରା କରାଯିବା ପରେ ହାନ୍‌ ଜୁନ୍‌ୱେଇ ନାମକ ସେ ବ୍ୟକ୍ତିଜଣକ ସ୍ବୀକାର କରିବା ସହ କହିଥିଲେ ଯେ, ସେଗୁଡ଼ିକୁ ସେ ତାଙ୍କର ଅନ୍ତର୍ବାସରେ ଲୁଚାଇ ରଖୁଥିଲେ। […]

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪,୮୫୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୨୭୬୫ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣରୁ ୨୦୮୭ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୪୯ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳରୁ ୨୭୫ଜଣ, […]

Social media & sharing icons powered by UltimatelySocial