ନିଶା କାରବାର ଯୋଗୁଁ ବଢ଼ୁଛି ଅପରାଧ ଭୁବନେଶ୍ବର : ଜୁନ୍ ୨୦୧୫ । ହଠାତ୍ ଦିନେ ଲକ୍ଷ୍ମୀସାଗର ଥାନା ହଳଦୀପଡ଼ିଆ ବସ୍ତି ପାଲଟି ଯାଇଥିଲା ରଣକ୍ଷେତ୍ର। ନିଶା କାରବାର ପେଣ୍ଠରେ ଚଢ଼ଉ କରିବାକୁ ଯାଇ ନିଶା‌ ବେପାରୀଙ୍କ ଆକ୍ରମଣରୁ ବର୍ତ୍ତି ପାରି ନଥିଲା ପୁଲିସ। ସାମ୍ନାକୁ ଆସିଥିଲା ଦୀର୍ଘ ଦିନ ଧରି ସେଠାରେ ବ୍ରାଉନସୁଗାର କାରବାରର ମଙ୍ଗ ଧରିଥିବା ଲେଡି ଡନ୍ ଶୈଳ ରଣସିଂ ଓ ତା’ ପରିବାରଲୋକଙ୍କ କାରନାମା। […]

ନୂଆଦିଲ୍ଲୀ: ‘ଇନ୍‌ଫର୍ମେସନ୍‌ ଟେକ୍ନୋଲୋଜି (ଇଣ୍ଟର୍‌ମିଡିଆରି ଗାଇଡ୍‌ଲାଇନ୍‌ସ୍‌ ଆଣ୍ଡ୍‌ ଡିଜିଟାଲ୍‌ ମିଡିଆ ଏଥିକ୍ସ୍‌ କୋଡ୍‌) ରୁଲ୍‌ସ୍‌, ୨୦୨୧’ରୁ ସେମାନଙ୍କର ‘ଡିଜିଟାଲ୍‌ ଶାଖାଗୁଡ଼ିକୁ (ବିଭାଗ) ଅନ୍ତର୍ଭୁକ୍ତ କରିବା ଲାଗି ପାରମ୍ପରିକ ଛାପା ଓ ଟେଲିଭିଜନ୍‌ ମିଡିଆ ସଂସ୍ଥାନମାନେ କରିଥିବା ଅନୁରୋଧକୁ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଅଗ୍ରାହ୍ୟ କରିଦେଇଛି। ଜୁନ୍‌ ୧୦ ତାରିଖ ଶୁକ୍ରବାର ଦିନ ପ୍ରକାଶିତ ଆଦେଶନାମାରେ ମନ୍ତ୍ରାଳୟ କହିଛି କି, ପାରମ୍ପରିକ ଗଣମାଧ୍ୟମ ବା ମିଡିଆ ସାମ୍ପ୍ରତିକ ଆଇନ […]

ବାଲିପାଟଣା : ଦୃଢ଼ ଇଚ୍ଛାଶକ୍ତି ଥିଲେ ସଫଳତା ହାସଲ କରିବା କଷ୍ଟକର ହୁଏ ନାହିଁ। ପରିଶ୍ରମ ଓ ଅଧ୍ୟବସାୟ ସଫଳତାର ଚାବିକାଠି। ଏକାଗ୍ରତାର ସହ କୌଣସି କାମରେ ମନନିବେଶ କଲେ, ଅସାଧ୍ୟ କାମ ବି ସହଜ ହୋଇଯାଏ। ଏହି ଚିରନ୍ତନ ସତ୍ୟକୁ ପୁଣିଥରେ ପ୍ରମାଣିତ କରିଛନ୍ତି ବାଲିପାଟଣା ମାଟିର ଝିଅ ଶୁଚିସ୍ମିତା। ଅନ୍‌ଲାଇନ୍‌ରେ ହୋଇଥିବା ଭାରତ ସୁନ୍ଦରୀ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସେ ପ୍ରଥମ ସ୍ଥାନ ଅଧିକାର କରିବାର ସୌଭାଗ୍ୟ […]

ଗଡ଼ପୋଷ: ବାପାର ବିଭତ୍ସ କାଣ୍ଡ। ଚାରି ଝିଅର ତଣ୍ଟି କାଟି ହତ୍ୟା ଉଦ୍ୟମ। ଗୋଟିଏ ଝିଅ ମୃତ। ତିନି ଝିଅ ଓ ସ୍ତ୍ରୀ ଗୁରୁତର। ଅଭିଯୁକ୍ତ ନିଜ ଗଳା କାଟି ଆତ୍ମହତ୍ୟା ଉଦ୍ୟମ କରିଥିବାର ଖବର ମିଳିଛି। ସମସ୍ତେ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସଳୟକୁ ସ୍ଥାନାନ୍ତର ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ସମ୍ବଲପୁର ଜିଲ୍ଲାର ଗୋବିନ୍ଦପୁର ଥାନା ଗଡ଼ପୋଷ ଫାଣ୍ଡି ଯୌତୁକ ବାହାଲ ଗ୍ରାମରେ ୪ ଝିଅଙ୍କୁ ତଣ୍ଟି କାଟି […]

ଭୁବନେଶ୍ୱର: ଗୋପାଳପୁର ବିଧାୟକ ଠକ ପ୍ରଦୀପ ପାଣିଗ୍ରାହୀଙ୍କୁ ଆଉ ଏକ ମାମଲାରେ ମିଳିଲା ଜାମିନ। ଗୋଳନ୍ଥରା ଥାନା ମାମଲାରେ ଓଡ଼ିଶା ହାଇକୋର୍ଟ ତାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ନିମ୍ନ କୋର୍ଟରେ ୨ ଲକ୍ଷ ଟଙ୍କା ଜମା କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି। ୨ ଲକ୍ଷ ଟଙ୍କା ଲେଖାଏଁ ୨ ଜଣ ଜାମିନଦାରଙ୍କ ବଦଳରେ ହାଇକୋର୍ଟ ପ୍ରଦୀପଙ୍କୁ ଜାମିନ ପ୍ରଦାନ କରିଛନ୍ତି। ପ୍ରଦୀପଙ୍କ ବିରୋଧରେ ମୋଟ୍ ୬ଟି ମାମଲା ଥିବାବେଳେ […]

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାଭାଇରସ୍‌ଜନିତ ମହାମାରୀ ସଂକ୍ରମଣସଂଖ୍ୟା ପ୍ରାୟ ୯୧ ହଜାରରୁ ସାମାନ୍ୟ ଅଧିକ ଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ ୩୦୦୦ ଉପରେ ରହିଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଶୁକ୍ରବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୯୧,୭୦୨ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ଓ ୩,୪୦୩ ମୃତ୍ୟୁ ରେକର୍ଡ କରାଯାଇଛି। ଏହି ତଥ୍ୟକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌ […]

ରାଉରକେଲା: ଲକଡାଉନ ସମୟରେ ରାଉରକେଲା ସହରରେ ଥିବା କିନ୍ନରମାନଙ୍କୁ ମହାନଗର ନିଗମ ପକ୍ଷରୁ ରାସନ ସାମଗ୍ରୀ ପ୍ରଦାନ କରାଯାଇଛି। ଶୁକ୍ରବାର ଦିନ ସ୍ଥାନୀୟ ଗୋପବନ୍ଧୁପାଲୀଠାରେ ପ୍ରାୟ ୩୦ ଜଣ କିନ୍ନରଙ୍କୁ ଏହି ସାମଗ୍ରୀ ବଣ୍ଟନ କରାଯାଇଛି। ମହାନଗର ନିଗମର ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ ଚେତାବନୀ ବଡ଼ାଇକ୍ ଉପସ୍ଥିତ ରହି ଏହି ସାମଗ୍ରୀ ବଣ୍ଟନ କରିଥିଲେ। ଏହି ରାସନ କିଟରେ ଚାଉଳ, ଆଳୁ, ପିଆଜ ଓ ତେଲ ଆଦି ରହିଛି। […]

ଭୁବନେଶ୍ୱର: ପଦ୍ମଶ୍ରୀ ପ୍ରଫେସର ରାଧାମୋହନଙ୍କ ପରଲୋକ ହୋଇଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା। ରାଧାମୋହନଙ୍କ ପରଲୋକ ନେଇ ତାଙ୍କ ଝିଅ ସାବରମତି ସୂଚନା ଦେଇଛନ୍ତି। କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୨୦୨୦ରେ ପ୍ରଫେସର ରାଧାମୋହନ ଓ ତାଙ୍କ ଝିଅ ସାବରମତିଙ୍କୁ ମିଳିତ ଭାବେ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ଖାଲି ପଡ଼ିଥିବା ଜମିରେ ଜୈବିକ […]

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କମୁଛି କରୋନା ସଂକ୍ରମଣ। ଏନେଇ ସୂଚନା ଦେଇଛନ୍ତି ଡିଏମଇଟି ସିବିକେ ମହାନ୍ତି। ସେ ଆଜି ଏକ ପ୍ରେସ ବିବୃତ୍ତିରେ କହିଛନ୍ତି ଯେ, ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ହ୍ରାସ ହେବାର ଦେଖାଯାଉଛି। ଏବେ ଦୈନିକ ସଂକ୍ରମଣ ହ୍ରାସ ପାଉଥିବା ସହ ଆଗକୁ ମୃତ୍ୟୁ ସଂଖ୍ୟା ବି କମିବ ବୋଲି ସେ କହିଛନ୍ତି। ପୂର୍ବରୁ ଗୁରୁତର ରୋଗୀଙ୍କ ସଂଖ୍ୟା ଅଧିକ ଥିବାରୁ ମୃତ୍ୟୁ ସଂଖ୍ୟା […]

ଭୁବନେଶ୍ବର: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ ହୋଇଛି। ୨୪ ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହେବ। ୧୪ ଯାଏଁ ପ୍ରବଳ ପ୍ରବଳ ବର୍ଷା ଚେତାବନୀ ଦେଇଛି ପାଣିପାଗ ବିଭାଗ। ଆଜି କନ୍ଧମାଳ, ବୌଦ୍ଧ, କଳାହାଣ୍ଡି, ବଲାଙ୍ଗୀର, ନୟାଗଡ଼, ସୋନପୁର, ଖୋର୍ଦ୍ଧା, ପୁରୀ ଓ ଜଗତସିଂହପୁର ଆଦି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଏହି ୯ ଜିଲ୍ଲା ପାଇଁ କେନ୍ଦ୍ର ରେଡ୍‌ ୱାର୍ଣ୍ଣିଂ ଜାରି କରିଛି। ଏହାବ୍ୟତୀତ […]

Social media & sharing icons powered by UltimatelySocial