ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୭,୭୨୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୪୩୩୧ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୩୩୯୮ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୦୬୨ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳରୁ ୪୪୯ଜଣ, ବାଲେଶ୍ୱରରୁ […]

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଉପଦେଷ୍ଟା ତଥା ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ଚେୟାରମ୍ୟାନ୍ ବିଜୟ ସାହୁଙ୍କର ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଛି। ହାଇଦ୍ରାବାଦ ଏକ ଘରୋଇ ହସ୍ପିଟାଲରେ ବିଜୟ ସାହୁଙ୍କର ଚିକିତ୍ସା ଚାଲିଥଲା। ପୂର୍ବରୁ କରୋନାରେ ଆକ୍ରାନ୍ତ ହୋଇଥିଲେ ବିଜୟ। ତେବେ କରୋନାରୁ ସୁସ୍ଥ ହୋଇଥିଲେ ମଧ୍ୟ ପରବର୍ତ୍ତୀ ଜଟିଳତା ନେଇ ଗୁରୁତର ଥିଲେ ବିଜୟ। ପରେ ତାଙ୍କୁ ଉନ୍ନତମାନର ଚିକିତ୍ସା ପାଇଁ ହାଇଦ୍ରାବାଦକୁ […]

ଭୁବନେଶ୍ବର : ପୁରୀ ଜିଲ୍ଲା କୋଣାର୍କ ଚାରିଛକ ନିକଟରେ ଥିବା ବ୍ରହ୍ମଗୁଣ୍ଡିସ୍ଥିତ ଏକ ବାଣ ଗୋଦାମରେ ବିସ୍ଫୋରଣ ହୋଇଥିବା ଜଣାପଡ଼ିଛି। ପ୍ରଚଣ୍ଡ ବିସ୍ଫୋରଣ ପରେ ସମଗ୍ର ବାଣଗୋଦାମ ଜଳୁଥିବାର ଦେଖାଯ଼ାଇଛି। ନିଆଁକୁ ଆୟତ୍ତ କରିବାକୁ ୫ଟି ଦମକଳ ଗାଡ଼ିକୁ ଲଗାଯ଼ାଇଛି। ବାଣ ଗୋଦାମରେ ବିସ୍ଫୋରଣ ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯ଼ାଇଛି। ତେବେ ଏହି ବିସ୍ଫୋରଣରେ ମୃତାହତ ନେଇ କୌଣସି ସୂଚନା ମିଳିପାରିନାହିଁ।

ଭୁବନେଶ୍ବର: ରାଜଧାନୀର ସତ୍ୟନଗର ଶ୍ମଶାନରେ କରୋନା ମୃତକଙ୍କ ଶବଦାହ ହେଉଥିବାରୁ ଏହା ଉପରେ ଅଧିକ ଚାପ ପଡ଼ୁଛି। ଫଳରେ ବିଭିନ୍ନ ଅଞ୍ଚଳରେ ଅଣକୋଭିଡ୍‌ରେ ମୃତ୍ୟୁବରଣ କରୁଥିବା ଲୋକଙ୍କର ସ୍ଥାନୀୟ ଶ୍ମଶାନରେ ଶବଦାହ କରାଯାଉଛି। କିନ୍ତୁ ବର୍ତ୍ତମାନ ରାଜଧାନୀ ବିଭିନ୍ନ ସ୍ଥାନରେ ଥିବା ଛୋଟ ଛୋଟ ମଶାଣିର ଅବସ୍ଥା ଜରାଜୀର୍ଣ୍ଣ ହୋଇପଡ଼ିଛି। ବିଏମସି ଅଧୀନରେ ଥିବା ଏହି ମଶାଣି ଗୁଡ଼ିକରେ କେଉଁଠି ପାଣିର ସୁବିଧା ନାହିଁ ତ’ ଆଉ କେଉଁଠି ଆଲୋକ […]

ବନ୍ଧୁକ ମୁନରେ ଡରାଇ ରଖିଥିଲା ସ୍ବାମୀ ପୁରୁଣା ଭୁବନେଶ୍ବର : ସ୍ବାମୀଙ୍କ ନିର୍ଯାତନା ଅସହ୍ୟ ହେବା ଓ ଖଣ୍ଡଗିରି ଥାନା ତାଙ୍କ ଅଭିଯୋଗ ନଶୁଣିବା ପ୍ରତିବାଦରେ ବୁଧବାର ଜଣେ ମହିଳା ନବୀନ ନିବାସ ସମୁଖରେ ଆତ୍ମାହୁତି ଦେବାକୁ ଉଦ୍ୟମ କରିଥିଲେ। ସେ ହେଲେ ଖଣ୍ଡଗିରି ଥାନା ବାହାଦଲପୁରସ୍ଥିତ ଶ୍ରାବଣୀ ଆପାର୍ଟମେଣ୍ଟରେ ରହୁଥିବା ଲୋପାମୁଦ୍ରା ପାତ୍ର(୨୪)। ସୁରକ୍ଷାକର୍ମୀମାନେ ତାଙ୍କୁ କାବୁ କରି ଏୟାରଫିଲ୍‌ଡ ଥାନାକୁ ହସ୍ତାନ୍ତର କରିବା ପରେ ତାଙ୍କୁ ପୁଣି […]

ରଜ ବେଳକୁ ଓଡ଼ିଶାରେ ପହଞ୍ଚିବ ନୂଆଦିଲ୍ଲୀ: କେରଳ ଆକାଶକୁ ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ଆଗମନ କରିଥିବା କଥା ଆଜି ପାଣିପାଗ ବିଭାଗ ସୁନିଶ୍ଚିତ କରିଛି। ଟୁଇଟ୍‌ କରି ଭାରତୀୟ ପାଣିପାଗ ବିଭାଗ କହିଛି, କେରଳର ଦକ୍ଷିଣାଞ୍ଚଳରେ ମୌସୁମୀ ପ୍ରବାହ ଆରମ୍ଭ ହୋଇଛି। ସବିଶେଷ ବିବରଣୀ ଅବିଳମ୍ବେ ପ୍ରେସ୍‌ ରିଲିଜ୍‌ରେ ଜାରି କରାଯିବ। ସୂଚନାଯୋଗ୍ୟ, କେରଳକୁ ମୌସୁମୀ ପ୍ରବାହ ଆଗମନ ହେଉଛି ସମଗ୍ର ଦେଶରେ ୪ ମାସ ଧରି ବର୍ଷାଋତୁର ଆରମ୍ଭ। […]

ଖଇରପୁଟ : କରୋନା ମହାମାରୀ ସମୟରେ ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଖଇରପୁଟ ବ୍ଲକର ମୁଦୁଲିପଡ଼ା ଓ ପୁରୁଣା ଗୁମ୍ମା ଅଞ୍ଚଳ ଗସ୍ତ କରିଛନ୍ତି ଆଦିବାସୀ ଓ ହରିଜନ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା। ବର୍ତ୍ତମାନ ସମୟରେ କରୋନା ପ୍ରକୋପରେ ସମସ୍ତେ ପୀଡିତ। ଆଦିମ ଅଧିବାସୀ ବୋଲାଉଥିବା ବଣ୍ଡା ଓ ଦିଦାୟୀ ସମ୍ପ୍ରଦାୟର ଲୋକମାନେ ମଧ୍ୟ ଏଥିରୁ ବଡ଼ ପଡି ନାହାନ୍ତି। ବଣ୍ଡା ଘାଟିରେ କରୋନା ସଂକ୍ରମଣ ଖବର ପାଇବା ପରେ […]

ଭୁବନେଶ୍ବର: ଗତ ୨୪ଘଣ୍ଟା ମଧ୍ୟରେ ରାଜଧାନୀ ଭୁବନେଶ୍ବରରୁ ୯୧୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟାଇନ କେନ୍ଦ୍ରରୁ ୧୬୯ ଜଣ ଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୭୪୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ତେବେ ନୂଆ ଆକ୍ରାନ୍ତଙ୍କୁ ମିଶାଇଲେ ଭୁବନେଶ୍ବରରେ ଏଯାବତ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୭୬୭୬ରେ ପହଞ୍ଚିଛି। କରୋନାରେ ସଂକ୍ରମିତ ହୋଇ ୩୪୩ଜଣଙ୍କ ମୃତ୍ୟୁ ହୋଇଥିବା ଭୁବନେଶ୍ବର ମହାନଗର ନିଗମ ଟୁଇଟ କରି […]

ନୂଆଦିଲ୍ଲୀ: ଏଲୋପାଥି ବନାମ ଆର୍ୟୁବେଦିକକୁ ନେଇ ବିବାଦୀୟ ବୟାନ ଭିତରେ ବାବା ରାମଦେବ ଓ ତାଙ୍କର ଘନିଷ୍ଠ ସହଯୋଗୀ କୁହାଯାଉଥିବା ଆଚାର୍ଯ୍ୟ ବାଳକୃଷ୍ଣ ଦାବି କରିଛନ୍ତି କି ଗୋଟିଏ ସପ୍ତାହ ମଧ୍ୟରେ ସେମାନେ ‘ବ୍ଲାକ ଫଙ୍ଗସ୍’ ରୋଗ ପାଇଁ ଆର୍ୟୁବେଦିକ ଔଷଧ ଲଞ୍ଚ କରିବାକୁ ଯାଉଛନ୍ତି। ଦୁଇଜଣ ଯାକ ଏହା ବି ଦାବି କରିଛନ୍ତି କି, ପତଞ୍ଜଳୀ ଆର୍ୟୁବେଦ ଲିମିଟେଡ ଓ ପତଞ୍ଜଳୀ ଯୋଗପୀଠ ଏହି ଔଷଧ ପ୍ରସ୍ତୁତ ନେଇ […]

ଭୁବନେଶ୍ବର : ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡ଼ି ନେତା ବିଜୟଶ୍ରୀ ରାଉତରାୟଙ୍କ ୬୭ ବର୍ଷ ବୟସରେ ପରଲୋକ। ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି। କରୋନା ପରବର୍ତ୍ତୀ ସ୍ବାସ୍ଥ୍ୟଗତ ଜଟିଳତା ଯ଼ୋଗୁଁ ସେ ଚିକିତ୍ସିତ ହେଉଥିଲେ। ଭଦ୍ରକ ଜିଲ୍ଲାର ବାସୁଦେବପୁରରୁ ୬ ଥର ବିଧାୟକଭାବେ ନିର୍ବାଚିତ ହୋଇଥିବା ସ୍ବର୍ଗତ ରାଉତରାୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କ୍ୟାବିନେଟରେ ସ୍ବାସ୍ଥ୍ୟ, ରାଜସ୍ବ, ଜଙ୍ଗଲ ଓ ପରିବେଶ […]

Social media & sharing icons powered by UltimatelySocial