ଭୁବନେଶ୍ୱର: ପିପିଲି ଉପନିର୍ବାଚନ ନେଇ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସାମ୍ବାଦିକ ସମ୍ମିଳନୀ କରି ବିସ୍ତୃତ ସୂଚନା ଦେଇଛନ୍ତି। ତାଙ୍କ ସୂଚନା ମୁତାବକ କୋଭିଡ ଗାଇଡଲାଇନ ମାନି ଭୋଟ ଗ୍ରହଣ କରାଯିବ। ସେହିପରି କୋଭିଡ କଟକଣା ମଧ୍ୟରେ ପିପିଲି ଉପନିର୍ବାଚନ ହେବାକୁ ଥିବାବେଳେ ସମସ୍ତେ ମାସ୍କ ପିନ୍ଧିବାକୁ ନିୟମ କରାଯାଇଛି। ସେହିପରି ୬୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ପୋଷ୍ଟାଲ ବ୍ୟାଲଟରେ ଭୋଟ ଦେଇପାରିବେ। ଦିବ୍ୟାଙ୍ଗ ଓ କରୋନା […]

ପୁରୀ: କୋଭିଡ ସଂକ୍ରମଣକୁ ଏଡ଼ାଇବା ପାଇଁ ଆଜିଠାରୁ ଆରମ୍ଭ ହେଲା ସେବାୟତଙ୍କ ଟିକାକରଣ କାର୍ଯ୍ୟକ୍ରମ। ଟିକାଦାନର ସମୟ ରହିଛି ପ୍ରତିଦିନ ସକାଳ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ। ଲୋକନାଥ ରୋଡର ପ୍ରତିହାରୀ ନିଯୋଗ ବୈଠକ ହଲରେ ଭ୍ୟାକ୍ସିନେସନ କ୍ୟାମ୍ପ କରାଯାଇଛି। ୬୦ ବର୍ଷରୁ ଅଧିକ ସେବାୟତମାନେ ପରିଚୟ ପତ୍ର ଦେଖାଇ ଟିକା ନେଉଛନ୍ତି। ୪୫ ବର୍ଷରୁ ୫୯ ବର୍ଷ ମଧ୍ୟରେ ରହିଥିବା ସେବାୟତଙ୍କୁ ଟିକାକରଣ କରାଯାଉଛି। ୨ଟି କାଟାଗୋରୀରେ କେବଳ […]

ଘର ଛାଡ଼ିଲେନି ବୋଲି ଗୁଣ୍ଡା ଲଗାଇ ଭଙ୍ଗାରୁଜା, ୧୪ ଅଟକ ଭୁବନେଶ୍ବର: ଗତକାଲି ଅପରାହ୍ନରେ ନୂଆପଲ୍ଲୀରେ ଘର ନ ଛାଡ଼ିବାକୁ କେନ୍ଦ୍ର କରି ୪୦ରୁ ୫୦ ‌ଯୁବକ ଓ ଦୁଇ ଜଣ ମହିଳା ଜଣେ ଭଡ଼ାଟିଆଙ୍କ ଆଇଆର୍‌ସି ଭିଲେଜରେ ଥିବା ଏନ୍‌-୩, ୨୧୧ ଘରେ ପଶି ଆତଙ୍କ ଖେଳାଇଛନ୍ତି। ସେମାନଙ୍କ ଆକ୍ରମଣରେ ଭଡ଼ାଟିଆ ପ୍ରଣବ ରାୟ ଆହତ ହୋଇଥିବାବେଳେ ଅଭିଯୁକ୍ତମାନେ ଲୁହାଛଡ଼ ଓ କାଠ ଫାଳିଆରେ ପିଟି ଘରର ଆସବାବପତ୍ର […]

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୨୬ ହଜାର ୨୯୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗତ ୮୫ ଦିନ ମଧ୍ୟରେ ଦିନିକିଆ ଆକ୍ରାନ୍ତ ଭିତରେ ଏହା ସର୍ବାଧିକ। ନୂତନ ସଂକ୍ରମିତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୧୩ ଲକ୍ଷ ୮୫ ହଜାର ୩୩୯ରେ ପହଞ୍ଚିଛି। ଏ ନେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। […]

ନୂଆଦିଲ୍ଲୀ: ୨୦୨୧ରେ କେନ୍ଦ୍ର ସରକାର ବିଭିନ୍ନ ରାଜ୍ୟର ମନରେଗା ମଜୁରି ବୃଦ୍ଧି କରିଥିବା ନେଇ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଉକ୍ତ ବିଜ୍ଞପ୍ତି ଅନୁଯାୟୀ, ଓଡ଼ିଶା ପାଇଁ ଏହା ଗତ ବର୍ଷ ୨୦୭ ଟଙ୍କା ଥିଲା ଏବଂ ୨୦୨୧ରେ ମଜୁରି ୨୧୫ ଟଙ୍କାକୁ ବୃଦ୍ଧି ପାଇଛି। କେବଳ ଓଡ଼ିଶା ନୁହେଁ, ଦେଶର ଅନ୍ୟ ରାଜ୍ୟଗୁଡ଼ିକରେ ମଧ୍ୟ ଏହି ବୃଦ୍ଧି ଲାଗୁ କରାଯାଇଛି। ସୂଚନାଯୋଗ୍ୟ, ଆନ୍ଧ୍ର ପ୍ରଦେଶରେ ମନରେଗା ମଜୁରି ପୂର୍ବରୁ […]

ଜବତ ବେଳେ ଲକ୍‌ କରିଥିଲା ପୁଲିସ, ଶବ ବ୍ୟବଚ୍ଛେଦ ରିପୋର୍ଟରେ ବାହ୍ୟ ଆଘାତ ନାହିଁ ଭୁବନେଶ୍ବର: ରାଜଧାନୀ ଉପକଣ୍ଠ ୧୬ ନଂ ଜାତୀୟ ରାଜପଥ କଡ଼ରେ ଥିବା ଯାଁଳା ଫାଣ୍ଡିରୁ ମହିଳାଙ୍କ କଙ୍କାଳ ଉଦ୍ଧାର ଘଟଣାକୁ ମାସେରୁ ଅଧିକ ଦିନ ବିତି ଗଲାଣି। କିନ୍ତୁ ମୃତ୍ୟୁ ରହସ୍ୟ ଉପରୁ ପରଦା ଉଠିପାରି ନାହିଁ। ଟିବି(ଯକ୍ଷ୍ମା) ରୋଗ ମୃତ୍ୟୁର ସମ୍ଭାବ୍ୟ କାରଣ ହୋଇଥାଇ ପାରେ ବୋଲି ଶବ ବ୍ୟବଚ୍ଛେଦ ରିପୋର୍ଟରେ ଉଲ୍ଲେଖ […]

ବର୍ଦ୍ଧିତ ନିଷ୍ପତ୍ତି ସ୍ଥଗିତ-ନଗର ଉନ୍ନୟନ ମନ୍ତ୍ରୀ ଭୁବନେଶ୍ବର : ବିଏମ୍‌ସିର ହୋଲ୍‌ଡିଂ ଟିକସ ଜୁଲମ୍ ବିରୋଧରେ ରାଜଧାନୀବାସୀଙ୍କ ଅସନ୍ତୋଷ ବଢ଼ିବା ପରେ ଆଜି ହାଇକୋର୍ଟଙ୍କ ଆଦେଶ ଦର୍ଶାଇ ନଗର ଉନ୍ନୟନ ମନ୍ତ୍ରୀ ବର୍ଦ୍ଧିତ ହୋଲ୍‌ଡିଂ ଟିକସ ଆଦାୟକୁ ସ୍ଥଗିତ ରଖାଗଲା ବୋଲି କହିଛନ୍ତି। ତେବେ ବିଏମ୍‌ସି ଓ ରାଜସ୍ବ ବିଭାଗ କିପରି ବିଭିନ୍ନ ଆଳରେ ହୋଲ୍‌ଡିଂ ଟିକସ ବଢ଼ାଇ ଚାଲିଛନ୍ତି ଏବଂ ଅସନ୍ତୋଷ ବଢ଼ିଲେ ହାଇକୋର୍ଟକୁ ଢାଲ କରି ସାମୟିକ […]

ପୁରୀ : ପୁରୀ ବସଷ୍ଟାଣ୍ଡରେ ସୋମବାର ସଂଧ୍ୟାରେ ଭୟାନକ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୪ଟି ବସ୍‌ ଜଳି ଯାଇଥିବାବେଳେ ଏକ ବଡ଼ ଅଘଟଣରୁ ଯାତ୍ରୀମାନେ ବର୍ତ୍ତିଯାଇଛନ୍ତି। ବସ୍‌ଷ୍ଟାଣ୍ଡ୍‌ରେ ଥିବା ଶହ ଶହ ବସ୍‌ରେ ନିଆଁ ଲାଗିବା ପୂର୍ବରୁ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି। କାରଣ ସ୍ପଷ୍ଟ ହୋଇନଥିଲେ ବି ସଟ୍‌ସର୍କିଟ୍‌ରୁ କିମ୍ବା କେହି ଦୁର୍ବୃତ୍ତ ବସ୍‌ରେ ନିଆଁ ଲଗାଇ ଦେବାରୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ […]

ପାକିସ୍ତାନ ସହ ସମ୍ପର୍କ ଥିବା ୫ ସନ୍ଦିଗ୍ଧ ଗିରଫ ନୂଆଦିଲ୍ଲୀ: ‘ଇସ୍‌ଲାମିକ୍‌ ଷ୍ଟେଟ୍‌’ (ଆଇଏସ୍‌) ସହ ସମ୍ପୃକ୍ତ ଥିବା ଦଳେ ବ୍ୟକ୍ତିଙ୍କ ବିପକ୍ଷରେ ଆଜି ‘ଏନ୍‌ଆଇଏ’ ଦିଲ୍ଲୀ, କେରଳ ଏବଂ କର୍ଣ୍ଣାଟକର ୧୦ଟି ସ୍ଥାନରେ ଚଢ଼ାଉ ଆରମ୍ଭ କରିଛି। ଗତ ୪୮ ଘଣ୍ଟା ମଧ୍ୟରେ ‘ଏନ୍‌ଆଇଏ’ ପଞ୍ଜିକରଣ କରିଥିବା ଏକ ନୂଆ ମାମଲା ସହ ଏହି ଚଢ଼ାଉ ସଂଶ୍ଳିଷ୍ଟ। ବେଶ୍‌ କିଛି ଦିନ ହେବ ‘ଏନ୍‌ଆଇଏ’ ୬/୭ଜଣ ଲୋକଙ୍କ ଉପରେ […]

ଭୁବନେଶ୍ବର : ‘‘ରୋଗ କ୍ଷେତ୍ରରେ ଆତ୍ମସନ୍ତୋଷ ଠିକ୍ ନୁହେଁ। ବିପଦ ଏବେ ବି ଟଳିନାହିଁ। ଏଣୁ ବାହାରକୁ ଗଲେ ମାସ୍କ ନିଶ୍ଚୟ ପିନ୍ଧିବା। ବେକରେ ଝୁଲାଇକରି ନୁହେଁ, ଠିକ୍ ଭାବରେ ପାଟି ଓ ନାକକୁ ଘୋଡାଇ ରଖି ପିନ୍ଧିବା। ଘରକୁ ଫେରିଲେ ସାବୁନରେ ଭଲ କରି ହାତ ଧୋଇବା। ମୁହଁ, ନାକ ଓ ଆଖିରେ ବାରମ୍ବାର ହାତ ମାରିବା ନାହିଁ। ସାମାଜିକ ଦୂରତ୍ବ ରକ୍ଷା କରି ହାଟ ବଜାର ଆଦି […]

Social media & sharing icons powered by UltimatelySocial