ନୂଆଦିଲ୍ଲୀ: କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ଏବଂ ଆୟୁଷ ମନ୍ତ୍ରୀ ଶ୍ରୀପଦ ନାୟକ ଆଜି କରୋନା ରୋଗୀଙ୍କ ପାଇଁ ଆୟୁଷ ଔଷଧର ନୂଆ ନିର୍ଦ୍ଦେଶାବଳି ଜାରି କରିଛନ୍ତି। ନୂଆ ପ୍ରୋଟୋକଲରେ ନୂତନ ଔଷଧ ସଂପର୍କରେ ସୂଚନା ଦିଆଯାଇଛି। ଏଥିରେ ପ୍ରମୁଖ ହେଉଛି ଆୟୁଷ-୬୪ ଔଷଧ ଯାହାକି କରୋନା ଭାଇରସ୍‌ର ମୁକାବିଲା ପାଇଁ ଅଧିକ ଫଳପ୍ରଦ ହେବ। କରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କ ପାଇଁ ପୋଷ୍ଟ୍‌ କୋଭିଡ ପ୍ରୋଟୋକଲ ଜାରି […]

୧୦ଟି ସ୍ଥାନରେ ସିବିଆଇ ଚଢ଼ଉ ଭୁବନେଶ୍ବର: କୋରାପୁଟ ସୁନାବେଡ଼ାସ୍ଥିତ ହିନ୍ଦୁସ୍ଥାନ ଏରୋନଟିକ୍‌ସ ଲିମିଟେଡ୍ (ହାଲ୍)ରେ ଆଉ ଏକ ଦୁର୍ନୀତି ସାମ୍ନାକୁ ଆସିଛି। ବିନା କାଗଜପତ୍ରରେ ଠିକାଦାରଙ୍କୁ ଅନୁକମ୍ପା ଦେଖା ଯାଇଥିବା ଅଭିଯୋଗରେ ହାଲ୍‌ର ନିଲମ୍ବିତ ହୋଇଥିବା ତତ୍କାଳୀନ ମ୍ୟାନେଜର ଭବେନ ମିତ୍ରଙ୍କ ସମେତ ୬ ଜଣଙ୍କ ବିରୋଧରେ ଭୁବନେଶ୍ବର ସିବିଆଇ ଶାଖାରେ ମାମଲା ରୁଜୁ ହୋଇଛି। ସିବିଆଇର ଏକାଧିକ ଟିମ୍ ହାଲ୍ କାର୍ଯ୍ୟାଳୟ, ସମସ୍ତ ଅଭିଯୁକ୍ତଙ୍କ ଘର ସମେତ ୧୦ଟି […]

ଭୁବନେଶ୍ବର: ଦିନ ଦି’ପହରେ ରାଜଧାନୀର ରାଜ ରାସ୍ତାରେ ମିଠା ଦୋକାନୀ ପ୍ରଭାକର ସାହୁ ଓରଫ୍ ଜମ୍ବୁଙ୍କୁ ଦୁର୍ବୃତ୍ତମାନେ ଗୋଡ଼େଇ ଗୋଡ଼େଇ ହାଣିଲେ। ସମସ୍ତେ ଦେଖୁଥିବା ଅବସ୍ଥାରେ ତାଙ୍କ ବେକକୁ କାଟି ବିଭତ୍ସଭାବେ ହତ୍ୟା କଲେ। ଘଟଣାକୁ ୪୮ ଘଣ୍ଟା ପୂରିଗଲାଣି। ଅଥଚ ପୁଲିସ ଅପରାଧୀମାନଙ୍କ ଟେର୍‌ ପାଉନି। ତଦନ୍ତଭାର ସ୍ପେସାଲ୍‌ ସ୍କ୍ବାଡ୍‌କୁ ଦିଆଯାଇଥିଲେ ବି ଅପରାଧୀଙ୍କୁ ଠାବ କରିବା ସମ୍ଭବ ହୋଇନାହିଁ। ଅଭିଯୁକ୍ତଙ୍କ ବାବଦରେ ସମସ୍ତ ସୂଚନା ଥାଇ ମଧ୍ୟ […]

ନାବାଳିକା ଉପରେ ଅକଥନୀୟ ଅତ୍ୟାଚାର ଭିଡିଓ ଭାଇରାଲ୍, ୩ ଅଭିଯୁକ୍ତ ଗିରଫ ରାଇଘର: ପ୍ରେମିକକୁ ଭେଟିବାରୁ ଜଣେ ନାବାଳିକାଙ୍କ ଉପରେ ହୋଇଛି ଅକଥନୀୟ ଅତ୍ୟାଚାର। ପ୍ରାୟ ଦେଢ଼ ମାସ ତଳେ ନାବାଳିକାଙ୍କ ସଂପର୍କୀୟ ଭାଇ ଏବଂ ଗାଁର କିଛି ଯୁବକ ଗୋଡ଼ାଇ ଗୋଡ଼ାଇ ନିସ୍ତୁକ ପିଟିଥିଲେ। ଏହାପରେ ଗାଁରେ ବସିଥିଲା କଙ୍ଗାରୁ କୋର୍ଟ। ପ୍ରେମିକକୁ ହାଜର କରି ଜରିମାନା ଦେବାକୁ ଦିଆଯାଇଥିଲା ନିର୍ଦ୍ଦେଶ। ଟଙ୍କା ଯୋଗାଡ଼ ପାଇଁ ଗାଁ ଛାଡ଼ି […]

ନୂଆଦିଲ୍ଲୀ: ବୋଇଙ୍ଗ ୭୪୭ ବିମାନ ଆକାରଠାରୁ ବଡ଼ ଏକ ଗ୍ରହାଣୁପୁଞ୍ଜ ପ୍ରତି ସେକେଣ୍ଡକୁ ୬.୬୮ କିଲୋମିଟର ବେଗରେ ପୃଥିବୀ ଆଡ଼କୁ ଗତି କରୁଛି। ଗ୍ରହାଣୁପୁଞ୍ଜ ୨୦୨୦ଆର୍‌କେ୨ ନାମକ ଏହି ସ୍ପେସ୍ ରକ୍ ବୁଧବାର (ଅକ୍ଟୋବର ୭) ଦିନ ରାତି ୧୦.୪୨ ସମୟରେ ପୃଥିବୀର କକ୍ଷପଥ ପାର ହେବା ପଥରେ ରହିଛି ବୋଲି ସୂଚନା ମିଳିଛି। ଆମେରିକୀୟ ଗବେଷଣା କେନ୍ଦ୍ର ନାସା ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ‘ପୃଥିବୀ ପୃଷ୍ଠରୁ ୩୮,୩୦,୨୩୮ […]

ନୂଆଦିଲ୍ଲୀ: କୋଭିଡ -୧୯ ଲକ୍ଷଣ ଜାଣିବା ପରେ ଆୟୁର୍ବେଦ ଏବଂ ଯୋଗ ମାଧ୍ୟମରେ ମହାମାରୀ କରୋନା ଭାଇରସ୍‌କୁ ନିୟନ୍ତ୍ରଣ କରିବାକୁ ମଙ୍ଗଳବାର କେନ୍ଦ୍ର ସରକାର ଏକ ପ୍ରୋ‌ଟକଲ୍‌ ଜାରି କରିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏବଂ ଆୟୁଷ ମନ୍ତ୍ରାଳୟ ଦ୍ବାରା ପ୍ରକାଶିତ ଜାତୀୟ କ୍ଲିନିକାଲ୍ ମ୍ୟାନେଜମେଣ୍ଟ ପ୍ରୋଟୋକଲ୍‌ରେ କିପରି ପାରମ୍ପରିକ ପଦ୍ଧତି ମାଧ୍ୟମରେ କୋଭିଡ୍ -୧୯ର ସାମ୍ନା କରି ହେବ ସରକାର ଏକ ବିବୃତିରେ ଏ ନେଇ ସୂଚନା ଦେଇଛନ୍ତି। […]

ଭୁବନେଶ୍ବର: ନିର୍ଦ୍ଧାରିତ ସମୟର ଦିନକ ପୂର୍ବରୁ ଶେଷ ହୋଇଛି ବିଧାନସଭା ଅଧିବେଶନ। ଅଧିବେଶନ ଶେଷ ନେଇ ଘୋଷଣା କରିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର। ଆଜି ଶେଷ ଦିନରେ ୫ଟି ବିଲ୍ ଗୃହୀତ ହେବା ସହ ସିଏଜିଙ୍କ ରିପୋର୍ଟ ମଧ୍ୟ ଉପସ୍ଥାପିତ ହୋଇଛି। ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ ବିଧାନସଭାରେ ସିଏଜି ରିପୋର୍ଟ ଉପସ୍ଥାପନ କରିଥିଲେ। ଏଥର ମୌସୁମୀ ଅଧିବେଶନରେ ମୋଟ ୭ଟି ବିଲ୍ ଗୃହୀତ ହୋଇଛି । ଆଜି ଗୋଟିଏ ଦିନରେ […]

ଜଗତସିଂହପୁର: ଉପନିର୍ବାଚନ ପୂର୍ବରୁ ଆରମ୍ଭ ହେଲା ଦଳଡିଆଁ ପର୍ବ। ତିର୍ତ୍ତୋଲ ଉପନିର୍ବାଚନ ପୂର୍ବରୁ ବିଜେପି ଛାଡ଼ିଛନ୍ତି ରମାକାନ୍ତ ଭୋଇ। ୨୦୧୯ ନିର୍ବାଚନରେ ତିର୍ତ୍ତୋଲରୁ ବିଜେପି ପ୍ରାର୍ଥୀ ଭାବେ ଲଢିଥିବା ରମାକାନ୍ତ ଆଜି ନିଜ ସମର୍ଥକଙ୍କ ସହ ପଦ୍ମ ଶିବିରରୁ ପରିତ୍ୟାଗ କରିଛନ୍ତି। ଦଳ ତାଙ୍କୁ ଅଣଦେଖା କରୁଥିବା ଅଭିଯୋଗ ଆଣି ବିଜେପି ଛାଡିଛନ୍ତି ରମାକାନ୍ତ,ଯାହା ଜଗତସିଂହପୁର ଜିଲ୍ଲରେ ଦଳରେ ଥିବା କନ୍ଦଳକୁ ପଦାରେ ପକାଇଛି। ତିର୍ତ୍ତୋଲ ଉପନିର୍ବାଚନ ପୂର୍ବରୁ କଂଗ୍ରେସ […]

ଭୁବନେଶ୍ୱର : ରାଜଧାନୀରେ ଦୁଇ ଦୁଇଟି ବ୍ୟାଙ୍କରୁ ଏକୁଟିଆ ଲୁଟ୍‌ କରି ଚାଞ୍ଚଲ୍ୟ ଖେଳାଇ ଦେଇଥିବା ଅଭିଯୁକ୍ତକୁ ଶେଷରେ କମିସନରେଟ୍‌ ପୁଲିସ ଗିରଫ କରିବାରେ ସଫଳ ହୋଇଛି। ଅଭିଯୁକ୍ତ ହେଲା ମଞ୍ଚେଶ୍ବର ଥାନା ଟାଙ୍ଗିବନ୍ତର ସୌମ୍ୟରଞ୍ଜନ ଜେନା ଓରଫ ଟୁଲୁ (୨୫)। ଗତକାଲି ରାତିରେ ସ୍ପେସାଲ୍‌ ସ୍କ୍ବାଡ୍‌ ତାକୁ ଖୋର୍ଦ୍ଧାରୁ ଉଠାଇଛି। ତା’ ନିକଟରୁ ଗୋଟିଏ ଖେଳଣା ଏୟାର୍‌ଗନ୍‌ ବନ୍ଧୁକ ସମେତ ଗୋଟିଏ ଅସଲି ବନ୍ଧୁକ, ୯ ରାଉଣ୍ଡ ଗୁଳି, […]

ବାରିପଦା: ବନ୍ଦ ହେବାକୁ ଯାଉଛି ଉତ୍ତର ଓଡ଼ିଶାର ଏକମାତ୍ର ହୋମିଓପ୍ୟାଥିକ ମେଡିକାଲ କଲେଜ ଓ ହସ୍ପିଟାଲ। ଆୟୁଷ ମନ୍ତ୍ରାଳୟ ପକ୍ଷରୁ କଲେଜକୁ ଏନେଇ ସୂଚନା ଦିଆଯାଇଛି। କରୋନା ସମୟରେ ଆୟୁଷ ଡାକ୍ତର ପ୍ରମୁଖ ଭୂମିକା ଗ୍ରହଣ କରିଥିବାବେଳେ ଏବେ ଅବହେଳିତ ହୋଇପଡିଛି ଏହି ହସ୍ପିଟାଲ। ଶହ ଶହ ଆୟୁଷ ଡାକ୍ତରଙ୍କୁ ଜନ୍ମ ଦେଇଥିବା ଏହି ବାରିପଦାର ଏହି ମେଡିକାଲ କଲେଜକୁ ସଞ୍ଜିବନୀ ଯୋଗାଇବାକୁ ଦାବି ହୋଇଛି। ୨୦୧୬-୧୭ ବ୍ୟାଚ୍‌ରୁ ଏହି […]

Social media & sharing icons powered by UltimatelySocial