କରୋନା ମୁକାବିଲା: ‘ଆୟୁଷ-୬୪’ ଔଷଧ ସେବନ ପାଇଁ ଆୟୁଷ ମନ୍ତ୍ରାଳୟର ପରାମର୍ଶ

‘ଆୟୁଷ-୬୪’ ଔଷଧ ସେବନ ପାଇଁ ଆୟୁଷ ମନ୍ତ୍ରାଳୟର ପରାମର୍ଶ

ନୂଆଦିଲ୍ଲୀ: କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ଏବଂ ଆୟୁଷ ମନ୍ତ୍ରୀ ଶ୍ରୀପଦ ନାୟକ ଆଜି କରୋନା ରୋଗୀଙ୍କ ପାଇଁ ଆୟୁଷ ଔଷଧର ନୂଆ ନିର୍ଦ୍ଦେଶାବଳି ଜାରି କରିଛନ୍ତି। ନୂଆ ପ୍ରୋଟୋକଲରେ ନୂତନ ଔଷଧ ସଂପର୍କରେ ସୂଚନା ଦିଆଯାଇଛି। ଏଥିରେ ପ୍ରମୁଖ ହେଉଛି ଆୟୁଷ-୬୪ ଔଷଧ ଯାହାକି କରୋନା ଭାଇରସ୍‌ର ମୁକାବିଲା ପାଇଁ ଅଧିକ ଫଳପ୍ରଦ ହେବ। କରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କ ପାଇଁ ପୋଷ୍ଟ୍‌ କୋଭିଡ ପ୍ରୋଟୋକଲ ଜାରି କରାଯାଇଛି। ପ୍ରତିଦିନ ଅଶ୍ବଗନ୍ଧା ଚୂର୍ଣ୍ଣ ୧-୩ ଗ୍ରାମ କିମ୍ବା ଏହାର ୫୦୦ ଏମ୍‌ଜି ବଟିକା ସେବନ କରିବାକୁ ହେବ। ଏହା ବ୍ୟତୀତ ଗରମ ପାଣି କିମ୍ବା ଖିର ସହିତ ପ୍ରତିଦିନ ୧୦ ଗ୍ରାମ ଚ୍ୟବନପ୍ରାଶ ଖାଇବାକୁ କୁହାଯାଇଛି।

Share Now:

Kalinga News Beuro

Next Post

ଶୋପିଆଁ ଏନକାଉଣ୍ଟର: ୨ ଆତଙ୍କବବାଦୀ ନିହତ

Wed Oct 7 , 2020
ଶ୍ରୀନଗର: ମଙ୍ଗଳବାର ଦିନ ଜମ୍ମୁ-କଶ୍ମୀରର ଶୋପିଆଁ ଜିଲ୍ଲାରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି। ଏ ନେଇ ଜମ୍ମୁ-କଶ୍ମୀର ପୁଲିସ ପକ୍ଷରୁ କୁହାଯାଇଛି। ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ପାଇବା ପରେ ସୁରକ୍ଷା ବାହିନୀ ଶୋପିଆଁ ଜିଲ୍ଲାର ଜୈନପୋରା ଅଞ୍ଚଳର ସୁଗାନ୍ ଗ୍ରାମରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା ବୋଲି ପୁଲିସ ମୁଖପାତ୍ର କହିଛନ୍ତି। ସୂଚନା ପାଇ ଘଟଣା ସ୍ଥଳରେ ପହଞ୍ଚିବା […]
ଶୋପିଆଁ ଏନକାଉଣ୍ଟର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial